ନେତାଙ୍କ ଘର, ପାର୍ଟି କାର୍ଯ୍ୟାଳୟରେ ମାଳମାଳ ଆଶାୟୀ

ବାଲେଶ୍ୱର ଅଫିସ,୨୦।୨

ଗୋଟିଏପଟେ ପଞ୍ଚାୟତ ନିର୍ବାଚନ ପାଇଁ ବ୍ୟସ୍ତତା ଆଉ ଅନ୍ୟପଟେ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି। ଏହି ଦୁଇଟା କାମ ଏକାସଙ୍ଗରେ କେମିତି କରାଯିବ ସେନେଇ ଏବେ ସବୁ ଦଳର ନେତା ଚାପରେ ଅଛନ୍ତି। ତେବେ ପଞ୍ଚାୟତ ନିର୍ବାଚନ ସରିବାର ଠିକ୍‌ ପରେ ପୌର ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ସୂଚନା ମିଳିବା ପରେ ଦୀର୍ଘଦିନ ହେଲା ଅପେକ୍ଷା କରିଥିବା ଆଶାୟୀ ପ୍ରାର୍ଥୀମାନେ ତପତ୍ର ହୋଇଉଠିଛନ୍ତି। ସେମାନେ ଟିକେଟ ପାଇଁ ଏବେଠୁ ନେତାଙ୍କ ଘରେ ଏବଂ ପାର୍ଟି କାର୍ଯ୍ୟାଳୟରେ ଡେରା ପକାଇବା ଆରମ୍ଭ କରିଦେଇଛନ୍ତି।
ଜିଲାରେ ୩ ମ୍ୟୁନିସିପାଲିଟି ଏବଂ ୨ ଏନ୍‌ଏସି ମଧ୍ୟରୁ ବାଲେଶ୍ୱର ମ୍ୟୁନିସିପାଲିଟି, ନୀଳଗିରି ଓ ନବଗଠିତ ରେମୁଣା ଏନ୍‌ଏସି ଅଧ୍ୟକ୍ଷ ଆସନ ମହିଳାବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି। ବାଲେଶ୍ୱର ପୌରପରିଷଦ ଅଧ୍ୟକ୍ଷ ଆସନରେ ମହିଳା, ନୀଳଗିରି ଓ ରେମୁଣା ଏନ୍‌ଏସି ଅଧ୍ୟକ୍ଷ ଆସନ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ସେହିପରି ଜଳେଶ୍ୱର ମ୍ୟୁନିସିପାଲିଟି ଅଧ୍ୟକ୍ଷ ଆସନ ଅଣସଂରକ୍ଷିତ ଓ ସୋର ମ୍ୟୁନିସିପାଲିଟି ଅଧ୍ୟକ୍ଷ ଆସନ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ରହିଛି। ଏହି ପଦ ପୂର୍ବରୁ ନିର୍ବାଚିତ କାଉନସିଲର ବା ପାରିଷଦମାନଙ୍କ ଦ୍ୱାରା ବଛାଯାଉଥିବା ବେଳେ ଚଳିତବର୍ଷ ଭୋଟରମାନେ ସିଧାସଳଖ ନିର୍ବାଚିତ କରିବାର ବ୍ୟବସ୍ଥା ହୋଇଛି। କାଉନସିଲରଙ୍କ ଭଳି ଅଧ୍ୟକ୍ଷ ପ୍ରାର୍ଥୀ ମଧ୍ୟ ଦଳୀୟ ଚିହ୍ନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ତେବେ ସବୁ ଦଳର ଆଶାୟୀ ପ୍ରାର୍ଥୀମାନେ ପୌରାଧ୍ୟକ୍ଷ ବା ଏନ୍‌ଏସି ଅଧ୍ୟକ୍ଷ ଭଳି ଗୁରୁତ୍ୱପୂର୍ଣ୍ଣ ଆସନରେ ବସିବା ଲାଗି ଦଳ ତଥା ନେତାଙ୍କ ନିକଟରେ ସେମାନଙ୍କ ଲବି ଆରମ୍ଭ କରିଦେଇଛନ୍ତି। ଅନ୍ୟପକ୍ଷରେ ୱାର୍ଡ଼ ସଂରକ୍ଷଣ ତାଲିକାରେ ବାଲେଶ୍ୱର ମ୍ୟୁନିସିପାଲିଟିର ୩୧ୱାର୍ଡ଼ ମଧ୍ୟରୁ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜନଜାତି(ମହିଳା) ବର୍ଗ ପାଇଁ ଗୋଟିଏ ଲେଖାଏଁ ଆସନ ସଂରକ୍ଷିତ ରହିଥିବା ବେଳେ ଅନୁସୂଚିତ ଜାତି (ମହିଳା) ବର୍ଗରୁ ୨ଜଣ, ସଂରକ୍ଷିତ ମହିଳା ଓ ଅଣସଂରକ୍ଷିତ ବର୍ଗ ପାଇଁ ୧୩ଟି ଲେଖାଏଁ ଆସନ ସଂରକ୍ଷିତ ରଖାଯାଇଛି। ଜଳେଶ୍ୱର ମ୍ୟୁନିସିପାଲିଟିର ୧୭ଟି ୱାର୍ଡ଼ ମଧ୍ୟରୁ ଅନୁସୂଚିତ ଜାତି(ମହିଳା), ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜନଜାତି (ମହିଳା) ବର୍ଗରୁ ୩ଟି ଆସନ ସଂରକ୍ଷିତ ରଖାଯାଇଥିବା ବେଳେ ସଂରକ୍ଷିତ ମହିଳା ଓ ଅଣସଂରକ୍ଷିତ ବର୍ଗ ପାଇଁ ୭ଟି ଲେଖାଏଁ ଆସନ ସଂରକ୍ଷିତ ରଖାଯାଇଛି। ୧୯ ୱାର୍ଡ଼କୁ ନେଇ ଗଠିତ ସୋର ମ୍ୟୁନିସିପାଲିଟିରେ ଅନୁସୂଚିତ ଜାତି, ଅନୁସୂଚିତ ଜାତି (ମହିଳା) ଓ ଅନୁସୂଚିତ ଜନଜାତି (ମହିଳା) ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି। ସଂରକ୍ଷିତ ମହିଳା ବର୍ଗଙ୍କ ପାଇଁ ୭ ଏବଂ ଅଣସଂରକ୍ଷିତ ବର୍ଗଙ୍କ ପାଇଁ ୯ଟି ଆସନ ସଂରକ୍ଷିତ ରହିଛି। ସେହିପରି ନୀଳଗିରି ଏନ୍‌ଏସିରେ ୧୩ଟି ୱାର୍ଡ଼ ରହିଥିବା ବେଳେ ଏଠାରେ ଅନୁସୂଚିତ ଜାତି, ଅନୁସୂଚିତ ଜାତି (ମହିଳା), ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜନଜାତି (ମହିଳା) ବର୍ଗଙ୍କ ପାଇଁ ୪ଟି ଆସନ ସଂରକ୍ଷିତ ରହିଥିବା ବେଳେ ସଂରକ୍ଷିତ ମହିଳା ବର୍ଗଙ୍କ ପାଇଁ ୪ଟି ଓ ଅଣସଂରକ୍ଷିତ ବର୍ଗ ପାଇଁ ୫ଟି ଆସନ ରହିଛି। ରେମୁଣା ଏନ୍‌ଏସି ୧୩ଟି ୱାର୍ଡ଼କୁ ନେଇ ଗଠିତ ହୋଇଛି। ଏଠାରେ ଅନୁସୂଚିତ ବର୍ଗ, ଅନୁସୂଚିତ ବର୍ଗ (ମହିଳା), ଅନୁସୂଚିତ ଜନଜାତି (ମହିଳା) ବର୍ଗ ପାଇଁ ଗୋଟିଏ ଲେଖାଏଁ ଆସନ ସଂରକ୍ଷିତ ରହିଥିବା ବେଳେ ସଂରକ୍ଷିତ ମହିଳା ବର୍ଗ ଓ ଅଣସଂରକ୍ଷିତ ବର୍ଗ ପାଇଁ ୫ଟି ଲେଖାଏଁ ଆସନ ସଂରକ୍ଷିତ କରାଯାଇଛି।
ପଞ୍ଚାୟତ ନିର୍ବାଚନ ପାଇଁ ଦଳଗୁଡ଼ିକ ପକ୍ଷରୁ ରଣନୀତି ପ୍ରସ୍ତୁତ କରିବାକୁ ନେତାଙ୍କୁ ଏବେ ସମୟ ମିଳୁ ନ ଥିବା ବେଳେ ସହରାଞ୍ଚଳରେ ମାଳ ମାଳ ଆଶାୟୀ ଏବେ ନେତା ଓ ପାର୍ଟି କାର୍ଯ୍ୟାଳୟରେ ଭିଡ଼ ଜମାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri