ସୋସିଆଲ ମିଡିଆରେ ଚର୍ଚ୍ଚା ପାଲଟିଛି ପତ୍ରଲେଖାଙ୍କ ମଙ୍ଗଳସୂତ୍ର

ମୁମ୍ବାଇ: ଏବେ ବଲିଉଡ୍ ସେଲିବ୍ରିଟିଙ୍କ ବିବାହକୁ ନେଇ ଯେତିକି ଚର୍ଚ୍ଚା ଚାଲିଛି ସେତିକି ଚର୍ଚ୍ଚା ବି ତାଙ୍କ ବିବାହ ପରର କିଛି ଘଟଣାକୁ ନେଇ କରାଯାଉଛି । ଦୀର୍ଘ ପ୍ରାୟ ୧୧ ବର୍ଷ ରିଲେଶନଶିପରେ ରହିବା ପରେ ନଭେମ୍ବର ୧୫ରେ ବିବାହ କରିଛନ୍ତି ବଲିଉଡ୍ ଅଭିନେତା ରାଜକୁମାର ରାଓ ଓ ଅଭିନେତ୍ରୀ ପତ୍ରଲେଖା । ଏବେ ଏହି ନ୍ୟୁଲି ୱେଡ କପୁଲଙ୍କ କିଛି ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିବାହ ପରେ ନିକଟରେ ଏହି କପୁଲ ପବ୍ଲିକ ଆପିୟରାନ୍ସକୁ ଆସିଥିଲେ । ଏହି ସମୟରେ ପତ୍ରଲେଖାଙ୍କ ସହ ତାଙ୍କ ମଙ୍ଗଳସୂତ୍ର ଆସିଛି ଚର୍ଚ୍ଚାକୁ । କାରଣ ତାଙ୍କ ମଙ୍ଗଳସୂତ୍ର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । କେବଳ ସେତିକି ନୁହେଁ ଏହାର ଡିଜାଇନ ଓ ଦାମକୁ ନେଇ ବି ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି । ନିକଟରେ ରାଜକୁମାର ହ୍ୱାଇଟ ଆଉଟ ଫିଟରେ ଥିବା ବେଳେ ପତ୍ରଲେଖା ଥିଲେ ରେଡ କଲର ଡ୍ରେସରେ ଯାହା ତାଙ୍କୁ ଖୁବ୍ ମାନୁଥିଲା । ପତ୍ରଲେଖା ଖୁବ୍ କମ୍ ଜୁଏଲାରୀ ପିନ୍ଧିଥିଲେ ବି ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟି ଯାଇଥିଲେ । କେବଳ ସେତିକି ନୁହେଁ ପତ୍ରଲେଖାଙ୍କ ମଙ୍ଗଳସୂତ୍ର ଏବେ ଟ୍ରେଣ୍ଡ ସେଣ୍ଟର ହୋଇଛି । ମିଡିଆ ରିପୋର୍ଟ ଅନୁଯାୟୀ, ସବ୍ୟସାଚି ମୁଖାର୍ଜୀ ୧୮ କ୍ୟାରେଟ ସୁନାରେ ଏହି ମଙ୍ଗଳସୂତ୍ରର ଡିଜାଇନ କରିଛନ୍ତି । ଯେଉଁଥିରେ ଟ୍ରାଡିଶନାଲ ଓନିକ୍ସ ସହ ମୋତି ଓ ସୁନା ଚେନ ବ୍ୟବହାର କରାଯାଇଛି । ରିପୋର୍ଟ ଅନୁଯାୟୀ ତାଙ୍କ ମଙ୍ଗଳସୂତ୍ରର ଦାମ୍ ରହିଛି ୧,୬୫,୦୦୦ଟଙ୍କା ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ

ମାଲାୟାଲମ ଅଭିନେତ୍ରୀ କନକଲତାଙ୍କର ଦେହାନ୍ତ ହୋଇଛି। ସେ ତିରୁଭାନନ୍ତପୁରମରେ ଥିବା ତାଙ୍କ ବାସଭବନରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କ ୬୩ ବର୍ଷ ହୋଇଥିଲା। ସେ...

ରାଗିଲେ କରନ୍‌ ଜୋହର

ମୁମ୍ବାଇ: ଫିଲ୍ମ ନିର୍ମାତା କରନ୍‌ ଜୋହରଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ସେ ବଲିଉଡ୍‌କୁ ଅନେକ ସୁପରହିଟ୍‌ ଚଳଚ୍ଚିତ୍ର ଦେଇଛନ୍ତି। ଏଥିସହ ବିଭିନ୍ନ ପ୍ରସଙ୍ଗରେ ସେ...

‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ପରଲୋକ

ଲସ ଆଞ୍ଜେଲସ,୫।୫: ହଲିଉଡରୁ ଏକ ଦୁଃଖଦ ଖବର ଆସିଛି। ସୁପରହିଟ ଫିଲ୍ମ ‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ଦେହାନ୍ତ ହୋଇଛି। ବର୍ନାର୍ଡଙ୍କ ମୃତ୍ୟୁ ଖବର...

ଭୁଲ ଭାଲ କଥା କହି ଟ୍ରୋଲ ହେଲେ କଙ୍ଗନା

ମୁମ୍ବାଇ,୫।୫: ହିମାଚଳର ମଣ୍ଡି ଆସନରୁ ଭାଜପା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ-ରାଜନେତା କଙ୍ଗନା ରାନାୱତ ତାଙ୍କ ବୟାନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ଏବେ...

୨ ବର୍ଷ ଡେଟିଂ ପରେ ଅନନ୍ୟାଙ୍କ ସହ ବ୍ରେକ୍‌ଅପ୍‌ କଲେ ଆଦିତ୍ୟ!

ବମ୍ବେ: ଅଲଗା ହୋଇଛନ୍ତି ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ଅନନ୍ୟା ପାଣ୍ଡେ- ଆଦିତ୍ୟ ରୟ କପୁର। ଦୀର୍ଘ ୨ ବର୍ଷ ଧରି ଡେଟ୍‌ କରିଆସୁଥିଲେ ଦୁହେଁ।...

ମୁଁ ବ୍ରେକଅପ କରି ନେଇଛି, ସୁହାନା ଖାଁଙ୍କ ପୋଷ୍ଟ ହେଲା ଭାଇରାଲ!

ମୁମ୍ବାଇ: ଶାହାରୁଖ ଖାଁ ଏବଂ ଗୌରୀ ଖାଁଙ୍କ ଝିଅ ସୁହାନା ଖାଁ ସବୁଠାରୁ ଲୋକପ୍ରିୟ ଷ୍ଟାର କିଡସଙ୍କ ମଧ୍ୟରୁ ଅନ୍ୟତମ । ସେ ଜୋୟା ଅଖତରଙ୍କ...

ବ୍ରେକ ନେଲେ ଶାହାରୁଖ

ମୁମ୍ବାଇ: ବଲିଉଡ ବାଦଶାହା ଶାହାରୁଖ ଖାନ ଗତ ବର୍ଷ ଅର୍ଥାତ୍‌ ୨୦୨୩ ରେ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ପାଞ୍ଚ ବର୍ଷ ପରେ ଶାହାରୁଖ ଫିଲ୍ମ...

‘ଲାହୋର ୧୯୪୭’ରେ ସନ୍ନି ଦେଓଲ

ମୁମ୍ବାଇ: ‘ଗଦର ୨’ର ସଫଳତା ପରେ ସନ୍ନି ଦେଓଲ ଆଉ ଏକ ଦମଦାର ଚଳଚ୍ଚିତ୍ର ‘ଲାହୋର ୧୯୪୭’ସହିତ ପୁଣି ଥରେ ପରଦାକୁ ଆସୁଛନ୍ତି। ଏହା ସଂପୂର୍ଣ୍ଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri