ଉତ୍ତାଳ ସମୁଦ୍ର, ସବୁଠି ସତର୍କ

ଭୋଗରାଇ, ୫।୧୨(ଡି.ଏନ.ଏ.) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ଜୱାଦ କ୍ରମଶଃ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇ ଉତ୍ତର-ପୂର୍ବ ମୁହାଁ ହେଉଥିବାରୁ କୂଳବାସୀଙ୍କୁ ଆଶ୍ୱସ୍ତି କରିଛି। ତେବେ ପାଗର ଅବନତି ହୋଇଥିବା ବେଳେ ବାତ୍ୟାର ଭୟ ମନରୁ ଲିଭିନାହିଁ । ଶୁକ୍ରବାର ମଧ୍ୟରାତ୍ରିରୁ ଅବିଶ୍ରାନ୍ତ ବିକ୍ଷିପ୍ତ ବର୍ଷା ଲାଗି ରହିଥିବା ବେଳେ ପାଗ କୋହଲା ରହିଛି। ବତାଶର ବେଗ ସ୍ବାଭାବିକ ଥିବା ବେଳେ ସମୁଦ୍ର ଅଶାନ୍ତ ହୋଇଛି। ବାତ୍ୟାଜନିତ କାରଣ ଓ ଅମାବାସ୍ୟା ତିଥି ଭରା ଜୁଆରସାଥୀ ହେବାରୁ ସମୁଦ୍ର ଉତ୍ତାଳ ହୋଇ କୂଳଆଡ଼କୁ ୭ରୁ ୮ଫୁଟ୍‌ ଉଚ୍ଚର ଢ଼େଉ ମାଡ଼ି ଆସି ସୁରକ୍ଷିତ ଓ ଅସୁରକ୍ଷିତ ଦୁର୍ବଳ ନଦୀବନ୍ଧରେ ଧକ୍କା ଦେଉଛି।
ବାଲେଶ୍ୱର ଉପକୂଳ ତଳିଆ ଅଞ୍ଚଳର ଲୋକମାନଙ୍କୁ ସତର୍କ ରହିବା ସହିତ ଆବଶ୍ୟକ ପଡ଼ିଲେ ସେମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ସ୍କୁଲ ଗୃହକୁ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ବାଲେଶ୍ୱର ଜିଲା ଭୋଗରାଇର ଉଦୟପୁର, ତାଳସାରୀ, ରଣସିଂପୁର, କୀର୍ତ୍ତନିଆ, ବାଲିଆପାଳର ଡଗରା, କଙ୍କଡ଼ାପାଳ, ଚାଉଳତି ସହ ବାହାବଳପୁର, ବଳରାମଗଡ଼ି, ଚାନ୍ଦିପୁର ଆଦି ପର୍ଯ୍ୟଟନ ଏବଂ ମତ୍ସ୍ୟ ଅବତରଣ କେନ୍ଦ୍ରରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ସମୁଦ୍ରକୁ ନ ଯିବାକୁ ପର୍ଯ୍ୟଟକ ଓ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ଅପରପକ୍ଷରେ ଭୋଗରାଇ ସୀମାନ୍ତ ଦୀଘା, ଶଙ୍କରପୁର, ତାଜପୁର, ମନ୍ଦାରମଣୀ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ପଶ୍ଚିମବଙ୍ଗ ପ୍ରଶାସନ ପର୍ଯ୍ୟଟକଙ୍କ ନିମନ୍ତେ ସମୁଦ୍ରକୂଳିଆ କଡ଼ା ପହରା ଓ ସଚେତନ ସତର୍କତା କରୁଛନ୍ତି। ସେଠାରେ ଏନ୍‌ଡିଆର୍‌ଏଫ୍‌ର ୨୫ଜଣିଆ ୧୮ଟି ଟିମ୍‌ ମୁତୟନ କରାଯାଇଥିବା ସୂଚନା ମିଳିଛି। ସହସ୍ରାଧିକ ମାଛଧରା ଟ୍ରଲର ଓ ଡଙ୍ଗା କୂଳରେ ସୁରକ୍ଷିତ ଭାବେ ରହିଥିବା ବେଳେ ଅଦିନିଆ ଝଡ଼ବର୍ଷା ଚାଷୀ କୂଳକୁ ଚିନ୍ତିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri