ପଲିଥିନ ତଳେ ବିତୁଛି ଦିବ୍ୟାଙ୍ଗ ମହିଳାଙ୍କ ଜୀବନ

ମହାକାଳପଡ଼ା,୧୫ା୧୨ (ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବଙ୍କୁ ଆବାସ ଯୋଜନାରେ ଗୃହ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ହେଲେ ଜଣେ ଦିବ୍ୟାଙ୍ଗ ମହିଳା ଛିଣ୍ଡା ପଲିଥିନ ତଳେ ଜୀବନ ବିତାଉଥିବାର କରୁଣ ଚିତ୍ର ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ପେଟଛେଲା ପଞ୍ଚାୟତର ଲୁଣିମାଠିଆ ଶବରପଡ଼ା ଗଁାରେ। ଗଁାର ଶୈଳ ନାୟକ(୫୨)ଙ୍କ ସ୍ବାମୀ ଡବା ନାୟକ ୮ ବର୍ଷ ହେବ ଯକ୍ଷ୍ମା ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ଘଟିଥିଲା। ସ୍ବାମୀଙ୍କ ମୃତ୍ୟୁ ପରେ ଶୈଳ ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରୁଥିଲେ। ଭାଗ୍ୟର ବିଡମ୍ବନା ଶୈଳ ପକ୍ଷାଘାତ ରୋଗର ଶିକାର ହୋଇଗଲେ। ଆଗ ଭଳି ଆଉ କାମ ଧନ୍ଦା କରି ପାରୁନାହାନ୍ତି। ଏହି ଆଦିବାସୀ ଶବର ଜାତିର ଦିବ୍ୟାଙ୍ଗ ମହିଳା ମୁଣ୍ଡ ଗୁଞ୍ଜିବାକୁ ଅର୍ଥ ସାଜିଛି ବାଧକ। ଚାଷ ଜମି ନ ଥିବାରୁ ସରକାରୀ ଜଙ୍ଗଲ କିସମ ଜମିରେ ଖଣ୍ଡେ ଛିଣ୍ଡା ପଲିଥିନ ତଳେ ଜୀବନ ଅତିବାହିତ କରୁଛନ୍ତି। ଏହି ଶବରପଡ଼ାବାସୀଙ୍କୁ ଘର ଡିହ ପଟ୍ଟା ମିଳିନି ବୋଲି ଗ୍ରାମବାସୀ କହିଛନ୍ତି। ବାତ୍ୟା ଜୱାଦ ପ୍ରଭାବରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ତଳିଆ ଅଞ୍ଚଳ କଚ୍ଚା ଘର ଛାଡ଼ି ପକ୍କା ଘରେ ଆଶ୍ରୟ ନିଅନ୍ତୁ ବୋଲି ପ୍ରଚାର ହୋଇଥିଲା। ସେତେବେଳେ ଏହି ଦିବ୍ୟାଙ୍ଗ ମହିଳା ଛିଣ୍ଡା ପଲିଥିନ ତଳେ ପବନର ଗର୍ଜନ ଓ ଭୀଷଣ ବର୍ଷାରେ ଭଗବାନ ଭରସାରେ ଜୀବନ ଜିଇବାକୁ ପଡ଼ିଥିଲା ବୋଲି କୋହ ଭରା କଣ୍ଠରେ ବଖାଣିଛନ୍ତି। ଏହି ଦିବ୍ୟାଙ୍ଗ ମହିଳାଙ୍କ ମୁଣ୍ଡ ଗୁଞ୍ଜିବାକୁ ଛାତ ଘର ପାଇଁ ସାତସପନ ପାଲଟିଛି। ତେବେ ଦିବ୍ୟାଙ୍ଗଙ୍କୁ ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨୪ରେ ରାଜ୍ୟ କ୍ୟାବିନେଟ: ୭ଟି ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୩।୧୨(ରବିନାରାୟଣ ଜେନା): ରାଜ୍ୟର ସର୍ବାଙ୍ଗୀନ ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତା ୨୪ ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି।...

ବାଂଲାଦେଶର ଆଉଜଣେ ଛାତ୍ରନେତାଙ୍କ ମୁଣ୍ଡକୁ ଗୁଳି

ଢାକା,୨୩ା୧୨(ପି.ଟି.): ବାଂଲାଦେଶର ଖ୍ୟାତନାମା ଯୁବନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ହତ୍ୟା ଘଟଣାର ୪ ଦିନ ପରେ ସୋମବାର ଆଉ ଜଣେ ଛାତ୍ରନେତାଙ୍କ ମୁଣ୍ଡକୁ ଗୁଳି କରାଯାଇଛି। ମୋତାଲେବ...

ଆଜି ପାଇଁ ମେଷ ସମେତ ଏହି 3 ରାଶି ଲକି, ମିଳିପାରେ ଖୁସି ଖବର

ନୂଆଦିଲ୍ଲୀ,୨୩/୧୨: ଆଜି ମକର ରାଶିରେ ଚନ୍ଦ୍ର ଗଠନ, ଦାୟିତ୍ୱ ଏବଂ ଦୀର୍ଘକାଳୀନ ଚିନ୍ତାଧାରାକୁ ପ୍ରୋତ୍ସାହିତ କରେ। ଧନୁ ରାଶିରେ ସୂର୍ଯ୍ୟ, ମଙ୍ଗଳ ଏବଂ ଶୁକ୍ର ଆତ୍ମବିଶ୍ୱାସ...

୨୪ ନୂଆ ଏନଏସି, ୫ ମ୍ୟୁନିସିପାଲଟି ପାଇଁ ବିଜ୍ଞପ୍ତି ପ୍ରକାଶ: ଗଞ୍ଜାମ ଜିଲାର ଏହି ସବୁ ଅଞ୍ଚଳ…

ଛତ୍ରପୁର, ୨୩।୧୨ (ଦିଲ୍ଲୀପ ସାମଲ): ରାଜ୍ୟର ୨୪ ନୂଆ ଏନଏସି ଓ ୫ ମ୍ୟୁନିସିପାଲଟି ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ପାଲଲହଡା,...

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri