ଭୋଟରେ ପରୀ ହତ୍ୟା,ଚିନିକଳ ତାତି

ନୟାଗଡ଼ ଅଫିସ,୨୦।୨: ନୟାଗଡ଼ ନିର୍ବାଚନମଣ୍ଡଳୀ ଅଧୀନ ନୟାଗଡ଼ ବ୍ଲକର ୧୨,୧୩,୧୪ ଓ ୧୫ ନଂ.ଜୋନ୍‌ ଏବଂ ଓଡ଼ଗାଁ ବ୍ଲକର ୧  ଓ ୨ ନଂ. ଆଦି ୬ ଜୋନ୍‌ ରହିଛି । ସେଥିମଧ୍ୟରୁ ଓଡ଼ଗାଁ ବ୍ଲକର ୧ ଓ ୨ ନଂ.ଜୋନ୍‌ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଛି । ୧୨,୧୩,୧୪ ଓ ୧୫ନଂ.ବୁଥ୍‌ରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରବିବାର ଭୋଟ ଗ୍ରହଣ କରାଯିବ ା ନିର୍ବାଚନ ହେବାକୁ ଥିବା ଏହି ୪ଜୋନ୍‌ରେ ପରୀ ହତ୍ୟା, ଅଚଳ ଚିନିକଳ, ଧାନର ଅଭାବୀ ବିକ୍ରି ଓ ପୁରୁଣା କର୍ମୀଙ୍କୁ ଅଣଦେଖା ତାତି ଦେଖିବାକୁ ମିଳୁଛି। ଏପରି ପ୍ରସଙ୍ଗ ଶାସକ ଦଳର ଭୋଟକୁ ବିଭାଜନ କରିବ ବୋଲି ରାଜନୈତକ ବିଶେଷଜ୍ଞକମାନେ ମତ ରଖିଛନ୍ତି । ବିଜେଡି କିନ୍ତୁ ଜିଲାର ୨୪ ଜୋନ୍‌ ଦଖଲ କରିବ । ନବୀନଙ୍କ ଲୋକପ୍ରିୟତା ଓ କାର୍ଯ୍ୟଦକ୍ଷତା ବିରୋଧୀଙ୍କ ସବୁ ଖେଳ ବିଗାଡ଼ି ଦେବ । ବିରୋଧୀ ଦଳର ଅପପ୍ରଚାର ଭୋଟରଙ୍କୁ ପ୍ରଭାବିତ କରିପାରିବ ନାହିଁ ବୋଲି ଦଳୀୟ କର୍ମୀମାନେ କହିଛନ୍ତି ।

ନୟାଗଡ଼ ସଦର ଥାନା ଯଦୁପୁର ଗାଁର ୫ବର୍ଷର ଝିଅ ପରୀ ହତ୍ୟା ଘଟଣାର ଏଯାବତ ଗୁମର ଖୋଲିନାହିଁ। ହତ୍ୟାକାରୀଙ୍କୁ ନୟାଗଡ଼ ବିଧାୟକ ସୁରକ୍ଷା ଦେଉଥିବା ଭାଜପା, କଂଗ୍ରେସ ସହିତ ପରୀଙ୍କ ମା’ବାପା ଅଭିଯୋଗ କରିଆସୁଛନ୍ତି । ପରୀ ହତ୍ୟାକାଣ୍ଡର ଗୁମର ଖୋଲିବା, ପରୀକୁ ନ୍ୟାୟ ଦେବା ଦାବିରେ ଦୀର୍ଘଦିନ ଧରି ଆନ୍ଦୋଳନ ଚାଲିଥିଲା । ଅନ୍ୟପକ୍ଷେ ୨୦୧୯ ସାଧାରଣ ନିର୍ବାଚନ ପରେ ଚିନିକଳ ଚାଲୁ ହେବ ବୋଲି ଶାସକ ଦଳ ପକ୍ଷରୁ ଘୋଷଣା କରାଯାଇଥିଲା । ଇତିମଧ୍ୟରେ ୩ ବର୍ଷ ବିତିଥିଲେ ମଧ୍ୟ ଚିନିକଳ ବନ୍ଦ ପଡ଼ିଛି  ବହୁ ଯନ୍ତ୍ରାଂଶ ସେଠାରୁ ଚୋରି ହୋଇଗଲାଣି । ପୁଣି ବାତ୍ୟା ଜୱାଦରେ ଚାଷୀଙ୍କ ଧାନ ଫସଲ ଉଜୁଡ଼ି ଯାଇଥିଲା। ପ୍ରତି ମଣ୍ଡିରେ କୁଇଣ୍ଟାଲ ପିଛା୧୫ରୁ ୨୦କେଜି କଟ୍‌ନୀଛଟ୍‌ନୀ ଚାଲିଛି । କୃଷିମନ୍ତ୍ରୀଙ୍କ ଜିଲାରେ ଚାଷୀ ଉପେକ୍ଷିତ ହୋଇଥିବାରୁ ଅସନ୍ତୋଷ ବଢ଼ୁଛି । ବିଜେଡିରେ ପ୍ରତ୍ୟହ ନୂୂଆ କର୍ମୀ, ନେତା ମିଶୁଥିବା ବେଳେ ପୁରୁଣାନେତା, କର୍ମୀଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ଉଠିଛି । ପୁରୁଣା କର୍ମୀ ଓ ନେତା ବିକଳ୍ପ ଖୋଜୁଥିବାରୁ ଦଳ ପାଇଁ ତାହା ଘାତକ ସାଜିପାରେ ବୋଲି ମତ ପ୍ରକାଶ ପାଇଛି । ପୁଣି ଅସନ୍ତୁଷ୍ଟ ପ୍ରାର୍ଥୀ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହି ଶାସକ ଦଳର ଭୋଟକୁ ବିଭାଜନ କରିବା ଚିନ୍ତାର କାରଣ ପାଲଟିଛି। ସେହିଭଳି ଜିଲା ପରିଷଦ ପ୍ରାର୍ଥତ୍ତ୍ୱ ଉପରେ ପ୍ରଶ୍ନ ଉଠିଛି । ଅନେକ ଯୋଗ୍ୟ ପ୍ରାର୍ଥୀଙ୍କୁୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇ ଆସୁଛି । ଏନେଇ ଜଣେ ଭୋଟର କୁହନ୍ତି, ଗଁାଗଣ୍ଡାରେ ଭୋଟ କିଣା ଚାଲିଛି। ଗୋଟିିଏ ଭୋଟର ଦାମ ୫୦୦ରୁ ଦେଢ଼ ହଜାର ଟଙ୍କାରେ ବିକ୍ରି ହେଉଛି। ସବୁ ଭୋଟର ଟଙ୍କା ନେଉ ନ ଥିଲେ ମଧ୍ୟ ବଦନାମର ବୋଝ ମୁଣ୍ଡାଇବାକୁ ପଡୁଛି। ତେବେ ଟଙ୍କା ବାଣ୍ଟୁଥିବା ଦଳ ଓ ନେଉଥିବା ଭୋଟରଙ୍କ ଯୋଗୁ ବିକାଶ ବାଟବଣା ହୋଇଛି । ଦେଶ,ରାଜ୍ୟ,ଜିଲା ଓ ଗଁା ବଦଳି ପାରୁନି। ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ କହିବା ବେଳକୁ ଅଭିଯୋଗ ରଖିବାକୁ କେହି ଆଗ୍ରହୀ ନୁହନ୍ତି। ଅନ୍ୟ ଜଣେ ଭୋଟର କୁହନ୍ତି, ରାଜନୀତିରେ ଭଲ ଲୋକ ଖୋଜିଲେ ମିଳୁନାହାନ୍ତି । ଭଲ ଲୋକଙ୍କୁ ବଦନାମ କରାଯାଉଥିବାରୁ ଧୀରେ ଧୀରେ ରାଜନୀତି କଳୁଷିତ ହୋଇ ଚାଲିଛି । ଶାସକ ଦଳ ବିରୋଧରେ ପରବର୍ତ୍ତନର ହାୱା ବହୁଛି । ହେଲେ ଏହା କେତେଦୂର କାର୍ଯ୍ୟକରିବ ଭୋଟ ଗଣତି ପରେ ଜଣାପଡ଼ିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

୧୨ ବର୍ଷ ଧରି କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦ୍ରାପଡ଼ା,୨୯ା୪ (ଜଗନ୍ନାଥ ଧଳ): ଛକ ବଜାରଠାରୁ ଗ୍ରାମାଞ୍ଚଳରେ କୁକୁଡା ମାଂସ ବିକ୍ରୟ କେନ୍ଦ୍ର ଭରପୂର ରହିଛି। କେଜି ପ୍ରତି ୨୨୦ରୁ ୩୫୦ ଟଙ୍କାରେ ମାଂସ ବିକ୍ରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri