Posted inଜାତୀୟ

ନାବାଳକ ଥାଇ ମଦ ଲାଇସେନ୍ସ ନେଇଥିଲେ

ମୁମ୍ବାଇ,୨୧।୨(ଆଇଏଏନ୍‌ଏସ୍‌): ମୁମ୍ବାଇର ବିବାଦୀୟ ପୂର୍ବତନ ଏନ୍‌ସିବି ଜୋନାଲ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖ୍‌ଡେଙ୍କ ବିରୋଧରେ ମହାରାଷ୍ଟ୍ର ପୋଲିସ ଜାଲିଆତି ଅଭିଯୋଗରେ ଏତଲା ଦାଏର କରିଛି। ଓ୍ବାଙ୍ଖ୍‌ଡେ ମିଥ୍ୟା ତଥ୍ୟ ଦାଖଲ କରି ତାଙ୍କ ବାର୍‌ ପାଇଁ ମଦ ଲାଇସେନ୍ସ ନେଇଥିବା ଅଭିଯୋଗ ହୋଇଥିଲା। ଏନେଇ ଠାଣେ ଜିଲାର କୋପ୍ରି ଥାନାରେ ଏତଲା ଦାଏର ହୋଇଥିବା ଜଣାପଡ଼ିଛି।
ନଭି ମୁମ୍ବାଇର ଭାସିଠାରେ ଥିବା ସଦ୍‌ଗୁରୁ ଫାମିଲି ରେଷ୍ଟୁରାଣ୍ଟ ଆଣ୍ଡ ବାର୍‌ର ମାଲିକ ହେଉଛନ୍ତି ଓ୍ବାଙ୍ଖ୍‌ଡେ। ଉକ୍ତ ବାର୍‌ରେ ମଦ ପରିବେଷଣ ପାଇଁ ସେ ୧୯୯୭ ଅକ୍ଟୋବର ୨୯ରେ ଲାଇସେନ୍ସ ପାଇଥିଲେ। ତେବେ ଲାଇସେନ୍ସ ପାଇଁ ଓ୍ବାଙ୍ଖ୍‌ଡେ ନିଜର ଭୁଲ୍‌ ଜନ୍ମ ତାରିଖ ଦେଇଥିଲେ। ମଦ ଲାଇସେନ୍ସ ପାଇବା ବେଳେ ତାଙ୍କ ବୟସ ୧୭ ବର୍ଷ ୧୧ ମାସ ହୋଇଥିଲା। ମଦ ଲାଇସେନ୍ସ ପାଇଁ ସର୍ବନିମ୍ନ ବୟସ ୨୧ ବର୍ଷ ହୋଇଥିବାବେଳେ ଜାଲିଆତି କରିଥିବାରୁ ଓ୍ବାଙ୍ଖ୍‌ଡେଙ୍କ ବିରୋଧରେ ଏତଲା ଦାଏର ହୋଇଛି। ତାଙ୍କ ବାର୍‌ ଲାଇସେନ୍ସ ମଧ୍ୟ ଖାରଜ ହୋଇଯାଇଛି। ଗତ ନଭେମ୍ବରରେ ଏନ୍‌ସିପି ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ନଓ୍ବାବ ମଲିକ ଓ୍ବାଙ୍ଖ୍‌ଡେଙ୍କ ବିରୋଧରେ ଏହି ଜାଲିଆତି ଅଭିଯୋଗ ଆଣିଥିଲେ।
ଏନ୍‌ସିବିର ମୁମ୍ବାଇ ଜୋନାଲ ନିର୍ଦ୍ଦେଶକ ଥିବାବେଳେ ଗତବର୍ଷ କ୍ରୁଜ୍‌ ଜାହାଜରେ ଚଢ଼ାଉ କରି ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଅର୍ୟନ ଖାନ୍‌ ଓ ଅନ୍ୟମାନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ ସମୀର ଓ୍ବାଙ୍ଖ୍‌ଡେ। ଏହା ପରେ ତାଙ୍କ ବିରୋଧରେ ଏକାଧିକ ଅଭିଯୋଗ ଆସିଥିଲା। ତାଙ୍କ ବିରୋଧରେ ଆଇପିସିର ଧାରା ୧୮୧ (ଶପଥ ସମ୍ପର୍କରେ ଭୁଲ୍‌ ବିବୃତି), ୧୮୮ (ନିର୍ଦ୍ଦେଶନାମାର ଅବମାନନା), ୪୨୦ (ଠକେଇ ଓ ଅସାଧୁତା), ୪୬୫ (ଜାଲିଆତି), ୪୬୮ (ଠକେଇ ଉଦ୍ଦେଶ୍ୟରେ ଜାଲିଆତି) ଏବଂ ୪୮୧ (ଭୁଲ୍‌ ସମ୍ପତ୍ତି ଚିହ୍ନର ବ୍ୟବହାର)ରେ ମାମଲା ରୁଜୁ ହୋଇଛି। ସ୍ଥାନୀୟ ଅବକାରୀ ବିଭାଗର ତଦନ୍ତରୁ ଓ୍ବାଙ୍ଖ୍‌ଡେ ମଦ ଲାଇସେନ୍ସ ପାଇବା ସମୟରେ ତାଙ୍କୁ ୧୭ ବର୍ଷ ହୋଇଥିଲା ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଏପି ବିଧାୟକ ଅମାନତୁଲ୍ଲାଙ୍କୁ ବଡ ଆଶ୍ୱସ୍ତି, ମିଳିଲା ଜାମିନ

ନୂଆଦିଲ୍ଲୀ,୨୭।୪: ଶନିବାର (ଏପ୍ରିଲ ୨୭ରେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଆମ ଆଦମୀ ପାର୍ଟି (ଏଏପି) ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ...

ନୈନିତାଲ ଜଙ୍ଗଲରେ ଲାଗିଲା ନିଆଁ, ଜନବସତି ପାଇଁ ବିପଦ

ଡେରାଡୁନ,୨୭।୪: ସାରା ବିଶ୍ୱରେ ଉତ୍ତାପ ଦିନକୁ ଦିନ ବଢିବା ସହିତ ସହିତ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିଯିବା ଖବର ସମସ୍ତଙ୍କୁ ଚିନ୍ତାରେ ପକାଇ...

ବର୍ଷିଲେ ଦିଲ୍ଲୀ ହାଇକୋର୍ଟ, କେତେ କ୍ଷମତା ପାଇଲେ ଖୁସି ହେବେ କେଜରିଓ୍ବାଲ?

ନୂଆଦିଲ୍ଲୀ,୨୭।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏବେ ତିହାର ଜେଲ୍‌ରେ କାରାଦଣ୍ଡ ଭୋଗୁଛନ୍ତି। ଏନେଇ ଆମ ଆଦମୀ ପାର୍ଟି ବାରମ୍ବାର ଜୋର ଦେଉଥିବାବେଳେ ଶନିବାର ଦିଲ୍ଲୀ...

ଦେଶର ୪ ବିମାନ ବନ୍ଦରକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ

ନୂଆଦିଲ୍ଲୀ,୨୭।୪: ଦେଶର ଚାରୋଟି ବିମାନବନ୍ଦରକୁ ବୋମାରେ ଉଡାଇ ଦେବାକୁ ଧମକ ଆସିଛି। ଇ-ମେଲ ମାଧ୍ୟମରେ ଦାବି କରାଯାଇଛି ଯେ କୋଲକାତା ବିମାନବନ୍ଦର ସମେତ ଦେଶର ଚାରୋଟି...

ଟିଏମସିକୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରାଯାଉ: ଶୁଭେନ୍ଦୁ ଅଧିକାରୀ

କୋଲକାତା,୨୭।୪: ସନ୍ଦେଶଖାଲି ପ୍ରସଙ୍ଗରେ ଭାଜପା କ୍ରମାଗତ ଭାବେ ତ୍ରୁଣମୂଳ କଂଗ୍ରେସ(ଟିଏମସି) ଉପରେ ଆକ୍ରମଣ କରୁଛି। ସନ୍ଦେଶଖାଲି ହିଂସା ଏବଂ ମହିଳାଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ମାମଲା...

ପୁଣି ଲାଲ ସାଗରରେ ତାଣ୍ଡବ କଲେ ହୁତି ବିଦ୍ରୋହୀ! ଭାରତ ଆସୁଥିବା ତେଲ ଟ୍ୟାଙ୍କର ଉପରକୁ ମିଶାଇଲ ମାଡ

ନୂଆଦିଲ୍ଲୀ,୨୭।୪: ହୁତି ବିଦ୍ରୋହୀମାନେ ପୁଣି ଥରେ ଲୋହିତ ସାଗରରେ ଏକ ତାଣ୍ଡବ ସୃଷ୍ଟି କରିଛନ୍ତି। ୟେମେନର ହୁତି ବିଦ୍ରୋହୀ ସଂଗଠନ ଶନିବାର କହିଛି ଯେ ସେମାନଙ୍କର...

ଶୋଇଥିବା ବେଳେ ଫୁଟିଲା ଗୁଳି, ୨ ଯବାନ ଶହୀଦ

ଇମ୍ଫାଲ,୨୭।୪: ମଣିପୁରରେ ପୁଣି ହିଂସା। କେନ୍ଦ୍ରୀୟ ରିଜର୍ଭ ଫୋର୍ସର ଯବାନମାନେ ଶୋଇଥିବା ବେଳେ ସେମାନଙ୍କ ଉପରକୁ ଆକ୍ରମଣ କରିଛନ୍ତି ଉଗ୍ରବାଦୀ । ଏଥିରେ ଦୁଇ ଯବାନ...

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri