Odisha Elections 2024

ନାଉଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ଉପରେ ନଜର

ଜଗତ୍‌ସିଂହପୁର ଅଫିସ, ୨୫ା୧: ପଞ୍ଚାୟତ ନିର୍ବାଚନ ନେଇ ପ୍ରାର୍ଥତ୍ପତ୍ର ଯାଞ୍ଚ ପରେ ପ୍ରାର୍ଥୀ ତାଲିକା ଘୋଷଣା ସରିଛି। ୨୫ ତାରିଖରେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ଓ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ତା’ପରେ ପ୍ରାର୍ଥୀମାନେ ରଣାଙ୍ଗନରେ ଅବତୀର୍ଣ୍ଣ ହେବେ। ଏହି ନିର୍ବାଚନରେ ନାଉଗାଁ ପଞ୍ଚାୟତ ସମିତି କାହା ଦଖଲକୁ ଯିବ ଏବେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଗତ ପଞ୍ଚାୟତ ନିର୍ବାଚନରେ ଜିଲାର ଏହା ଏକମାତ୍ର ବ୍ଲକ, ଯେଉଁଠି ବିଜେଡି ସମର୍ଥିତ ସମିତି ସଭ୍ୟଙ୍କ ସଂଖ୍ୟା ଅଧିକ ଥାଇ ସୁଦ୍ଧା କଂଗ୍ରେସ ଦଖଲକୁ ଯାଇଥିଲା। ସେତେବେଳେ ବିଜେଡି ଉପରେ ଅସନ୍ତୁଷ୍ଟ ଭାରି ପଡ଼ିଥିଲେ। ଚଳିତ ନିର୍ବାଚନରେ ସେଭଳି ସ୍ଥିତି ନ ଉପୁଜିବା ପାଇଁ ବିଜେଡି ଜିଲା ସଭାପତି ତଥା ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ବିଶେଷ ସତର୍କତା ଅବଲମ୍ବନ କରୁଥିବା ବେଳେ କୌଣସି ପରିବର୍ତ୍ତନ ଆସୁ ନ ଥିବାନେଇ ରାଜନୈତିକ ସମୀକ୍ଷକମାନେ ସମ୍ଭାବ୍ୟ ପରିସ୍ଥିତିକୁ ନେଇ ଆକଳନ କରୁଛନ୍ତି।
୨୦୧୭ ପଞ୍ଚାୟତ ନିର୍ବାଚନରେ ନାଉଗାଁ ବ୍ଲକର ୧୬ ପଞ୍ଚାୟତ ମଧ୍ୟରୁ ବିଜେଡି ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀ ୯ଟି ଜିତିଥିଲେ। ସେଗୁଡିକ ହେଲା ଅଲଣା, ଗଜରାଜପୁର, କୋରୁଅ, ଘୋଡ଼ାଂଶ, ଗଳଧାରୀ, ବଛାଳୋ, ଓସକଣା, ନାଉଗାଁ ଓ ତିରୁଣା। ସେହିପରି କଂଗ୍ରେସ ସପକ୍ଷରେ ଯାଇଥିବା ୬ଟି ଆସନ ହେଲା ନୂଆଗାଁ, ରୋହିଆ, ଡେରିକି, ବାଂଶ, ଡାବର ଓ ଶିଖର। ଭାଜପା ସପକ୍ଷରେ କେବଳ ଜାମୁଗାଁ ଆସନଟି ଯାଇଥିଲା। ନିର୍ବାଚନ ପରେ ନାଉଗାଁ ପଞ୍ଚାୟତ ସମିତି ବିଜେଡି କବ୍‌ଜାକୁ ଯିବା ଏକପ୍ରକାର ନିଶ୍ଚିତ ହୋଇଯାଇଥିଲା। ଦଳୀୟ ନେତୃତ୍ୱ ବାଂଶ ପଞ୍ଚାୟତ ସମିତି ସଭ୍ୟା ଏଲିନା ଦାସଙ୍କୁ ଅଧ୍ୟକ୍ଷ କରିବାକୁ ଚିନ୍ତା କରିଥିଲେ। କିନ୍ତୁ ଅସନ୍ତୁଷ୍ଟ ବିଜେଡି ତଥା ନାଉଗାଁ ସମିତି ସଭ୍ୟ ଜଗନ୍ନାଥ ଦାଶ ଓ ଗଳଧାରୀ ସମିତି ସଭ୍ୟ ପ୍ରଭାତ ସ୍ବାଇଁ ଦଳ ପାଇଁ କାଳ ସାଜିଥିଲେ। ସେମାନେ ବିଜେଡି ନେତୃତ୍ୱଙ୍କ ବିରୋଧରେ ଯାଇ ବିରୋଧୀ ପ୍ରାର୍ଥୀଙ୍କ ସହ ହାତ ମିଳାଇଥିଲେ। ବିଜେଡି ନେତୃତ୍ୱ ଯେତେ ବୁଝାଶୁଝା କରିଥିଲେ ସୁଦ୍ଧା କୌଣସି ଫଳ ମିଳି ନ ଥିଲା। ଶେଷରେ କଂଗ୍ରେସ ଓ ଭାଜପା ସମର୍ଥନରେ ନାଉଗାଁ ସଭ୍ୟ ଦାଶ ଅଧ୍ୟକ୍ଷ ପଦବୀ ହାତେଇ ନେଇଥିଲେ। ଏହି ଘଟଣା ଜଗତ୍‌ସିଂହପୁର ଜିଲା ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିଥିବାରୁ ଏଥର ବିଜେଡି ନେତୃତ୍ୱ ଗୁରୁତର ଭାବେ ଚିନ୍ତା କରୁଛନ୍ତି। କାରଣ ଏଥର ମଧ୍ୟ ଏଲିନା ଅଧ୍ୟକ୍ଷ ଦୌଡ଼ରେ ଅଛନ୍ତି। ସେ ଘୋଡ଼ାଂଶ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ବାଦ୍‌ ରୋହିଆ, ଶିଖର, ନାଉଗାଁ ଓ ଘୋଡ଼ାଂଶ ସମିତି ସଭ୍ୟ ପ୍ରାର୍ଥୀ ମଧ୍ୟ ଅଧ୍ୟକ୍ଷ ପଦବୀ ପାଇଁ ଆଶାୟୀ ରହିଛନ୍ତି। ଏ ସବୁ କେବଳ ନାଉଗାଁ ବିଜେଡିରେ ୨ ଗୋଷ୍ଠୀ କାରଣରୁ ଘଟୁଛି। ୨ ଗୋଷ୍ଠୀ ସବୁ ପଞ୍ଚାୟତରେ ପ୍ରାର୍ଥୀ ଦେଇଛନ୍ତି। ସେମାନେ ପରସ୍ପର ଉପରେ ଯେଉଁଭଳି ଭାବେ ଭାରି ପଡୁଛନ୍ତି ତାହା ଦଳ ପାଇଁ ବିପଦ ସୃଷ୍ଟି କରୁଛି। ଏପରି କି ଗୋଟିଏ ଗୋଟିଏ ପଞ୍ଚାୟତରେ ଏକାଧିକ ବିଜେଡି ଅସନ୍ତୁଷ୍ଟ ପ୍ରାର୍ଥୀ ହୋଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ଏହାଦ୍ୱାରା ବିଜେଡି ଭୋଟ ବିଭାଜନ ହେବା ସମ୍ଭାବନା ଥିବାରୁ ଅସନ୍ତୁଷ୍ଟମାନେ ଯେପରି ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରିବେ ସେନେଇ ବିଧାୟକ ମୁଦୁଲି ସମସ୍ତ କୌଶଳ ପ୍ରୟୋଗ କରିଚାଲିଛନ୍ତି। ସୂଚନା ଅନୁଯାୟୀ, ଜଣେ ସମିତି ସଭ୍ୟ ପ୍ରାର୍ଥୀ ୨ ଦିନ ହେବ ଘର ଛାଡ଼ି ଅନ୍ୟତ୍ର ଗୋପନ ସ୍ଥାନରେ ରହିଛନ୍ତି। ସେ ଗତଥର ସଭ୍ୟ ହୋଇଥିଲେ। ଏଥର ମଧ୍ୟ ପଞ୍ଚାୟତରେ ତାଙ୍କର ପ୍ରଭାବ ରହିଛି। ତାଙ୍କୁ ଦଳୀୟ ମହଲରୁ ଡାକରା ଆସିଥିବାରୁ କାଳେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପାଇଁ ବାଧ୍ୟ କରାଯିବ ସେନେଇ ସେ ୨୫ ତାରିଖ ପର୍ଯ୍ୟନ୍ତ ଆତ୍ମଗୋପନରେ ରହିବାକୁ ନିଷ୍ପତ୍ତି ନେଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ତାଙ୍କଭଳି ଏକାଧିକ ପ୍ରାର୍ଥୀ ନାଉଗାଁ ଛାଡ଼ି ଦେଇଥିବାରୁ ଦଳୀୟ ନେତୃତ୍ୱ ଏବେ ଅଡୁଆରେ ପଡିଛନ୍ତି। ଆଗକୁ ପରିସ୍ଥିତି କେଉଁ ମୋଡ଼ ନେଉଛି ତାହା ଦେଖିବାକୁ ବାକି ରହିଲା।
ଏ ସମ୍ପର୍କରେ ବିଜେଡି ଜିଲା ସଭାପତି ମୁଦୁଲି କହିଛନ୍ତି, ପାଖାପାଖି ୪ ପଞ୍ଚାୟତର ଅସନ୍ତୁଷ୍ଟ ପ୍ରାର୍ଥୀ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରିବାର ଅଛି। ଏକାଧିକ ପଞ୍ଚାୟତରେ ଜଣେ ହିସାବରେ ଦଳୀୟ ପ୍ରାର୍ଥୀ ଅଛନ୍ତି। ଗତ ନିର୍ବାଚନ ସମୟରେ ବ୍ଲକ ଅଧ୍ୟକ୍ଷ ଦାଶ ଅସନ୍ତୁଷ୍ଟ ଥିଲେ ସୁଦ୍ଧା ବିଧାନସଭା ନିର୍ବାଚନ ବେଳେ ସେ ବିଜେଡିରେ ସାମିଲ ହୋଇଥିଲେ। ଏଣୁ ଦଳ ସେଭଳି କିଛି କ୍ଷତି କରିନାହିଁ କି କରିବାର ସମ୍ଭାବନା ମଧ୍ୟ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନିମାପଡ଼ା ରାଜନୀତିରେ ହଟଚମଟ: ଆସନ ହାତେଇବା ପାଇଁ ୮ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି

ନିମାପଡ଼ା,୨୬।୫: ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଲାଗି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ବିଜେଡି। ପୂର୍ବତନ ବିଧାୟକ ସମୀର ରଞ୍ଜନ ଦାଶ ଭାଜପାକୁ ଯିବା ପରେ ଦଳ...

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ବାଜିମାରିଲେ ଛାତ୍ରୀ

କଟକ,୨୬ା୫(କାର୍ତ୍ତିକ ସାହୁ): ରବିବାର ପୂର୍ବାହ୍ନରେ ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ।  ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି। ଚଳିତବର୍ଷ ପାସ୍‌ ହାର ୯୬.୦୭%...

କଟକଣାକୁ ବେଖାତିର, ଭୋଟଦେବା ସମୟର ଭିଡିଓ ଭାଇରାଲ

ଖୋର୍ଦ୍ଧା,୨୬ା୫(ପ୍ରଭାତ ପାଣିଗ୍ରାହୀ): ମତଦାନ କେନ୍ଦ୍ରରେ ମୋବାଇଲ ବ୍ୟବହାର ଉପରେ ନିର୍ବାଚନ ଆୟୋଗ କଟକଣା ଜାରି କରିଥିଲେ। କୌଣସି ମତଦାତା ଯେପରି ବୁଥ୍‌ ଭିତରକୁ ମୋବାଇଲ ନେଇପାରିବେ...

ଆସିପାରିଲାନି ଆମ୍ବୁଲାନ୍ସ: ଆଖିବୁଜିଲେ ପ୍ରସୂତି, ନବଜାତ ଗୁରୁତର

ଦଶପଲ୍ଲା,୨୬ା୫: ନୟାଗଡ଼ ଜିଲା ଦଶପଲ୍ଲାର ବାଣୀଗୋଚ୍ଛା ଥାନା କଣପାଜୁ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଆମ୍ବୁଲାନ୍ସ ଆସି ନ ପାରିବାରୁ ମହିଳା ଜଣକ ଘରେ...

ନିର୍ବାଚନ କାହା ପାଇଁ ଦୁଃଖ ତ କାହାର ସୁଖ

ପଟ୍ଟାମୁଣ୍ଡାଇ,୨୬ା୫ (କଳ୍ପତରୁ ନାୟକ): ସାଧାରଣ ନିର୍ବାଚନ ଚାଲିଥିବା ବେଳେ କେନ୍ଦ୍ରାପଡ଼ା ଲୋକ ସଭା କ୍ଷେତ୍ରରେ ଜୁନ ୧ରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ଏଥିନେଇ ରାଜନଗର...

ଯାଜପୁର ଜିଲା: ଫୋକସ୍‌ରେ ମହିଳା ପ୍ରାର୍ଥୀ

ଯାଜପୁର,୨୬ା୫(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଲୋକ ସଭା ନିର୍ବାଚନମଣ୍ଡଳୀ ଏବଂ ଏହା ଅଧୀନ ୭ ବିଧାନସଭା ଆସନରେ ଆସନ୍ତା ୧ ତାରିଖରେ ଭୋଟଗ୍ରହଣ ହେବ। ପ୍ରାର୍ଥୀ ଓ...

ଭିଷଣ ବାତ୍ୟାରେ ପରିଣତ ହେଲା ରେମାଲ, ୧୧୦-୧୨୦ ବେଗରେ ଛୁଇଁବ ଉପକୂଳ

ଭୁବନେଶ୍ୱର,୨୫ା୫: ବଙ୍ଗୋପସାଗରର ଉତ୍ତର ଉପକୂଳରେ ଥିବା ବାତ୍ୟା ରେମାଲ ଭିଷଣ ବାତ୍ୟାରେ ପରିଣତ ହୋଇଛି। ଏହା ସାଗର ଦ୍ୱୀପପୁଞ୍ଜରୁ ପ୍ରାୟ ୨୭୦ କିଲୋମିଟର ଦୁରରେ ରହିଛି।...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି, ଘରକୁ ଫେରିବା ପାଇଁ କରାଯାଉଛି ଟିକେଟ ବ୍ୟବସ୍ଥା

କେନ୍ଦ୍ରାପଡ଼ା,୨୬ା୫ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ସାଧାରଣ ନିର୍ବାଚନ ପାଇଁ ଜୁନ ୧ରେ ମତଦାନ ହେବ। ଏଥିପାଇଁ ରାଜନୀତି ସରଗରମ ହୋଇଥିବା ବେଳେ ପ୍ରାର୍ଥୀଙ୍କର ଭୋଟରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri