ସମର୍ଥନ ଅଧିକ, ବିରୋଧ କମ୍‌

କାଳିଆପାଣି,୨୩ା୧୨(ଡି.ଏନ.ଏ.): ସୁକିନ୍ଦା ତହସିଲ ଅଧୀନ ଟାଟାଷ୍ଟିଲ ମାଇନିଂ ଲିମିଟେଡ୍‌ର କମର୍ଦା ଓ ସାରୁଆବିଲ ଖଣିର ପରିବେଶ ମଞ୍ଜୁରୀ ପାଇଁ ବୁଧବାର ଏକ ଜନଶୁଣାଣି ଶିବିରି ଅନୁଷ୍ଠିତ ହୋଇଯାଇଛି। ସାରୁଆବିଲ ଗ୍ରାମ ଖେଳପଡ଼ିଆରେ ଅନୁଷ୍ଠିତ ଶିବିରରେ ଅଞ୍ଚଳ ଲୋକେ ଯୋଗଦେଇ ବିଭିନ୍ନ ଦାବି ରଖିବା ସହ ଏହାକୁ ବହୁମତରେ ସମର୍ଥନ କରିଛନ୍ତି। ବହୁ କମ୍‌ ଲୋକ ଏହାକୁ ବିରୋଧ କରିଛନ୍ତି। ପୂର୍ବାହ୍ନ ୧୧ଟାରେ ଜନଶୁଣାଣିର ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ସାରୁଆବିଲ ଖଣି ପାଇଁ ଆବଶ୍ୟକ ପରିବେଶ ମଞ୍ଜୁରୀ ଲାଗି କମର୍ଦା, ତୈଳଙ୍ଗୀ ଓ ସାରୁଆବିଲ ଗ୍ରାମର ଲୋକେ ଯୋଗଦେଇ ନିଜମତ ରଖିଥିଲେ। କମର୍ଦା, ସରୁଆବିଲ ଓ ତୈଳଙ୍ଗୀ ଗ୍ରାମର ୨୪୬.୮୫୮ ହେକ୍ଟର ପରିମିତ ଖଣି ଅଞ୍ଚଳ ପାଇଁ ପରିବେଶ ମଞ୍ଜୁର ନିମନ୍ତେ ଏହି ଜନଶୁଣାଣି ଅନୁଷ୍ଠିତ ହୋଇଥିଲା। ଏଥିରେ ୧୫୨ ଜଣ ନିଜ ମତ ରଖିଥିଲେ।
ସେହିପରି ଅପରାହ୍ନରେ କମର୍ଦା ଖଣି ନିମନ୍ତେ କମର୍ଦା, ତୈଳଙ୍ଗୀ, ସାରୁଆବିଲ ଓ ବାଲିପଦା ଗଁାର ୧୦୭.୨୪୦ ହେକ୍ଟର ଜମି ଅଧିଗ୍ରହଣ ପାଇଁ ଆୟୋଜିତ ଜନଶୁଣାଣିରେ ୩୧୪ ଜଣ ଯୋଗଦେଇ ଦେଇଥିଲେ। ଏହି ୨ ଖଣିର ଜନଶୁଣାଣିରେ ମୋଟ୍‌ ୪୬୬ ଲୋକ ନିଜ ମତାମତ ଦେଇଥିବାବେଳେ ୨୦ ଜଣ ବିସ୍ଥାପିତ ଭୟରେ ବିରୋଧ କରିଥିଲେ। କାର୍ଯ୍ୟକ୍ରମକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଯାଜପୁର ଜିଲା ଆଞ୍ଚଳିକ ଅଧିକାରୀ ପ୍ରମୋଦ ବେହେରା ପରିଚାଳନା କରିଥିଲେ। କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର ଉପସ୍ଥିତ ଥିଲେ। ଏଥିରେ ସାରୁଆବିଲ ଖଣି ସହ ପରିଚାଳକ ଦ୍ୱିବେନ୍ଦୁ ବେହେରା ଖଣି ପାଇଁ ଆବଶ୍ୟକ ପରିବେଶ ମଞ୍ଜୁରୀ ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନ କରିଥିଲେ। ଜନଶୁଣାଣିକୁ ପ୍ରଶାସନିକ ଅଧିକାରୀ ଦିବ୍ୟଲୋଚନ ମହାପାତ୍ର, ମଦନମୋହନ ମୁର୍ମୁ, ମଦନମୋହନ ସାହୁ, ରବୀନ୍ଦ୍ର କୁମାର ଦାସ ଓ ସୌମ୍ୟେନ୍ଦ୍ର ସାହୁ ପରିଚାଳନା କରିଥିଲେ। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସିଲଭେରିୟସ ଟପୋଙ୍କ ନେତୃତ୍ୱରେ ସୁକିନ୍ଦା ଭାରପ୍ରାପ୍ତ ତହସିଲଦାର ନାରାୟଣ ଦୀକ୍ଷିତ, କାଳିଆପାଣି ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ, ସୁକିନ୍ଦା ଥାନା ଅଧିକାରୀ ଶିବଚରଣ ବେହେରାଙ୍କ ସମେତ ଏକ ପ୍ଲାଟୁନ ଫୋର୍ସ ସହ ମୁତୟନ ହୋଇଥିଲେ। କମ୍ପାନୀ ଜିଏମ୍‌ ସୁଶାନ୍ତ କୁମାର ମିଶ୍ର ଲୋକଙ୍କ ଦାବି ପର୍ଯ୍ୟାୟକ୍ରମେ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ କମ୍ପାନୀ ଏଜିଏମ୍‌ ଗୌତମ ଚକ୍ରବର୍ତ୍ତୀଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri