୩ ଦଳ ପାଇଁ ଅନେକ ପ୍ରସଙ୍ଗ

କେନ୍ଦ୍ରାପଡ଼ା ଅଫିସ, ୨୩ା୧୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଖୁବ୍‌ଶୀଘ୍ର ତାରିଖ ଘୋଷଣା ହୋଇପାରେ। ଇତିମଧ୍ୟରେ ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟକୁ ପହଞ୍ଚତ୍ଲାଣି। ନିର୍ବାଚନ ୫ ପର୍ଯ୍ୟାୟରେ କରାଇବା ପାଇଁ ଅଞ୍ଚଳ ଚିହ୍ନଟ ସରିଛି। ସେହିପରି ଯେତେ ଶୀଘ୍ର ସମ୍ଭବ ପୌର ନିର୍ବାଚନ କରାଇବା ଲାଗି ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ପ୍ରସ୍ତୁତି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇପଡ଼ିଛି। ସରକାରଙ୍କ ପକ୍ଷରୁ ଉଦ୍‌ଘାଟନ ଓ ଶିଳାନ୍ୟାସ ପର୍ବ ଜାରି ରହିଛି। ଅନ୍ୟପକ୍ଷରେ ବିରୋଧୀ ଭାଜପା ଏବଂ କଂଗ୍ରେସ ପକ୍ଷରୁ ରାଜ୍ୟରେ ଦୁର୍ନୀତି, ଅପରାଧ ବୃଦ୍ଧି ଏବଂ କେତେକ କାର୍ଯ୍ୟରେ ସରକାରୀ କଳର ବିଫଳତାକୁ ନେଇ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଜୋର୍‌ଦାର ହୋଇଛି। ଏସବୁ କେନ୍ଦ୍ରାପଡ଼ା ଜିଲାରେ ମଧ୍ୟ ବେଶ୍‌ ଦେଖିବାକୁ ମିଳୁଛି। ପ୍ରତ୍ୟେକ ଦିନ ଦଳୀୟ କାର୍ଯ୍ୟକ୍ରମ ସହ ନେତାମାନଙ୍କ ବୈଠକ, ମିଶ୍ରଣ ପର୍ବ ଆଦି ଚାଲିଛି। ଭୋଟରଙ୍କ ପାଖରେ ପହଞ୍ଚତ୍ବା ପାଇଁ ୩ ପ୍ରମୁଖ ଦଳ ପାଖରେ ଅନେକ ପ୍ରସଙ୍ଗ ମଧ୍ୟ ରହିଛି। ଫଳରେ ଆଗାମୀ ନିର୍ବାଚନରେ କଡ଼ା ମୁକାବିଲା ଦେଖିବାକୁ ମିଳିବ ବୋଲି କୁହାଯାଉଛି।
ଜିଲା ରାଜନୀତିକୁ ବିଶ୍ଲେଷଣ କରୁଥିବା ସାମାଜିକ କର୍ମୀ ବାନାମ୍ବର ସାହୁ, ବୁଦ୍ଧିଜୀବୀ ରାଧାକାନ୍ତ ମହାନ୍ତି, ଆଇନଜୀବୀ ବିଧୁଭୂଷଣ ମହାପାତ୍ର ପ୍ରମୁଖ କୁହନ୍ତି, ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସର କର୍ମକର୍ତ୍ତାଙ୍କୁ ନିର୍ବାଚନ ବୈତରଣୀ ପାର ହେବା ପାଇଁ ବହୁ କଷ୍ଟ ସ୍ବୀକାର କରିବାକୁ ପଡିବ। ଗତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଜିଲାରେ ପ୍ରଭାବ ବିସ୍ତାର କରି ପାରି ନ ଥିଲା। ଲୋକଙ୍କ ତୃଣମୂଳ ସମସ୍ୟାକୁ ଲୋକଲୋଚନକୁ ଆଣି ଭୋଟରେ ପରିଣତ କରିବାକୁ କୌଣସି ଫଳପ୍ରଦ ଯୋଜନା ନ ଥିଲା। ଗତ ୫ ବର୍ଷ ମଧ୍ୟରେ ଏହାର ପରିବର୍ତ୍ତନ ହୋଇଛି। ଜିଲା ସଭାପତି ଭାବେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଯୋଗଦେଇ କଂଗ୍ରେସ ରାଜନୀତିକୁ ଚଳଚଞ୍ଚଳ କରିଛନ୍ତି। ଜିଲାର ଆବଶ୍ୟକତା ଭାବେ ପରିଚିତ ମେଡିକାଲ କଲେଜ, କୃଷି ବିଶ୍ୱବିଦ୍ୟାଳୟ, କେନ୍ଦ୍ରାପଡ଼ା କଲେଜକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା, କୃଷି କ୍ଷେତ୍ରରେ ଜଳ ପରିଚାଳନା ଆଦି ପ୍ରସଙ୍ଗକୁ କଂଗ୍ରେସ ତୃଣମୂଳସ୍ତରରେ ପହଞ୍ଚାଇ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଜୋରଦାର ଉଦ୍ୟମ ଚଳାଇଛି। ବିଶେଷକରି ଖରସ୍ରୋତା ନଦୀ ପାଣି ବିବାଦରେ କଂଗ୍ରେସ ନିଜର ସ୍ଥିତି ଜାହିର କରିଛି। ସେହିପରି ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭାଜପାର ସ୍ଥିତି କଂଗ୍ରେସଠାରୁ ଉପରେ ଥିଲା। ୧୦ ଜିଲା ପରିଷଦ ସଭ୍ୟ ନିର୍ବାଚିତ ହେବା ସହ ବିଭିନ୍ନ ପଞ୍ଚାୟତରେ ସମର୍ଥିତ ପ୍ରାର୍ଥୀମାନେ ଲୋକ ପ୍ରତିନିଧି ହୋଇଥିଲେ। ଲୋକ ସମ୍ପର୍କକୁ ଧରି ରଖିବା ପାଇଁ ଏହି ଦଳ ପକ୍ଷରୁ ନିରନ୍ତର ଉଦ୍ୟମ ଚାଲିଛି। ଜନ ଆନ୍ଦୋଳନ ମାଧ୍ୟମରେ ଜିଲା ସମସ୍ୟାକୁ ଉପସ୍ଥାପନ କରାଯାଉଛି। ଏହାବ୍ୟତୀତ ମମିତା ହତ୍ୟାକାଣ୍ଡ, ମାହାଙ୍ଗା ଡବଲ ମର୍ଡର ଭଳି ପ୍ରସଙ୍ଗରେ ଭାଜପା ଜୋରଦାର ଆନ୍ଦୋଳନ କରି ଶାସକ ଦଳ ବିଜେଡିକୁ ଘେରିବାକୁ ଉଦ୍ୟମ ଚଳାଇଛି। ଏଭଳିସ୍ଥଳେ ଖରିଫ ଚାଷ ଆରମ୍ଭ ଓ ଶେଷ ସମୟରେ ଲଗାଣ ବର୍ଷା ଯୋଗୁ ଉଦ୍‌ବୃତ୍ତ ଜଳର ନିଷ୍କାସନ ହୋଇ ନ ପାରିବା ସହ ଖରସ୍ରୋତା ପାଣି ବିବାଦ ଶାସକ ବିଜେଡି ପାଇଁ ଅଡୁଆ ସୃଷ୍ଟି କରିପାରେ। କିନ୍ତୁ ଜିଲାରେ ବିଜେଡି ସଙ୍ଗଠନ ମଜଭୁତ ରହିଛି। ୯ ବ୍ଲକ ଅଧ୍ୟକ୍ଷ ସହ ଜିଲା ପରିଷଦ ଅଧ୍ୟକ୍ଷ ପଦ ବିଜେଡି ହାତରେ ରହିଛି। କରୋନା ସଂକ୍ରମଣ ସମୟକୁ ନିୟନ୍ତ୍ରଣ କରିବା ସହ ବିଜୁ ସ୍ମାର୍ଟ ହେଲଥ୍‌ କାର୍ଡ, ସ୍କୁଲ ରୂପାନ୍ତରଣ, ଶିଳ୍ପ ପ୍ରତିଷ୍ଠା, ରାସ୍ତା, ସେତୁ ନିର୍ମାଣର ସଫଳତା ଆଦି ବିକାଶ କାର୍ଯ୍ୟକୁ ବିଜେଡି ପ୍ରସଙ୍ଗ କରି ବିରୋଧୀଙ୍କୁ ମୁକାବିଲା କରିବ ବୋଲି କୁହାଯାଉଛି। ୩ ଦଳ ପାଖରେ ପ୍ରସଙ୍ଗ ଭରପୂର ରହିଥିବାବେଳେ ଦଳୀୟ ଟିକେଟ ଏବଂ ସମର୍ଥନ ପାଇଁ ଆଶାୟୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟ ଦେଖିବାକୁ ମିଳିଲାଣି। ସେଥିମଧ୍ୟରୁ ଅନେକେ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପ୍ରସଙ୍ଗକୁ ଉଠାଇ ଦଳ ଏବଂ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଲାଗିପଡ଼ିଛନ୍ତି। ହେଲେ ଏଭଳି ନିର୍ବାଚନୀ ଉତ୍କଣ୍ଠା କିଛିଦିନ ହେଲା ଦେଖିବାକୁ ମିଳୁଥିବାବେଳେ ଦଳୀୟ କନ୍ଦଳ ଦଳଗୁଡ଼ିକ ପାଇଁ ସମସ୍ୟା ହୋଇ ଠିଆ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା କଡରେ ପଡିଛି ଲକ୍ଷ ଲକ୍ଷ ଟଙ୍କାର ଔଷଧ

ମୋହନା,୨୦।୧୨( ମନ୍ମଥ ମିଶ୍ର ): ସରକାର ନିରାମୟ ଯୋଜନାରେ ସାଧାରଣ ଗରିବ ଲୋକଙ୍କ ପାଇଁ ପ୍ରତି ସ୍ବାସ୍ଥ୍ୟ କେନ୍ଦ୍ର ଓ ଉପ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକୁ କୋଟିକୋଟି...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

୧୮ ମାଓବାଦୀଙ୍କ ମୁଣ୍ଡ ପାଇଁ ୮ କୋଟି ୪୦ ଲକ୍ଷ ପୁରସ୍କାର

ଭୁବନେଶ୍ୱର,୨୦।୧୦: ମାଓବାଦୀଙ୍କୁ ଧରାଇ ଦେବା ପାଇଁ ପୋଲିସ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ବୌଦ୍ଧ ପୋଲିସ ୧୮ ମାଓବାଦୀଙ୍କ ମୁଣ୍ଡ ଉପରେ ୮ କୋଟି...

ଶୋଇଥିବା ଅବସ୍ଥାରେ ବୃଦ୍ଧଙ୍କୁ ହତ୍ୟା କରି ରେଳଧାରଣା କଡ଼ରେ ଫିଙ୍ଗିଥିଲେ ୨ ଅଭିଯୁକ୍ତ: ୧୪ ବର୍ଷ ପରେ ଆସିଲା ବଡ଼ ରାୟ…

ଖୋର୍ଦ୍ଧା,୨୦ା୧୨(ପ୍ରଭାତ ପାଣିଗ୍ରାହୀ): ଟାଙ୍ଗୀ ଥାନା ଅନ୍ତର୍ଗତ ହଳଦିଆପାଟଣା ଗ୍ରାମର ବୃନ୍ଦାବନ ରାଉତ ହତ୍ୟାକାଣ୍ଡ ମାମଲାର ରାୟ ଦୀର୍ଘ ୧୪ ବର୍ଷ ପରେ ପ୍ରକାଶ ପାଇଛି। ଏହି...

ଶୁବମନ ଗିଲ ଆଉଟ ହେବା ପରେ ବଡ଼ ସମସ୍ୟାର ହେଲା ସମାଧାନ!

ନୂଆଦିଲ୍ଲୀ,୨୦।୧୨: ଶନିବାର ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳି...

ଘୋଷଣା ହେଲା ଟି-୨୦ ବିଶ୍ୱକପ୍ ଦଳ: ଗୌତମ ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୁର୍ବତନ କ୍ରିକେଟର

ମୁମ୍ବାଇ,୨୦।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri