ଲିଙ୍ଗରାଜଙ୍କ ଜମିରେ ନିର୍ମାଣକୁ ଲାଗିଲା ରୋକ୍‌

ଭୁବନେଶ୍ୱର,୩୧ା୧(ବ୍ୟୁରୋ): ଏୟାରପୋର୍ଟ ନିକଟସ୍ଥ ଲିଙ୍ଗରାଜଙ୍କ ଜମିରେ ଏକ ଘରୋଇ ସଂସ୍ଥା ଚଳାଇଥିବା ନିର୍ମାଣ କାର୍ଯ୍ୟକୁ ରବିବାର ଖୋର୍ଦ୍ଧା ଜିଲା ପ୍ରଶାସନ ବନ୍ଦ କରିଛି। ଉକ୍ତ ଜମିରେ ଭୂମି ପୂଜନ କରାଯାଉଥିବାବେଳେ ଭୁବନେଶ୍ୱର ତହସିଲଦାର ଓ ଅତିରିକ୍ତ ତହସିଲଦାର ଉକ୍ତ ବିବାଦୀୟ ଜମି ନିକଟରେ ପହଞ୍ଚତ୍ ସେଠାରେ ନାଲି ପତାକା ପୋତିବା ସହ ଏକ କଣ୍ଟେନରକୁ ଜବତ କରିଛନ୍ତି। ଉକ୍ତ ଜମିକୁ ନେଇ ବୋର୍ଡ ଅଫ ରେଭିନ୍ୟୁରେ ମାମଲା ବିଚାରାଧୀନ ରହିଥିବାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସେଠାରେ କିଛି ନିର୍ମାଣ କାର୍ଯ୍ୟ ନ କରିବାକୁ ନୋଟିସ୍‌ ଲଗାଯିବା ସହ ସେଠାରେ ଗାତ ଖୋଳାଯାଇଛି। ୨୦୧୬ରେ ପ୍ରଭୁ ଲିଙ୍ଗରାଜଙ୍କ ୨ ଏକର ୨୦୦ ଡିସିମିଲ ଜମିକୁ ଜଣେ ସାଧାରଣ ଲୋକଙ୍କ ନାମରେ ଟ୍ରାନ୍ସଫର କରାଯାଇଥିଲା। ଏହାପରେ ଜଣେ ବ୍ୟକ୍ତି ଉକ୍ତ ଜମିକୁ ଆଉ ଜଣଙ୍କୁ ବିକ୍ରି କରିଦେଇଥିଲେ। ଏହି ଜମି ଉପରେ ଏକ ଘରୋଇ ସଂସ୍ଥା ନିର୍ମାଣ କାର୍ଯ୍ୟ କରୁଥିଲା। ତେବେ ପରବର୍ତ୍ତୀ ସମୟରେ ଲିଙ୍ଗରାଜଙ୍କ ଜମିକୁ ପୁଣିଥରେ ଫେରାଇ ନେବାକୁ ତକତ୍ାଳୀନ ରାଜସ୍ବ ସଚିବ ବିଷ୍ଣୁପଦ ସେଠୀ ଖୋର୍ଦ୍ଧା ଜିଲାପାଳଙ୍କୁ ଚିଠି ଲେଖିଥିଲେ। ବୋର୍ଡ ଅଫ ରେଭିନ୍ୟୁରେ ମାମଲା ବିଚାରାଧୀନ ଥିବାବେଳେ ଘରୋଇ ସଂସ୍ଥା ଏହି ଜମିରେ ନିର୍ମାଣ କାମ କରୁଥିବାରୁ ଏହାକୁ ବନ୍ଦ କରାଯାଇଛି।
ଏନେଇ ଭୁବନେଶ୍ୱର ତହସିଲଦାର ପ୍ରଦୀପ କୁମାର ସାହୁ କହିଛନ୍ତି, ବୋର୍ଡ ଅଫ ରେଭିନ୍ୟୁ ନିର୍ଦ୍ଦେଶ ଅନୁଯାୟୀ କାମ ବନ୍ଦ କରିଛୁ। ପୋଲିସ୍‌ ଉପସ୍ଥିତିରେ ଏହା ବନ୍ଦ ହୋଇଛି। ଯେପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନ ହୋଇଛି ସେପର୍ଯ୍ୟନ୍ତ କାମ ବନ୍ଦ ରହିବ ବୋଲି ସେ କହିଛନ୍ତି। ତେବେ ଲିଙ୍ଗରାଜ ଜମି ବିବାଦକୁ ନେଇ ରାଜ୍ୟ ସରକାରଙ୍କୁ ଭାଜପା ପକ୍ଷରୁ ଟାର୍ଗେଟ କରାଯାଇଛି। ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ଠାକୁରଙ୍କ ଜମିକୁ ଯଦି ଲୋକେ ହଡ଼ପ କରିବେ ତେବେ ଏହାଠାରୁ ଦୁର୍ଭାଗ୍ୟପୂର୍ଣ୍ଣ ଆଉ କିଛି ହୋଇପାରିବ ନାହିଁ। ଏହି ସରକାର ସମୟରେ ଠାକୁର ସୁରକ୍ଷିତ ନୁହନ୍ତି। ଠାକୁରଙ୍କ ସମ୍ପତ୍ତି ରକ୍ଷଣାବେକ୍ଷଣ ଦାୟିତ୍ୱ ରାଜ୍ୟ ସରକାରଙ୍କର ଥାଏ। ହେଲେ ସରକାର ଦେବସ୍ବ ସହ ଠାକୁର ଖାଇ ଖଟୁଲୀ ଖାଇବା କାର୍ଯ୍ୟରେ ଲିପ୍ତ ଅଛନ୍ତି। ଲିଙ୍ଗରାଜ ଓ ଜଗନ୍ନାଥଙ୍କ ଜମିସବୁ ହଡ଼ପ ହେଉଛି। ସରକାର ଏହାକୁ ଗୁରୁତର ସହ ନିଅନ୍ତୁ ବୋଲି ମହାନ୍ତି କହିଛନ୍ତି। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଘଟଣାର ତିବ୍ର ନିନ୍ଦା କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଯେଉଁମାନେ ଏଭଳି ଜଘନ୍ୟ କାମରେ ସମ୍ପୃକ୍ତ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଲାଗି ରାଉତରାୟ ଦାବି କରିଛନ୍ତି। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କିନ୍ତୁ ଲିଙ୍ଗରାଜଙ୍କ ଜମିକୁ ନେଇ କୌଣସି ସାଲିସ କରାଯିବ ନାହିଁ ବୋଲି କହିଛନ୍ତି।
ସୂଚନାଯୋଗ୍ୟ ଯେ, ଏୟାରପୋର୍ଟ ନିକଟସ୍ଥ ଭୀମପୁର ମୌଜା ଖାତା ନମ୍ବର ୫୪୪/୨୮୬ ପ୍ଲଟ ନମ୍ବର ୮୫/୫୭୩ରେ ଲିଙ୍ଗରାଜଙ୍କ ୨ ଏକର ୨୦୦ ଡିସିମିଲ ଜମି ରହିଛି। କୋଟି କୋଟି ଟଙ୍କା ମୂଲ୍ୟର ଏହି ଜମି ବେଆଇନ ଭାବେ ବ୍ୟକ୍ତିଗତ ମାଲିକାନାକୁ ଚାଲିଯାଇଛି। ଏହି ଜମିକୁ ନେଇ ଦେବୋତ୍ତର କମିଶନର ଦେବୋତ୍ତର ଆଇନ ଧାରା-୨୫ରେ ଏକ ମାମଲା ରୁଜୁ କରିଥିଲେ। ଯାହା କି ବର୍ତ୍ତମାନ ମଧ୍ୟ ବିଚାରଧୀନ ରହିଛି। ଲିଙ୍ଗରାଜଙ୍କ ମାର୍ଫତକୁ ଉକ୍ତ ଜମି ଫେରାଇ ଆଣିବା ପାଇଁ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ ମଧ୍ୟ ଏକ ସିଭିଲ ସୁଟ୍‌ କରିଥିଲେ। ଏହା ମଧ୍ୟ ବର୍ତ୍ତମାନ ସମୟରେ ବିଚାରାଧୀନ ରହିଛି। ଖାତା ସଂଶୋଧନ କରି ଲିଙ୍ଗରାଜଙ୍କ ନାମରେ ଜମି କରିଦେବା ପାଇଁ ବିଷ୍ଣୁପଦ ସେଠୀ ରାଜସ୍ବ ସଚିବ ଥିବାବେଳେ ରିଭିଜନ କରିବା ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ତଥା ଖୋର୍ଦ୍ଧା ଜିଲାପାଳଙ୍କୁ ଚିଠି ଲେଖିଥିଲେ। ତାହା ଜିଲାପାଳଙ୍କ ନିକଟରେ ବିଚାରାଧୀନ ଥିବାବେଳେ ସେଠାରେ ଘରୋଇ ସଂସ୍ଥା ନିର୍ମାଣ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri