୩ ମହାନଗରର ସଂରକ୍ଷଣ ଚିଠା ବିଜ୍ଞପ୍ତି ପ୍ରକାଶିତ

ଭୁବନେଶ୍ୱର,୮ା୧(ବ୍ୟୁରୋ): ପୌର ନିର୍ବାଚନ ପାଇଁ ଓ୍ବାର୍ଡ ପୁନର୍ଗଠନ ଓ ଆସନ ସଂରକ୍ଷଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଶୁକ୍ରବାର ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମର ୬୭, କଟକର ୫୯ ଏବଂ ବ୍ରହ୍ମପୁର ମହାନଗର ନିଗମର ୪୨ଟି ଓ୍ବାର୍ଡର ସୀମା ନିର୍ଦ୍ଧାରଣ ଓ ୫୦% ଆସନ ସଂରକ୍ଷଣ ଚିଠା ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆସନ୍ତା ୧୦ ଦିନ ମଧ୍ୟରେ ଏ ନେଇ ଆପତ୍ତି ଅଭିଯୋଗର ଶୁଣାଣି କରାଯିବ। ଆସନ୍ତା ୧୬ ତାରିଖରେ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ କରାଯିବ।
ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଭୁବନେଶ୍ୱର ମହାନଗର ନିଗମର ୩୮ଟି, କଟକର ୩୩ ଏବଂ ବ୍ରହ୍ମପୁର ମହାନଗର ନିଗମର ୨୩ ଆସନ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ମହିଳାମାନଙ୍କ ଲାଗି ସଂରକ୍ଷିତ ରଖାଯାଇଛି। ଭୁବନେଶ୍ୱର ମହାନଗର ନିଗମର ୩୪, ୧୩ ଓ ୨ ନମ୍ବର ଓ୍ବାର୍ଡ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷଣ କରାଯାଇଥିବାବେଳେ ୩୬, ୧୮ ଏବଂ ୨୧ ନମ୍ବର ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ସେହିପରି ୨୨ ଓ ୨୬ ଅନୁସୂଚିତ ଜନଜାତି ମହିଳା, ୮ ନମ୍ବର ଅନୁସୂଚିତ ଜନଜାତି, ୪୧, ୩୫, ୪୦,୧୭, ୪୭, ୩୮, ୬୩, ୫୮, ୩୭,୧୧, ୬୨, ୧୫, ୪୮, ୫୩, ୯, ୩୯,୧୫, ୩, ୪୬, ୬୭, ୨୮,୧୯,୪୯, ୫, ୨୩,୧୨, ୩୩, ୬୬ ଏବଂ ୬୪ ନମ୍ବର ଓ୍ବାର୍ଡ ମହିଳାଙ୍କ ଲାଗି ସଂରକ୍ଷିତ ରଖାଯାଇଛି।
ସେହିପରି କଟକ ମହାନଗର ନିଗମର ୪୮, ୪୦, ୨୦ ଓ ୩୭ ନମ୍ବର ଓ୍ବାର୍ଡ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବାବେଳେ ୬, ୧୬ ଓ ୩୦ ନମ୍ବର ଅନୁସୂଚିତ ଜାତି, ୪୯ ନମ୍ବର ଅନୁସୂଚିତ ଜନଜାତି ମହିଳା, ୩୪, ୪୧, ୧୮, ୧୫, ୧୨, ୨୮, ୧୯, ୪୨, ୩୩, ୫୫, ୧୧, ୫୬, ୫୭, ୪, ୨୪, ୩୬, ୫୯, ୧୦, ୬, ୫୨, ୫, ୩୧, ୯ ଏବଂ ୧୭ ନମ୍ବର ଓ୍ବାର୍ଡ ମହିଳାଙ୍କ ପାଇଁ ସଂରକ୍ଷିତ କରାଯାଇଛି।
ବ୍ରହ୍ମପୁର ମହାନଗର ନିଗମର ୪୨ଟି ଓ୍ବାର୍ଡରୁ ୨୩ଟିକୁ ସଂରକ୍ଷିତ ରଖାଯାଇଛି। ସେଥିରୁ ୧୯, ୨୩ ନମ୍ବର ଓ୍ବାର୍ଡ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବା ବେଳେ ୯, ୨୫ ଅନୁସୂଚିତ ଜାତି, ୧ ଅନୁସୂଚିତ ଜନଜାତି ମହିଳାଙ୍କ ଲାଗି ସଂରକ୍ଷିତ ରଖାଯାଇଛି। ସେହିପରି ୫, ୩୦, ୬, ୧୦, ୧୫, ୪, ୩୧, ୧୬, ୩୯, ୩, ୨୦, ୧୪, ୧୩, ୩୩, ୨୮, ୩୭, ୩୬ ଏବଂ ୩୮ ନମ୍ବର ଓ୍ବାର୍ଡ ମହିଳାଙ୍କ ଲାଗି ସଂରକ୍ଷିତ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଟି-୨୦ ବିଶ୍ୱକପ ପାଇଁ ଏହି ଦିନ ଘୋଷଣା ହେବ ଟିମ ଇଣ୍ଡିଆ, ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୧୯।୧୨: ଆସନ୍ତା ବର୍ଷ ଫେବୃଆରୀରେ ଭାରତ ଏବଂ ଶ୍ରୀଲଙ୍କାରେ ICC ପୁରୁଷ ଟି-୨୦ ବିଶ୍ୱକପ ୨୦୨୬ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଟିମ ଇଣ୍ଡିଆ କେବେ ଏବଂ...

କେଦାରନାଥ ଧାମରେ ଏ କଣ, ଡିସେମ୍ବର ମାସରେ ଦେଖାଯାଉନି….

ନୂଆଦିଲ୍ଲୀ,୧୯ା୧୨: ଡିସେମ୍ବର ମାସର ଅଧା ବିତିଯାଇଥିଲେ ମଧ୍ୟ ବାବା କେଦାରନାଥ ଧାମରେ ଏବେ ବି ତୁଷାରମୁକ୍ତ ଅଛି। ଏହି ସମୟ ମଧ୍ୟରେ କେଦାରନାଥ ଧାମ ସାଧାରଣତଃ...

ତହସିଲଦାରଙ୍କୁ ମିଳିଲା ପୁରୁଣା ଜମି କାଗଜପତ୍ର ମ୍ୟୁଟେସନ୍ କ୍ଷମତା; SOP ଜାରି କଲା ରାଜସ୍ୱ ବିଭାଗ

ଭୁବନେଶ୍ୱର,୧୯ା୧୨: ଜମିଜମା ସମ୍ବନ୍ଧୀୟ ଦୀର୍ଘ ଦିନର ମାମଲାକୁ ହ୍ରାସ କରିବା ପାଇଁ ଓଡ଼ିଶା ରାଜସ୍ୱ ବିଭାଗ ଏକ ବଡ଼ ପ୍ରଶାସନିକ ସଂସ୍କାର ଆଣିଛି। ପୁରୁଣା ପଞ୍ଜୀକୃତ...

ମେଧାବୃଦ୍ଧି ଯୋଜନାରେ ଛାତ୍ରବୃଦ୍ଧି ହାସଲ କରିବା ୧୪୯ ଛାତ୍ରୀଛାତ୍ରଙ୍କୁ ପଡିଲା ମହଙ୍ଗା, ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ…

ଖୋର୍ଦ୍ଧା,୧୯।୧୨ (ପ୍ରଭାତ ପାଣିଗ୍ରାହୀ): ମିଥ୍ୟା ଆୟ ପ୍ରମାଣ ପତ୍ର ଏବଂ ଜାଲ ଜାତି ପ୍ରମାଣ ପତ୍ର ଦେଇ ଛାତ୍ରୀ ଛାତ୍ର ବୃତ୍ତି ଅର୍ଥ ହଡପ କରିଛନ୍ତି।...

ମଧୁମେହରେ ପ୍ରତି ୯ ସେକେଣ୍ଡରେ ଜଣଙ୍କର ମୃତ୍ୟୁ, 2050 ମସିହା ସୁଦ୍ଧା…

ନୂଆଦିଲ୍ଲୀ,୧୯ା୧୨: ଭାରତ ସମେତ ଅନେକ ପ୍ରମୁଖ ଦେଶ ପାଇଁ ମଧୁମେହ ଏକ ପ୍ରମୁଖ ସମସ୍ୟା ହେବାରେ ଲାଗିଛି । ଭାରତରେ ଏହି ରୋଗ ଏତେ ଦ୍ରୁତ...

୪୧ ବର୍ଷରେ ପୁଣି ମା’ ହେଲେ ଭାରତୀ: ଶୁଟିଂ ଯିବା ପୂର୍ବରୁ…

କମେଡିଆନ ଭାରତୀ ସିଂହ ପୁଣି ଥରେ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାରତୀ ତାଙ୍କର ଲୋକପ୍ରିୟ ଟିଭି ଶୋ ‘ଲାଫଟର୍‌...

ସ୍କୁଲରେ ପାଳନ ହେବନି ଶିଶୁଦିବସ, ଗୁରୁଦିବସ! ସରକାରଙ୍କୁ ଏପରି ଦାବି କଲେ ଶିକ୍ଷକ

ଭୁବନେଶ୍ୱର,୧୯ା୧୨: ୨୦୨୬ ମସିହା ପାଇଁ ପ୍ରକାଶ ପାଇଥିବା ବିଦ୍ୟାଳୟର ବାର୍ଷିକ ଛୁଟି ତାଲିକାରେ ଗୁରୁ ଦିବସ ଏବଂ ଶିଶୁ ଦିବସକୁ ‘ପାଳନୀୟ ଦିବସ’ ଭାବେ ସ୍ଥାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri