ଢିଙ୍କିଆବାସୀ-ପୋଲିସ ସଂଘର୍ଷ

କୁଜଙ୍ଗ,୧୫ା୧(ଡି.ଏନ୍‌.ଏ.): ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପ ପାଇଁ ଜଗତ୍‌ସିଂହପୁର ଜିଲା ପ୍ରଶାସନ ପକ୍ଷରୁ ହେଉଥିବା ପାନବରଜ ଉଚ୍ଛେଦକୁ ନେଇ ଏରସମା ତହସିଲ ଅନ୍ତର୍ଗତ ଢିଙ୍କିଆ ଚାରିଦେଶରେ ଶୁକ୍ରବାର ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ପୋଲିସ ଓ ଢିଙ୍କିଆ ଗଁାର ବହୁ ଲୋକ ପରସ୍ପର ମୁହଁାମୁହିଁ ହୋଇଛନ୍ତି। ମହିଳାମାନେ ଉଲଗ୍ନ ହୋଇ ପ୍ରତିବାଦ କରିଛନ୍ତି। ପୋଲିସ ଆନ୍ଦୋଳନକାରୀ ମହିଳା, ପୁରୁଷଙ୍କୁ ଗୋଡ଼ାଇ ଗୋଡ଼ାଇ ନିର୍ଧୂମ ପିଟିବା ସହ ଢିଙ୍କିଆ ଗ୍ରାମର ୩ ପ୍ରବେଶ ପଥରେ କରାଯାଇଥିବା ଅସ୍ଥାୟୀ ଫାଟକକୁ ଭାଙ୍ଗି ଦେଇଛି। କେତେଜଣ ଗ୍ରାମବାସୀଙ୍କ ସମେତ ପୋଲିସ କର୍ମୀ ଆହତ ହୋଇଛନ୍ତି। ପ୍ରକଳ୍ପ ବିରୋଧୀ ନେତା ଦେବେନ୍ଦ୍ର ସ୍ବାଇଁ, ଢିଙ୍କିଆ ଗ୍ରାମ୍ୟ କମିଟି ସଭାପତି ମୁରଲୀଧର ସାହୁ, ବାମପନ୍ଥୀ ନେତା ନରେନ୍ଦ୍ର ମହାନ୍ତି ଓ ତୀର୍ଥ ମଲ୍ଲିକଙ୍କୁ ପୋଲିସ ଅଟକ ରଖିଛି। ଘଟଣାସ୍ଥଳରେ ପାରାଦୀପ ଅତିରିକ୍ତ ଏସ୍‌ପି ନିମାଇଁ ଚରଣ ସେଠୀ ଓ ଏରସମା ତହସିଲଦାର ପ୍ରଜ୍ଞାନନ୍ଦ ଦାସ ଉପସ୍ଥିତ ଥିବା ବେଳେ ସେଠାରେ ୧୫ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି।
ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପ ପାଇଁ ଜନଶୁଣାଣି ବେଳେ ଗଡ଼କୁଜଙ୍ଗ, ନୂଆଗଁା, ପାଟଣା ଓ ଗୋବିନ୍ଦପୁରରେ ବହୁ ଲୋକ ସର୍ତ୍ତମୂଳକ ସମର୍ଥନ ଦେଇଥିବାବେଳେ ଢିଙ୍କିଆରେ ଅଧିକାଂଶ ଗ୍ରାମବାସୀ ବିରୋଧ କରିଥିଲେ। ପ୍ରକଳ୍ପକୁ ନେଇ ଢିଙ୍କିଆବାସୀଙ୍କ ବିରୋଧ ଜାରି ରହିଛି ଏବଂ ବିଭିନ୍ନ ସମୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେଉଛି। ଅନ୍ୟପକ୍ଷରେ ଜିଲା ପ୍ରଶାସନ ପକ୍ଷରୁ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲିଛି। ଶୁକ୍ରବାର ପୂର୍ବାହ୍ନରେ ଢିଙ୍କିଆର ମାହାଳ ପଟୁ ପାନବରଜ ଉଚ୍ଛେଦ କରି ଜମି ଅଧିଗ୍ରହଣ କରାଯାଉଥିଲା। ପ୍ରଶାସନ ଜୋରଜବରଦସ୍ତି ଉଚ୍ଛେଦ କରୁଥିବା ଅଭିଯୋଗ କରି ଢିଙ୍କିଆର ବହୁ ଲୋକ ଶୋଭାଯାତ୍ରା କରି ଆସିଥିଲେ। ଏଥିରେ ଶତାଧିକ ମହିଳା, ପୁରୁଷ ଓ ପିଲା ସାମିଲ ହୋଇଥିଲେ। ଆନ୍ଦୋଳନକାରୀମାନେ ମାହାଳ ପଟ ଫାଟକ ନିକଟରେ ପହଞ୍ଚତ୍ବା ପରେ ପୋଲିସ ସେମାନଙ୍କୁ ଅଟକାଇଥିଲା। ଏହାପରେ ଉଭୟ ପକ୍ଷରୁ ଠେଲାପେଲା ଓ ଧସ୍ତାଧସ୍ତି ଆରମ୍ଭ ହୋଇଥିଲା। ଦେଖୁ ଦେଖୁ ସେହି ଅଞ୍ଚଳ ସଂଘର୍ଷ କ୍ଷେତ୍ର ପାଲଟିଥିଲା।
ତହସିଲଦାର ପ୍ରଜ୍ଞାନନ୍ଦ ଦାସ ଓ ଅଭୟଚାନ୍ଦପୁର ଥାନା ଅଧିକାରୀ ଜୀବନାନନ୍ଦ ଜେନା କହିଛନ୍ତି, ଶୋଭାଯାତ୍ରା ପାଇଁ ଅନୁମତି ନ ଥିବା ଏବଂ କୋଭିଡ୍‌ ନିୟମ ଉଲ୍ଲଂଘନ ହେଉଥିବା ଦର୍ଶାଇ ସେମାନଙ୍କୁ ଅଟକାଇବାରୁ ଆମକୁ ଆକ୍ରମଣ କରାଯାଇଥିଲା। ଆନ୍ଦୋଳନକାରୀଙ୍କ ମଧ୍ୟରୁ କେତେଜଣ ମହିଳା ପଲିଥିନ୍‌ରେ ପରିସ୍ରା ରଖି ମହିଳା ପୋଲିସ କର୍ମୀଙ୍କ ଉପରକୁ ଫିଙ୍ଗିବା ସହ ସେମାନଙ୍କ ଆଖିକୁ ବାଲି ପକାଇଦେଇଥିଲେ। କେତେଜଣ ପୋଲିସ୍‌ କର୍ମଚାରୀଙ୍କୁ ଆନ୍ଦୋଳନକାରୀମାନେ ବ୍ଲେଡ୍‌ରେ ମଧ୍ୟ ଆକ୍ରମଣ କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ଆତ୍ମରକ୍ଷା ପାଇଁ ପୋଲିସ ବାଧ୍ୟ ହୋଇ ଲାଠିଚାର୍ଜ କରିଥିଲା ବୋଲି ଥାନା ଅଧିକାରୀ ଜେନା କହିଛନ୍ତି।
ଢିଙ୍କିଆର ସୁଜନ ମହାପାତ୍ର ଓ ବିବେକାନନ୍ଦ ସ୍ବାଇଁଙ୍କ କହିବାନୁସାରେ, ବାହାର ଅଞ୍ଚଳର ୨ଜଣ କୃଷକ ନେତା ଗଁାକୁ ଆସି ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇଥିଲେ। ପ୍ରଶାସନ ବଳ ପ୍ରୟୋଗ କରି ପାନବରଜ ଭାଙ୍ଗୁଥିବାରୁ ତାହାକୁ ବିରୋଧ କରି ଗ୍ରାମବାସୀ ଶୋଭାଯାତ୍ରାରେ ଯାଇଥିଲେ। ଏହି ସମୟରେ ପୋଲିସ ପ୍ରଥମେ ଆକ୍ରମଣ କରିଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି।
ପୋଲିସ ଲାଠିମାଡ଼ରେ ଢିଙ୍କିଆର ସୁଧାଂଶୁ ଦଳାଇ, କାହ୍ନୁ ସାହୁଙ୍କର ମୁଣ୍ଡ ଫାଟିଛି। ପୁନିଆ ଦଳାଇଙ୍କ ହାତ ଏବଂ ଗଞ୍ଜୁନା ମଲ୍ଲିକଙ୍କ ଗୋଡ଼ ଭାଙ୍ଗିଥିବାବେଳେ ନୃସିଂହ ଦଳାଇଙ୍କ ନାକ ଫାଟିଛି। ଅନେକେ ଆହତ ହୋଇଛନ୍ତି। ସେହିପରି ଆନ୍ଦୋଳନକାରୀଙ୍କ ଆକ୍ରମଣରେ ପାରାଦୀପ ଲକ୍‌ ଥାନା ଅଧିକାରୀ ଯୁଗଳ କିଶୋର ଦାସଙ୍କ ସମେତ ବହୁ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଯେଉଁମାନେ ଆହତ ହୋଇଛନ୍ତି ସେମାନଙ୍କୁ ଚିହ୍ନଟ କରି ଡାକ୍ତରଖାନା ନେବା ବ୍ୟବସ୍ଥା କରୁଛୁ ବୋଲି ତହସିଲଦାର ଦାସ କହିଛନ୍ତି। ଅପରାହ୍ନରେ ଢିଙ୍କିଆ ଗାଁରେ ପୋଲିସ୍‌ ପକ୍ଷରୁ ଫ୍ଲାଗ୍‌ ମାର୍ଚ୍ଚ କରାଯାଇଛି। ଗ୍ରାମରେ ଶାନ୍ତି ଫେରାଇ ଆଣିବା ପାଇଁ କେତେଜଣ ମୁରବିଙ୍କ ସହ ଆଲୋଚନା କରାଯାଇଛି ବୋଲି ଥାନା ଅଧିକାରୀ ଜେନା କହିଛନ୍ତି। ରିପୋର୍ଟ ଲେଖାହେବା ବେଳକୁ ସ୍ଥିତି ଅଶାନ୍ତ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri