Posted inଜାତୀୟ

ଚାଷୀଙ୍କ ମୃତ୍ୟୁର ରେକର୍ଡ ନାହିଁ, ଅନୁକମ୍ପାମୂଳକ ସହାୟତା ଦେବାରେ ପ୍ରଶ୍ନ ଉଠୁନି…

ନୂଆଦିଲ୍ଲୀ,୧।୧୨: ବିବାଦୀୟ କୃଷି ଆଇନ ରଦ୍ଦ କରିବାକୁ ଦାବି କରି ଏକ ବର୍ଷ ଧରି ଚାଲିଥିବା ଆନ୍ଦୋଳନରେ କେତେ ଚାଷୀଙ୍କ ମୃତ୍ୟୁ ଘଟିଛି ତାହାର କୌଣସି ରେକର୍ଡ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି। ତେଣୁ ଆର୍ଥିକ ସହାୟତା ଦେବାର ପ୍ରଶ୍ନ ଉଠୁନାହିଁ । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଲୋକସଭାରେ ‘କୃଷି ଆଇନ ଆନ୍ଦୋଳନ’କୁ ନେଇ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି।

ଅନ୍ୟାନ୍ୟ ପ୍ରଶ୍ନ ମଧ୍ୟରେ ଚାଷୀଙ୍କ ବିରୋଧରେ ପଞ୍ଜିକୃତ ହୋଇଥିବା ମାମଲାଗୁଡ଼ିକର ସଂଖ୍ୟା ମଧ୍ୟ ଲୋଡ଼ା ଯାଇଥିଲା। ରାଜଧାନୀ ଦିଲ୍ଲୀରେ ଏବଂ ଆଖପାଖ ଅଞ୍ଚଳରେ ଚାଲିଥିବା ଆନ୍ଦୋଳନ ସମୟରେ କେତେଜଣ ଚାଷୀଙ୍କ ମୃତ୍ୟୁ ଘଟିଛି ଏବଂ ଉକ୍ତ ଆନ୍ଦୋଳନ ସମୟରେ ମୃତ କୃଷକଙ୍କ ପରିବାରକୁ ସରକାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ସରକାରଙ୍କର ପକ୍ଷରୁ କିଛି ଯୋଜନା ରହିଛି କି ନାହିଁ ତାହା ଲିଖିତ ପ୍ରଶ୍ନ ମାଧ୍ୟମରେ ପଚରା ଯାଇଥିଲା।

ଏନେଇ କୃଷି ମନ୍ତ୍ରଣାଳୟର ଏକ ସ୍ପଷ୍ଟ ଉତ୍ତର ଥିଲା ଯେ ଏହାର କୌଣସି ରେକର୍ଡ ନାହିଁ। ତେଣୁ ଆର୍ଥିକ ସହାୟତା ଦେବାର ପ୍ରଶ୍ନ ଉଠୁନାହିଁ। ସରକାର କୃଷକ ନେତାଙ୍କ ସହ ୧୧ ରାଉଣ୍ଡ ଆଲୋଚନା କରି ଥିବା ନେଇ କୃଷିମନ୍ତ୍ରୀ ବିସ୍ତୃତ ଭାବରେ ସୂଚନା ପ୍ରଦାନ କରିଥିଲେ। ଆନ୍ଦୋଳନ ସମୟରେ ୭୦୦ରୁ ଅଧିକ ଚାଷୀଙ୍କ ମୃତ୍ୟୁ ଘଟିଥିବା କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଦାବି କରାଯାଇଛି। ତିନି ବିବାଦୀୟ ଆଇନକୁ ରଦ୍ଦ କରିବାର ଦାବିକୁ ନେଇ ଏକ ବର୍ଷ ଧରି ଚାଲିଆସୁଥିବା ଆନ୍ଦୋଳନ ସମୟରେ କୃଷକଙ୍କ ବିରୋଧରେ ପଞ୍ଜୀକୃତ ମାମଲା ପ୍ରତ୍ୟାହାର ଏବଂ ମୃତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ଏବଂକୃଷକଙ୍କ ଆନ୍ଦୋଳନ ସମୟରେ ମୃତ ଚାଷୀଙ୍କ ପରିବାର ପାଇଁ ଥଇଥାନ ଦାବି ମଧ୍ୟ ଏହି ପ୍ରଶ୍ନରେ ଥିଲା।

ଏହି ଆନ୍ଦୋଳନରେ ମୃତ୍ୟୁ ଘଟିଥିବା ଚାଷୀମାନଙ୍କୁ କୃଷକ ନେତାମାନେ ଶହୀଦ କୃଷକ ବୋଲି କହିଛନ୍ତି। ଏହି ଆନ୍ଦୋଳନର ନେତୃତ୍ୱ ନେଉଥିବା ୟୁନାଇଟେଡ କିସାନ ମୋର୍ଚ୍ଚା ଦାବି କରିଛି ଯେ ଗତ ବର୍ଷ ଠାରୁ ଜାରି ରହିଥିବା ଆନ୍ଦୋଳନ ସମୟରେ ୭୦୦ ଜଣ ଚାଷୀଙ୍କ ମୃତ୍ୟୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ବେମୁଲାଙ୍କ ଆତ୍ମହତ୍ୟାର ପୁଣି ତଦନ୍ତ କରିବେ ତେଲଙ୍ଗାନା ସରକାର

ହାଇଦ୍ରାବାଦ, ୫।୫:ବହୁ ଚର୍ଚ୍ଚିତ ରୋହିତ ବେମୁଲା ଆତ୍ମହତ୍ୟା ମାମଲାରେ ସାଇବରାବାଦ ପୋଲିସ ପକ୍ଷରୁ ଜାରି ହୋଇଥିବା କ୍ଲୋଜର ରିପୋର୍ଟକୁ ନେଇ ରୋହିତଙ୍କ ପରିବାର ପକ୍ଷରୁ ଅସନ୍ତୋଷ...

ରାମଲାଲାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି ରୋଡ ଶୋ’ରେ ବାହାରିଲେ ମୋଦି

ଅଯୋଧ୍ୟା,୫।୫: ଜାନୁଆରୀ ୨୨ରେ ରାମ ମନ୍ଦିରର ଉଦଘାଟନ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାମ ଲାଲାଙ୍କ ଦର୍ଶନ ପାଇବା ପାଇଁ...

ଗଧରେ ଚଢ଼ି ନାମାଙ୍କନ ଦାଖଲ ପାଇଁ ପହଞ୍ଚିଲେ ପ୍ରାର୍ଥୀ

ଗୋପାଳଗଞ୍ଜ,୫।୫ଚଳିତ ଲୋକ ସଭା ନିର୍ବାଚନରେ ବିଭିନ୍ନ ପ୍ରାର୍ଥୀଙ୍କ ଅଜବ ଗଜବ ରଙ୍ଗ ଥମିବାର ନାଁ ନେଉନାହିଁ। ବିହାରର ଗୋପାଳଗଞ୍ଜ ଲୋକ ସଭା ଆସନରୁ ଜଣେ ସ୍ବାଧୀନ...

ମେହେବୁବା ମୁଫତିଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ

ଶ୍ରୀନଗର,୫।୫: ଲୋକ ସଭା ନିର୍ବାଚନରେ ତୃତୀୟ ପର୍ଯ୍ୟାୟ ଭୋଟ ଦେବା ପୂର୍ବରୁ ରବିବାର (ମେ ୫) ପିଡିପି ସଭାପତି ମେହବୁବା ମୁଫତିଙ୍କୁ ଏକ ସୋ କଜ...

ନୁପୂର ଶର୍ମାଙ୍କୁ ହତ୍ୟା ଧମକ ଦେଇଥିବା ମୌଲବୀ ଗିରଫ

ସୁରଟ,୫ା୫: ଭାଜପାର ପୂର୍ବତନ ମୁଖପାତ୍ର ନୁପୂର ଶର୍ମାଙ୍କୁ ହତ୍ୟା ଧମକ ଦେବା ସହ ହିନ୍ଦୁ ସଂଗଠନର ଜଣେ ନେତାଙ୍କୁ ହତ୍ୟା ଯୋଜନା କରିଥିବା ଅଭିଯୋଗରେ ସୁରଟର...

ଗୁରୁଦ୍ୱାରାରେ ଯୁବକଙ୍କୁ ପିଟିପିଟି ମାରିଦେଲେ

ଚଣ୍ଡିଗଡ଼,୫ା୫: ପଞ୍ଜାବର ଫିରୋଜପୁରସ୍ଥିତ ଗୁରୁଦ୍ୱାରାରେ ଜଣେ ୧୯ ବର୍ଷୀୟ ଯୁବକ ପ୍ରବେଶ କରି ପବିତ୍ର ଗୁରୁଗ୍ରନ୍ଥ ସାହିବ୍‌ର କେତେକ ପୃଷ୍ଠା ଚିରିଦେବା ଅଭିଯୋଗରେ ଉତ୍ତ୍ୟକ୍ତ ଲୋକେ...

ଅଯୋଧ୍ୟାରେ ମୋଦି, ନେଲେ ରାମଲାଲାଙ୍କ ଆଶିଷ

ଅଯୋଧ୍ୟା,୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ କରିଛନ୍ତି। ସେ ଭଗବାନ ଶ୍ରୀ ରାମଙ୍କୁ ପୂଜା କରି ଆଶୀର୍ବାଦ ନେଇଛନ୍ତି। ମେ’...

ହ୍ବିଲ ଚେୟାରରେ ନଜର ଆସିଲେ ତେଜସ୍ବୀ, ହଠାତ୍‌ ହୋଇ ପଡିଲେ ଅସୁସ୍ଥ

ପାଟନା,୫।୫: ଲୋକ ସଭା ନିର୍ବାଚନକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ବିହାରର ରାଜନୈତିକ କରିଡରରୁ ବଡ ଖବର ଆସୁଛି, ଯେଉଁଠାରେ ବିହାର ବିଧାନସଭାରେ ବିରୋଧୀଦଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri