ନାସା ଆଇଏଏସ୍‌ପିରେ ଏଲ୍‌ପିୟୁ ଛାତ୍ରୀ ଜାହ୍ନବୀ

ଜଳନ୍ଦର,୨୬ା୧୨: ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଲଭ୍‌ଲି ପ୍ରୋଫେସନାଲ ୟୁନିଭର୍ସିଟି (ଏଲ୍‌ପିୟୁ)ର ବିଟେକ୍‌ (ଇସିଇ) ୨ୟ ବର୍ଷ ଛାତ୍ରୀ ଜାହ୍ନବୀ ଡାଙ୍ଗେଟି ବିଶ୍ୱବିଦ୍ୟାଳୟ ପାଇଁ ସୁନାମ ଆଣିଛନ୍ତି। ସେ ପ୍ରଥମ ଭାରତୀୟ ଛାତ୍ରୀ ଭାବେ ନାସା ଅଧୀନ ଇଣ୍ଟରନ୍ୟାଶନାଲ ଏୟାର ଆଣ୍ଡ ସ୍ପେସ୍‌ ପ୍ରୋଗ୍ରାମ (ଆଇଏଏସ୍‌ପି)କୁ ଯିବା ପାଇଁ ମନୋନୀତ ହୋଇଛନ୍ତି। ନାସାର ପରୀକ୍ଷଣ ସ୍ଥଳ ଆଲବାମ (ୟୁଏସ୍‌ଏ)ର କେନେଡି ସ୍ପେସ୍‌ ସେଣ୍ଟରକୁ ଯାଇ ସେଠାରୁ ଜ୍ଞାନ ଆରୋହଣ କାର୍ଯ୍ୟକ୍ରମରେ ସାମିଲ ହେବା ଯୋଜନା ରହିଛି। ଏଭଳି ଏକ ମହତ୍ତ୍ୱପୂର୍ଣ୍ଣ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମ ପାଇଁ ସାରା ବିଶ୍ୱରୁ ଆଇଏଏସ୍‌ପି ମୋଟ ୨୦ଜଣ କୃତୀ ବିଦ୍ୟାର୍ଥୀଙ୍କୁ ଚୟନ କରିଥିବା ଜଣାପଡ଼ିଛି। ଆନ୍ଧ୍ରପ୍ରଦେଶରେ ଜନ୍ମିତ ଜାହ୍ନବୀ ପ୍ରଥମ ଭାରତୀୟ ତଥା ଭାରତୀୟ ଛାତ୍ରୀ ଭାବେ ଏହି ସୁନାମ ଅର୍ଜନ କରିଛନ୍ତି। ଏହି ଅବସରରେ ସେ କେନେଡି ସ୍ପେସ୍‌ ସେଣ୍ଟର ଆଲବାମରେ ରହି ଅନ୍ତରୀକ୍ଷ ଯାତ୍ରା ସମ୍ପର୍କିତ ବିଶେଷ ଜ୍ଞାନ ଆରୋହଣ ସାଙ୍ଗକୁ ଆବଶ୍ୟକ ବିଷୟବସ୍ତୁ ଉପରେ ମଧ୍ୟ ଶିକ୍ଷାପ୍ରାପ୍ତ କରିବେ ବୋଲି ଜଣାପଡ଼ିଛି। କଠିନ ପରିଶ୍ରମ ସାଙ୍ଗକୁ ଏଲ୍‌ପିୟୁର ସହଯୋଗ ଓ ଏହାର ଶିକ୍ଷକଙ୍କ ତତ୍ତ୍ୱାବଧାନରେ ଜାହ୍ନବୀ ନାସାର ଉକ୍ତ ପରୀକ୍ଷାରେ ଦକ୍ଷତା ପ୍ରଦର୍ଶନ କରି ସଫଳତା ହାସଲ କରିଥିଲେ। ଏହି ପରିପ୍ରେକ୍ଷୀରେ ଜାହ୍ନବୀଙ୍କୁ ଟିମ୍‌ କେନେଡିର ମିଶନ ଡାଇରେକ୍ଟର ଭାବେ ନିଯୁକ୍ତ କରାଯାଇଛି। ତାଙ୍କର ଏହି ସଫଳତା ସମ୍ପର୍କରେ ଏଲ୍‌ପିୟୁର କୁଳପତି ଅଶୋକ ମିତ୍ତଲ କହିଛନ୍ତି, ସେ ଆମ ପାଇଁ ଯେତିକି ଗର୍ବ ଭାରତ ପାଇଁ ମଧ୍ୟ ଗୌରବ ଲାଭ କରିଛନ୍ତି। ବିଶ୍ୱବିଦ୍ୟାଳୟର ଶିକ୍ଷକଙ୍କ ସହଯୋଗ ସହ ତାଙ୍କ କଠିନ ପରିଶ୍ରମର ଫଳ ମିଳିଛି। ସେ କଳ୍ପନା ଚାଓ୍ବାଲା ଓ ସୁନିତା ଉଇଲିିୟମ୍ସଙ୍କ ଭଳି ହେବାକୁ ଚେଷ୍ଟା ଜାରି ରଖିଛନ୍ତି। ସେ ତାଙ୍କ ଲକ୍ଷ୍ୟପଥରେ ସଫଳ ହୁଅନ୍ତୁ ବୋଲି ଏଲ୍‌ପିୟୁ ପରିବାର ପକ୍ଷରୁ କାମନା କରାଯାଉଛି ବୋଲି ମିତ୍ତଲ କହିିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୦୦, ୩୦୦୦ ଓ ୫୦୦୦ ନିବେଶ କଲେ କେତେ ମିଳିବ ରିଟର୍ଣ୍ଣ? ଜାଣନ୍ତୁ ଏହି ଖାସ୍ ଯୋଜନାର ଲାଭ…

ପୋଷ୍ଟ ଅଫିସ୍ ଆରଡି ଯୋଜନା ଏକ ସୁରକ୍ଷିତ ଏବଂ ଆକର୍ଷଣୀୟ ନିବେଶ ବିକଳ୍ପ ଯେଉଁଥିରେ ଆପଣ ୬.୭% ସୁଧ ହାରରେ ଅଳ୍ପ ପରିମାଣରେ ନିବେଶ କରି...

Gold-Silver Price: କାହିଁକି ବଢୁଛି ସୁନା-ରୂପା ଦର? ସାମ୍ନାକୁ ଆସିଲା ପ୍ରକୃତ କାରଣ

ନୂଆଦିଲ୍ଲୀ ୧୧|୧୨: ସୁନା-ରୂପା ଦର ତଳମୁହାଁ ହେବାର ନାଁ ଧରୁନାହିଁ । ଗୋଟିଏ ପଟେ ସୁନାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ଉପରେ...

ମୋବାଇଲ ୟୁଜର୍ସଙ୍କୁ ଝଟ୍‌କା, ୨୦୨୬ରେ ଆହୁରି ବଢିଯିବ ରିଚାର୍ଜ ପ୍ଲାନ, ଜିଓ-ଏୟାରଟେଲ ୟୁଜରଙ୍କୁ ଦେବାକୁ ପଡିବ…

ନୂଆଦିଲ୍‌ଲୀ,୧୧।୧୨: ମୋବାଇଲ ଉପଭୋକ୍ତାମାନେ ପୁଣି ଥରେ ମୁଦ୍ରାସ୍ଫୀତିର ଶିକାର ହେଉଛନ୍ତି। ସମ୍ପ୍ରତି, ଜିଓ ବ୍ୟତୀତ ସମସ୍ତ କମ୍ପାନୀ ସେମାନଙ୍କର ଯୋଜନା ବୃଦ୍ଧି କରିଛନ୍ତି, ଏବଂ ଏବେ...

୨୦୨୬ରେ ଏହି କମ୍ପାନୀ କରିବ ମାଲାମାଲ୍‌, ବର୍ଷ ସରିବା ଆଗରୁ ଜାଣି ନିଅନ୍ତୁ

ନୂଆଦିଲ୍ଲୀ,୧୦।୧୨: ସ୍ଥିର ଏବଂ ନିୟମିତ ଆୟ ଚାହୁଁଥିବା ନିବେଶକଙ୍କ ପାଇଁ ଲାଭାଂଶ ପ୍ରଦାନକାରୀ ଷ୍ଟକ ସର୍ୱଦା ଏକ ଶ୍ରେଷ୍ଠ ପସନ୍ଦ ହୋଇଆସିଛି। ଏପରି କମ୍ପାନୀଗୁଡ଼ିକର ସାଧାରଣତଃ...

Youtubeରେ ଗୋଲ୍ଟ ବଟନ୍ ମିଳିଲେ ମାସକୁ ମିଳେ କେତେ ଟଙ୍କା ?

ନୂଆଦିଲ୍‌ଲୀ,୧୦।୧୨: ତିଦିନ ଲକ୍ଷ ଲକ୍ଷ ଭିଡିଓ ଅପଲୋଡ଼ ହେଉଛି ଆଉ କେତେକ କ୍ରିଏଟର ଏହା ଦ୍ୱାରା କୋଟି କୋଟି ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। YouTube...

ସରକାରୀ କର୍ମଚାରୀଙ୍କୁ ବଡ଼ ଝଟ୍‌କା! ନୂଆବର୍ଷରେ କମ୍‌ ବଢିବ ଦରମା

ନୂଆଦିଲ୍‌ଲୀ,୧୦।୧୨: ନୂଆ ବର୍ଷରେ ସରକାରୀ କର୍ମଚାରୀଙ୍କୁ ଶକ୍ତ ଝଟ୍‌କା। ୧ କୋଟି ୨୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ସାମାନ୍ୟ ଦରମା ବୃଦ୍ଧି...

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri