ଓସିଏସ୍‌ ମେନ୍‌: ଚିନ୍ତାରେ ପରୀକ୍ଷାର୍ଥୀ

ଭୁବନେଶ୍ୱର, ୧୩।୧(ବ୍ୟୁରୋ): ରାଜ୍ୟରେ କରୋନା ଏବେ ଉପରମୁହାଁ ରହିଛି। ଆହୁରି ଦୁଇମାସ ଏହି ଧାରା ଜାରି ରହିବ ବୋଲି ସ୍ବାସ୍ଥ୍ୟ ବିଭାଗ କହିସାରିଲାଣି। ଏଭଳି ସ୍ଥିତିରେ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପରୀକ୍ଷା କିଭଳି ଦେବେ, ତାହାକୁ ନେଇ ପରୀକ୍ଷାର୍ଥୀ ଚିନ୍ତାରେ ପଡ଼ିଯାଇଛନ୍ତି। ଆସନ୍ତା ୨୦ ତାରିଖରୁ ଓପିଏସ୍‌ସିର ଓଡ଼ିଶା ସିଭିଲ୍‌ ସର୍ର୍ଭିସ୍‌ (ଓସିଏସ୍‌) ମେନ୍‌ ପରୀକ୍ଷା ଆରମ୍ଭ ହେବ। ୪,୭୫୪ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ରାଜ୍ୟର ୫ଟି ସହରରେ ପରୀକ୍ଷା ଅନୁଷ୍ଠିତ ହେବ। ଫେବୃୟାରୀ ୮ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ପାଇଁ ମଙ୍ଗଳବାର ଓପିଏସ୍‌ସି ଆଡ୍‌ମିଟ୍‌ କାର୍ଡ ମଧ୍ୟ ଦେଇ ସାରିଛି। ତେଣୁ ପରୀକ୍ଷା ହେବା ନିଶ୍ଚିତ ହୋଇଥିଲେ ମଧ୍ୟ କରୋନା ସ୍ଥିତି ପାଇଁ ଯୋଗ୍ୟ ବିବେଚିତ ସମସ୍ତ ପ୍ରାର୍ଥୀ ପରୀକ୍ଷାରେ ଯୋଗଦେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଅଧିକାଂଶ ପିଲା ଏହି ପରୀକ୍ଷାକୁ ସ୍ଥଗିତ ରଖିବାକୁ ଚାହିଁଛନ୍ତି। ଏନେଇ କେତେଜଣ ପରୀକ୍ଷାର୍ଥୀ ରାଜ୍ୟ ସରକାରଙ୍କ ଦୃଷ୍ଟିଗୋଚର କରିଛନ୍ତି।

ଏ ସମ୍ପର୍କରେ ପରୀକ୍ଷାର୍ଥୀ ପୂଜା ବରାଳ କହିଛନ୍ତି, ଜାନୁୟାରୀ ଶେଷ ଓ ଫେବୃୟାରୀ ଆରମ୍ଭ ବେଳକୁ କରୋନା ପିକ୍‌ରେ ଥିବ। ଏହି ସମୟରେ ଅଫ୍‌ଲାଇନ୍‌ ପରୀକ୍ଷା ଦେବା ସମ୍ଭବ ନୁହେଁ। ପରୀକ୍ଷା ସମୟରେ ଆମେ ଯଦି ସଂକ୍ରମିତ ହେବୁ, ପୂରା ପରୀକ୍ଷା ଦେଇପାରିବୁ ନାହିଁ। ଫଳରେ ଆମର ଗୋଟେ ବର୍ଷ ନଷ୍ଟ ହେବ। ଚିନ୍ତା ବି ବଢ଼ିବ। ତେଣୁ ପରୀକ୍ଷାକୁ ସ୍ଥଗିତ କରିଦେବା ଉଚିତ। ଯଦି ବି ପରୀକ୍ଷା କରୁଛନ୍ତି, ତେବେ ସବୁ ପ୍ରକାର କୋଭିଡ୍‌ ଗାଇଡ୍‌ଲାଇନ୍‌କୁ ପାଳନ କରିବା ଉଚିତ। ଯଦି କେହି ପିଲା ସଂକ୍ରମିତ ହୁଅନ୍ତି, ତେବେ ସେମାନଙ୍କ ପାଇଁ ପରୀକ୍ଷା କେନ୍ଦ୍ରରେ ସ୍ବତନ୍ତ୍ର ହଲ୍‌ କରାଯାଉ।

ଛାତ୍ର ରୋହିତ ବିଶ୍ୱାଳ କହିଛନ୍ତି, ମୁଁ କନ୍ଧମାଳରେ ରୁହେ। ମୋର ଭୁବନେଶ୍ୱରରେ ପରୀକ୍ଷା କେନ୍ଦ୍ର ପଡ଼ିଛି। ଏତେଦିନ ପରୀକ୍ଷା ପାଇଁ ଭୁବନେଶ୍ୱରରେ କେଉଁଠି ରହିବି ଜାଣି ପାରୁନାହିଁ। କାରଣ ଭୁବନେଶ୍ୱରରେ ହଷ୍ଟେଲ ବନ୍ଦ ରହିଛି। ଏତିକି ଦିନ ପାଇଁ ଘର ଭଡ଼ା ନେଇକି ମଧ୍ୟ ରହି ହେବ ନାହିଁ। ଏପରି ସ୍ଥିତିରେ ପରୀକ୍ଷା ଦେବା କଷ୍ଟକର। ଆଉଜଣେ ଛାତ୍ର କାର୍ତ୍ତିକ ବେହେରା କହିଛନ୍ତି, ଏବେ ବହୁ ଛାତ୍ରୀଛାତ୍ର କରୋନାରେ ସଂକ୍ରମିତ ହୋଇ ଆଇସୋଲେଶନରେ ଅଛନ୍ତି। ସେମାନଙ୍କ ପାଠପଢ଼ା ବି ପ୍ରଭାବିତ ହୋଇଛି। ସେହିଭଳି ଜାନୁୟାରୀ ଶେଷ ବେଳକୁ ସଂକ୍ରମଣ ଶୀର୍ଷରେ ରହିବ ବୋଲି ଆକଳନ କରାଯାଉଥିବାରୁ ପିଲାମାନେ ଭୟରେ କେବଳ ପରୀକ୍ଷା ଦେବା ପାଇଁ ଯିବେ। ପରୀକ୍ଷା ସମୟରେ କେହି ସଂକ୍ରମିତ ହେଲେ ଶାରୀରିକ ଓ ମାନସିକ ଚାପରେ ପଡ଼ିବେ। ଯଦି କେଉଁ ପିଲା ଓଡ଼ିଶା ବାହାରୁ ପରୀକ୍ଷା ଦେବା ପାଇଁ ଆସିବ ଏବଂ ବିମାନବନ୍ଦରରେ ତା’ର କୋଭିଡ୍‌ ପଜିଟିଭ୍‌ ବାହାରିବ, ତେବେ ସେହି ପିଲାଟି କ୍ୱାରାଣ୍ଟାଇନ୍‌ ନିୟମକୁ ଠିକ୍‌ରେ ପାଳନ କରିପାରିବ ନାହିଁ କି ପରୀକ୍ଷା ଦେଇପାରିବ ନାହିଁ। ଏ ସବୁକୁ ଦୃଷ୍ଟିରେ ରଖି ପରୀକ୍ଷାକୁ ସ୍ଥଗିତ କରାଗଲେ ପରୀକ୍ଷାର୍ଥୀମାନେ ଉପକୃତ ହେବେ।

ଛାତ୍ରୀ ଈପ୍‌ସିତା ମହାନ୍ତି କହିଛନ୍ତି, ମୋର ଏବେ କରୋନା ଲକ୍ଷଣ ରହିଛି। ପ୍ରସ୍ତୁତି ବି ଠିକ୍‌ରେ କରିପାରୁନି। ଆଉ ପରୀକ୍ଷା ବି ଏତେ ଦିନ ହେବ, ସେଥିରେ ବି ସଂକ୍ରମଣର ଭୟ ରହୁଛି। ତେଣୁ କରୋନା ସ୍ଥିତିରେ ସୁଧାର ଆସିବା ପରେ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଉ। ଛାତ୍ରୀ ତୃପ୍ତିମୟୀ ପ୍ରଧାନ କହଛନ୍ତି, ମନରେ ଭୟ ତ ରହିଛି। କିନ୍ତୁ ପରୀକ୍ଷା ହେଇଯାଉ ବୋଲି ମୁଁ ଚାହୁଁଛି। କାରଣ ପରୀକ୍ଷା ପାଇଁ ପ୍ରସ୍ତୁତି କରିସାରିଛି। ଆଉ ସମୟ ନଷ୍ଟ କରିବା ପାଇଁ ଚାହୁଁନି। ତେବେ କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରି ପରୀକ୍ଷା ପରିଚାଳନା କରାଯାଉ ବୋଲି ସେ ମତ ରଖିଛନ୍ତି।

ଏ ସମ୍ପର୍କରେ ଓପିଏସ୍‌ସି ସଦସ୍ୟ ପ୍ରଫେସର ସଙ୍ଗୀତା ରଥ କହିଛନ୍ତି, ବର୍ତ୍ତମାନ ଓପିଏସ୍‌ସିର ବିଭିନ୍ନ ପରୀକ୍ଷା ଚାଲିଛି। ପରୀକ୍ଷା ସ୍ଥଗିତ ନେଇ ସରକାର ଏ ସଂକ୍ରାନ୍ତରେ କିଛି ନିର୍ଦ୍ଦେଶ ଦେଇନାହାନ୍ତି। ତେଣୁ ଆପାତତଃ ଓସିଏସ୍‌ ମେନ୍‌ ପରୀକ୍ଷା ହେବ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri