Posted inଖେଳ

କ୍ୱାର୍ଟର ଫାଇନାଲରେ ଭାରତ

ଭୁବନେଶ୍ୱର,୨୭।୧୧(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ହକି ପୁରୁଷ ଜୁନିୟର ବିଶ୍ୱକପ୍‌ର କ୍ବାର୍ଟର ଫାଇନାଲରେ ଭାରତ ପ୍ରବେଶ କରିଛି। ପୁଲ୍‌ ‘ବି’ର ଶନିବାର ଅନୁଷ୍ଠିତ ଶେଷ ଲିଗ୍‌ ମ୍ୟାଚରେ ଭାରତ ୮-୨ ଗୋଲରେ ପୋଲାଣ୍ଡକୁ ହରାଇ ଦେଇଛି। ପୁଲ୍‌ ‘ବି’ରେ ଭାରତ ୬ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ରହିଛି। ୩ଟି ମ୍ୟାଚ ଖେଳି ୨ଟିରେ ବିଜୟ ହୋଇଥିବାବେଳେ ଗୋଟିଏ ମ୍ୟାଚରେ ପରାଜିତ ହୋଇଛି। ଏହି ପୁଲ୍‌ରୁ ଫ୍ରାନ୍ସ ଅପରାଜେୟ ରହି ୩ ବିଜୟ ସହ ୯ ପଏଣ୍ଟ ପାଇଛି। ଫଳରେ ଦଳ ଶୀର୍ଷ ସ୍ଥାନରେ ରହି ନକ୍‌ଆଉଟରେ ପ୍ରବେଶ କରିଛି। ଡିସେମ୍ବର ୧ରେ ହେବାକୁଥିବା କ୍ବାର୍ଟର ଫାଇନାଲରେ ଭାରତ ଗ୍ରୁପ୍‌ ‘ଏ’ରେ ପ୍ରଥମ ସ୍ଥାନ ହାସଲ କରିଥିବା ବେଲ୍‌ଜିୟମକୁ ଭେଟିବ। ୨୦୧୬ରେ ଲକ୍ଷ୍ନୌରେ ହୋଇଥିବା ଗତ ସଂସ୍କରଣରେ ଭାରତ ଓ ବେଲ୍‌ଜିୟମ ଫାଇନାଲ ହୋଇଥିଲା। ଏଥିରେ ବେଲ୍‌ଜିୟମକୁ ୨-୧ ଗୋଲରେ ହରାଇ ଭାରତ ଚାମ୍ପିୟନ ହୋଇଥିଲା। ତେଣୁ ଏଥର କ୍ବାର୍ଟର ଫାଇନାଲ ଗତ ଫାଇନାଲର ରିମ୍ୟାଚ ସଦୃଶ ହେବ।

ଅନ୍ୟ ଏକ କ୍ବାର୍ଟର ଫାଇନାଲରେ ପୁଲ୍‌ ‘ବି’ରେ ପ୍ରଥମ ସ୍ଥାନ ଦଳ ଫ୍ରାନ୍ସ ପୁଲ୍‌ ‘ଏ’ର ଦ୍ୱିତୀୟ ଦଳ ମାଲେସିଆକୁ ଭେଟିବ। ପୋଲାଣ୍ଡ ବିପକ୍ଷ ମ୍ୟାଚରେ ଭାରତ ପକ୍ଷରୁ ଓଡ଼ିଶାର ସୁଦୀପ ଚିରମାକୋ, ସଞ୍ଜୟ ଏବଂ ଅରଜିତ ସିଂ ହୁଣ୍ଡାଲ ୨ଟି ଲେଖାଏ ଏବଂ ଚମତ୍କାର ଫର୍ମରେ ଥିବା ଉତ୍ତମ ସିଂ, ସର୍ଦ୍ଦାନନ୍ଦ ତିୱାରୀ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ମ୍ୟାଚ ଆରମ୍ଭରେ ରାଜ୍ୟ ମୁଖ୍ୟ ସୂଚନା କମିଶନର ଜଳଦ କୁମାର ତ୍ରିପାଠୀ ଏବଂ ଭାରତୀୟ ବ୍ୟାଡ୍‌ମିଣ୍ଟନ ଦଳର ମୁଖ୍ୟ କୋଚ୍‌ ପଦ୍ମଭୂଷଣ ପୁଲେଲା ଗୋପୀଚାନ୍ଦ ଏବଂ ଶେଷରେ ଓଡ଼ିଶାର ପ୍ରମୁଖ ମହାଲେଖାକାର (ଅଡିଟ) ବିଭୁଦତ୍ତ ବସନ୍ତିଆ ଅତିଥିଭାବେ ଯୋଗ ଦେଇଥିଲେ। ଓଡ଼ିଶାର ସୁଦୀପ ପ୍ଲେୟର ଅଫ୍‌ ଦି ମ୍ୟାଚ ପୁରସ୍କାର ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ଆସୁଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଖୁସିଖବର: ଟିମ ଇଣ୍ଡିଆରେ…

ନୂଆଦିଲ୍ଲୀ,୨୯।୧୨: ଟି-୨୦ କ୍ରିକେଟରେ ଟିମ ଇଣ୍ଡିଆର ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରହିଛି। ସୂର୍ଯ୍ୟକୁମାର ଯାଦବ ଅଧିନାୟକତ୍ୱ ଗ୍ରହଣ କରିବା ପରଠାରୁ, ଭାରତୀୟ ଦଳ ଏହି ଫର୍ମାଟରେ...

ନକଲି ବିଦେଶୀ ମଦ କାରାଖାନା ଠାବ, ନାମୀଦାମୀ କମ୍ପାନୀର ନକଲି ମଦ ଜବତ

କୋଟପାଡ଼ (ରାଜଶେଖର ),୨୯ା୧୨: କୋରାପୁଟ ଜିଲା କୋଟପାଡ଼ ଅଞ୍ଚଳରୁ ବିପୁଳ ପରିମାଣରେ ନକଲି ମଦ ଜବତ ହୋଇଛି । ରବିବାର ରାତିରେ ଅବକାରୀ ବିଭାଗ କର୍ମଚାରୀ...

ପୁଣି ବଦ୍ରି ପାତ୍ରଙ୍କ ବିସ୍ଫୋରଣ, ନବୀନ ପ୍ରଚାରକୁ ଗଲେ ନାହିଁ ବୋଲି ବିଜେଡି….

ଭୁବନେଶ୍ୱର,୨୯ା୧୨: ପୁଣି ଅସନ୍ତୋଷ ଝାଡିଲେ ବରିଷ୍ଠ ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର । ନାଁ ନ ନେଇ ‘ପାଣ୍ଡିଆନ ଆଣ୍ଡ୍‌ କୋ’କୁ ଟାର୍ଗେଟ୍‌ କରିଛନ୍ତି । କାହିଁକି...

ଆହୁରି ୩ ଦିନ ଶୀତରେ ଥରିବେ ରାଜ୍ୟବାସୀ, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୯ା୧୨: ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ...

ମା’ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରାରେ ଜନସମାଗମ, ବଳି ଦେଲେ ମାନସିକ ପୂରଣ ହୋଇଥିବା ବ୍ୟକ୍ତି

ରିଷିଡା ୨୯/୧୨(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା କେଉଁଟ କୈବର୍ତ୍ତ ଆଞ୍ଚଳିକ ସମାଜ ତରଫରୁ ତେରେସିଂହା ଆମପାଲି ନଦୀ ଘାଟ ଠାରେ ଐତିହାସିକ...

ମୋଦିଙ୍କୁ ପ୍ରଶଂସା କରି ଫସିଲେ ଦିଗବିଜୟ: କଂଗ୍ରେସରେ ହଲଚଲ

ନୂଆଦିଲ୍ଲୀ,୨୯।୧୨: କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଭାଜପା ଏବଂ ଆରଏସଏସର ସାଂଗଠନିକ ଶକ୍ତିକୁ ପ୍ରଶଂସା କରି ଦଳ ପାଇଁ...

ଆରାବଳି ମାମଲା: ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ,୨୯ା୧୨: ଆରାବଳି ମାମଲା ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ନଭେମ୍ବର ୨୦ ରାୟ ଉପରେ ଏହି ରହିତାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ପରିବେଶବିତ୍‌ଙ୍କୁ...

ନର୍ସିଂହୋମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୧୬ ଜଣ ବୃଦ୍ଧାବୃଦ୍ଧ

ନୂଆଦିଲ୍ଲୀ,୨୯।୧୨: ଇଣ୍ଡୋନେସିଆର ଏକ ନର୍ସିଂହୋମରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଖବରପାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri