ଭାରତରେ ୨୦୨୧ ପଞ୍ଚମ ଉତ୍ତପ୍ତ ବର୍ଷ

ଭୁବନେଶ୍ୱର,୨୦ା୧(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନ ବେଳକୁ ବେଳ ମହାବିପଦର ସଙ୍କେତ ଦେଲାଣି। ଜଙ୍ଗଲ ପୋଡ଼ିଠାରୁ ଆରମ୍ଭ କରି ଶିଳ୍ପ, ଜନବସତି, ଦ୍ରୁତ ସହରୀକରଣ ଓ ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରତ୍ୟେକ ବର୍ଷ ହଜାର ହଜାର ହେକ୍ଟର ଘଞ୍ଚ ଜଙ୍ଗଲକୁ ନଷ୍ଟ କରାଯାଉଛି, ଯାହାକି ପରିବେଶ ଓ ମାନବଜାତି ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହାର ପ୍ରଭାବ ଗତ କିଛିବର୍ଷ ହେବ ଦେଖିବାକୁ ମିଳିଲାଣି। କ୍ରମାଗତ ଭାବେ ବିଶ୍ୱତାପନ ବଢ଼ିବାରେ ଲାଗିଛି। ଉଭୟ ଜଳ ଓ ସ୍ଥଳଭାଗର ତାପମାତ୍ରା ବଢ଼ିଚାଲିଛି। ଏଭଳିସ୍ଥଳେ ଭାରତରେ ୧୨୧ ବର୍ଷ ମଧ୍ୟରେ ୨୦୨୧ ପଞ୍ଚମ ଉତ୍ତପ୍ତ ବର୍ଷ ଭାବେ ଉଭା ହୋଇଛି। ଭାରତୀୟ ପାଣିପାଗ ସଂସ୍ଥା(ଆଇଏମ୍‌ଡି) ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଛି। ପୂର୍ବରୁ ଦେଶରେ ୨୦୦୯, ୨୦୧୦, ୨୦୧୬ ଏବଂ ୨୦୧୭ ଉତ୍ତପ୍ତ ବର୍ଷ ଭାବେ ଗଣାଯାଇଥିଲା। ଲଗାତର ଉତ୍ତପ୍ତ ବର୍ଷ ଦେଶ ପାଇଁ ସତର୍କଘଣ୍ଟି ବଜାଇଲାଣି।

ସାରା ବିଶ୍ୱ କଥା ଦେଖିଲେ, ୨୦୨୧କୁ ସପ୍ତମ ଉତ୍ତପ୍ତ ବର୍ଷ ଭାବେ ରେକର୍ଡ ହୋଇଛି। ଏହି ବର୍ଷ ଉଭୟ ଜଳ ଓ ସ୍ଥଳ ଭାଗର ତାପମାତ୍ରା ୧.୦୪ ଡିଗ୍ରୀ ସେଲ୍‌ସିୟସ ବୃଦ୍ଧି ପାଇଛି। ୧୯୮୦ ପ୍ରାକ୍‌ ଶିଳ୍ପ ସମୟ ପରଠାରୁ ଏହି ତାପମାତ୍ରା ବୃଦ୍ଧି ହୋଇଛି। ଜାତିସଂଘ ସଂସ୍ଥା ବିଶ୍ୱ ଜଳବାୟୁ ସଂଗଠନ(ଡବ୍ଲ୍ୟୁଏମ୍‌ଓ) ଦ୍ୱାରା କରାଯାଇଥିବା ରେକର୍ଡରୁ ଏଭଳି ତଥ୍ୟ ପଦାକୁ ଆସିଛି। ଏହା ପୂର୍ବରୁ ୨୦୧୮ ଷଷ୍ଠ ଏବଂ ୨୦୧୬ ପଞ୍ଚମ ଉତ୍ତପ୍ତ ବର୍ଷ ହୋଇଥିଲା। ଯଦିଓ ୨୦୨୦ ସେପ୍ଟେମ୍ବରରେ ପ୍ରଶାନ୍ତ ମହାସାଗରରେ ଲା-ନିନା ସୃଷ୍ଟି ହୋଇଥିଲା ତେବେ ଏହା ବିଶ୍ୱତାପନକୁ ଥଣ୍ଡା କରିବାରେ ସମର୍ଥ ହୋଇପାରି ନ ଥିଲା। ୨୦୨୧ରେ ଉତ୍ତର ମେରୁ ଅଞ୍ଚଳର ତାପମାତ୍ରା ୧.୦୯ ଡିଗ୍ରୀ ସେଲ୍‌ସିୟସ ବଢ଼ି ଯାଇଥିଲା, ଯାହାକି ଗତ ୧୪୨ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି। ବିଶେଷ କରି ବିଶ୍ୱର ଉତ୍ତର ଆଫ୍ରିକା, ଦକ୍ଷିଣ ଆମେରିକାର ଦକ୍ଷିଣ ଭାଗ ଏବଂ ଦକ୍ଷିଣ ଏସିଆର ସ୍ଥଳଭାଗର ତାପମାତ୍ରା ସର୍ବାଧିକ ଥିବା ରେକର୍ଡ କରାଯାଇଛି। ସେହିପରି ଗତ ୭ ବର୍ଷ (୨୦୧୫ରୁ ୨୦୨୧) ହେବ ଲଗାତର ସମୁଦ୍ର ଜଳର ଉପରିଭାଗ ଉତ୍ତପ୍ତ ହୋଇ ରହୁଛି।

ଓଡ଼ିଶାରେ ମଧ୍ୟ ଜଳବାୟୁ ପରିବର୍ତ୍ତନର ସୂଚନା ଦେଖିବାକୁ ମିଳିଲାଣି। ଅତ୍ୟଧିକ ବର୍ଷା, ତାପମାତ୍ରା ବୃଦ୍ଧି ଭଳି ଜଳବାୟୁ ପରିବର୍ତ୍ତନ ଚାଷ କାର୍ଯ୍ୟକୁ ପ୍ରଭାବିତ କଲାଣି। ୨୦୨୧ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଅନିୟମିତତା ଯୋଗୁ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି। ଚଳିତ ମୌସୁମୀ ସମୟରେ ଅଗଷ୍ଟ ମାସରେ ୫୦ ପ୍ରତିଶତ କମ୍‌ ବର୍ଷା ହୋଇଥିବା ବେଳେ ସେପ୍ଟେମ୍ବରରେ ୪୦ ପ୍ରତିଶତ ଅଧିକ ବର୍ଷା ହୋଇଥିଲା, ଯାହାକି ଚାଷ କାର୍ଯ୍ୟକୁ ପ୍ରଭାବିତ କରିଥିଲା। ସହରୀକରଣ, ଶିଳ୍ପାୟନ, ଜନସଂଖ୍ୟା ବୃଦ୍ଧି ଯୋଗୁ ରାଜ୍ୟରେ ବହୁ ପରିମାଣ ଗଛ କାଟିବାକୁ ପଡୁଛି। ପ୍ରତ୍ୟେକ ବର୍ଷ ବିଭିନ୍ନ ପ୍ରକଳ୍ପ ସକାଶେ ଜଙ୍ଗଲ ଜମିକୁ ଅଣଜଙ୍ଗଲ କିସମରେ ପରିଣତ କରିବା କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ବିଭିନ୍ନ ପ୍ରକଳ୍ପ ପାଇଁ ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟରେ ୫୭ ହଜାର ୪୧୦ ହେକ୍ଟର ଜଙ୍ଗଲ ଜମିକୁ ଅଣ ଜଙ୍ଗଲ କିସମରେ ପରିଣତ କରାଯାଇଛି। ଅନ୍ୟପକ୍ଷରେ ୨୦୨୧ ଦେଶର ଜଙ୍ଗଲଗୁଡ଼ିକ ପାଇଁ ଅଭିଶାପର ବର୍ଷ ପାଲଟିଥିଲା। ୨୦୨୦ ନଭେମ୍ବରରୁ ୨୦୨୧ ଜୁନ୍‌ ମଧ୍ୟରେ ୩,୪୫,୯୮୯ଟି ବନାଗ୍ନି ଘଟଣା ଘଟିଥିଲା, ଯାହାକି ପୂର୍ବ ବର୍ଷ ତୁଳନାରେ ୩ଗୁଣରୁ ଊର୍ଦ୍ଧ୍ୱ ଥିଲା। ତେବେ ଏହି ବନାଗ୍ନି ଘଟଣା ଓଡ଼ିଶାରେ ସର୍ବାଧିକ ଘଟିଥିଲା। ଉକ୍ତ ଅବଧି ମଧ୍ୟରେ ରାଜ୍ୟରେ ୫୧,୯୬୮ଟି ଜଙ୍ଗଲ ନିଅଁା ଘଟଣା ଘଟିଥିଲା, ଯାହାକି ପୂର୍ବ ବର୍ଷ ତୁଳନାରେ ପ୍ରାୟ ୫ ଗୁଣ ଅଧିକ ଥିଲା।
ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ.ଆର. ବିଶ୍ୱାସ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱରେ ତାପମାତ୍ରା ବଢୁଛି। ଏହାର ପ୍ରଭାବ ରାଜ୍ୟରେ ମଧ୍ୟ ଅନୁଭୂତ ହେବ। ଗତ ବର୍ଷ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ହୋଇଛି, ତାହା ପୁଣେସ୍ଥିତ ଭାରତୀୟ ପାଣିପାଗ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଗଲେ ଜାଣି ହେବ। ଆମ ପାଖରେ ସେମିତି କିଛି ଡାଟା ନାହିଁ। ତେବେ ଜଳବାୟୁ ପରିବର୍ତ୍ତନ ଓଡ଼ିଶା ଉପରେ ପଡ଼ିବ। ବିଶେଷ କରି ଚାଷକାର୍ଯ୍ୟ ପ୍ରଭାବିତ ହେବା ଆଶଙ୍କା ରହିଛି। ଜଳବାୟୁ ପରିବର୍ତ୍ତନ ସହ ଖାପ ଖୁଆଇ ଯୋଜନା ପ୍ରସ୍ତୁତ କରିବାକୁ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ନୂଆବର୍ଷରେ ମିଥୁନ ରାଶିରେ ଧନ ବର୍ଷା, ଶତ୍ରୁ ବନେଇବେ ସିଂହ ରାଶି; ୨୦୨୬ରେ ଧନୀ ହୋଇଯିବେ ଏହି ୫ରାଶି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନୂଆବର୍ଷ ୨୦୨୬ ଆରମ୍ଭରେ ଅନେକ ବଡ ଗ୍ରହ ଗୋଚର କରିବାକୁ ଯାଉଛନ୍ତି । ଏହାସହ, ଗୋଚର କରୁଥିବା ଏହି ଗ୍ରହମାନଙ୍କ ମଧ୍ୟରେ...

ବେଆଇନ ବେଟିଂ ଆପ ମାମଲାରେ ଇଡିର ବଡ଼ ଆକ୍ସନ: ପୂର୍ବତନ କ୍ରିକେଟର, ବଲିଉଡ ସେଲିବିଟ୍ରିଙ୍କ ସମ୍ପତ୍ତି ଜବତ, ଜାଣନ୍ତୁ କାହାଠୁ କେତେ…

ନୂଆଦିଲ୍ଲୀ,୧୯।୧୨: ବେଆଇନ ବେଟିଂ ଆପ ମାମଲାରେ ଇଡି ବଡ଼ ଆକ୍ସନ ନେଇଛି। ପୂର୍ବତନ କ୍ରିକେଟର ଓ ବଲିଉଡ ସେଲିବେଟ୍ରିଙ୍କ ସମ୍ପତ୍ତି ଜବତ କରାଯାଇଛି। ଯୁବରାଜ ସିଂଙ୍କ...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri