ପୋଲିସ-ଗ୍ରାମବାସୀ ମୁହାଁମୁହିଁ

କୁଜଙ୍ଗ,୨୧।୧୨(ଡି.ଏନ୍‌.ଏ.): ପ୍ରସ୍ତାବିତ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପକୁ ବିରୋଧ କରୁଥିବା ଜଗତ୍‌ସିଂହପୁର ଜିଲା ଏରସମା ତହସିଲ ଅନ୍ତର୍ଗତ ଢିଙ୍କିଆ ଗ୍ରାମରେ ସୋମବାର ସୀମା ନିର୍ଦ୍ଧାରଣକୁ କେନ୍ଦ୍ର କରି ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି। ୨ ମାସ ପୂର୍ବେ ରାଜସ୍ବ ଗ୍ରାମର ମାନ୍ୟତା ପାଇଥିବା ପଡ଼ାଗ୍ରାମ ମାହଳର ସୀମା ନିର୍ଦ୍ଧାରଣ ପାଇଁ ପ୍ରଶାସନିକ ଅଧିକାରୀମାନେ ଆସିଥିଲେ। ପୂର୍ବ ନୋଟିସ ଅନୁଯାୟୀ, ଏରସମା ତହସିଲଦାର ପ୍ରଜ୍ଞାନନ୍ଦ ଦାସ, ଅତିରିକ୍ତ ଏସ୍‌ପି ନିମାଇଁ ଚରଣ ସେଠୀ, ଅଭୟଚାନ୍ଦପୁର ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ସମେତ ୧୫ ପ୍ଲାଟୁନ ପୋଲିସ ଫୋର୍ସ ଓ ଅନ୍ୟାନ୍ୟ ରାଜସ୍ବ କର୍ମଚାରୀ ମାହାଳ ସୀମାରେ ପହଞ୍ଚତ୍ ମାପଚୁପ ଆରମ୍ଭ କରିଥିଲେ।
ଏହି ସମୟରେ ଢିଙ୍କିଆ ଗ୍ରାମର ବହୁ ଲୋକ ଘଟଣାସ୍ଥଳକୁ ମାଡିଆସିଥିଲେ। ଏହାଦେଖି ପ୍ରଶାସନିକ ଅଧିକାରୀମାନେ ସୀମା ନିର୍ଦ୍ଧାରଣ ଛାଡି ସେଠାରୁ ଚାଲିଆସିଥିଲେ। ଗ୍ରାମବାସୀ ଢିଙ୍କିଆରେ ନ ଥିବା ବେଳେ ପ୍ରକଳ୍ପ ବିରୋଧୀ ନେତା ଦେବେନ୍ଦ୍ର ସ୍ବାଇଁଙ୍କ ଦାଦା ଅଯୋଦ୍ଧା ସ୍ବାଇଁ ଏବଂ ତାଙ୍କ ଝିଅ ମିଲ୍ଲି ସ୍ବାଇଁଙ୍କୁ ପୋଲିସ ଗିରଫ କରିଥିଲା। ଏ ସମ୍ପର୍କରେ ଜାଣିବା ପରେ ଢିଙ୍କିଆର ଲୋକେ ଉତ୍ତ୍ୟକ୍ତ ହୋଇ ବହୁ ସଂଖ୍ୟାରେ ପଟଣାଠାରେ ଅସ୍ଥାୟୀଭାବେ ଖୋଲିଥିବା ପୋଲିସ କ୍ୟାମ୍ପରେ ଆକ୍ରମଣ କରିବାକୁ ମାଡ଼ିଯାଇଥିଲେ। ସେମାନେ ପୋଲିସ ଆଡ଼କୁ ଢେଲାପଥର ମାଡ଼ କରିଥିଲେ। ପୋଲିସ ପକ୍ଷରୁ ମଧ୍ୟ ଢେଲାପଥର ମାଡ଼ କରାଯାଇଥିଲା। ଏନେଇ କିଛି ସମୟ ପାଇଁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣା ପରେ ପୋଲିସ ସତର୍କ ରହିଥିବାବେଳେ ବିରୋଧୀମାନେ ଫୁଲଖାଇ ମନ୍ଦିରରେ ଏକତ୍ର ହୋଇ ଭିଟାମାଟିର ସୁରକ୍ଷା ପାଇଁ ପ୍ରସ୍ତୁତ ରହିବାକୁ ରଣହୁଙ୍କାର ଦେଇଛନ୍ତି। ଗତ ୩ ତାରିଖ ରାତିରେ ପ୍ରକଳ୍ପ ସପକ୍ଷରେ ଥିବା ଢିଙ୍କିଆ ପଞ୍ଚାୟତର ଗୋବିନ୍ଦପୁରର ପ୍ରଭାତ ରାଉତଙ୍କ ଘର ଉପରେ ବୋମା ମାଡ଼ ହୋଇଥିଲା। ୪ ତାରିଖରେ ପୋଲିସ ଏହି ଘଟଣାର ତଦନ୍ତ କରିବାକୁ ଯାଇଥିବାବେଳେ ଅଭୟଚାନ୍ଦପୁର ଥାନା ସବ୍‌ଇନ୍ସପେକ୍ଟର ଆଶୁତୋଷ ହୋତାଙ୍କୁ ଢିଙ୍କିଆର କେତେଜଣ ଲୋକ ଅଟକାଇ ମାଡ଼ମାରିବା ସହ ବନ୍ଧୁକ ଛଡାଇ ନେଇଥିଲେ। ଏହି ଅଭିଯୋଗରେ ଅଯୋଦ୍ଧା ଓ ମିଲ୍ଲିଙ୍କ ସମେତ ଦେବେନ୍ଦ୍ର ସ୍ବାଇଁ, ନିତ୍ୟାନନ୍ଦ ସ୍ବାଇଁ, ଶାନ୍ତି ସେଠୀ, କୁନି ମଲ୍ଲିକ ପ୍ରମୁଖଙ୍କ ନାମରେ ପୋଲିସ ମାମଲା(ନଂ. ୧୨୭/୨୧)ରୁଜୁ କରିଥିଲା। ଏହି ମାମଲାରେ ଅଯୋଦ୍ଧା ଓ ତାଙ୍କ ଝିଅକୁ ଗିରଫ କରାଯାଇଛି ବୋଲି ଥାନା ଅଧିକାରୀ ଜେନା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri