ମୌଳିକତା ହରାଇଛି ମୌଳିକ ବିଦ୍ୟାଳୟ

କେନ୍ଦ୍ରାପଡ଼ା ଅଫିସ, ୨।୧୨: ମାଧ୍ୟମିକସ୍ତରରେ ଗୁଣାତ୍ମକ ଶିକ୍ଷାର ବିକାଶ ଓ ଡ୍ରପ ଆଉଟ ରୋକିବାକୁ ରାଜ୍ୟର ସମସ୍ତ ସ୍କୁଲରେ ଧନ୍ଦାମୂଳକ ଶିକ୍ଷା ପ୍ରଚଳନ କରାଯିବ ବୋଲି ୨୦୧୬ରେ ଗଣଶିକ୍ଷା ମନ୍ତ୍ରୀ ଘୋଷଣା କରିଥିଲେ। ଇତିମଧ୍ୟରେ ୫ ବର୍ଷ ବିତିଛି। ହେଲେ ଆଜି ପର୍ଯ୍ୟନ୍ତ ସେହି ଘୋଷଣା କେବଳ କାଗଜକଲମରେ ଅଟକି ରହିଛି। ଏହି ପରିପ୍ରେକ୍ଷୀରେ ଆଜକୁ ୮୦ ବର୍ଷ ତଳେ ଧନ୍ଦାମୂଳକ ଶିକ୍ଷା ପ୍ରତିଷ୍ଠାନ ଭାବେ ପରିଚିତ କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କୁଶିଆପାଳର ସରକାରୀ ଉଚ୍ଚ ମୌଳିକ ବିଦ୍ୟାଳୟକୁ ଏଠାରେ ଉଦାହରଣ ଭାବେ ନିଆଯାଇଛି। ଏହି ସ୍କୁଲ ସରକାରୀ ଉଦାସୀନତା କାରଣରୁ ତାର ମୌଳିକତା ହରାଇ ସାରିଛି। ଉକ୍ତ ସ୍କୁଲରେ ଏବେ ବି ସ୍ବାଧୀନତା ସଂଗ୍ରାମୀଙ୍କ ଅରଟ ଓ ତନ୍ତ ପଡି ରହିଛି। ହେଲେ ତାହା କୌଣସି କାମରେ ଲାଗୁନାହିଁ। ଉକ୍ତ ସ୍କୁଲରେ ପୁର୍ନବାର ଧନ୍ଦାମୂଳକ ଶିକ୍ଷା ବ୍ୟବସ୍ଥା ପ୍ରଚଳନ ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ଉଠିଛି।
ଏହି ମୌଳିକ ସ୍କୁଲ ସମ୍ପର୍କରେ ଅବସରପ୍ରାପ୍ତ ଶିକ୍ଷକ ବାବାଜୀ ଚରଣ ସାହୁ କୁହନ୍ତି, ୧୯୩୬ରେ ସ୍କୁଲ ପ୍ରତିଷ୍ଠା ସମୟରେ ଅରଟରୁ ସୂତା କାଟିବା, ତନ୍ତରେ ଲୁଗା ବୁଣିବା ସହ ବିଭିନ୍ନ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯାଉଥିଲା। ଦେଶ ସ୍ବାଧୀନତା ସମୟରେ ସ୍ଥାନୀୟ ଅଞ୍ଚଳର ଯଦୁମଣି ମଙ୍ଗରାଜ, ପୁରୁଷୋତ୍ତମ ନାୟକ, ମାୟାଧର ସାହୁ, କୁଳମଣି ନାୟକଙ୍କ ସହିତ ବହୁ ସ୍ବାଧୀନତା ସଂଗ୍ରାମୀ ସେଠାରେ ମେଳି କରି ଗାନ୍ଧୀ, ଗୋପବନ୍ଧୁଙ୍କ ବାର୍ତ୍ତା ପ୍ରଚାର କରୁଥିଲେ। ୧୯୪୬ରେ ଏହି ପ୍ରତିଷ୍ଠାନ ସରକାରୀକରଣ ହେବା ସହ ମୌଳିକ ଶିକ୍ଷାନୁଷ୍ଠାନର ମାନ୍ୟତା ପାଇଥିଲା। ଏକଦା ପୂର୍ବତନ ରାଜ୍ୟପାଳ ଅଯୋଦ୍ଧାନାଥ ଖୋସଲା ଏହି ବିଦ୍ୟାଳୟକୁ ଆସି ଏତେ ଖୁସି ଅନୁଭବ କଲେ ଯେ, ପୁରସ୍କାର ସ୍ବରୂପ ଏକ ରେଡିଓ ପ୍ରଦାନ କରିଥିଲେ। ତେବେ ସରକାରୀକରଣ ପରେ ସ୍କୁଲରେ ସାଧାରଣ ପାଠ୍ୟକ୍ରମ ଚାଲିଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ଗ୍ରାମର ଆଇନଜୀବୀ ଶ୍ରୀକାନ୍ତ ସାହୁ କହିଛନ୍ତି, ୧୯୮୮ରେ ରାଜ୍ୟର ୨୩୧ ଉଚ୍ଚ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷା ବ୍ୟବସ୍ଥା ରାଜ୍ୟ ସରକାର ପ୍ରଚଳନ କଲେ। ତେବେ ଏହି ମୌଳିକ ସ୍କୁଲ ଏଥିରୁ ବଞ୍ଚତ୍ତ ହୋଇଛି। ସାମ୍ପ୍ରତିକ ସମୟରେ ଲୋକ ସମ୍ଭଳ ବିନିଯୋଗ ଏକ ଆହ୍ବାନ ହୋଇଛି। ସରକାରୀ ଚାକିରି ପଛରେ ଶିକ୍ଷିତ ଯୁବବର୍ଗ ଧାଇଁ ନିରାଶ ହେଉଛନ୍ତ। ଧନ୍ଦାମୂଳକ ଶିକ୍ଷା ମିଳି ନ ଥିବାରୁ ନିଶ୍ଚିତ କର୍ମନିଯୁକ୍ତି ଏବେ ପ୍ରଶ୍ନବାଚୀ ହୋଇଛି। ଶିକ୍ଷା ବ୍ୟବସ୍ଥାରେ ଅନୂ୍ୟନ୍ୟ ଚତୁର୍ଥ ଶ୍ରେଣୀରୁ ଧନ୍ଦାମୂଳକ ଶିକ୍ଷାକୁ ବାଧ୍ୟ କରାଯାଉ ବୋଲି ସେ ମତ ଦେଇଛନ୍ତି। ଗ୍ରାମର ପ୍ରଫୁଲ ସ୍ବାଇଁ ଓ ମାଧବ ସ୍ବାଇଁ କହିଛନ୍ତି, ୨୦୦୨ରେ ଏହି ଅନୁଷ୍ଠାନ ନିମ୍ନ ମୌଳିକ ସ୍କୁଲ ଥିଲା। ଗ୍ରାମବାସୀ ଓ ସରକାରୀ ଉଦ୍ୟମରେ ୨୦୧୦ରେ ଉଚ୍ଚ ବିଦ୍ୟାଳୟକୁ ଉନ୍ନିତ କରାଯାଇଛି। ଯେହେତୁ ଏହା ଏକ ମୌଳିକ ବିଦ୍ୟାଳୟ, ଏଠାରେ ଧନ୍ଦାମୂଳକ ଶିକ୍ଷା ବ୍ୟବସ୍ଥା ପ୍ରଚଳନ ହେଉ ବୋଲି ସେମାନେ ଦାବି କରିଛନ୍ତି। ସ୍ଥାନୀୟ ଅଞ୍ଚଳବାସୀଙ୍କ ଦାବି ସମ୍ପର୍କରେ ଜିଲାପାଳ ଅମୃତ ଋତୁରାଜ କହିଛନ୍ତି, ଜିଲା ଶିକ୍ଷା ବିଭାଗର ତଦନ୍ତ ପରେ ଏଦିଗରେ ପଦକ୍ଷେପ ନେବା ପାଇଁ ସୁପାରିଶ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ପାଇଁ ପ୍ରଚାର କରି ଅଙ୍ଗନୱାଡି ସହାୟିକା ବହିଷ୍କୃତ

ନୟାଗଡ଼,୧।୫(ଲୋକନାଥ ମିଶ):ଭାଜପା ପାଇଁ ପ୍ରଚାର କରି ନୟାଗଡ଼ ଜିଲା ଓଡ଼ଗଁା ବ୍ଲକ୍‌ ରୋହିବାଙ୍କ ପଞ୍ଚାୟତ ଭଗବତୀପ୍ରସାଦ ଅଙ୍ଗନୱାଡ଼ି କେନ୍ଦ୍ରର ସହାୟିକାଙ୍କ ଚାକିରି ଯାଇଛି। ନିର୍ବାଚନ ଆଚରଣ...

ସମାଜ ଗଠନରେ ଶ୍ରମିକଙ୍କ ତ୍ୟାଗ ଅନୁଳନୀୟ

ଭଦ୍ରକ,୧।୫(ସନାତନ ରାଉତ): ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀମାନେ ବୁଧବାର ଶ୍ରମିକ ଦିବସ ପାଳନ କରିଛନ୍ତି l କର୍ମଚାରୀ ସଂଗଠନର ୪୧ତମ ଶ୍ରମିକ ଦିବସ ପାଳନ...

ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ମୀନା ମାଝି

କେନ୍ଦୁଝର,୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମୀନା ମାଝି ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ତାଙ୍କ ସମର୍ଥକଙ୍କ ସହ...

ନିର୍ବାଚନକୁ ନେଇ ଯାଞ୍ଚ କଡ଼ାକଡ଼ି

ଛତ୍ରପୁର,୧।୫(ସନ୍ତୋଷ ପାଢ଼ୀ)- ଗଞ୍ଜାମ ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ଅବାଧ, ମୁକ୍ତ କରିବା ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଜୋରଦାର ଚାଲିଛ।...

ନାମାଙ୍କନ ପତ୍ର ଦାଖଲ କଲେ ଭାଜପା ପ୍ରାର୍ଥୀ ମୂରଲୀ ଶର୍ମା

କେନ୍ଦୁଝର,୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ନାମାଙ୍କନ ପତ୍ର ଦାଖଲର ଆଜି ତୃତୀୟ ଦିନରେ ଭାଜପାର ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମୂରଲୀ ଶର୍ମା ବୁଧବାର...

ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ହତ୍ୟା

ତିହିଡ଼ି,୧।୫ (ସଞ୍ଜିତ ବଳ):ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ଏକ ଶାଢ଼ି ଦ୍ୱାରା ଶ୍ୱାସରୁଦ୍ଧ କରି ଶାଶୁ ଓ ଶ୍ୱଶୁର ହତ୍ୟା କରିଛନ୍ତି। ସୋମବାର...

ବଲାଙ୍ଗୀର ଲୋକସଭା ଭାଜପା ପ୍ରାର୍ଥୀ ସଙ୍ଗୀତାଙ୍କ ସମ୍ପତ୍ତି ୫୦.୯୨ କୋଟି

ବଲାଙ୍ଗୀର, ୧ା୫(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀର ଭାଜପା ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂଦେଓ ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟରେ ୨୦୨୪ ନିର୍ବାଚନ ସକାଶେ...

ରାସ୍ତାକଡ଼ରୁ ଯୁବକଙ୍କ ରକ୍ତଜୁଡୁବୁଡୁ ମୃତଦେହ ଉଦ୍ଧାର

ବାଲେଶ୍ବର ଅଫିସ,୧।୫(ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ଛାନୁଆ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ ଛାନୁଆ ପ୍ରାଥମିକ ବିଦ୍ୟାଳୟ ନିକଟସ୍ଥ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri