ଗଞ୍ଜେଇ ବ୍ୟବସାୟକୁ ନେଇ ୨ଭାଇଙ୍କୁ ଅପହରଣ ଉଦ୍ୟମ: ଜେଲ କର୍ମଚାରୀଙ୍କ ସମେତ ୭ ଗିରଫ

ଦାରିଙ୍ଗବାଡ଼ି,୧୧।୭(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ଗୁରୁବାର ୨ ଅପହୃତ ଯୁବକଙ୍କୁ ଉଦ୍ଧାର କରିବା ସହ ୭ ଅପହରଣକାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ବାଲିଗୁଡ଼ା ସବ୍‌ଜେଲର କର୍ମଚାରୀ ସୁବାସ ଚନ୍ଦ୍ର ବେହେରଦଳାଇ ଏବଂ ସୁପାରି ନେଇଥିବା ମୁନା ସାହୁ, ରବି ଗୌଡ଼, ସୁବରାମ ନାୟକ, ବାଲାଜୀ ଗୌଡ଼, ବୋଲେରୋ ଚାଳକ ପି.ସତ୍ୟମ ରେଡ୍ଡୀ ଏବଂ ଉମା ବିଶୋୟୀ। ସମସ୍ତ ଅଭିଯୁକ୍ତଙ୍କ ଘର ଗଞ୍ଜାମ ଜିଲା ଆସିକା, ହିଞ୍ଜିଳିକାଟୁ ଏବଂ ବ୍ରହ୍ମପୁର ଅଞ୍ଚଳରେ ବୋଲି ପୋଲିସ କହିଛି। ନଂ.୭୦/୧୯ରେ ମାମଲା ରୁଜୁ କରି ପୋଲିସ ଅଧିକ ତଦନ୍ତ ଚଳାଇଛି। ଅଭିଯୁକ୍ତଙ୍କ ଠାରୁ ଏକ ମାଉଜର, ଛୁରି, ୮ ମୋବାଇଲ ଫୋନ ଜବତ ହୋଇଥିବା ଆଇଆଇସି ଅଲେଖ ଗରଡ଼ିଆ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପୂର୍ବାହ୍ନ ୧୧ଟାରେ ବୋଲେରୋ (ନଂ.ଓଡି-୦୭ଟି-୨୬୦୦)ରେ ଦାରିଙ୍ଗବାଡ଼ି ଦେଇ ବୁଲୁ ନାୟକ ଓ ତାଙ୍କ ଭାଇ ବ୍ରଜକିଶୋରଙ୍କୁ ଅପହରଣ କରି ନିଆଯାଉଥିଲା। ବୁଲୁ ଚାରିଛକରେ ବୋଲେରୋରୁ ଡେଇଁ ଥାନାରେ ପହଞ୍ଚତ୍ଥିଲେ। ଅପହରଣକାରୀଙ୍କ କବଳରେ ତାଙ୍କ ଭାଇ ଥିବା ଆଇଆଇସିଙ୍କୁ କହିଥିଲେ। ଆଇଆଇସି ଗରଡ଼ିଆ ସଦଳବଳ ଦୁର୍ବୃତ୍ତଙ୍କ ପିଛା କରି ଗାଜଲବାଡ଼ି ଘାଟିରେ ଗାଡ଼ି ଚକାକୁ ଗୁଳିମାଡ କରି ଦୁର୍ବୃତ୍ତଙ୍କୁ କାବୁ କରିଥିଲେ। ଏଥିରେ ଜେଲ କର୍ମଚାରୀ ସମ୍ପୃକ୍ତ ଥିବା ଜାଣି ବାଲିଗୁଡ଼ା ଏସ୍‌ଡିପିଓ ବିନିତ ଅଗ୍ରୱାଲଙ୍କୁ ଅବଗତ କରାଇଥିଲେ। ପରେ ଏସ୍‌ଡିପିଓ ଜେଲ କର୍ମଚାର ବେହେରାଦଳାଇଙ୍କୁ ଦାରିଙ୍ଗବାଡ଼ି ଥାନାକୁ ଆଣି ପଚରାଉଚରା ପରେ ସମସ୍ତ ତଥ୍ୟ ପଦାକୁ ଆସିଥିଲା। ଅପହୃତ ବୁଲୁ କୌଣସି ଏକ ମାମଲାରେ ପୂର୍ବରୁ ବାଲିଗୁଡ଼ା ଜେଲରେ ରହିଥିଲେ। ସେଠାରେ ଜେଲ କର୍ମଚାରୀ ସୁବାସଙ୍କ ସହ ସମ୍ପର୍କ ହୋଇଥିଲା। ଜେଲରୁ ବାହାରିବା ପରେ ସୁବାସ ତାଙ୍କୁ ଗଞ୍ଜେଇ ପାଇଁ ୧ଲକ୍ଷ ଟଙ୍କା ଆଗୁଆ ଦେଇଥିଲେ। ତେବେ ବୁଲୁ ଟଙ୍କା ଖର୍ଚ୍ଚ କରିଦେଇ ଧରାଛୁଅଁା ଦେଇନଥିଲେ। ସୁବାସ ତାଙ୍କୁ ଅପହରଣ କରିବାକୁ ଯୋଜନା କରି ଗଞ୍ଜାମ ଅଞ୍ଚଳର ଅଭିଯୁକ୍ତମାନଙ୍କୁ ସୁପାରି ଦେଇଥିଲେ। ଗୁରୁବାର ବୁଲୁ ଏବଂ ତାଙ୍କ ଭାଇ ବାଇକରେ ଯାଉଥିବା ବେଳେ ଅଭିଯୁକ୍ତମାନେ ଅପହରଣ କରି ଗଞ୍ଜାମ ଜିଲା ଅଭିମୁଖେ ନେଇଯାଉଥିଲେ। ଦାରିଙ୍ଗବାଡ଼ି ଠାରେ ବୁଲୁ ବୋଲେରୋରୁ ଡେଇଁ ପଡିବା ପରେ ଅପହରଣ ଯୋଜନା ପଣ୍ଡ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri