Posted inଖେଳ

୪ ବଲ୍‌ରୁ ୪ ଉଇକେଟ୍‌ ନେଇ ଇତିହାସ ରଚିଲେ ଏହି ବୋଲର୍‌

ବାର୍‌ବାଡୋସ୍‌,୩୧।୧: ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜର ଶେଷ ମ୍ୟାଚରେ କାରିବିଆନ ବୋଲର ଜେସନ ହୋଲ୍ଡର ଚାରିଟି ବଲରେ ଚାରିଟି ଉଇକେଟ ନେଇଥିଲେ। ଏହା ସହିତ ସେ ନିଜ ଦଳକୁ ସିରିଜର ଶେଷ ମ୍ୟାଚ ବିଜୟ ଦେବା ସହ ସିରିଜ ଜିତାଇଥିଲେ। ଏହି ମ୍ୟାଚର ଶେଷ ଓଭରରେ ହୋଲ୍ଡର ତାଙ୍କ ନାମରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ ଏବଂ ଭାରତୀୟ ଦଳକୁ ମଧ୍ୟ ଚେତାବନୀ ଦେଇଥିଲେ। ହୋଲ୍ଡର ହେଉଛନ୍ତି ପ୍ରଥମ ୱେଷ୍ଟଇଣ୍ଡିଜ ବୋଲର ଯିଏକି ଟି -୨୦ କ୍ରିକେଟରେ ହ୍ୟାଟ୍ରିକ ନେଇଛନ୍ତି। ଏଥି ସହିତ ସେ ଦୁନିଆର ଚତୁର୍ଥ ବୋଲର, ଯିଏ ଚାରି ବଲରେ ଚାରି ଉଇକେଟ ନେଇଛନ୍ତି।
ହୋଲ୍ଡରଙ୍କ ପୂର୍ବରୁ ଆଫଗାନିସ୍ତାନର ରସିଦ ଖାନ, ଶ୍ରୀଲଙ୍କାର ଲାସିଥ ମାଲିଙ୍ଗା ଏବଂ ଆୟର୍ଲାଣ୍ଡର କୁର୍ତ୍ତି କେମ୍ପର ଅନ୍ତର୍ଜାତୀୟ କ୍ରିକେଟରେ ଏହି ସଫଳତା ହାସଲ କରିଛନ୍ତି। ଏହି ମ୍ୟାଚରେ ହୋଲ୍ଡର ମଧ୍ୟ ପାଞ୍ଚଟି ଉଇକେଟ ନେଇଛନ୍ତି।
ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ଉଭୟ ଦଳ ପ୍ରତ୍ୟେକ ଦୁଇଟିରେ ବିଜୟ ହାସଲ କରିଥିଲେ ଏବଂ ପଞ୍ଚମ ମ୍ୟାଚ ସିରିଜର ନିର୍ଣ୍ଣାୟକ ଥିଲା। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ୧୭୯ ରନ ସଂଗ୍ରହ କରିଥିଲା। ଅଧିନାୟକ ପୋଲାର୍ଡ ୪୧ ଏବଂ ରୋଭମାନ ପାୱେଲ ୩୫ ରନ ସ୍କୋର କରିଥିଲେ। ଇଂଲଣ୍ଡ ପାଇଁ ଆଦିଲ ରସିଦ ଏବଂ ଲିଭିଙ୍ଗଷ୍ଟୋନ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ୧୮୦ ରନ୍‌ର ଏକ ଟାର୍ଗେଟକୁ ପଛରେ ପକାଇ ଇଂଲଣ୍ଡ ୧୬୨ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା।
ୱେଷ୍ଟଇଣ୍ଡିଜ ଫେବୃୟାରୀ ୬ରୁ ଭାରତ ବିପକ୍ଷରେ ଦିନିକିଆ ଏବଂ ତା’ପରେ ଟି -୨୦ ସିରିଜ ଖେଳିବାକୁ ପଡିବ। ହୋଲ୍ଡର୍‌ ଉଭୟ ଫର୍ମାଟରେ ୱେଷ୍ଟଇଣ୍ଡିଜ ଦଳର ଏକ ଅଂଶ। ଏଭଳି ପରିସ୍ଥିତିରେ ଭାରତୀୟ ଖେଳାଳିଙ୍କୁ ସତର୍କ ରହିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri