କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ ଉପରେ ଡିଜିଜିଆଇର ଚଢ଼ାଉ

ନୂଆଦିଲ୍ଲୀ,୨।୧: ଭାରତରେ ନିଷିଦ୍ଧ ହୋଇଥିବା କ୍ରିପ୍ଟୋ ମୁଦ୍ରାକୁ ବେଆଇନ ଭାବେ କାରବାର କରୁଥିବା ସଂସ୍ଥା ଉପରେ ଶନିବାର ଜିଏସ୍‌ଟି ଇଣ୍ଟେଲିଜେନ୍ସ ମହାନିର୍ଦ୍ଦେଶାଳୟ (ଡିଜିଜିଆଇ) ପକ୍ଷରୁ ଚଢ଼ାଉ କରାଯାଇଛି। କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ କରୁଥିବା ସଂସ୍ଥା ୱାଜିର ଏକ୍ସ ବିପୁଳ ପରିମାଣରେ ଟିକସ ଠକେଇ କରୁଥିବା ନେଇ ଡିଜିଜିଆଇ ଜାଣିବାକୁ ପାଇଥିଲା। ଏ ନେଇ ଡିଜିଜିଆଇ ଦେଶରେ ସଞ୍ଚାଳିତ ଏହି ଏକ୍ସଚେଞ୍ଜ ସଂସ୍ଥାଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିଶେଷ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, କ୍ରିପ୍ଟୋକରେନ୍ସି ସେବା ପ୍ରଦାନକାରୀଙ୍କ ପାଖାପାଖି ୬ଟି କାର୍ଯ୍ୟାଳୟ ଉପରେ ତଦନ୍ତକାରୀ ସଂସ୍ଥା ଚଢ଼ାଉ କରିଛି। ଏଥିରେ ଏକ ବଡ଼ ଧରଣର ଜିଏସ୍‌ଟି ଠକେଇ ହୋଇଥିବା ଜଣାପଡ଼ିଛି। କ୍ରିପ୍ଟୋ ୱାଲେଟ୍‌ ଏବଂ ଏକ୍ସଚେଞ୍ଜ ପ୍ଲାଟ୍‌ଫର୍ମ ଜରିଆରେ ବ୍ୟବସାୟୀ ଏବଂ ଗ୍ରାହକ ବିଟ୍‌କଏନ୍‌, ଏଥିରିୟମ୍‌, ରିପଲ୍‌ ଭଳି ଡିଜିଟାଲ ମୁଦ୍ରାର ନେଣଦେଣ କରିଥାନ୍ତି। ସରକାରୀ ସୂତ୍ରରୁ ଆହୁରି ମଧ୍ୟ ଜଣାପଡ଼ିଛି, ଏହି କମ୍ପାନୀଗୁଡିକ କ୍ରିପ୍ଟୋ ମୁଦ୍ରା କିଣିବା ଏବଂ ବିକ୍ରୟ ପାଇଁ ମଧ୍ୟସ୍ଥ ସେବା ଯୋଗାଇଥାନ୍ତି। ଏହି ସେବାଗୁଡିକ ଉପରେ ୧୮% ହାରରେ ଜିଏସ୍‌ଟି ଲାଗୁ ହୋଇଥାଏ। ଏହାକୁ ଉକ୍ତ ବ୍ୟବସାୟୀମାନେ ଫାଙ୍କି ଆସୁଥିଲେ ବୋଲି କୁହାଯାଇଛି। ଏହି ସେବା ପ୍ରଦାନକାରୀମାନେ ବିଟ୍‌କଏନ୍‌ ଏକ୍ସଚେଞ୍ଜ ସହ ଜଡିତ ହେବା ପାଇଁ କମିଶନ ଚାର୍ଜ କରୁଥିଲେ, କିନ୍ତୁ ଜିଏସ୍‌ଟି ଦେଉ ନ ଥିଲେ। ଫଳରେ ଏହି କାରବାରକୁ ନେଇ ଡିଜିଜିଆଇ ପୂର୍ବରୁ ସଜାଗଥିଲା ଏବଂ ସମୟ ଦେଖି ସେମାନଙ୍କ ଉପରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ପ୍ରାୟ ୭୦ କୋଟି ଟଙ୍କାର ଟ୍ୟାକ୍ସ ଠକେଇ ହୋଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

ପ୍ରାଇଭେଟ୍‌ ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ଖବର: EPFO ନେଲା ବଡ଼ ପଦକ୍ଷେପ, ଏବେ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୧୯।୧୨: ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ବଡ଼ ଖବର ଆସିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ EDLI ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି।...

ମହଙ୍ଗା ହେବ ମୋବାଇଲ୍ ରିଚାର୍ଜ, ୨୦% ପର୍ଯ୍ୟନ୍ତ ବଢ଼ିପାରେ ଦାମ୍

ନୂଆଦିଲ୍ଲୀ,୧୯ା୧୨:   ଭାରତର ପ୍ରମୁଖ ଟେଲିକମ୍ କମ୍ପାନୀଗୁଡ଼ିକ ରିଲାଏନ୍ସ ଜିଓ, ​​ଭାରତୀ ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ, ଆସନ୍ତା ବର୍ଷ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଉଭୟ ପ୍ଲାନର...

ଆଉ ହାତ ମାରିହେବନି, ପୁଣି ଏତେ ବଢିଗଲା ସୁନା ଦର

ନୂଆଦିଲ୍ଲୀ,୧୮।୧୨: ଗୁରୁବାର, ଡିସେମ୍ବର ୧୮ ତାରିଖ, ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗୁରୁବାର ରୂପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୨.୧୧...

୨୦୩୦ରେ ଅବସର ନେବାକୁ ଥିବା ପ୍ରାଇଭେଟ କର୍ମଚାରୀଙ୍କୁ ମିଳିବ ଏତିକି ଦରମା, ଏମିତି କରନ୍ତୁ ହିସାବ

ନୂଆଦିଲ୍ଲୀ,୧୫।୧୨:ପ୍ରାଇଭେଟ କ୍ଷେତ୍ରର କର୍ମଚାରୀମାନେ ପ୍ରାୟତଃ ସେମାନଙ୍କର ବାର୍ଦ୍ଧକ୍ୟ ସୁରକ୍ଷା ବିଷୟରେ ଚିନ୍ତିତ ଥାଆନ୍ତି। ତଥାପି, ଯଦି ଆପଣଙ୍କର PF କଟାଯାଏ, ତେବେ ନିରାଶ ହେବାର କୌଣସି...

ନଭେମ୍ବରରେ ଦ୍ୱିତୀୟ ମାସ ପାଇଁ ପାଇକାରୀ ମୁଦ୍ରାସ୍ଫୀତି ନକାରାତ୍ମକ

ନୂଆଦିଲ୍ଲୀ,୧୫।୧୨: ସରକାରୀ ତଥ୍ୟ ଅନୁଯାୟୀ, ନଭେମ୍ବର ୨୦୨୫ରେ ପାଇକାରୀ ମୂଲ୍ୟ ସୂଚକାଙ୍କ (WPI) ଭିତ୍ତିକ ମୁଦ୍ରାସ୍ଫୀତି ହାର କ୍ରମାଗତ ଦ୍ୱିତୀୟ ମାସ ପାଇଁ (-) ୦.୩୨...

BSNL ଆଣିଲା ଖୁସିଖବର: ଏଣିକି ଶସ୍ତାରେ ମିଳିବ ଇଣ୍ଟରନେଟ୍‌ ପ୍ଲାନ୍‌

ନୂଆଦିଲ୍ଲୀ,୧୫।୧୨: ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ନିରନ୍ତର ଭାବରେ ଏହାର ଉପଭୋକ୍ତାମାନଙ୍କୁ ସୁଲଭ ଯୋଜନା ପ୍ରଦାନ କରୁଛି। ଏହି ପରିପ୍ରେକ୍ଷୀରେ,...

Gold Silver Price: ୨୦ ବର୍ଷରେ ରେକର୍ଡ ଭାଙ୍ଗିଲା ରୂପା ଦର, ଆଜି ପୁଣି ବଢ଼ିଲା ସୁନା

ନୂଆଦିଲ୍ଲୀ,୧୫।୧୨: ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟ ବୃଦ୍ଧି ପାଉଛି । ଯଦି ଦେଖାଯାଏ, ତେବେ ରୂପା ଦର ୧୨ହଜାରରୁ ୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri