Posted inଭଦ୍ରକ

୯ ଦିନ ଧରି ସମବାୟ ସମିତିରେ ତାଲା

ପଦ୍ମପୁର, ୧୨।୧୨(ଡି.ଏନ.ଏ.)  ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ୫ ସେବା ସମବାୟ ସମିତିରେ ଚାଷୀମାନଙ୍କ ଧାନ କିଣା ପାଇଁ ଅନ୍‌ଲାଇନ ପଞ୍ଜୀକରଣରେ ତ୍ରୁଟିକୁ ନେଇ ଚୁଡ଼ାମଣି ସେବା ସମବାୟ ସମିତିର ସମ୍ପାଦକଙ୍କୁ ନିଲମ୍ବନ ସହ ୫ ସମିତିର ଡାଟାଏଣ୍ଟ୍ରି ଅପରେଟରଙ୍କୁ ବହିଷ୍କାର କରାଯାଇଛି। ସମ୍ପୃକ୍ତ ସମିତିର ସମ୍ପାଦକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ଏହାକୁ ଅଗଣତାନ୍ତ୍ରିକ ଓ ଏକପାଖିଆ ବୋଲି ଦର୍ଶାଇ କର୍ମଚାରୀମାନେ ପୁନଃ ବିଚାର ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିବା ସହ କଳାବ୍ୟାଜ୍‌ ପିନ୍ଧି କାମ କରୁଥିଲେ। ହେଲେ ବିଭାଗୀୟ ଅଧିକାରୀ କୌଣସି ସମାଧାନ ନ କରିବାରୁ ବାସୁଦେବପୁର ବ୍ଲକର ୨୨ ଓ ତିହିଡ଼ିର ୧୬ ସମିତିର ୨ଶହରୁ ଊର୍ଦ୍ଧ୍ୱ କର୍ମଚାରୀ ଗତ ଶୁକ୍ରବାରଠାରୁ ଭଦ୍ରକ ବାଇପାସ୍‌ ସ୍ଥିତ ଏଆର୍‌ସିଏସ୍‌ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ୯ଦିନ ବିତିଥିଲେ ମଧ୍ୟ ସମାଧାନର ସୂତ୍ର ବାହାରିପାରି ନାହିଁ। ଫଳରେ ସମିତିଗୁଡ଼ିକରେ ତାଲା ଝୁଲୁଛି।
ଜିଲାପାଳ ତ୍ରିଲୋଚନ ମାଝି ଧାରଣାରତ କର୍ମଚାରୀମାନଙ୍କୁ କାର୍ଯ୍ୟରେ ଯୋଗଦେବା ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ସେମାନେ ପଞ୍ଜୀକରଣରେ ବାଦ୍‌ ପଡ଼ିଥିବା ଚାଷୀମାନଙ୍କର ପୁନଃ ପଞ୍ଜୀକରଣ ପାଇଁ ସୁଯୋଗ, ବହିଷ୍କୃତ ଓ ନିଲମ୍ବିତ କର୍ମଚାରୀମାନଙ୍କର ପୁନଃ ନିଯୁକ୍ତି, ସମବାୟ ବ୍ୟାଙ୍କର ଅଧିକାରୀ ଓ ସମିତିର କର୍ମକର୍ତ୍ତାଙ୍କୁ ନେଇ ସହମତି ଭିତ୍ତିରେ ଦ୍ୱିପାକ୍ଷିକ ରାଜିନାମାକୁ କାର୍ଯ୍ୟକାରୀ ପ୍ରମୁଖ ଦାବିକୁ ନେଇ ଅଡ଼ି ବସିଛନ୍ତି। ଆସନ୍ତା ସୋମବାର ସୁଦ୍ଧା ଏହି ଦାବି ପୂରଣ ନ ହେଲେ ବାଲେଶ୍ୱର-ଭଦ୍ରକ ଜିଲାର ୨୨୭ ସେବା ସମବାୟ ସମିତିର କର୍ମଚାରୀ ସମୂହ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ସଂଘର ସଭାପତି ନିରଞ୍ଜନ ସାହୁ, ସମ୍ପାଦକ ଅରୁଣଜୟ ପାତ୍ର, ବାସୁଦେବପୁର ସଂଘର ସଭାପତି ବନମାଳି ମହାକୁଡ଼, ସମ୍ପାଦକ ଅନିରୁଦ୍ଧ ନାୟକ ପ୍ରମୁଖ ଏ ସମ୍ପର୍କରେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘର ଲିପୁଥିଲେ ମହିଳା, ମାଡ଼ିଗଲା ଟ୍ରାକ୍ଟର, ଚାପି ହୋଇ…

ଚାନ୍ଦବାଲି,୧୯ା୧୨(ଅଶୋକ କୁମାର ପଣ୍ଡା): ଘର ଉପରେ ମାଡ଼ିଗଲା ଟ୍ରାକ୍ଟର। ଫଳରେ ଜଣେ ମହିଳା ଟ୍ରାକ୍ଟର ତଳେ ଚାପିହୋଇ ଗୁରୁତର ହୋଇଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି...

ଦିବ୍ୟାଙ୍ଗଠାରୁ ଲାଞ୍ଚ ମାଗି ବଦଳିଲେ ଆର୍‌ଆଇ, ଚାକିରିରୁ ବିଦା ହେଲେ ପିଅନ

ବାସୁଦେବପୁର,୧୯ା୧୨(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଇରମ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ବେସରକାରୀ ଭାବେ କାର୍ଯ୍ୟରତ ପିଅନ କାଳିଆ ବେହେରା ଜଣେ ଦିବ୍ୟାଙ୍ଗଙ୍କଠାରୁ...

ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର

ଭଦ୍ରକ,୧୬୧୨(ସନାତନ ରାଉତ): ସକାଳୁ ସକାଳୁ ଭଦ୍ରକରେ ଏନକାଉଣ୍ଟର । ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରାଯାଇଥିବା ସୂଚନା ରହିଛି । କମଳାକାନ୍ତ ଦାସ ଓରଫ ବୁଦ୍ଧିଆଙ୍କୁ...

ହାଇମାଷ୍ଟ ଲାଇଟ୍‌ ଯୋଗାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଲା କଂଗ୍ରେସ

ଭଦ୍ରକ,୧୨ା୧୨(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକରୁ ସୋଲାର ହାଇମାଷ୍ଟ ଲାଇଟ୍‌...

ଯାଞ୍ଚ ବେଳେ ଔଷଧ ଦୋକାନରୁ ବାହାରିଲା ମଦ, ଦେଖିକି ତାଜୁବ ହୋଇଗଲା ପୋଲିସ

ଭଦ୍ରକ, ୧୧।୧୨(ସନାତନ ରାଉତ): ଭଦ୍ରକ ସହର ବାଇପାସସ୍ଥିତ ଏକ ଔଷଧ ଦୋକାନରୁ ପୋଲିସ ବିପୁଳ ପରିମାଣର ମଦ ଜବତ କରିଛି । ସୂଚନା ମୁତାବକ ଉକ୍ତ...

ରାଜଧାନୀ ଏକ୍ସପ୍ରେସରେ ଅଜଣା ପାର୍ସଲ: ଆତଙ୍କ ଖେଳାଉଛି…

ଭୁବନେଶ୍ୱର,୧୦।୧୨: ଅଜଣା ପାର୍ସଲକୁ ନେଇ ରାଜଧାନୀ ଏକ୍ସପ୍ରେସରେ ଆତଙ୍କ ଖେଳିଯାଇଛି। ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ରାଜଧାନୀ ଏକ୍ସପ୍ରେସରେ ଲୋକେ ଭୟଭୀତ। ଝାଡ଼ଖଣ୍ଡରେ RPF ପକ୍ଷରୁ ତନାଘନା...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଧାମରାରେ ବୁଲୁଛି ମହାବଳ ବାଘ: ଭିଡିଓ ଭାଇରାଲ ପରେ ବନ ବିଭାଗ ନାକେଦମ୍‌

ଚାନ୍ଦବାଲି,୭।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳରେ ଏକ ମହାବଳ ବାଘ ବୁଲୁଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri