ହିଙ୍ଗୁଳାଙ୍କ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁ

ବାରିପଦା ଅଫିସ,୨୦।୨ – ଆକସ୍ମିକ ଅଗ୍ନିକାଣ୍ଡରୁ ଉଦ୍ଧାର କରୁଥିବା ଅଗ୍ନିରୂପିଣୀ ମା’ ହିଙ୍ଗୁଳାଙ୍କ ବାର୍ଷିକ ବଡ଼ପୂଜା ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ କଉଡ଼ିଖଣିସ୍ଥିତ ଶାଳଜଙ୍ଗଲ ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି। କୋଭିଡ୍‌-୧୯ ଓ ପଞ୍ଚାୟତ ନିର୍ବାଚନ ଦୃଷ୍ଟିରୁ ୧୪୪ ଧାରା ଜାରି ସତ୍ତ୍ୱେ ଏହି ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିତ୍ଲା। ମୟୂରଭଞ୍ଜ ଜିଲା ସମେତ ପଡ଼ୋଶୀ ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମବଙ୍ଗ ରାଜ୍ୟରୁ ଭକ୍ତମାନେ ମା’ଙ୍କ ଦର୍ଶନ କରି ଅପାର କୃପା ଲାଭ କରିଥିଲେ। ମନ୍ଦିର ପାର୍ଶ୍ୱରେ କୌଣସି ଦୋକାନ ବଜାର ବସି ନ ଥିବା ବେଳେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନ ଥିଲା। ଫଳରେ ଦୂରଦୂରାନ୍ତରୁ ଆସିଥିବା ଭକ୍ତ ବହୁ ଅସୁବିଧାର ସମ୍ମୁଖିନ ହୋଇଥିଲେ।
ଉତ୍ତର ଓଡ଼ିଶାରେ ‘ଜିଅନ୍ତା ଠାକୁରାଣୀ’ ଭାବେ ପରିଚିତ ମା’ ହିଙ୍ଗୁଳାଙ୍କ ପୀଠ ସବୁଜ ବନାନୀ ପରିବେଷ୍ଠିତ ଶାଳ ବଣର ମଧ୍ୟ ଭାଗରେ ଅବସ୍ଥିତ। ବେଢ଼ା ମଧ୍ୟରେ ସମ୍ପୂର୍ଣ୍ଣ ଯୋଡ଼ି ହୋଇ ରହିଥିବା ଦୁଇଟି ବଟ ଓ ସାହାଡ଼ା ବୃକ୍ଷ ମୂଳରେ ମା’ ଆବିର୍ଭୂତା ା ନାଲି କପଡ଼ା, ରଙ୍ଗବେରଙ୍ଗି ଶାଢ଼ି ଦ୍ୱାରା ଏହି ବୃକ୍ଷ ଆବୃତ୍ତ ହୋଇ ରହିଛି। ମା’ ଅଗ୍ନିକୁଣ୍ଡରେ ଭୋଗରାଗ ସମର୍ପଣ କଲେ ବର୍ଷସାରା ଅଗ୍ନିକାଣ୍ଡରୁ ମୁକ୍ତି ମିଳିଥାଏ ବୋଲି ଜନଶ୍ରୁତି ରହିଆସିଛି। ଅଗ୍ନି ପୂର୍ଣ୍ଣିମାଠାରୁ ବଡ଼ପୂଜା ପର୍ଯ୍ୟନ୍ତ ମା’ଙ୍କ ପୀଠରେ ଭକ୍ତଙ୍କ ସମାଗମ ଲାଗିରହିଛି। ତେବେ ବଡ଼ସାହି ଛକ ଠାରୁ ସୁହାଗପୁର, ଉଦଳା-ସୁହାଗପୁର, କୁଅମରା-ଚାନ୍ଦଡିହା ରାସ୍ତାରେ ଟ୍ରାଫିକ ବ୍ୟବସ୍ଥା ହୋଇ ନ ଥିବାରୁ ଦୀର୍ଘ ସମୟ ଧରି ଯାନବାହାନ ଅଟକି ରହିଥିଲା। ପ୍ରଶାସନ ୧୪୪ ଧାରା ଜାରି କରିଥିଲେ ହେଁ ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ମୃତୟନ କରି ନ ଥିବାରୁ ଛୋଟ ଛୋଟ ଦୁର୍ଘଟଣା ମାନ ଦେଖିବାକୁ ମିଳିଥିଲା। ସେହିପରି ଛେଳିଆ(କ) ଗ୍ରାମରେ ପୂଜା ପାଉଥିବା ମା’ଙ୍କ ପୀଠରେ ମଧ୍ୟ କୋଭିଡ୍‌ କଟକଣା ମାନି ପୂଜା କାର୍ଯ୍ୟ ସମାପନ ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

୩ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ

ବାରିପଦା,୭।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଅତିରିକ୍ତ ଜିଲା ଓ ଦୌରା ଜଜ (୧) କୋର୍ଟରେ ମଙ୍ଗଳବାର ଏକ ନରହତ୍ୟା ମାମଲାର ରାୟ ପ୍ରକାଶ...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୨୦ ଘର

ବାରିପଦା,୭।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ କେନ୍ଦୁଡିହା ପଞ୍ଚାୟତ କୁଳିଅଣା ବିନ୍ଧାଣିସାହିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଆକସ୍ମିକ ଅଗ୍ନିକାଣ୍ଡରେ ବିନ୍ଧାଣିବସ୍ତିର ୨୦ରୁ...

କାଳ ବୈଶାଖୀରେ ଭାଙ୍ଗିଲା ଗଛ: ରାଜପଥରେ ଯାତାୟାତ ବାଧାପ୍ରାପ୍ତ

ମୋରଡ଼ା,୬।୫(ସ୍ମାରକ ମାଜୀ): କାଳ ବୈଶାଖୀ ପ୍ରଭାବରେ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ଚିତ୍ରଡାରେ ଅଞ୍ଚଳରେ ସୋମବାର ରାତି ପ୍ରାୟ ୮ଟାରେ ପ୍ରବଳ ବେଗରେ ପବନ...

ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମଏମ, ବଢ଼ିଲା ବିଜେଡି-ଭାଜପା ଚିନ୍ତା

ଭୁବନେଶ୍ୱର,୩।୫: ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ...

ମାଡ଼ି ଚାଲିଛି ଶିମିଳିପାଳ ନିଆଁ

ବାରିପଦା,୩ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ପାରଦ ସୀମା ଲଂଘୁଥିବା ବେଳେ ଅଣାୟତ୍ତ ହୋଇପଡ଼ିଛି ଶିମିଳିପାଳ ନିଆଁ। ପ୍ରତିଦିନ ଶିମିଳିପାଳ ଅଭୟାରଣ୍ୟର ଉତ୍ତର ଓ ଦକ୍ଷିଣ...

ବିଜେଡିରୁ ସବୁ ସମ୍ପର୍କ ଛିନ୍ନ କଲେ ପୂର୍ବତନ ବିଧାୟକ

ଠାକୁରମୁଣ୍ଡା,୩୦।୪(ତାରାକାନ୍ତ ପଟ୍ଟନାୟକ): ମୟୁରଭଞ୍ଜ ଜିଲା କରଞ୍ଜିଆ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଟିକେଟ ଆଶାୟୀ ଥିବା ପୂର୍ବତନ ବିଧାୟକ ବିଜୟ କୁମାର ନାଏକ ବିଜେଡିରୁ ଇସ୍ତଫା ଦେବା...

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

ମୋରଡ଼ା ନିର୍ବାଚନମଣ୍ଡଳୀରେ କଂଗ୍ରେସର ଘନଘନ ବୈଠକ, ମିଶ୍ରଣ ପର୍ବ

ମୋରଡ଼ା,୨୭ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାର ଏକମାତ୍ର ଅଣସଂରକ୍ଷିତ ନିର୍ବାଚନମଣ୍ଡଳୀ ମୋରଡ଼ା ନିର୍ବାଚନମଣ୍ଡଳୀ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସମସ୍ତ ରାଜନୈତିକ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri