ଯୁବକଙ୍କ ପତ୍ତା ପାଉନି ପୋଲିସ

ଖୋର୍ଦ୍ଧା ଅଫିସ,୨୦।୧୧: ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ କୁମ୍ଭିଲୋ ଗ୍ରାମର ସନ୍ତୋଷ କୁମାର ବେହେରା ଓରଫ ରାଜା(୨୫)ଗାଈ ଚରାଇବାକୁ ଯାଇ ଅକ୍ଟୋବର ୨୪ରୁ ନିଖୋଜ ଅଛନ୍ତି। ଘଟଣାକୁ ୨୬ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ନିରୁଦ୍ଦିଷ୍ଟଙ୍କ ପୋଷ୍ଟର ମାରିବା ସହ ମାମଲା ରୁଜୁକରି ଚୁପ୍‌ ବସିଛି। ୨୪ଘଣ୍ଟାରେ ରାଜାଙ୍କୁ ଖୋଜି ବାହାର କରିବା ପାଇଁ ଏସ୍‌ପି ପ୍ରତିଶ୍ରୁତି ଦେଇଥିଲେ। ତେବେ ଘଟଣାକୁ ୨୬ଦିନ ବିତିଯାଇଥିଲେ ମଧ୍ୟ ରାଜାଙ୍କ ପତ୍ତା ପାଇପାରୁନି ପୋଲିସ। ଅନ୍ୟପକ୍ଷରେ ରାଜନୈତିକ ଚାପରେ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ଗ୍ରାମବାସୀଙ୍କ କହିବାନୁଯାୟୀ, ଘଟଣା ଦିନ ଏକ କାର୍‌ରେ ୪ରୁ ୬ଜଣ ଯୁବକ ଗଁା ମୁଣ୍ଡରୁ ରାଜାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇ ପଳାଇଥିଲେ। ଏଥିସହ ପତନିବରର ଏକ ପରିବାରର ସମ୍ପର୍କୀୟ ରାଜାଙ୍କ ଘରକୁ ଆସି ଧମକ ଦେଇଥିଲେ। ଏହାର କିଛି ସମୟ ପରେ ରାଜାଙ୍କ ସନ୍ଧାନ ମିଳି ନ ଥିଲା। ଏହି ଘଟଣାରେ ପତନିବର ଗ୍ରାମର କେତେଜଣ ଯୁବକଙ୍କ ହାତ ରହିଛି। ସେମାନଙ୍କ ରାଜନୈତିକ ଏବଂ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସମ୍ପର୍କ ଥିବାରୁ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ। ସେହିପରି ରାଜାଙ୍କ ଭଉଣୀ କହିଛନ୍ତି, କାହା ସହିତ ବି ରାଜାର କୌଣସି ଝଗଡା ନ ଥିଲା। ତାଙ୍କୁ ଅପହରଣ କରି ନେଇଯାଇଛନ୍ତି। ରାଜାଙ୍କ ବାପା ଲକ୍ଷ୍ମୀଧର କହିଛନ୍ତି, ନ୍ୟାୟ ନ ମିଳିଲେ, ଆଗାମୀ ଦିନରେ ପରିବାର ଆମରଣ ଅନଶନ ସହ ଆତ୍ମାହୁତି ଦେବୁ ବୋଲି କହିଛନ୍ତି।
ପ୍ରକାଶ ଯେ, ଅକ୍ଟୋବର ୨୪ରେ ଗଁା ପାଳି ଅନୁସାରେ ରାଜା ଗୋରୁ ଚରାଇବାକୁ ଯାଇଥିଲେ। ଅପରାହ୍ନରେ ଗୋରୁ ଗୋଠ ଫେରି ଆସିଥିବା ବେଳେ ରାଜା ଫେରି ନ ଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ରାଜା ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଏନେଇ ୨୫ ତାରିଖରେ ଲକ୍ଷ୍ମୀଧର ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ। ଏତଲା ଠିକ୍‌ ଭାବେ ଲେଖାଯାଇନାହିଁ କହି ପୋଲିସ ତାଙ୍କୁ ଫେରାଇ ଦେଇଥିଲା। ଏହାର ପ୍ରତିବାଦରେ ପରିବାର ଏବଂ ଶତାଧିକ ଗ୍ରାମବାସୀ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ୨୮ ତାରିଖରେ ଏସ୍‌ପିଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦେଇଥିଲେ। ୨୪ଘଣ୍ଟା ମଧ୍ୟରେ ରାଜାଙ୍କ ଅନୁସନ୍ଧାନ କରି ବାହାର କରିବେ ବୋଲି ପ୍ରତିଶ୍ରୁତି ମିଳିଥିଲା। ନଭେମ୍ବର ୧ରେ ପୋଲିସ ପକ୍ଷରୁ ରାଜା ନିଖୋଜ ଥିବା ନେଇ ଏକ ବିଜ୍ଞପ୍ତି ଜାରି ହୋଇଥିଲା। ଚାରିଆଡେ ନିରୁଦ୍ଦିଷ୍ଟ ପୋଷ୍ଟର ମାରି ପୋଲିସ ଚୁପ୍‌ ବସିଛି। ପରିବାର ଲୋକେ ପୁଣି ନଭେମ୍ବର ୧୫ରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କ ନିକଟରେ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ସଦର ଏସ୍‌ଡିପିଓ ସୁଶୀଲ କୁମାର ମିଶ୍ର କହିଛନ୍ତି, ଘଟଣାର ଅନୁସନ୍ଧାନ ଜାରି ରହିଛି। ପୋଲିସ କୌଣସି ଚାପରେ ନାହିଁ। ସମସ୍ତ ଦିଗକୁ ଅନୁସନ୍ଧାନ କରାଯାଉଛି। ସମସ୍ତ ଥାନାକୁ ମଧ୍ୟ ଅବଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

ଋଷିକୂଲ୍ୟା ରେଳ ବ୍ରିଜ ଉପରେ ଚଢ଼ିଗଲେ ଯୁବକ, ଓହ୍ଲାଇବାକୁ ନାକେଦମ ହେଲା ପୋଲିସ, ସ୍ଥାନୀୟ ଲୋକେ ପହଞ୍ଚି… 

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ମାନସିକ ବିକୃତ ଯୁବକଙ୍କ ଉନ୍ମତ କାଣ୍ଡ। ତାଙ୍କ ପାଇଁ ନାକେଦମ ହେଲା ପୋଲିସ। ଏଭଳି ଏକ ଘଟଣା ଶନିବାର ଅପରାହ୍ନରେ ଗଞ୍ଜାମରେ...

କୁର୍ମି କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ବିରାଟ ମହିଳା ସମ୍ମିଳନୀ: ନାରୀ ଶିକ୍ଷା, ରୋଜଗାର ଉପରେ…

ଭଞ୍ଜନଗର,୨୭।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଚାଲିଥିବା ନିଖିଳ ଉତ୍କଳ କୁର୍ମି କ୍ଷତ୍ରୀୟ ପ୍ରଦେଶ ମହାସଭା ଶନିବାର ତୃତୀୟ ଦିବସରେ ପହଞ୍ଚିଛି। ରବିବାର ମହାସଭା...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri