ଭୋଟ ନ ଦେଲେ ଘର ଉଚ୍ଛେଦ ଧମକ

ପାରଳାଖେମୁଣ୍ଡି,୪ା୨(ଡି.ଏନ୍‌.ଏ.): କାଶୀନଗର ବ୍ଲକ ହାଡୁଭଙ୍ଗୀ ଗ୍ରାମରେ ଶାସକ ଦଳ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୂର୍ବରୁ ଗାଁ ଲୋକେ ସରକାରୀ ଜମି ଜବରଦଖଲ କରି ରହିଥିବା ବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତ ଡିସେମ୍ବରରେ ଉଚ୍ଛେଦ ପ୍ରକିୟା ଆରମ୍ଭ ହୋଇଥିଲା। ପରେ ନିର୍ବାଚନ ଆଚରଣ ବିଧି ଲାଗୁ ପରେ ଉଚ୍ଛେଦ ପ୍ରକିୟା ବନ୍ଦ ରହିଛି। ହେଲେ ଗତ ଗୁରୁବାର ପ୍ରଶାସନ ପକ୍ଷରୁ ପୁଣି ଥରେ ଉଚ୍ଛେଦ ନିମନ୍ତେ ଲୋକଙ୍କ ଘର ଚିହ୍ନଟ କରାଯାଇଛି। ସରକାରୀ ଜାଗାରେ ଥିବା ଘର ୭ ଦିନ ମଧ୍ୟରେ ଭାଙ୍ଗି ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ନେଇ ଶାସକ ଦଳର କିଛି ନେତା ଭୋଟ ନ ଦେଲେ ଘର ଭଙ୍ଗାଯିବ ବୋଲି ଧମକ ଦେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ସମୟରେ ପ୍ରଶାସନର ଏଭଳି କାର୍ଯ୍ୟକୁ ସ୍ଥାନୀୟ ବିଧାୟକ କେ. ନାରାୟଣ ରାଓ ନିନ୍ଦା କରିବା ସହ ଘଟଣାକୁ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଷ ପାଇଁ କଠୋର ହେଲା ପୋଲିସ: ଚାଷୀଙ୍କୁ ଦେଲା ଚେତାବନୀ

ଦାରିଙ୍ଗବାଡି,୧୯।୧୨(ଅରୁଣ ସାହୁ):ଏଥର ଆଉ ଗଞ୍ଜେଇ ନୁହେଁ, ପନିପରିବା, ଷ୍ଟ୍ରବେରୀ, ମକା, ଜୈବିକ ହଳଦୀ, କ୍ଷୁଦ୍ରଦାନା ଚାଷକୁ ଅଧିକା ଗୁରୁତ୍ୱ ଦିଅ। ଗଞ୍ଜେଇ ଚାଷ କଲେ ପୋଲିସ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

IND vs SA 5th T20: ଆଜି ନିର୍ଣ୍ଣାୟକ ଲଢ଼େଇ, କେଉଁଠି କେମିତି ଦେଖିବେ ମ୍ୟାଚ ଜାଣନ୍ତୁ

ନୂଆଦିଲ୍ଲୀ,୧୯ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ ସବୁଠାରୁ ରୋମାଞ୍ଚକର ପର୍ଯ୍ୟାୟରେ ପହଞ୍ଚିଛି। ଆଜି ସିରିଜର...

ମହିଳାଙ୍କୁ ଯୌନ ଉତ୍ପୀଡନରୁ ରକ୍ଷା କରିବା ସମସ୍ତଙ୍କ ଦାୟିତ୍ୱ

ଦିଗପହଣ୍ଡି, ୧୯।୧୨(ଅଶେଷ ନାଥ ମିଶ୍ର): ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି-ବ୍ରହ୍ମପୁର ମୂଖ୍ୟ ରାସ୍ତାକଡ଼ରେ ଥିବା ପଦ୍ମନାଭପୁର ସରସ୍ବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାମନ୍ଦିର ପରିସରରେଠାରେ ଆଇନ...

କଳିଙ୍ଗା ଘାଟିରେ ଡ୍ରେନକୁ ଖସିଲା ବସ: ଘନ କୁହୁଡି ଯୋଗୁ…

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଓ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ରେ ମାଟି ଓ ପଥର ଖସିବା ପରଠୁ ଘାଟିରେ କିଛି ଦିନ...

ରକ୍ତ ନେଇ HIV ସଂକ୍ରମିତ ହେଲେ ଥାଲାସେମିଆ ପୀଡିତ ୫ ଶିଶୁ: ୨ ଡାକ୍ତର ସସପେଣ୍ଡ

ନୂଆଦିଲ୍ଲୀ,୧୯ା୧୨: ମଧ୍ୟପ୍ରଦେଶର ସତନା ଜିଲାରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଥାଲାସେମିଆ ରୋଗରେ ପୀଡ଼ିତ ୫ ଜଣ ଶିଶୁଙ୍କୁ ସରକାରୀ ଡାକ୍ତରଖାନାରେ ରକ୍ତ ଦିଆଯିବା...

ପୌଷ ଅମବାସ୍ୟାରେ ଖୋଲିବ ଏହି 3 ରାଶିର ଭାଗ୍ୟ, ସବୁ କ୍ଷେତ୍ରରେ ମିଳିବ ସଫଳତା

ନୂଆଦିଲ୍ଲୀ,୧୯ା୧୨: ଆଜି ପବିତ୍ର ପୌଷ ଅମବାସ୍ୟା । ଆଜି ଭାବପ୍ରବଣ ଗଭୀରତା ଏବଂ ନବୀକରଣ ଶକ୍ତିର ଦିନ। ଆଜି ଶାନ୍ତ ଏବଂ ସଚ୍ଚୋଟ ଆଲୋଚନା, ଅତୀତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri