ମହାପ୍ରଭୁଙ୍କୁ ଭଜିଲେ ଶାସକ, ବିରୋଧୀ

ଭୁବନେଶ୍ୱର,୮।୧୨(ବ୍ୟୁରୋ): ମହାପ୍ରଭୁ କେନ୍ଦ୍ର ସରକାରଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ, କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁ। ହେ ମହାପ୍ରଭୁ ମୁଖ୍ୟମନ୍ତ୍ରୀଙ୍କୁ ଶକ୍ତି ଦିଅନ୍ତୁ, ମମିତାଙ୍କୁ ନ୍ୟାୟ ଦେବା ପାଇଁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର ଓ ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେଇ ବିଧାନସଭାକୁ ଆସନ୍ତୁ। ଶାସକ-ବିରୋଧୀ ଦଳ ସଦସ୍ୟମାନେ ନିଜର ଦାବି ପୂରଣ ପାଇଁ ଏଭଳି ଉପାୟରେ ମହାପ୍ରଭୁ ଜଗନ୍ନାଥଙ୍କ ଶରଣ ପଶିଛନ୍ତି। ପରସ୍ପରକୁ ସଦ୍‌ବୁଦ୍ଧି ଦେବାକୁ ପ୍ରଭୁଙ୍କୁ ଭଜିଛନ୍ତି। ବିରୋଧୀ ଭାଜପା ସଦସ୍ୟମାନେ ଘଣ୍ଟନାଦ ଓ ବିଧାନସଭା ବାହାରେ ଶ୍ରୀଜଗନ୍ନାଥଙ୍କୁ ପୂଜା କରି ପ୍ରତିବାଦ କରିଥିବା ବେଳେ କଂଗ୍ରେସ ସଦସ୍ୟମାନେ ପୋଷ୍ଟର, ବ୍ୟାନର ଧରି ବିଧାନସଭା ପରିକ୍ରମା କରିଥିଲେ। ଏଭଳିସ୍ଥଳେ ଶାସକ ଦଳର ମହିଳା ସଦସ୍ୟମାନେ ବିରୋଧୀ କଂଗ୍ରେସ ଓ ଭାଜପା ସଦସ୍ୟଙ୍କ ଉପରେ ଗଙ୍ଗାଜଳ ଛିଞ୍ଚି ପ୍ରତିବାଦ କରିଥିଲେ। ଏସବୁ ପ୍ରତିବାଦ ଯୋଗୁ ଷଷ୍ଠ ଦିନ ଲାଗି ମଧ୍ୟ ବିଧାନସଭା ପ୍ରାୟ ଅଚଳ ହୋଇଯାଇଛି। କେବଳ ପାଇକ ବିଦ୍ରୋହ ସଂକଳ୍ପ ପାରିତ ହେବା ଛଡ଼ା ଗୃହରେ କୌଣସି କାର୍ଯ୍ୟକ୍ରମ ହୋଇପାରି ନ ଥିଲା। ଗୃହକୁ ସ୍ବାଭାବିକ କରିବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମଙ୍ଗଳବାର ପୁଣି ଡାକିଥିବା ସର୍ବଦଳୀୟ ବୈଠକ ମଧ୍ୟ ଫେଲ୍‌ ମାରିଛି।
ପୂର୍ବାହ୍ନ ୧୦ଟା ୩୦ ମିନିଟରେ ବାଚସ୍ପତି ସଭା କାର୍ଯ୍ୟ ଚଳାଇବାକୁ ଗୃହକୁ ପ୍ରବେଶ କରିଥିଲେ। ବାଚସ୍ପତି ନିଜ ସିଟ୍‌ରେ ବସିବା ପୂର୍ବରୁ ଆରମ୍ଭ ହୋଇଯାଇଥିଲା ହଟ୍ଟଗୋଳ। ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ କଂଗ୍ରେସ ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମକୁ କବ୍‌ଜା କରି ପୋଷ୍ଟର,ବ୍ୟାନର ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇଥିବା ବେଳେ ମୁଖ୍ୟ ବିରୋଧୀ ଦଳ ଭାଜପା ସଦସ୍ୟମାନେ ଘଣ୍ଟ ବାଡ଼େଇ ପ୍ରତିବାଦ କରିଥିଲେ। ସେହିପରି ଅନୁରୂପ ଭାବେ ଶାସକ ଦଳର ସଭ୍ୟମାନେ ମଧ୍ୟ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦେବା ଦାବିରେ ଗୃହରେ ସ୍ଲୋଗାନ ଦେଇଥିଲେ। ଶାସକ ଦଳ ସଦସ୍ୟ ଲତିକା ପ୍ରଧାନ ଏବଂ ସୁନନ୍ଦା ଦାସ ବିରୋଧୀ ଦଳ ସଦସ୍ୟଙ୍କୁ ଗଙ୍ଗାଜଳ ଛିଞ୍ଚି ପବିତ୍ର କରିଥିଲେ। ଗୃହରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଏକପ୍ରକାର ହାଇଡ୍ରାମା ହୋଇଥିଲା। ବାଚସ୍ପତି କାହାକୁ କ’ଣ କହିବେ କିଛି ଜାଣିପାରି ନ ଥିଲେ। କେବଳ ବସନ୍ତୁ …ବସନ୍ତୁ …କହିବା ଛଡ଼ା ନିରୁପାୟ ହୋଇଥିଲେ। ଏଭଳି ହଟ୍ଟଗୋଳ ଗୃହରେ ୩ ମିନିଟ ଧରି ଚାଲିଲା। ବାଚସ୍ପତି ବାଧ୍ୟ ହୋଇ ଗୃହକୁ ୧୦ଟା ୩୩ ମିନିଟରେ ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଦେଇଥିଲେ।
ଗୃହ ମୁଲତବୀ ହେବା ପରେ ବିଜେଡି ବିଧାୟକମାନେ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସି କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ପ୍ରତିବାଦ କରିଥିଲେ। ଅନ୍ୟପକ୍ଷରେ କଂଗ୍ରେସ ସଦସ୍ୟମାନେ ବିଧାନସଭା ଚାରିପାଖରେ ସ୍ଲୋଗାନ ଦେଇ ପରିକ୍ରମା କରିଥିଲେ। ଭାଜପା ସଦସ୍ୟମାନେ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋ ରଖି ପୂଜାପାଠ କରିବା ସହିତ ଘଣ୍ଟମାଡ଼ କରିଥିଲେ। ଏହା ସହିତ ସେମାନେ ସେଠାରେ ଭୋଗ ବାଣ୍ଟିଥିଲେ।
ଅପରାହ୍ନ ୪ଟାରେ ଗୃହ କାର୍ଯ୍ୟ ପୁଣି ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ବାଚସ୍ପତି ଗୃହକୁ ମୁଲତବୀ କରି ସର୍ବଦଳୀୟ ବୈଠକ ଡାକିଥିଲେ। ସର୍ବଦଳୀୟ ବୈଠକ ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲେ ମଧ୍ୟ କୌଣସି ନିର୍ଯାସ ବାହାରି ପାରି ନ ଥିଲା। ତେବେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଭିତରେ ବିଭିନ୍ନ ରିପୋର୍ଟ ଓ ପାଇକ ବିଦ୍ରୋହ ସଂକଳ୍ପ ପାରିତ ହୋଇଥିଲା। ଏହା ପରେ ବାଚସ୍ପତି ଗୃହକୁ ବୁଧବାର ସକାଳ ୧୦ଟା ୩୦ ମିନିଟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଦେଇଥିଲେ।
ବିଧାନସଭା ବାହାରେ ଗଣମାଧ୍ୟମକୁ ସୂଚନା ଦେଇ ଭାଜପା ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି, ଗୃହ ମଧ୍ୟଭାଗରେ ଶାସକ ଦଳ ହୋହଲ୍ଲା କରି ଇତିହାସ ରଚିଛି। ସେହିପରି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, ରାଜ୍ୟରେ ଧୃତରାଷ୍ଟ୍ର ଓ ଦୁର୍ଯ୍ୟୋଧନମାନଙ୍କ ସଂଖ୍ୟା ବଢ଼ିଗଲାଣି। କିନ୍ତୁ ମୁଖ୍ୟମନ୍ତ୍ରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି। ସେ କିଛି ଶୁଣିବାକୁ ପ୍ରସ୍ତୁତ ନାହାନ୍ତି। ତେଣୁ ତାଙ୍କୁ ଓ ତାଙ୍କ ସରକାରକୁ ନିଦରୁ ଉଠାଇବା ପାଇଁ ଗୃହରେ ଘଣ୍ଟମାଡ଼ କରିଛୁ। ମୁଖ୍ୟମନ୍ତ୍ରୀ ଉଠନ୍ତୁ ଏବଂ ଘଟଣା ଉପରେ କିଛି କୁହନ୍ତୁ ବୋଲି ଆମେ ଚାହୁଁଛୁ।
ଗୃହ ମୁଲତବୀକୁ ନେଇ ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ସରକାରଙ୍କ ଦୁର୍ନୀତି ଲୁଚାଇବାକୁ ଗୃହକୁ ବାରମ୍ବାର ମୁଲତବୀ ରଖାଯାଉଛି। ମହାପ୍ରଭୁ ମୁଖ୍ୟମନ୍ତ୍ରୀ ଓ ବିଜେଡି ଦଳକୁ ସଦ୍‌ବୁଦ୍ଧି ଦିଅନ୍ତୁ। ଅଭିଯୁକ୍ତ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଦଳରୁ ବହିଷ୍କାର କରନ୍ତୁ। ବିଜେଡିର ସଦ୍‌ବୁଦ୍ଧି ଫେରିବା ଯାଏ ଏହି ଲଢ଼େଇ ଜାରି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri