Posted inଜାତୀୟ

ଏମ୍‌ପିଙ୍କୁ ମୋଦିଙ୍କ ନିବେଦନ: ନିର୍ବାଚନ ଯିବ-ଆସିବ, ଚଳିତ ଅଧିବେଶନକୁ କରନ୍ତୁ ଫଳପ୍ରଦ

ନୂଆଦିଲ୍ଲୀ,୩୧।୧: ପାର୍ଲାମେଣ୍ଟର ବଜେଟ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମ ସହ କଥା ହୋଇଥିଲେ। ଏହି ସମୟରେ ସେ ବଜେଟ ଅଧିବେଶନକୁ ଫଳପ୍ରଦ କରିବାକୁ ଏମ୍‌ପିମାନଙ୍କୁ ନିବେଦନ କରିଥିଲେ। ଆମେ ସମସ୍ତେ ଏହି ଅଧିବେଶନକୁ ଯେତେ ଫଳପ୍ରଦ କରିବା, ଦେଶର ଅର୍ଥନୀତି ସେତେ ଉଚ୍ଚତାରେ ପହଞ୍ଚିବ। ନିର୍ବାଚନ ଅଧିବେଶନ ଆଲୋଚନା ଉପରେ ପ୍ରଭାବ ପକାଇଥାଏ, କିନ୍ତୁ ମୁଁ ସମସ୍ତ ଏମ୍‌ପିଙ୍କୁ ଅନୁରୋଧ କରୁଛି ଯେ ର୍ନିବାଚନ ଯିବ-ଆସିବ, କିନ୍ତୁ ବଜେଟ ଅଧିବେଶନ ବର୍ଷର ବ୍ଲୁ ପ୍ରିଣ୍ଟ ଆଙ୍କେ। ତେଣୁ ଏହାକୁ ଫଳପ୍ରଦ କରନ୍ତୁ। ଆଜିଠାରୁ ବଜେଟ ଅଧିବେଶନ ଆରମ୍ଭ ହେଉଛି। ଏହି ଅଧିବେଶନରେ ମୁଁ ସମସ୍ତ ଏମ୍‌ପିଙ୍କୁ ସ୍ବାଗତ କରୁଛି। ଚଳିତ ଅଧିବେଶନ ଦେଶର ଅର୍ଥନୈତିକ ପ୍ରଗତି, ଟିକାକରଣ କାର୍ଯ୍ୟକ୍ରମ, ମେଡ ଇନ ଇଣ୍ଡିଆ ଟିକାକୁ ନେଇ ବିଶ୍ୱରେ ଆତ୍ମବିଶ୍ୱାସ ସୃଷ୍ଟି କରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଆହୁରି ମଧ୍ୟ କହିଛନ୍ତି, ସମସ୍ତ ସାଂସଦ ଏବଂ ରାଜନୈତିକ ଦଳ ଖୋଲା ମନରେ ଗୁଣାତ୍ମକ ଆଲୋଚନା କରିବା ଉଚିତ୍‌। ଦେଶକୁ ଦ୍ରୁତ ଅଭିବୃଦ୍ଧି ପଥରେ ନେବାରେ ସାହାଯ୍ୟ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଏମ୍‌ପିମାନଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତହସିଲଦାରଙ୍କୁ ମିଳିଲା ପୁରୁଣା ଜମି କାଗଜପତ୍ର ମ୍ୟୁଟେସନ୍ କ୍ଷମତା; SOP ଜାରି କଲା ରାଜସ୍ୱ ବିଭାଗ

ଭୁବନେଶ୍ୱର,୧୯ା୧୨: ଜମିଜମା ସମ୍ବନ୍ଧୀୟ ଦୀର୍ଘ ଦିନର ମାମଲାକୁ ହ୍ରାସ କରିବା ପାଇଁ ଓଡ଼ିଶା ରାଜସ୍ୱ ବିଭାଗ ଏକ ବଡ଼ ପ୍ରଶାସନିକ ସଂସ୍କାର ଆଣିଛି। ପୁରୁଣା ପଞ୍ଜୀକୃତ...

ଓମାନରେ ମୋଦିଙ୍କୁ ଭବ୍ୟ ସ୍ବାଗତରେ ଥରି ଉଠିଲା ମୁସଲମାନ ଦେଶ, ପାକିସ୍ତାନୀ ବିଶେଷଜ୍ଞ କହିଲେ…

ମସ୍କାଟ୍‌/ନୂଆଦିଲ୍ଲୀ,୧୯ା୧୨: ଜୋର୍ଡାନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓମାନରେ ମିଳିଥିବା ଭବ୍ୟ ସ୍ବାଗତରେ ପାକିସ୍ତାନ ରାଗରେ ଖପ୍ପା ହୋଇଉଠିଛି। ମୁସଲମାନ ଦେଶଗୁଡ଼ିକରେ ତାଙ୍କୁ ମିଳିଥିବା ସ୍ବାଗତ...

ମଧୁମେହରେ ପ୍ରତି ୯ ସେକେଣ୍ଡରେ ଜଣଙ୍କର ମୃତ୍ୟୁ, 2050 ମସିହା ସୁଦ୍ଧା…

ନୂଆଦିଲ୍ଲୀ,୧୯ା୧୨: ଭାରତ ସମେତ ଅନେକ ପ୍ରମୁଖ ଦେଶ ପାଇଁ ମଧୁମେହ ଏକ ପ୍ରମୁଖ ସମସ୍ୟା ହେବାରେ ଲାଗିଛି । ଭାରତରେ ଏହି ରୋଗ ଏତେ ଦ୍ରୁତ...

୪୧ ବର୍ଷରେ ପୁଣି ମା’ ହେଲେ ଭାରତୀ: ଶୁଟିଂ ଯିବା ପୂର୍ବରୁ…

କମେଡିଆନ ଭାରତୀ ସିଂହ ପୁଣି ଥରେ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାରତୀ ତାଙ୍କର ଲୋକପ୍ରିୟ ଟିଭି ଶୋ ‘ଲାଫଟର୍‌...

ସ୍କୁଲରେ ପାଳନ ହେବନି ଶିଶୁଦିବସ, ଗୁରୁଦିବସ! ସରକାରଙ୍କୁ ଏପରି ଦାବି କଲେ ଶିକ୍ଷକ

ଭୁବନେଶ୍ୱର,୧୯ା୧୨: ୨୦୨୬ ମସିହା ପାଇଁ ପ୍ରକାଶ ପାଇଥିବା ବିଦ୍ୟାଳୟର ବାର୍ଷିକ ଛୁଟି ତାଲିକାରେ ଗୁରୁ ଦିବସ ଏବଂ ଶିଶୁ ଦିବସକୁ ‘ପାଳନୀୟ ଦିବସ’ ଭାବେ ସ୍ଥାନ...

ଘର ଲିପୁଥିଲେ ମହିଳା, ମାଡ଼ିଗଲା ଟ୍ରାକ୍ଟର, ଚାପି ହୋଇ…

ଚାନ୍ଦବାଲି,୧୯ା୧୨(ଅଶୋକ କୁମାର ପଣ୍ଡା): ଘର ଉପରେ ମାଡ଼ିଗଲା ଟ୍ରାକ୍ଟର। ଫଳରେ ଜଣେ ମହିଳା ଟ୍ରାକ୍ଟର ତଳେ ଚାପିହୋଇ ଗୁରୁତର ହୋଇଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି...

ଅଡ଼ୁଆରେ ମୋହନ ସରକାର: ତରବରିଆ ନିଷ୍ପତ୍ତି ବଢାଇଲା ଟେନ୍‌ସନ୍‌

ଭୁବନେଶ୍ୱର,୧୯।୧୨(ରବିନାରାୟଣ ଜେନା):ବିଧାନସଭାର ଶୀତକାଳୀନ ଅଧିବେଶନରେ ରାଜ୍ୟ ସରକାର ବିଧାୟକ, ମନ୍ତ୍ରୀ, ବାଚସ୍ପତି ଏବଂ ଉପବାଚସ୍ପତିଙ୍କ ଦରମା ବଢ଼ାଇବା ପାଇଁ ଯେଉଁ ବିଧେୟକ ଗୃହୀତ କରିଥିଲେ ତାହା...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri