Posted inଖେଳ

ଦଳରୁ ବାଦ୍‌ ପଡ଼ିବାର କାରଣ ମୋତେ ଜଣା ନାହିଁ

ନୂଆଦିଲ୍ଲୀ,୩୧।୧୨: ଭାରତୀୟ କିମ୍ବଦନ୍ତୀ ଅଫ୍‌ ସ୍ପିନର ହରଭଜନ ସିଂଙ୍କୁ ଜାତୀୟ ଦଳରୁ ବାଦ୍‌ ଦିଆଯିବା ନେଇ ଟିମ୍‌ ମ୍ୟାନେଜମେଣ୍ଟ କୌଣସି ଉତ୍ତର ଦେଇ ନ ଥିଲା। ଏକ ସାକ୍ଷାତକାର ବେଳେ ଭଜିଙ୍କୁ ସେହି ପରିସ୍ଥିତି ସମ୍ପର୍କରେ ସେତେବେଳର ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସହ କୌଣସି ପ୍ରକାର ଯୋଗାଯୋଗ କରିଥିଲେ କି ବୋଲି ପ୍ରଶ୍ନ କରାଯାଇଥିଲା।

ଉତ୍ତରରେ “ମୁଁ ପ୍ରଶ୍ନ ପଚାରିବାକୁ ଉଦ୍ୟମ କରିଥିଲି, କିନ୍ତୁ ଉତ୍ତର ମିଳି ନ ଥିଲା। ମୋତେ ଦଳରୁ ବାଦ୍‌ ଦିଆଯିବା ପଛରେ କେଉଁମାନେ ଅଛନ୍ତି? ମୋତେ ଯେଉଁ ଭଳି ଦଳରୁ ବିଦା କରାଗଲା ତା’ ପରେ ସେହି ପ୍ରଶ୍ନ ପଚାରିବାର କିଛି ଅର୍ଥ ନ ଥିଲା। ଜଣେ କହିବାକୁ ଚାହୁଁ ନ ଥିଲେ, ତୁମେ ଯେତେ ପ୍ରଶ୍ନ କଲେ ମଧ୍ୟ କିଛି ଲାଭ ମିଳିବ ନାହିଁ। ସେହି ବିଷୟକୁ ପଛରେ ଛାଡ଼ି ଦେବା ଭଲ ହେବ। ମୋ ଦ୍ୱାରା ଯାହା ହୋଇପାରିବ, ମୁଁ ତାକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିବି। ଯେଉଁ ବିଷୟକୁ ମୁଁ ନିୟନ୍ତ୍ରଣ କରିପାରିବି ନାହିଁ, ମୁଁ ତାକୁ ଦେଖେ ନାହିଁ। ପ୍ରକୃତରେ ଏହା ହିଁ ଘଟିଥିଲା” ବୋଲି ଭଜି କହିଛନ୍ତି।

କ୍ୟାରିୟରର ପରବର୍ତ୍ତୀ ଭାଗରେ ତାଙ୍କୁ ସୁଯୋଗ ନ ମିଳିବା ଉପରେ ସେ କହିଛନ୍ତି, ବିଶ୍ୱକପ୍‌ ଜିତିବା ପରେ ଚାମ୍ପିୟନ ଦଳ କଦାପି ଏକତ୍ରିତ ହୋଇ ଖେଳି ନ ଥିଲା। ଯେଉଁ ଦଳ ବିଶ୍ୱକପ୍‌ ଜିତିଛି, ସେହି ଦଳ ପରବର୍ତ୍ତୀ ସମୟରେ ନ ଖେଳିବା ଆଶ୍ଚର୍ଯ୍ୟଜନକ କଥା। ମୋତେ ୩୧ ହେଲା ବେଳକୁ ୪୦୦ ଟେଷ୍ଟ ଉଇକେଟ ନେଇ ସାରିଥିଲି। ମୋତେ ଲାଗୁଛି ପରବର୍ତ୍ତୀ ୮ରୁ ୯ ବର୍ଷ ଖେଳିଥିଲେ ମୁଁ ଅତିକମ୍‌ରେ ୧୦୦ ଉଇକେଟ ନେଇପାରିଥାନ୍ତି। କିନ୍ତୁ ତା’ ପରେ ମୋତେ କଦାପି ଖେଳିବାକୁ ସୁଯୋଗ ମିଳିଲା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri