ଅସନ୍ତୁଷ୍ଟ କର୍ମୀ, ନେତାଙ୍କ ଉପରେ ବିରୋଧୀଙ୍କ ନଜର

ଜଗତ୍‌ସିଂହପୁର ଅଫିସ, ୩୦ା୧: ଜଗତ୍‌ସିଂହପୁର ଜିଲା ପରିଷଦର ୩ନଂ.ଜୋନ୍‌ରେ ସଭ୍ୟ ପଦ ପାଇଁ ବିଜେଡି, କଂଗ୍ରେସ, ଭାଜପା ଓ ବିଏସ୍‌ପି ପକ୍ଷରୁ ପ୍ରାର୍ଥୀ ଦିଆଯାଇଥିବାବେଳେ ସେଠାରେ ବିଶେଷକରି ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଆଲୋଚନା ହେଉଛି। ନିର୍ବାଚନରେ କଂଗ୍ରେସ ଓ ଭାଜପା ବିଭିନ୍ନ ଦୁର୍ନୀତି ପ୍ରସଙ୍ଗରେ କହି ଭୋଟ ହାତେଇବାକୁ ଉଦ୍ୟମ କରୁଥିବାବେଳେ ବିଜେଡି କ୍ଷମତାରେ ଥିବା କହି ପ୍ରଚାର ଜୋର୍‌ଦାର କରୁଛି। ଏଭଳି ସ୍ଥିତିରେ ଅସନ୍ତୁଷ୍ଟ କର୍ମୀ, ନେତାଙ୍କ ଉପରେ ବିରୋଧୀଙ୍କ ନଜର ରହିଛି।

ଅଳା, ତରଡ଼ାପଡ଼ା, ପଳାଶୋଳ, ପୁନଙ୍ଗ, ସମଙ୍ଗ, ସାଁପୁର, ସିଂହାରପୁର ଏବଂ ଅୟର ଆଦି ପଞ୍ଚାୟତକୁ ନେଇ ଏହି ଜୋନ୍‌ ଗଠିତ। ଏଠାରେ ଭାଜପାରୁ ତାପସୀ ମଲ୍ଲିକ, କଂଗ୍ରେସରୁ ସ୍ବର୍ଣ୍ଣଲତା ମଲ୍ଲିକ, ବିଜେଡିରୁ ମନୋଜ ଭୋଇ ଓ ବିଏସ୍‌ପିରୁ ସୁଚିତ୍ରା ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି। ଗତ ୩ଟି ନିର୍ବାଚନ ବିଜେଡି ସପକ୍ଷରେ ଥିଲା। କିନ୍ତୁ ଏଥର ରାଜନୈତିକ ସମୀକରଣ କ’ଣ ହେବ, ତାହା କହିହେଉନାହିଁି । ଏହି ଜୋନ୍‌ ଅଞ୍ଚଳରେ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ତଥା ଜିଲା କଂଗ୍ରେସ ସଭାପତି ନଟବର ବାରିକ ଓ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ତଥା ବିଜେଡି ନେତା ଦେବୀଦତ୍ତ ମହାନ୍ତିଙ୍କ ଘର। ସେମାନେ ଦୀର୍ଘବର୍ଷ ଧରି ଏହି ଜୋନ୍‌ରେ ଦଳୀୟ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। କିନ୍ତୁ ଏହି ନିର୍ବାଚନରେ ମହାନ୍ତିଙ୍କ ଭୂମିକାକୁ ନେଇ ସନ୍ଦେହ ପ୍ରକାଶ ପାଇଛି।

ନିର୍ବାଚନ ସମ୍ପର୍କରେ କଂଗ୍ରେସ ପକ୍ଷରୁ କୁହାଯାଇଛି, ସ୍ବର୍ଣ୍ଣଲତାଙ୍କ ସ୍ବାମୀ ପ୍ରଶାନ୍ତ କୁମାର ମଲ୍ଲିକ ହେଉଛନ୍ତି ଜିଲା ଯୁବ କଂଗ୍ରେସ ସଭାପତି। ସେ ଗତ ସାଧାରଣ ନିର୍ବାଚନରେ ଏମ୍‌ପି ପ୍ରାର୍ଥୀ ପାଇଁ ଆଶାୟୀ ଥିଲେ। ଏବେ ଜୋନ୍‌ ଅଧୀନ ସମସ୍ତ ପଞ୍ଚାୟତରେ ଦଳୀୟ ସ୍ଥିତି ଭଲ ଥିଲେ ସୁଦ୍ଧା ପୁନଙ୍ଗ, ଅଳା, ସମଙ୍ଗ, ପଳାଶୋଳ, ଅୟର, ତରଡ଼ାପଡ଼ାରେ ଅଧିକ ଶକ୍ତିଶାଳୀ ରହିଛି ବୋଲି କୁହାଯାଉଛି। କଂଗ୍ରେସ ପ୍ରାର୍ଥୀ ମଲ୍ଲିକ କହିଛନ୍ତି, ବିଜେଡି ପ୍ରାର୍ଥୀ ଭୋଇ ଜଗତ୍‌ସିଂହପୁର ବ୍ଲକ ଅଧ୍ୟକ୍ଷ ଥିଲାବେଳେ ବହୁ ଦୁର୍ନୀତି ହୋଇଥିଲା। ସେ ଦୀର୍ଘବର୍ଷ ଧରି ଜଗତ୍‌ସିଂହପୁର ବ୍ଲକ ବିଜେଡି ସଭାପତି ଅଛନ୍ତି। ତାଙ୍କ ବିରୋଧରେ ଥିବା ଅସନ୍ତୋଷ କଂଗ୍ରେସକୁ ସୁହାଇବ। ତରଡ଼ାପଡ଼ା ପଞ୍ଚାୟତରେ ୬ ଜଣ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି , ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ବିଜେଡି ଅସନ୍ତୁଷ୍ଟ। ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ମହାନ୍ତିଙ୍କ ପୁଅଙ୍କୁ ଦଳୀୟ ସମର୍ଥିତ ସରପଞ୍ଚ ପ୍ରାର୍ଥୀ କରାଯିବ ବୋଲି କୁହାଯାଇ ଶେଷରେ ନିରାଶ କରାଯାଇଥିଲା। ପଳାଶୋଳ, ସମଙ୍ଗ ଓ ଅୟର ପଞ୍ଚାୟତରେ ମଧ୍ୟ ସମାନ ଅବସ୍ଥା। ବିଜେଡି ଜିଲା ପରିଷଦ ପ୍ରାର୍ଥୀ ଭୋଇଙ୍କ ଉପରେ ଥିବା ଅସନ୍ତୋଷର ଫାଇଦା କଂଗ୍ରେସ ନେବ ବୋଲି ମଲ୍ଲିକ କହିଛନ୍ତି। ଏଥର ଭାଜପା ପକ୍ଷରୁ ପ୍ରାର୍ଥୀ ହୋଇଥିବା ତାପସୀ ଜଣେ ଶିକ୍ଷିତା ସାଙ୍ଗକୁ ତାଙ୍କ ସ୍ବାମୀ ଜଣେ ସହକାରୀ ଯନ୍ତ୍ରୀ। ତେଣୁ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ପ୍ରାର୍ଥୀ କରିଛି। ତାପସୀ କହିଛନ୍ତି, ଗତଥର ଜିଲା ପରିଷଦ ଜିତିଥିବା ସଭ୍ୟ ଲୋକଙ୍କଠାରୁ ଦୂରେଇ ଯାଇଛନ୍ତି। ଏନେଇ ଲୋକେ ଭାଜପାକୁ ସମର୍ଥନ ଦେବା ପାଇଁ ଆଗେଇ ଆସୁଛନ୍ତି। ନିର୍ବାଚନରେ ଭାଜପା ସମସ୍ତ ପଞ୍ଚାୟତରୁ ଭଲ ଭୋଟ୍‌ ପାଇବ। ପୁନଙ୍ଗ, ପଳାଶୋଳ, ଅଳା ଓ ସାଁପୁରରୁ ଅଧିକ ଭୋଟ ହାତେଇବ ବୋଲି ଆଶା କରାଯାଉଛି। ଏହାଛଡ଼ା ବିରୋଧୀ ଦଳର ଅସନ୍ତୁଷ୍ଟ କର୍ମୀମାନେ ଖୋଲା ସମର୍ଥନ କରୁଥିବାରୁ ଜନମତ ତାଙ୍କ ସପକ୍ଷରେ ଯିବ ବୋଲି ତାପସୀ କହିଛନ୍ତି ।

ବିଜେଡି ପ୍ରାର୍ଥୀ ଭୋଇ ଦଳର ଜଣେ ଆଗଧାଡ଼ିର ନେତା। ତେଣୁ ଦଳ ତାଙ୍କୁ ପ୍ରାର୍ଥୀ କରିଛି। ସେ କହିଛନ୍ତି, ବିଗତ ନିର୍ବାଚନ ପରି ଏଥର ମଧ୍ୟ ଜନମତ ବିଜେଡି ସପକ୍ଷରେ ଯିବ। ତାଙ୍କର ଲୋକସମ୍ପର୍କ ହେଉଛି ସମ୍ବଳ। ପଞ୍ଚାୟତଗୁଡିକରେ ଏକାଧିକ ପ୍ରାର୍ଥୀ ଥିଲେ ସୁଦ୍ଧା ପ୍ରତ୍ୟେକ ଜିଲା ପରିଷଦ ସଭ୍ୟ ପାଇଁ ତାଙ୍କୁ ଭୋଟ ଦେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri