ମାସେ ଚାଲିଲାନି ମାର୍କେଟ ୟାର୍ଡ

ଢେଙ୍କାନାଳ ଅଫିସ, ୧୧।୧ଚାଷୀ ନିଜର ଉତ୍ପାଦିତ ସବୁଜ ପରିବା ଉଚିତ ମୂଲ୍ୟରେ ବିକିପାରିବେ। ଗୋଦାମ ଘରେ ସୁବିଧାରେ ରଖାଯାଇପାରିବ ଉତ୍ପାଦିତ ଚାଉଳ। ଏଭଳି ମହତ୍‌ ଉଦ୍ଦେଶ୍ୟ ନେଇ ଢେଙ୍କାନାଳ ଆଞ୍ଚଳିକ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱ ମହିଷାପାଟ ନିକଟରେ ୫ବର୍ଷ ତଳେ ନିର୍ମାଣ କରାଯାଇଥିଲା ମାର୍କେଟ ୟାର୍ଡ। ୮୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ବୃହତ୍‌ ବ୍ୟବସାୟିକ କେନ୍ଦ୍ର ଉଦ୍‌ଘାଟନର ପାଖାପାଖି ମାସକ ଭିତରେ ଲକ୍ଷ୍ୟଭ୍ରଷ୍ଟ ହୋଇଯାଇଛି। ପରିଚାଳନା ଅଭାବରୁ ଏଠାରେ ବ୍ୟବସାୟ ବନ୍ଦ ହୋଇଯାଇଥିବାବେଳେ ୫୦୦ ମେଟ୍ରିକ ଟନ୍‌ କ୍ଷମତା ବିଶିଷ୍ଟ ଗୋଦାମ ଗୃହ ମାସିକ ୧୯, ୬୦୦ ଟଙ୍କା ଭଡ଼ାରେ ଲାଗିଛି।
ଆଞ୍ଚଳିକ ବଜାରର ପରିବା ଚାଷୀ, ବ୍ୟବସାୟୀଙ୍କ ସୁବିଧା ଦୃଷ୍ଟିରୁ ମହିଷାପାଟରେ ୨୦୧୭ ଜୁଲାଇ ୧୨ରେ ଉଦ୍‌ଘାଟିତ ହୋଇଥିଲା ମାର୍କେଟ ୟାର୍ଡ। ୧ ଏକର ୪ ଡେସିମିଲ ଅଞ୍ଚଳରେ ପରିବ୍ୟାପ୍ତ ଏହି ବ୍ୟବସାୟିକ ପ୍ରତିଷ୍ଠାନ ନିର୍ମାଣରେ ଆଞ୍ଚଳିକ ବଜାର ନିୟନ୍ତ୍ରିତ କମିଟିର ୪୦ ଲକ୍ଷ ଏବଂ ତ୍ରୟୋଦଶ ଅର୍ଥ କମିଶନର ୪୫ ଲକ୍ଷ ଟଙ୍କା ବିନିଯୋଗ ହୋଇଥିଲା। ଅନୁଦାନ ଅର୍ଥରେ ମାର୍କେଟ୍‌ ୟାର୍ଡକୁ ବାଦ୍‌ଦେଲେ ୫୦୦ ମେଟ୍ରିକ ଟନ୍‌ କ୍ଷମତା ବିଶିଷ୍ଟ ଗୋଦାମ ଗୃହ, କାର୍ଯ୍ୟାଳୟ ଏବଂ ବିଶ୍ରାମ ଗୃହ ନିର୍ମାଣ ହୋଇଥିଲା। ଉଦ୍‌ଘାଟନର ମାସେ ଦୁଇମାସ ଯାଏ ଏଠାକୁ ଉଭୟ ଚାଷୀ ଓ ବେପାରୀ ଆସୁଥିଲେ। ସହରବାସୀ ମଧ୍ୟ ମାର୍କେଟ୍‌ ୟାର୍ଡ ମୁହଁା ହୋଇ ସତେଜ ପନିପରିବା କିଣି ନେଉଥିଲେ। ହେଲେ ଏହି ବୃହତ୍‌ ଅନୁଷ୍ଠାନରେ ପାନୀୟ ଜଳ, କ୍ୟାଣ୍ଟିନ ଏବଂ ଶୌଚାଳୟ ଭଳି ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇ ନ ଥିଲା। ସମସ୍ୟା ବିଷୟରେ ଜାଣି ସୁଦ୍ଧା ଏହାର ସମାଧାନ ଦିଗରେ ତତ୍କାଳ କୌଣସି ପଦକ୍ଷେପ ନିଆଗଲାନାହିଁ। ଫଳରେ ଧୀରେ ଧୀରେ ଚାଷୀ, ଗ୍ରାହକ ଏଠାରୁ ମୁହଁ ଫେରାଇବା ଆରମ୍ଭ କଲେ ଏବଂ ଉଦ୍‌ଘାଟନ ମାତ୍ର କିଛି ଦିନ ମଧ୍ୟରେ ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଗଲା। ଏହାପରେ ଏକ ଠିକା ବ୍ୟବସାୟ ପ୍ରତିଷ୍ଠାନକୁ ମାସିକ ୧୯,୬୦୦ ଟଙ୍କାରେ ଗୋଦାମ ଘର ଭଡ଼ାରେ ଦିଆଯାଇଥିବାବେଳେ ମାର୍କେଟ ୟାର୍ଡ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି।
ଏ ସଂକ୍ରାନ୍ତରେ ଢେଙ୍କାନାଳ ଆଞ୍ଚଳିକ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ସୁବ୍ରତ କୁମାର ଦଳେଇ କୁହନ୍ତି, ପରିବା ବ୍ୟବସାୟୀ ଓ ଚାଷୀ ନ ଆସିବାରୁ ମାର୍କେଟ ୟାର୍ଡ ଏବଂ ଗୋଦାମ ବନ୍ଦ ହୋଇଯାଇଥିଲା। ଏହାକୁ ଏକ ଠିକା ବ୍ୟବସାୟୀ ସଂସ୍ଥାକୁ ଭଡ଼ାରେ ଦିଆଯାଇଛି। ଖୁବ୍‌ଶୀଘ୍ର ଏଠାରେ ଇ-ନ୍ୟାଶନାଲ ଏଗ୍ରିକଲଚର ମାର୍କେଟିଂ (ଇ-ନାମ) ପ୍ରକଳ୍ପ କରାଯିବ। ଏହା ପରିସରରେ ଏକ ୱେବ୍ରିଜ୍‌ କରାଯିବାକୁ ଯୋଜନା ରହିଥିବା ଆର୍‌ଏମ୍‌ସି ସମ୍ପାଦକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିଲେ ବନ୍ଧାପଡ଼ିଥିବା ୨୨ ଶ୍ରମିକ

ଭବାନୀପାଟଣା,୬।୫(ଉତ୍ତମ କୁମାର ଦାଶ): ହାଇଦ୍ରାବାଦକୁ କାମ କରିବାକୁ ଯାଇ ବନ୍ଧାପଡିଥିବା କଳାହାଣ୍ଡି ଜିଲା ଜୁନାଗଡ଼ ସହରର ୨୨ ଶ୍ରମିକ ସୋମବାର ଘରକୁ ଫେରିଛନ୍ତି। କଳାହାଣ୍ଡି ଜିଲା...

ବାରବାଟୀ-କଟକ ବିଧାନସଭା ଆସନରୁ ନାମାଙ୍କନ ଭରିଲେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର,୬।୫: ବାରବାଟୀ-କଟକ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ଡା.ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କଟକ ଚଣ୍ଡୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ବିଶାଳ...

ପୋଷ୍ଟାଲ ବାଲଟରେ ନିଜ ପସନ୍ଦର ନେତାଙ୍କୁ ଦେଲେ ଭୋଟ

ରାୟଗଡ଼ା,୬।୫(ଆଶିଷ ରଞ୍ଜନ ପଣ୍ଡା)-୨୦୨୪ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ କୋରାପୁଟ ଲୋକ ସଭା ଆସନ ଏବଂ ଏହା ଅଧୀନ ୭ଟି ବିଧାନସଭା ଆସନ...

ସମୀର ଦାଶଙ୍କୁ ନୂଆ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର,୬।୫: ଟିକେଟ୍‌ କାଟିବା ପରେ ନିମାପଡା ବିଜେଡି ବିଧାୟକ ସମୀର ଦାଶଙ୍କୁ ସନ୍ତୁଷ୍ଟ କଲା ଦଳ । ୨୦୨୪ ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ନବୀନ...

ସାଲେପୁର ନାବାଳିକା ବଳାତ୍କାର-ହତ୍ୟା ମାମଲା: ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ବଦଳାଇଲେ ହାଇକୋର୍ଟ 

କଟକ,୬ା୫(କାର୍ତ୍ତିକ ସାହୁ): ସାଲେପୁର ଥାନା ଅଞ୍ଚଳରେ ଘଟିଥିବା ଏକ ନାବାଳିକା ବଳାତ୍କାର ହତ୍ୟା ମାମଲାରେ ତଳକୋର୍ଟ ଦ୍ୱାରା ମୃତ୍ୟୁଦଣ୍ଡ ପାଇଥିବା ଅଭିଯୁକ୍ତଙ୍କ ଦଣ୍ଡକୁ ହାଇକୋର୍ଟ କୋହଳ...

୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣଙ୍କ ନାଁରେ ଅପରାଧିକ ମାମଲା, ସବୁଠାରୁ ଏହି ପ୍ରାର୍ଥୀଙ୍କ ନାଁରେ ରହିଛି ଅଧିକ

ଭୁବନେଶ୍ୱର,୬।୫: ଓଡ଼ିଶାରେ ଆସନ୍ତା ୧୩ ତାରିଖରେ ହେବାକୁ ଥିବା ଲୋକ ସଭା ଓ ବିଧାନସଭା ନିର୍ବାଚନରେ ମୋଟ ୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣଙ୍କ ନାଁରେ...

ସବୁଠାରୁ ଗରିବ ପ୍ରାର୍ଥୀ, ପାଖରେ ଅଛି ଏତିକି ଟଙ୍କା, ଏଡିଆର ରିପୋର୍ଟରେ ଖୁଲାସା

ଭୁବନେଶ୍ୱର,୬।୫: ଓଡ଼ିଶାରେ ଆସନ୍ତା ୧୩ ତାରିଖରେ ହେବାକୁ ଥିବା ଲୋକ ସଭା ଓ ବିଧାନସଭା ନିର୍ବାଚନରେ ମୋଟ ୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣଙ୍କ ନାଁରେ...

ଭୁବନେଶ୍ୱରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

ଭୁବନେଶ୍ୱର,୬।୫: କାଳବୈଶାଖୀ ପବନ ଯୋଗୁ ଭୁବନେଶ୍ୱରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର। ଯାହା ପରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରକୁ ଝାରସୁଗୁଡ଼ା ନିଆଯାଇଛି। ସେଠାରେ ସୁରକ୍ଷିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri