୧୦୪୭ କୋଟିର ଯୋଜନା ଅନୁମୋଦନ

ଜଗତ୍‌ସିଂହପୁର ଅଫିସ, ୨୫ା୧୨: ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ଶୁକ୍ରବାର ଅପରାହ୍ନରେ ଜିଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିରେ ୩୭ଟି ବିଭାଗ ଓ ୨ଟି ପୌର ପରିଷଦ ଅନ୍ତର୍ଭୁକ୍ତ ରହିଛି। ୧୦୪୭ କୋଟି ୨୧ଲକ୍ଷ ୫୨ ହଜାର ଟଙ୍କାର ଯୋଜନା ଅନୁମୋଦନ ଲାଭ କରିଥିବା ସୂଚନା ଦିଆଯାଇଛି। ସେଥିମଧ୍ୟରୁ ପୂର୍ତ୍ତ ବିଭାଗ ପାଇଁ ୧୦୬୦୭ ଲକ୍ଷ, ବିଦ୍ୟାଳୟ ଓ ଗଣଶିକ୍ଷା ୭୫୮୦.୧୮ ଲକ୍ଷ, ଅନୁସୂଚିତ ଜାତି ଓ ଜନଜାତିଙ୍କ ବିକାଶ ପାଇଁ ୧୪୦.୫୦ ଲକ୍ଷ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ୨୨୪.୨୦ ଲକ୍ଷ, ଗୃହ ଓ ନଗର ଉନ୍ନୟନ ୩୩୦ ଲକ୍ଷ, କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ୨୦୦ ଲକ୍ଷ ଟଙ୍କା ଅନୁମୋଦନ ହୋଇଛି। ସେହିପରି ଯୋଜନା ଓ କନଭରଜେନ୍ସ ପାଇଁ ୧୩୧୪ ଲକ୍ଷ, ପଞ୍ଚାୟତିରାଜ ୧୩୮୧୨.୪୨ ଲକ୍ଷ, ଶିଳ୍ପ ୨୦ ଲକ୍ଷ, ଜଳ ସମ୍ପଦ ୧୪୫୬.୧୪ ଲକ୍ଷ, ଜଙ୍ଗଲ ଓ ପରିବେଶ ୧୨୧ ଲକ୍ଷ, କୃଷି ଓ ଉଦ୍ୟାନ କୃଷି ୫୧୨୨.୦୫ ଲକ୍ଷ, ଗ୍ରାମ୍ୟ ଉନ୍ନୟନ ୯୩୧୩.୬୧ ଲକ୍ଷ, ସଂସ୍କୃତି ୨୧୫.୬୯ ଲକ୍ଷ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ୬୮୫.୫୩ ଲକ୍ଷ, ସମବାୟ ୪୩,୪୦୦ ଲକ୍ଷ, ମହିଳା ଓ ଶିଶୁ ବିକାଶ ୪୪୬.୨୯ ଲକ୍ଷ, ଅଣୁ, ମଧ୍ୟମ ଓ କ୍ଷୁଦ୍ର ଉଦ୍ୟୋଗ ୩୩.୯୦ ଲକ୍ଷ ଓ ସାମାଜିକ ସୁରକ୍ଷା ବିଭାଗ ପାଇଁ ୮୫୪୦.୪୧ଲକ୍ଷ ଟଙ୍କା ରହିଛି । ଏହା ରାଜ୍ୟ ସରକାରଙ୍କ ପାଖକୁ ପଠାଯାଇ ଷ୍ଟେଟ୍‌ ପ୍ଲାନରେ ଅନ୍ତର୍ଭୁକ୍ତ କରାଯିବ।
ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଜଳସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ଜିଲାର ବିକାଶ ପାଇଁ ଯାହା ଯୋଜନା ପ୍ରସ୍ତାବ ରହିବ ସେଥିରେ ତାଙ୍କର ସହମତି ଥିବା କହିଥିଲେ। ବିଧାୟକ ମୁଦୁଲି କହିଥିଲେ, ଆମ ଜିଲାରେ କୃଷି ଓ ଶିଳ୍ପ ଅଭିବୃଦ୍ଧି ଆହ୍ବାନ। ଏଠାରେ ଦୁଗ୍ଧ ଓ ମତ୍ସ୍ୟ ସମ୍ପଦର ଉତ୍ପାଦନ ବୃଦ୍ଧି, ଜଳସମ୍ପଦର ଉନ୍ନତି, ପର୍ଯ୍ୟଟନର ବିକାଶ ପାଇଁ ପ୍ରକୋଷ୍ଟ କ୍ଷେତ୍ର ରହିଛି। ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ ଓ କୃଷି ଆଦିର ବିକାଶ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଇଛି। ବୈଠକରେ ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସ ଓ ଜିଲା ପରିଷଦ ସଭାପତି ପ୍ରିୟଦର୍ଶିନୀ ବିଶ୍ୱାଳ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପ୍ରାରମ୍ଭରେ ଜିଲାପାଳ ପାରୁଲ ପଟାୱରୀ ସ୍ବାଗତ ସୂଚନା ଦେବା ସହ ଶ୍ରମିକମାନଙ୍କ କାର୍ଡ ରିନିୱାଲ କରିବା ପାଇଁ ସମସ୍ତ ବ୍ଲକରେ ଶିବିର ଆୟୋଜନ କରିବାକୁ ଜିଲା ଶ୍ରମ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏଥିରେ ଉପନିର୍ଦ୍ଦେଶକ ସବିତା ସାହୁଙ୍କ ସମେତ ଜିଲା ପରିଷଦ ସଭ୍ୟାସଭ୍ୟ, ଜିଲା ଯୋଜନା କମିଟି ସଭ୍ୟାସଭ୍ୟ, ଜିଲାସ୍ତରୀୟ ଅଧିକାରୀ ଓ କ୍ଷେତ୍ରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରିୟଙ୍କା ଗାନ୍ଧୀଙ୍କ ବୋହୂ ଅଭିଭାଙ୍କ ସମ୍ପତ୍ତି କେତେ? ଏମିତି କରନ୍ତି ମୋଟା ଅଙ୍କର ରୋଜଗାର

ନୂଆଦିଲ୍ଲୀ,୩୦।୧୨: ଦେଶର ପ୍ରମୁଖ ରାଜନୈତିକ ପରିବାର ମଧ୍ୟରୁ ଗୋଟିଏ ଗାନ୍ଧୀ-ଭଦ୍ରା ପରିବାର ଖୁବ ଶୀଘ୍ର ବିବାହ ଘୋଷଣା କରିବାକୁ ଯାଉଛନ୍ତି। ପ୍ରସ୍ତୁତି ଚାଲିଛି, ଏବଂ ବିବାହ...

ଶିଶୁୁତ୍ରକୁ ଜନ୍ମ ଦେଇ ଆଖିବୁଜିଦେଲେ ମା’: ହସ୍ପିଟାଲରେ ତାଲାମାରି ଚମ୍ପଟ ମାରିଲେ…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁରର ମେଡିକାଲ ଛକ ନିକଟରେ ଏକ ଘରୋଇ ମେଡିକାଲ ସାମ୍ନାରେ ପ୍ରସବ ପାଇଁ ଆସିଥିବା ପ୍ରସୂତିଙ୍କ ମୃତ୍ୟୁ ଘଟିଛି। ଚିକିତ୍ସାରେ ଅବହେଳା...

କେମିତି ରହିବ ୨୦୨୬ରେ ଶନିଙ୍କ ଚାଲି? ଏସବୁ ରାଶି ରହିବେ ସତର୍କ, ଖରାପ ଟାଇମ୍‌ ଆରମ୍ଭ…

ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ କର୍ମର ଦାତା ଏବଂ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ। ତାଙ୍କୁ ନଅଟି ଗ୍ରହ ମଧ୍ୟରେ...

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri