୬ ଜିଲା ପରିଷଦ ଜୋନ୍‌ରେ ଭାଜପା-ବିଜେଡି ଲଢ଼େଇ

ବ୍ରହ୍ମପୁର ଅଫିସ,୧୪ା୨: ବ୍ରହ୍ମପୁର ସବଡିଭିଜନ ଅନ୍ତର୍ଗତ ଚିକିଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ରହିଛି ପାତ୍ରପୁର ଓ ଚିକିଟି ବ୍ଲକ। ଏହି ୨ ବ୍ଲକରେ ୬ ଜିଲା ପରିଷଦ ଜୋନ ରହିଛି। ଆସନ୍ତା ୧୮ ତାରିଖରେ ଚିକିଟି ଏବଂ ୨୦ ତାରିଖରେ ପାତ୍ରପୁରରେ ମତଦାନ ହେବ। ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରଚାରରେ ତତ୍ପରତା ପ୍ରକାଶ ପାଇଛି। ପାତ୍ରପୁର ବ୍ଲକର ୩୩ନଂ ଜୋନ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ହୋଇଥିବାରୁ ବିଜେଡି ଓ ଭାଜପା ସହ ସିପିଏମ ପକ୍ଷରୁ ଜଣେ ଆଦିବାସୀ ପ୍ରାର୍ଥୀ ହୋଇଛନ୍ତି। ୩ ଜୋନରେ ୧୦ ଜଣ ମଇଦାନରେ ଅଛନ୍ତି। ପାତ୍ରପୁର ବ୍ଲକର ୨୩ ପଞ୍ଚାୟତରେ ଭୋଟ ଲଢ଼େଇ ଜୋରଦାର ହେଉଛି। ଶଙ୍ଖକୁ ପଦ୍ମ କଡ଼ା ମୁକାବିଲା କରୁଛି। ଗଞ୍ଜାମ ଜିଲାର ଅନ୍ୟ ସ୍ଥାନ ଭଳି ପାତ୍ରପୁରରେ ମଧ୍ୟ କଂଗ୍ରେସ କେବଳ ନାମକୁ ମାତ୍ର ମଇଦାନକୁ ଓହ୍ଲାଇଛି।
ଆନ୍ଧ୍ର ସୀମାନ୍ତରେ ଥିବା ପାତ୍ରପୁର ବ୍ଲକରେ ସଂଖ୍ୟାଧିକ ତେଲୁଗୁ ଭୋଟର ଅଛନ୍ତି। ମୁଖ୍ୟତଃ ବି.ନୂଆଗାଁ, ସାମନ୍ତିଆପଲ୍ଲୀ, ଜୟନ୍ତୀପୁର, ବରଙ୍ଗ ଓ ଗୁଡ଼ିପଦରରେ ଭାଜପା ଅଧିକ ପ୍ରଭାବ ବିସ୍ତାର କରିଛି। ଅବଶିଷ୍ଟ ୧୮ ପଞ୍ଚାୟତରେ ଶଙ୍ଖ-ପଦ୍ମ ମଧ୍ୟରେ ସଂଘର୍ଷପୂର୍ଣ୍ଣ ଲଢ଼େଇ ହେଉଥିବା ବିଭିନ୍ନ ସୂତ୍ରରୁ ଖବର ମିଳିଛି। ପକେଟ ଭୋଟକୁ ସୁରକ୍ଷିତ ପାଇଁ ସିପିଏମ ଲଢ଼େଇ କରୁଛି। ସେହିପରି ଚିକିଟି ବ୍ଲକର ୧୭ ପଞ୍ଚାୟତରେ ମଧ୍ୟ ଭାଜପା ଓ ବିଜେଡି ମଧ୍ୟରେ ମୁହାଁମୁହିଁ ସ୍ଥିତି ରହିଛି। ଏହି ବ୍ଲକର ୧୬ନଂ ଜୋନ ପାଇଁ କଂଗ୍ରେସକୁ ପ୍ରାର୍ଥୀ ନ ମିଳିବା ରାଜନୈତିକ ଚର୍ଚ୍ଚାର ବିଷୟ ପାଲଟିଛି। ୧୭ ଓ ୧୮ନଂ ଜୋନରେ ମୁଖ୍ୟତଃ କଂଗ୍ରେସ, ଭାଜପା ଓ ବିଜେଡିର ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଏହି ବ୍ଲକରେ ମଧ୍ୟ ଅନେକ ଗ୍ରାମରେ ତେଲୁଗୁ ଭାଷାଭାଷି ଅଛନ୍ତି। ସୁରଳ, ସୁନାପୁର ଆଦି ମତ୍ସ୍ୟଜୀବୀ ବହୁଳ ଗ୍ରାମ ଚିକିଟି ବ୍ଲକ ଅନ୍ତର୍ଭୁକ୍ତ।
ଚିକିଟି ବିଧାନସଭା କ୍ଷେତ୍ରରେ ଚଳିତ ପଞ୍ଚାୟତ ନିର୍ବାଚନରେ ତେଲୁଗୁ ଭୋଟର ନିର୍ଣ୍ଣାୟକ ହେବେ ବୋଲି ରାଜନୈତିକ ସମୀକ୍ଷକ ପ୍ରାକ୍‌ ଆକଳନ କରିଛନ୍ତି। ଅନ୍ୟପକ୍ଷରେ ବିଭିନ୍ନ କାରଣରୁ ଏବଂ ସଂରକ୍ଷଣକୁ କେନ୍ଦ୍ର କରି ଶାସକ ବିଜେଡିରେ ଆରମ୍ଭରୁ ଅସନ୍ତୋଷ ଓ ବିଦ୍ରୋହ ଦେଖାଦେଇଛି। ଭାଜପା ଏହାର ଫାଇଦା ନେବାକୁ ପ୍ରୟାସ କରୁଥିଲେ ମଧ୍ୟ କେତେ ସଫଳ ହେବ ସେ ନେଇ ଚର୍ଚ୍ଚା ହେଉଛି। ସମଗ୍ର ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟିକା ଓ ଭାଜପାର ବିଧାୟକ ପ୍ରାର୍ଥୀ ପ୍ରଚାର ମଇଦାନରେ ମଙ୍ଗ ଧରିଛନ୍ତି। ସୂଚନାଯୋଗ୍ୟ ଦୀର୍ଘ ବର୍ଷରୁ ନିର୍ବାଚନ ମଣ୍ଡଳୀରେ ମୁଖ୍ୟତଃ କଂଗ୍ରେସ ଏବଂ ବିଜେଡି ମଧ୍ୟରେ ଦମଦାର ଲଢ଼େଇ ହେଉଥିଲା। ୨୦୧୯ ସାଧାରଣ ନିର୍ବାଚନ ବେଳେ ଭାଜପା ଦ୍ୱିତୀୟ ସ୍ଥାନକୁ ଉଠିବାରୁ କଂଗ୍ରେସ ତଳିତଳାନ୍ତ ହୋଇଯାଇଛି। ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କ ଅମାନତ ନ ରହିବା ଇତିହାସ ସୃଷ୍ଟି କରିଛି। ପୁରୁଣା କଂଗ୍ରେସ ନେତାଙ୍କ ପରିବାରରେ ରାଜନୈତିକ ବିବାଦ ଘନୀଭୂତ ହୋଇଛି। ପଞ୍ଚାୟତ ନିର୍ବାଚନରେ ଜଣେ ଭାଇ ଭାଜପାର ମଙ୍ଗୁଆଳ ସାଜିଥିବା ବେଳେ ଆଉ ଜଣେ ତୁରୁବୁଡ଼ି ଓ ନୂଆଗଡ଼ ଅଞ୍ଚଳରେ କଂଗ୍ରେସ ନେତା ସାଜିଛନ୍ତି। କଂଗ୍ରେସ ସପରିବାର ବିଭାଜିତର ବିଜେଡି ସୁଯୋଗ ନେଉଛି। ଏବେ ରାଜନୀତି ସ୍ଥିତି ବଦଳିବାରେ ଲାଗିଛି। ଆଦିବାସୀ ବହୁଳ ପଞ୍ଚାୟତମାନଙ୍କରେ ପାହାଡ଼ ଉପରେ ପଦ୍ମ ଫୁଟିବାରେ ଲାଗିଛି। ତେଣୁ ୬ ଜିଲା ପରିଷଦ ଜୋନରେ ଭୋଟ ଫଳାଫଳକୁ ବିଭିନ୍ନ ମହଲରୁ ନଜର ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

ସହରର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ନିର୍ବାହୀ ଅଧିକାରୀ, ଜବରଦଖଲକାରୀଙ୍କ ମଧ୍ୟରେ ଛନକା

ପୁରୁଷୋତ୍ତମପୁର,୧୪ା୧୨(ସବିତା ମିଶ୍ର): ଅବହେଳିତ ଭାବରେ ପଡ଼ିରହିଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ବିକାଶ ଲାଗି ଅଣ୍ଟାଭିଡ଼ିଛନ୍ତି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ। ସହର ମଧ୍ୟରେ ଓ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ବିଦ୍ୟୁତ୍ ଜରିମାନା ମାମଲା ବଢୁଛି : ଲୋକ ଅଦାଲତରେ ୨୨୨ ମାମଲା ଫଇସଲା

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୋର୍ଟରେ ଶନିବାର ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୪୨୨ଟି ମାମଲାରେ ଶୁଣାଣି ହୋଇ ୨୨୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri