ପିସ୍ତଲ ଜବତ, ୫ ଅଭିଯୁକ୍ତ ଗିରଫ

ଜଗତ୍‌ସିଂହପୁର ଅଫିସ, ୨୩|୧: ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ଓଡ଼ିଶୋ ନିକଟରୁ ଗତ ୧୭ ତାରିଖରେ ୟୁନିଟ୍‌ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଜଗତ୍‌ସିଂହପୁର ଶାଖା ମହିଳା ଲୋନ ଅଫିସରଙ୍କଠାରୁ ପିସ୍ତଲ ଦେଖାଇ ୬୩ ହଜାର ଟଙ୍କା ଲୁଟ୍‌ କରାଯାଇଥିଲା। ଏନେଇ କଟକ ଜିଲା ମାହାଙ୍ଗା ଥାନା ଅନ୍ତର୍ଗତ ଅଲିଆରା ଗ୍ରାମର ତଥା ଲୋନ ଅଫିସର ପ୍ରିୟଙ୍କା ପ୍ରିୟଦର୍ଶିନୀ ମହାନ୍ତି (୧୯) ଜଗତ୍‌ସିଂହପୁର ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାରେ ଶନିବାର ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଭରତପୁର ଥାନା ଗୋପାଳସାହି ଜଗନ୍ନାଥ ବିହାରରେ ରହୁଥିବା ସ୍ଥାନୀୟ ଓଡ଼ିଶୋର ଅଭିଜିତ ମହାରଣା (୨୧), ସାଗର ରଞ୍ଜନ ମହାରଣା (୨୩), କାଶୀନାଥ ବିଶ୍ୱାଳ ଓରଫ କାଶୀ (୨୮), କୃଷ୍ଣ ଚନ୍ଦ୍ର ଭୋଇ ଓରଫ ଧୁଣ୍ଡ (୨୦) ଓ ଭରତପୁର ଥାନା ବରମୁଣ୍ଡା ଟେଲ୍‌କୋ କଲୋନୀରେ ରହୁଥିବା ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କଇଣିର ରାକେଶ ପ୍ରଧାନ (୧୯)। ସେମାନଙ୍କ ନିକଟରୁ ନଗଦ ୩୨,୨୮୦ ଟଙ୍କା ସହ କଳା ରଙ୍ଗର ସ୍କୁଟି, ବାଇକ୍‌, ୪ ମୋବାଇଲ ଫୋନ୍‌ ଓ ଗୋଟିଏ ମେଟାଲିକ୍‌ ପିସ୍ତଲ ଜବତ କରାଯାଇଛି ବୋଲି ଜଗତ୍‌ସିଂହପୁର ଥାନା ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ରମେଶ ଚନ୍ଦ୍ର ସିଂହ ଓ ଆଇଆଇସି ପ୍ରଭାସ ଚନ୍ଦ୍ର ସାହୁ କହିଛନ୍ତି। ସେମାନେ କହିଛନ୍ତି, ଲୁଟ୍‌ର ୧୫ ଦିନ ପୂର୍ବରୁ ଅଭିଯୁକ୍ତମାନେ ଏଥିପାଇଁ ଯୋଜନା କରିଥିଲେ। କାରଣ ପ୍ରତ୍ୟେକ ସୋମବାର ଲୋନ୍‌ ଅଫିସର ମହାନ୍ତି ଗ୍ରୁଫଗୁଡିକରୁ ଟଙ୍କା ସଂଗ୍ରହ କରି ଜଗତ୍‌ସିଂହପୁର ଫେରିଥାନ୍ତି। ଗତ ୧୭ ତାରିଖରେ ମହାନ୍ତି ଦେଭୋଗ ଓ ଓଡ଼ିଶୋ ଅଞ୍ଚଳରୁ ଫାଇନାନ୍ସ ଲୋନ୍‌ ଟଙ୍କା ସଂଗ୍ରହ କରି ନିଜ ସ୍କୁଟିରେ ଓଡ଼ିଶୋରୁ ଫେରୁଥିଲେ। ପୂର୍ବପ୍ରସ୍ତୁତି ମୁତାବକ ୫ ଅଭିଯୁକ୍ତ ଏକ ନିକାଞ୍ଚନ ସ୍ଥାନରେ ତାଙ୍କୁ ଅଟକାଇ ପିସ୍ତଲ ଦେଖାଇ ପ୍ରଥମେ ଭୟଭୀତ କରିବା ପରେ ପାଖାରେ ଥିବା ଟଙ୍କା ଲୁଟ୍‌ ନେଇଥିଲେ। ଗଲାବେଳେ ମହାନ୍ତିଙ୍କ ସ୍କୁଟି ମଧ୍ୟ ନେଇ ଯାଇଥିଲେ।ଅଭିଯୋଗ ପରେ ପୋଲିସ ମାମଲା (ନଂ.୪୦/୨୨) ରୁଜୁ କରିଥିଲା।ତେବେ ସ୍ଥାନୀୟ କେତେଜଣ ଗୁପ୍ତଚର ଓ କ୍ଷେତ୍ର ପରିଦର୍ଶନ ଆଧାରରେ ଅଭିଯୁକ୍ତମାନଙ୍କ ଗତିବିଧି ସମ୍ପର୍କରେ ଜଣାପଡିଥିଲା। ତା ପରେ ଯୋଜନା ମୁତାବକ ସେମାନଙ୍କୁ ଗିରଫ କରାଯାଇଥିଲା ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

୯ ଦଫା ଦାବି ନେଇ ଗଣଧାରଣା ଦେଲେ ପାଚିକା ସଂଘ, ଦରମା ବୃଦ୍ଧି ନ ହେଲେ…

କେସିଙ୍ଗା,୧୯ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପାଚିକା ଓ ସହାୟିକା ମଜଦୁର ସଂଘ ସଭାନେତ୍ରୀ ରଶ୍ମିତା ହେର୍ନାଙ୍କ ନେତୃତ୍ୱରେ ୯ ଦଫା ଦାବି ନେଇ...

୨୦୨୬ ଟି-୨୦ ବିଶ୍ୱକପ ଭାରତୀୟ ଦଳ: ଏହି ୫ ଖେଳାଳି ଦଳରୁ ପଡିପାରନ୍ତି ବାଦ୍‌, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧୯।୧୨: ୨୦୨୫ ବର୍ଷ ଶେଷ ହେବା ସହିତ, ୨୦୨୬ ଟି୨୦ ବିଶ୍ୱକପ ପାଇଁ ଅପେକ୍ଷା ମଧ୍ୟ କମ ହେବାରେ ଲାଗିଛି। ଆସନ୍ତା ବର୍ଷ ଟି୨୦ ବିଶ୍ୱକପ...

ପୁରୁଷୋତ୍ତମପୁର ତହସିଲଦାର ଭାବେ ଯୋଗଦେଲେ ମୃଣାଳିକା ରାଠୋର, ପ୍ରତିଶ୍ରୁତି ଦେଇ କହିଲେ…

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ତହସିଲଦାର ଭାବରେ ୨୦୨୪ ବ୍ୟାଚ୍‌ର ପ୍ରୋବେସନ ଆଇଏଏସ୍‌ ଅଫିସର ମୃଣାଳିକା ରାଠୋର ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି।...

ପରାଜୟ ଜାଣି ଆସିଲେନି ସରପଞ୍ଚ, କଣ୍ଟିପାଳ ସରପଞ୍ଚଙ୍କ ବିରୋଧରେ ଆଜି ପଡ଼ିଲା ଅନାସ୍ଥା ଭୋଟ

ଆନନ୍ଦପୁର,୧୯।୧୨ (ସୁଶାନ୍ତ କୁମାର ସାହୁ): ଗତ କିଛି ମାସ ଧରି ଅନାସ୍ଥା ପାଇଁ ଚର୍ଚ୍ଚାରେ ଥିବା ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତରେ ଆଜି ଭୋଟିଂ ହୋଇଛି।...

ଶରୀରର କେଉଁ କେଉଁ ଭାଗରେ ଥିବା କଳାଜାଇ ଖୋଲେ ପୂର୍ୱଜନ୍ମର ରହସ୍ୟ, ସତ ଜାଣିଲେ…

ଲୋକଙ୍କ ଶରୀରରେ ବାର୍ଥମାର୍କ ରହିଥାଏ। ଏହାକୁ ଏକ ସାଧାରଣ ଘଟଣା ବୋଲି ବିବେଚନା କରାଯାଏ, କିନ୍ତୁ ଏହି ଚିହ୍ନଗୁଡ଼ିକର ଜ୍ୟୋତିଷଶାସ୍ତ୍ରରେ ଗୁରୁତ୍ୱପୂର୍ଣ୍ଣ ଗୁରୁତ୍ୱ ରହିଛି। ଜଣେ...

IPL ୨୦୨୬ ନିଲାମ ପରେ ହଠାତ୍‌ ଅଧିନାୟକ ହେଲେ ଭେଙ୍କଟେଶ ଆୟର, ଏହି ଖେଳାଳିଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୧୯।୧୨: IPL ୨୦୨୬ ନିଲାମର କିଛି ଦିନ ପରେ, ଭେଙ୍କଟେଶ ଆୟର ଅଧିନାୟକ ହୋଇଛନ୍ତି। ଏହା ଦେଖାଯାଉଛି ଯେ IPL ୨୦୨୫ ସିଜିନ ଖରାପ ରହିବା...

ଆର୍‌ଟିଓ ଅଫିସ ନିକଟରେ ବ୍ରେକ୍‌ ଫେଲ୍‌ ହେଲା ମିନି ଟ୍ରକ୍‌, ୨ କାର୍‌ ସହ ୧୦ରୁ ଊର୍ଦ୍ଧ୍ୱ ବାଇକ୍‌ ନଷ୍ଟ

କୋରାପୁଟ,୧୯ା୧୨(ଅମିତାଭ ବେହେରା): କୋରାପୁଟ ଆରଟିଓ କାର୍ଯ୍ୟାଳୟ ନିକଟରେ ଏକ ମିନି ଟ୍ରକ୍‌ ବ୍ରେକ୍‌ ଫେଲ ହୋଇ ଘଟିଛି ସିରିଜ୍‌ ଦୁର୍ଘଟଣା। ୨ କାର୍‌ ସହ ୧୦...

ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀଛାତ୍ର, ଅଭିଭାବକ: ପ୍ରଧାନ ଶିକ୍ଷୟିତ୍ରୀଙ୍କୁ…

ପାଟଣା ,୧୯।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଚାଖୁଣ୍ଡାପାଳ ପଞ୍ଚାୟତ ସାନଗମ୍ଭାରିଆ ପ୍ରାଥମିକ ବିଦ୍ୟାଳୟରେ ଅଗଷ୍ଟ ମାସ ଠାରୁ ଛାତ୍ରୀଛାତ୍ରମାନଙ୍କୁ ମଧ୍ୟାହ୍ନ ଭୋଜନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri