କଟକ ଅଫିସ,୧୨ା୨- ଚିଲିକା ମଙ୍ଗଳାଯୋଡିରେ ମୋଟର ଚାଳିତ ଡଙ୍ଗା ଚାଲିବା ଘଟଣାର ଶୁଣାଣି ଶୁକ୍ରବାର ହାଇକୋର୍ଟରେ ହୋଇଥିଲା। ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡ଼ିଏ)ର ୩ ଅଧିକାରୀ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ। ସିଡ଼ିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶାନ୍ତ ନନ୍ଦ, ଚିଲିକା ବନଖଣ୍ଡ ଅଧିକାରୀ ଶରତ ମିଶ୍ର ଓ ଜିଲା ମତ୍ସ୍ୟ ଅଧିକାରୀ ଶଶାଙ୍କ ସାହୁ ଭର୍ଚୁଆଲ୍ରେ ହାଜର ହୋଇ ମଙ୍ଗଳାଯୋଡିରେ ମୋଟର ଚାଳିତ ଡଙ୍ଗା ଚାଲୁଥିବା ଘଟଣାକୁ ସ୍ବୀକାର କରିଥିଲେ। ଯେଉଁମାନଙ୍କୁ ଲାଇସେନ୍ସ ଦିଆଯାଇଛି ସେମାନେ ମଙ୍ଗଳାଯୋଡି ଅତିକ୍ରମ କରିବାବେଳେ ମୋଟରର ବ୍ୟବହାର କରିବେ ନାହିଁ ବୋଲି ସର୍ତ୍ତ ରଖାଯାଇଥିବା ସେମାନେ ଅଦାଲତଙ୍କୁ ଅବଗତ କରାଇଥିଲେ। ସେହିପରି ବିଦେଶାଗତ ପକ୍ଷୀଙ୍କ ଆଗମନ ସମୟରେ ମଙ୍ଗଳାଯୋଡି ଅଞ୍ଚଳରେ କୌଣସି ପ୍ରକାର ବ୍ୟାଘାତ ସୃଷ୍ଟି ନ ହେବା ପାଇଁ ମତ୍ସ୍ୟଜୀବୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥାଏ ବୋଲି ଅଦାଲତଙ୍କୁ ଅବଗତ କରାଯାଇଥିଲା। ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍. ମୁରଲୀଧର ଓ ବିଚାରପତି ରାଧାକୃଷ୍ଣ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରି ଆସନ୍ତା ୩ ଦିନ ମଧ୍ୟରେ ମଙ୍ଗଳାଯୋଡିର ମତ୍ସ୍ୟଜୀବୀଙ୍କ ସହ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏହି ନିର୍ଦ୍ଦେଶ କେତେଦୂର କାର୍ଯ୍ୟକାରୀ ହୋଇଛି ସେ ସଂକ୍ରାନ୍ତରେ ପରବର୍ତ୍ତୀ ଶୁଣାଣି ସୁଦ୍ଧା ସିଡିଏ କର୍ତ୍ତୃପକ୍ଷ ସତ୍ୟପାଠ ଜରିଆରେ ଜବାବ ଦାଖଲ କରିବେ। ତେବେ ଶୁକ୍ରବାର ଶୁଣାଣିବେଳେ ଏହି ଅଞ୍ଚଳର ମତ୍ସ୍ୟଜୀବୀ ପ୍ରଦୀପ ବେହେରା ଓ ନାବାସ ବେହେରା ପକ୍ଷଭୁକ୍ତ ହୋଇ କେବଳ ମଙ୍ଗଳାଯୋଡି ନୁହେଁ ଚିଲିକାର ନଳବଣ ପକ୍ଷୀବିହାରରେ ମଧ୍ୟ ଏହି ମୋଟର ଚାଳିତ ଡଙ୍ଗାର ବ୍ୟବହାର ଉପରେ କଟକଣା ଲାଗୁ ପାଇଁ ଅଦାଲତଙ୍କୁ ନିବେଦନ କରିଥିଲେ। ଅଦାଲତ ଏହାକୁ ଗ୍ରହଣ କରି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ଏ ସଂକ୍ରାନ୍ତରେ ବିଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
Posted inHome Left, ଆମ ଜିଲା ଖବର, କଟକ View All
ପୁଣି ଟ୍ରେନ୍ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…
ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...
ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା
ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...
ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ
ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...
ଆର୍ସିବିକୁ ବଡ଼ ଝଟ୍କା, ଏହି କାରଣରୁ ଖେଳିବେ ନାହିଁ…
ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍କୁ...
ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ
ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...
କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…
ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...
ଟିମ୍ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି
ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍ନେସ୍ ଏବଂ ବୟସକୁ ନେଇ ଚାଲିଥିବା...
ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…
ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...
Archives


