କେନ୍ଦ୍ର, ରାଜ୍ୟ ମଧ୍ୟରେ ସମନ୍ବୟ ଅଭାବ

କେନ୍ଦ୍ରାପଡ଼ା ଅଫିସ,୨୦ା୧୨: କେନ୍ଦ୍ରାପଡ଼ା ସହରଠାରୁ ସିଂହଗାଁ ମାତ୍ର ୨୬ କିଲୋମିଟର । ଏହି ଗ୍ରାମର ପ୍ରସୂତିଙ୍କ ପାଇଁ ଆମ୍ବୁଲାନ୍ସ ପହଞ୍ଚତ୍ ପାରୁନାହିଁ । ଗର୍ଭବତୀମାନେ ଭାରରେ ବୁହା ହୋଇ ୧୦ କିଲୋମିଟର ଦୂର ଅଣ୍ଡରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଥବା ୨୨ କିଲୋମିଟର ଦୂର ଆଳି ସିଏଚ୍‌ସିକୁ ଯାଉଛନ୍ତି । ସିଂହଗାଁ , ରାଉଳିଆଢ଼ିଆ ଓ କୃଷ୍ଣଦାସପୁର ରାଜସ୍ବ ଗ୍ରାମରେ ଅଗ୍ନିକାଣ୍ଡ ଘଟିଲେ ଦମକଳ ଆସି ପାରୁନାହିଁ । କେବଳ ଏତିକି ନୁହେଁ, ଏହି ୩ ରାଜସ୍ବ ଗ୍ରାମର ଛାତ୍ରୀଛାତ୍ର ନିକଟସ୍ଥ ବ୍ରାହ୍ମଣୀ କଲେଜକୁ ଯିବା ପାଇଁ କଣ୍ଠିଆ ନାଳ ବାଧା ସୃଷ୍ଟି କରୁଛି। ବର୍ଷରେ ପ୍ରାୟ ୮ ମାସ ଧୋୟା ଅଞ୍ଚଳରେ ଥିବା ଏହି ୩ ରାଜସ୍ବ ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ସିଂହଗାଁ ସେତୁ ନିର୍ମାଣ ହୋଇପାରିନାହିଁ। ୫ନଂ.ଜାତୀୟ ଜଳପଥ ଏଥିପାଇଁ ବାଧକ ସାଜିଥିବା ବୁଦ୍ଧିଜୀବୀ, ପ୍ରଶାସକ ଓ ସ୍ଥାନୀୟ ଅଞ୍ଚଳବାସୀ ମତ ଦେଇଛନ୍ତି ।
ଏସମ୍ପର୍କରେ ବୁଦ୍ଧିଜୀବୀ ଡ. ପି.ଏନ୍‌. ଗୌରାଙ୍ଗ କହିଛନ୍ତି, ୨୦୦୮ରେ ଭାରତୀୟ ଆର୍ନ୍ତଦେଶୀୟ ଜଳପଥ ପ୍ରାଧୀକରଣ ଅଧୀନରେ ଥିବା ୬୨୩ କିଲୋମିଟର ଲମ୍ବର ଜାତୀୟ ଜଳପଥ ୫ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିଲା ା ଏହି ପ୍ରକଳ୍ପ ଅନ୍ତର୍ଗତ ବ୍ରାହ୍ମଣୀ ନଦୀର ତାଳଚେରଠାରୁ ଧାମରା ପର୍ଯ୍ୟନ୍ତ ନଦୀ ଶର୍ଯ୍ୟା ଖନନ ପରି ପ୍ରାଥମିକ ପର୍ଯ୍ୟାୟ କାମ ଆରମ୍ଭ ଗତ ୩ ବର୍ଷ ଧରି ବନ୍ଦ ରହିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ବୟ ଅଭାବରୁ ଏହାର ଅଗ୍ରଗତି ହୋଇ ପାରୁନାହିଁ । ଏହି ନିର୍ମାଣାଧୀନ ଜଳପଥ ମଧ୍ୟରେ ସିଂହଗଁା ନିକଟସ୍ଥ କଣ୍ଠିଆ ନାଳ ଅଛି । କଣ୍ଠିଆ ନାଳ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୦୮ରେ ସଡ଼କ ଯୋଗାଯୋଗ ପାଇଁ ଏକ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ସେତୁ ନିର୍ମାଣ ସମୟରେ ଜାତୀୟ ଜଳପଥ ଅର୍ନ୍ତଭୂକ୍ତ ହେବାରୁ ତାହା ବନ୍ଦ ହୋଇଛି । ଜାତୀୟ ଜଳପଥ ନିର୍ମାଣର ଅହେତୁକ ବିଳମ୍ବ ଏବେ ଜିଲାର ଏହି ଧୋୟାଞ୍ଚଳବାସୀଙ୍କ ପାଇଁ କାଳ ହୋଇଛି। ସିଂହଗାଁର ପୂର୍ବତନ ସରପଞ୍ଚ ନିର୍ମଳ ଚନ୍ଦ୍ର ମଲ୍ଲିକ କହିଛନ୍ତି, ଏହି ସେତୁ ନିର୍ମାଣ ପରେ ୩ ରାଜସ୍ବ ଗ୍ରାମର ୩୦୦୦ରୁ ଊର୍ଦ୍ଧ୍ୱ ଅଧିବାସୀଙ୍କ ସମସ୍ୟା ତୁଟିଯିବ। କେନ୍ଦ୍ରାପଡ଼ା ସଦରକୁ ରାସ୍ତା ମିଳିବା ସହିତ କେନ୍ଦ୍ରାପଡ଼ା ଓ ଯାଜପୁର ଜିଲା ସହିତ ସଂଯୋଗ ହେବ ।୨୦୦୮ରେ ସେତୁ ନିର୍ମାଣ ପାଇଁ ଜମି ସମସ୍ୟା ଦେଖା ଦେଇଥିଲା। ୨୦୧୨ରେ ସରପଞ୍ଚ ଦାୟିତ୍ୱ ନେବା ପରେ ସ୍ଥାନୀୟ ଲୋକଙ୍କ ସହ ବୁଝାମଣା କରି ଜମି ଅଧିଗ୍ରହଣ ପ୍ରସ୍ତାବ ସମସ୍ୟାର ସମାଧାନ ହୋଇଛି।ଏହାପରେ ସେତୁ ନିର୍ମାଣ ବିଳମ୍ବକୁ ବରଦାସ୍ତ କରା ନ ଯାଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାରମ୍ବାର ଆନ୍ଦୋଳନ ହୋଇଛି । କଣ୍ଠିଆ ନାଳରେ ଏବେ କୁମ୍ଭୀର ଆତଙ୍କ ଦେଖାଦେଇଛି ।ସେତୁ ନିର୍ମାଣ ହୋଇଥିଲେ ସ୍ଥାନୀୟ ଲୋକଙ୍କ କୁମ୍ଭୀର ଆତଙ୍କ କମିଥାନ୍ତା । ସେତୁ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ସେ ଦାବି କରିଛନ୍ତି । ସରପଞ୍ଚ ଜୟନ୍ତୀ ଦାସ କହିଛନ୍ତି, ସିଂହଗାଁ  ସେତୁ ନିର୍ମାଣ ପଞ୍ଚାୟତର ଉନ୍ନୟନ କାର୍ଯ୍ୟକୁ ବାଧା ସୃଷ୍ଟି କରିଛି । ଆବାସ ଯୋଜନାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ, ବିଦ୍ୟୁତ୍‌, ପାନୀୟ ଜଳ ଆଦି ମୌଳିକ ସୁବିଧା ଲୋକଙ୍କ ପାଇଁ କାର୍ଯ୍ୟକାରୀ ହୋଇପାରୁନାହିଁ । ଜଳପଥ ପ୍ରକଳ୍ପ ବନ୍ଦ ହୋଇଥିବାରୁ ରାଜ୍ୟ ସରକାର ଏହି ସେତୁ ନିର୍ମାଣକୁ ଗୁରୁତ୍ୱ ଦେବା କଥା । ଏନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଉଥିବା ସରପଞ୍ଚ ଦାସ ପ୍ରକାଶ କରିଛନ୍ତି ।
ଏସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରା କୁହନ୍ତି, ସେତୁ ପାଇଁ ପ୍ରାଥମିକ ଅବସ୍ଥାରେ ବାଧା ସୃଷ୍ଟି କରୁଥିବା ଜମି ସମସ୍ୟାର ସମାଧାନ ହୋଇଛି। ସେହି ସ୍ଥାନ ଦେଇ ଜାତୀୟ ଜଳପଥ ଯାଉଥିବାରୁ ସିଂହଗଁା ସେତୁ ନିର୍ମାଣ ବିଳମ୍ବ ହୋଇଛି । ତେବେ ଏହାର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି ବୋଲି ଉପଜିଲାପାଳ ବେହେରା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri