ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ

ଢେଙ୍କାନାଳ ଅଫିସ/ରାସୋଳ (ଡି.ଏନ୍‌.ଏ.),୧୪।୧ ଢେଙ୍କାନାଳ ଜିଲା ରାସୋଳସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାରେ ଗୁରୁବାର ଆରମ୍ଭ ହୋଇଛି ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ। ଥାନାଧିକାରୀ ବିଜୟ କୁମାର ହାଇବ୍ରୁଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀ ଏଥିରେ ସହାୟତା କରିଥିଲେ। ସାଇଣ୍ଟିଫିକ୍‌ ଟିମ୍‌ ଦିନତମାମ ବ୍ୟାଙ୍କରେ ତନାଘନା କରିବା ସହିତ ନମୁନା ସଂଗ୍ରହ କରିଛନ୍ତି। ଏଭଳି ବଡ଼ ଧରଣର ଡକାୟତି ପରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ମୁଣ୍ଡବ୍ୟଥା ବଢ଼ିଛି। ଭୁବନେଶ୍ୱରସ୍ଥିତ ଗ୍ରାମ୍ୟ ବ୍ୟାଙ୍କ ଅଧ୍ୟକ୍ଷ ଏମ୍‌. ମୋହନ ପୂର୍ବାହ୍ନରେ ପହଞ୍ଚତ୍ ଘଟଣାବେଳେ ଉପସ୍ଥିତ ବ୍ୟାଙ୍କ ମ୍ୟାନେଜର, କ୍ୟାଶିୟର ଏବଂ ଅନ୍ୟ କର୍ମଚାରୀଙ୍କ ସହିତ ଆଲୋଚନା କରିଛନ୍ତି। ତଦନ୍ତ ଚାଲିଥିବାରୁ ଗ୍ରାହକଙ୍କ ଲାଗି ବ୍ୟାଙ୍କ ବନ୍ଦ ରଖାଯିବା ସହିତ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ବାହାରେ ସୁରକ୍ଷା କର୍ମୀ ମୁତୟନ କରାଯାଇଥିଲା।
ବ୍ୟାଙ୍କରୁ ଅଭିଯୁକ୍ତମାନେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ସମେତ ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ନେଇଯାଇଥିଲେ। ମାତ୍ର ୨ ଘଣ୍ଟା ମଧ୍ୟରେ ଲୁଟ୍‌ ସୁନା, ଟଙ୍କା ଧରିବାରେ ପୋଲିସ ସଫଳ ହୋଇଥିଲେ ହେଁ, ଏଯାଏ ଚିତ୍ର ଅସ୍ପଷ୍ଟ ରହିଛି। ବ୍ୟାଙ୍କରେ ମୋଟ କେତେଟଙ୍କା ଥିଲା, କେତେଟଙ୍କା ଲୁଟ୍‌ ହୋଇଛି, ଲକରରେ ଥିବା ସୁନାର ପରିମାଣ ଏବଂ ଜବତ ସୁନା, ଟଙ୍କା ବିଷୟରେ ଗୁରୁବାର ଦିନତମାମ ଅଧିକାରୀମାନେ ଯାଞ୍ଚ କରିଛନ୍ତି। ତଥାପି ସମ୍ପୂର୍ଣ୍ଣ ଆକଳନ ସରିବାକୁ ଦିନେ ଦୁଇଦିନ ଲାଗିଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଅପରପକ୍ଷେ ସ୍ପଷ୍ଟ ଦିବାଲୋକରେ ଥାନାଠାରୁ ମାତ୍ର ୭୦୦ ମିଟର ଦୂରରୁ ଏଭଳି ଡକାୟତି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ବୋଲି ଚର୍ଚ୍ଚା ହେଉଛି। ସ୍ଥାନୀୟ ଅଭିଯୁକ୍ତଙ୍କ ସହାୟତା ବିନା ଏଭଳି ଲୁଟ୍‌ପାଟ ଅସମ୍ଭବ। ଏଥିରେ କେତେଜଣ ଜଣାଶୁଣା ବ୍ୟକ୍ତି ସାମିଲ ରହିଥିବା ଆଲୋଚନା ଜୋର୍‌ ଧରିଛି। ଏ ସଂକ୍ରାନ୍ତରେ ଥାନାଧିକାରୀ ହାଇବ୍ରୁ କହିଛନ୍ତି, ପୋଲିସ ହାତରେ ପ୍ରମାଣ ଲାଗିଛି। ଡକାୟତି ଘଟଣାର କିଛି ଘଣ୍ଟା ମଧ୍ୟରେ କେତେଜଣ ଅଭିଯୁକ୍ତ ଧରାପଡ଼ିଛନ୍ତି। ସେମାନଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି। ଅତିଶୀଘ୍ର ଡକାୟତି ଘଟଣାର ରହସ୍ୟ ଉନ୍ମୋଚିତ ହେବ। ତେବେ ତଦନ୍ତ ଚାଲିଥିବାରୁ ଜିଲା ପୋଲିସ ପକ୍ଷରୁ ରାତି ୮ଟା ସୁଦ୍ଧା ଏ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ଦିଆଯାଇନାହିଁ। ଏସ୍‌ପି ଏଲ୍‌. ଦିବ୍ୟା ଭି.ଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନି।
ଧରାଇଦେଲେ କାର୍‌ ଡ୍ରାଇଭର
ବୁଧବାର ଅପରାହ୍ନରେ ଡକାୟତ ଗ୍ୟାଙ୍ଗ୍‌ର ୪ଜଣ ବ୍ୟାଙ୍କରୁ ଲୁଟ୍‌ପାଟ କରିବା ପରେ ଦୁଇଟି ବାଇକ୍‌ରେ ରାସୋଳରୁ ଢେଙ୍କାନାଳ ଚାଲିଆସିଥିଲେ। ଏକ କାର୍‌ ଭଡ଼ା ନେଇ ଜିଲା ବାହାରକୁ ଚାଲିଯିବାକୁ ସେମାନେ ଯୋଜନା କରିଥିଲେ। ଏଥିଲାଗି ଢେଙ୍କାନାଳ ବସ୍‌ଷ୍ଟାଣ୍ଡ୍‌ରୁ ଏକ ଗାଡ଼ି (ନଂ. ଓଡି ୦୫ ଏଓ୍ବାଇ ୫୭୩୧) ଭଡ଼ା କରିଥିଲେ। ସଦର ଥାନା ଗୋବିନ୍ଦପୁର ଫାଣ୍ଡି ନିକଟ ୫୫ନଂ. ଜାତୀୟ ରାଜପଥ ଦେଇ ଯିବାବେଳକୁ ଅଭିଯୁକ୍ତଙ୍କ ବ୍ୟବହାରକୁ ନେଇ ଡ୍ରାଇଭରଙ୍କ ସନ୍ଦେହ ଉପୁଜିଥିଲା। ବାହାନା କରି ସେ ଗାଡ଼ି ବାହାରକୁ ଆସି ଉକ୍ତ ସ୍ଥାନରେ ସାଦାପୋଷାକରେ ପଇଁତରା ମାରୁଥିବା ଥାନାଧିକାରୀ ଅଭିନବ ଡାଳୁଆଙ୍କୁ ସୂଚନା ଦେଇଥିଲେ। ଇତିମଧ୍ୟରେ ୩ଜଣ ଅଭିଯୁକ୍ତ ଚମ୍ପଟ ମାରିଥିବାବେଳେ ଜଣଙ୍କୁ କାବୁ କରିବାରେ ପୋଲିସ ସଫଳ ହୋଇଥିଲା। ତାଙ୍କ ସୂଚନା ଆଧାରରେ ଲୁଟ୍‌ରେ ବ୍ୟବହୃତ ୨ ବାଇକ୍‌ ଜବତ ହୋଇଥିଲା। ପରେ ଅନ୍ୟ ୪ଜଣଙ୍କୁ ଉଠାଇ ଆଣି ପୋଲିସ ଗୋବିନ୍ଦପୁର ଫାଣ୍ଡିରେ ପଚରାଉଚୁରା କରିଥିଲା।
ଚିନ୍ତାରେ ସୁନା ବନ୍ଧକଧାରୀ ଗ୍ରାହକ
ରାସୋଳସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଉପରେ ଆଖପାଖ ଅଞ୍ଚଳର ବହୁ ଗ୍ରାହକ ନିର୍ଭର କରନ୍ତି। ବିଶେଷକରି ଚାଷୀ, ବ୍ୟବସାୟୀ ଏବଂ ମଧ୍ୟବିତ୍ତ ବର୍ଗ ସୁନା ବନ୍ଧକ ଦେଇ ଋଣ ନେଇଥାଆନ୍ତି। ଦୈନିକ ଲକ୍ଷାଧିକ ଟଙ୍କାର ନଗଦ ସମେତ ସୁନା କାରବାର ମଧ୍ୟ ହୋଇଥାଏ। ତେବେ ବୁଧବାର ଘଟିଥିବା ଡକାୟତି ଘଟଣା ପରେ ଗ୍ରାହକଙ୍କ ମଧ୍ୟରେ ଛନକା ପଶିଛି। ଗୁରୁବାର ବହୁ ସୁନା ବନ୍ଧକଧାରୀ ଥାନାକୁ ଆସି ପଚାରି ବୁଝିଛନ୍ତି। ଅନ୍ୟପଟେ ପୋଲିସ ପ୍ରଶାସନ ପକ୍ଷରୁ ନିର୍ଭର ଆଶ୍ୱାସନା ଦିଆଯିବା ପରେ ସେମାନେ ଘରକୁ ବାହୁଡ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri