‘ପ୍ରତିଟି ମୁହୂର୍ତ୍ତ ଥିଲା ଚ୍ୟାଲେଞ୍ଜିଂ’

ସିମୁଳିଆ,୧୪।୧୧: ୧୯୬୫ ଓ ୧୯୭୧ ମସିହାରେ ଦୁଇଟି ଯୁଦ୍ଧର ସାମ୍ନା କରିଥିବା ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଚାଲୁଣିଗାଁ ଅଞ୍ଚଳର ଖଗେନ୍ଦ୍ର ପ୍ରସାଦ ରଥ (୭୭)ଙ୍କୁ ବୀରତ୍ୱ ପାଇଁ ମିଳିଛି ସ୍ବତନ୍ତ୍ର ସମ୍ମାନ। ଭୁବନେଶ୍ୱରରେ ରାଜ୍ୟପାଳ ଓ ବାଲେଶ୍ୱର ଚାନ୍ଦିପୁର ପ୍ରତିରକ୍ଷା ବିଭାଗ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି ା
ସ୍କୁଲ ଶିକ୍ଷା ଶେଷ ପରେ ୧୯୬୫ରେ ଖଗେନ୍ଦ୍ର ଭାରତୀୟ ସ୍ଥଳସେନାରେ ସୈନିକ ରୂପେ ଯୋଗଦେଇଥିଲେ ା ଜମ୍ମୁକଶ୍ମୀରକୁ କେନ୍ଦ୍ର କରି ଉଭୟ ଭାରତ ଓ ପାକିସ୍ତାନ ମଧ୍ୟରେ ସେହିବର୍ଷ ଯୁଦ୍ଧ ଆରମ୍ଭ ହୋଇଥିଲା ା କିଛି ଦିନ ପ୍ରଶିକ୍ଷଣ ନେବା ପରେ ଖଗେନ୍ଦ୍ର ଯୁଦ୍ଧରେ ସାମିଲ ହୋଇଥିଲେ। ପରେ ମଧ୍ୟପ୍ରଦେଶ, ଲଦାଖ, ହିମାଞ୍ଚଳ, ଗ୍ବାଲିୟର ଆଦି ସ୍ଥାନକୁ ତାଙ୍କର ବଦଳି ହୋଇଥିଲା। ପ୍ରତିରକ୍ଷା ବିଭାଗର ଆଗରେ ରହି ଲଢୁଥିବା ଇନ୍‌ଫେଣ୍ଟ୍ରି ବିଭାଗରେ ଖଗେନ୍ଦ୍ରଙ୍କ ନିଯୁକ୍ତି ହୋଇଥିବାରୁ ସେ ସର୍ବଦା ସତର୍କ ଓ ଚ୍ୟାଲେଞ୍ଜ ମୁଡ୍‌ରେ ଥିଲେ। ଏ ସମ୍ପର୍କରେ ସେ କହନ୍ତି ଇନ୍‌ଫେଣ୍ଟ୍ରି ସମସ୍ତ ପ୍ରକାର ତଥ୍ୟ ପ୍ରତିରକ୍ଷା ରକ୍ଷା ବିଭାଗକୁ ପ୍ରଦାନ କରିଥାଏ ା ଫଳରେ ଆର୍ମି ଓ ଏୟାରଫୋର୍ସ ସେହି ଅନୁସାରେ କାର୍ଯ୍ୟ କରିଥାଆନ୍ତି ା
ପୁନଶ୍ଚ ୧୯୭୧ରେ ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସଙ୍ଗଠିତ ହୋଇଥିଲା। ଭାରତ ପାକିସ୍ତାନର ୧୦୯୪୪ନଂ. ପୋଷ୍ଟ ନିଜ ଅକ୍ତିଆରକୁ ନେଇଥିଲା। ଏହି ଯୁଦ୍ଧରେ ସହିଦ ହୋଇଥିବା ପଞ୍ଜାବର ରାମଜିତ ସିଂ ଓ ମହାରାଷ୍ଟ୍ରର ଆନନ୍ଦ କୁଣ୍ଡେଙ୍କ ଶରୀରକୁ ବୀରତ୍ୱର ସହିତ ପାକିସ୍ତାନ ସେନା ନିକଟରୁ ଛଡ଼ାଇ ଆଣିଥିବା ଫୋର୍ସରେ ଖଗେନ୍ଦ୍ର ସାମିଲ ଥିଲେ। ନିଜର ବୀରତ୍ୱ ପାଇଁ ଖଗେନ୍ଦ୍ରଙ୍କୁ ମିଳିଛି ବିଭିନ୍ନ ୭ଟି ମେଡ଼ାଲ। ଦୁଇଟି ଯୁଦ୍ଧରେ ଅଂଶଗ୍ରହଣ ପାଇଁ ଗତ ୩୦ା୧୦ା୨୧ରେ ରାଜ୍ୟପାଳ ସ୍ବତନ୍ତ୍ର ସମ୍ମାନ ପ୍ରଦାନ କରିଛନ୍ତି। ସେହିପରି ପ୍ରତିରକ୍ଷା ବିଭାଗରେ ୨୨ବର୍ଷ ସେବାପାଇଁ ତାଙ୍କୁ ଚାନ୍ଦିପୁର ପ୍ରତିରକ୍ଷା ବିଭାଗ ପକ୍ଷରୁ ଗତ ୬ା୧୧ା୨୧ରେ ମଧ୍ୟ ସମ୍ମାନିତ କରାଯାଇଛି ା ସେହିପରି ଗତ ୨୦୧୭ରେ ସ୍ଥାନୀୟ କ୍ଷୀରକୋଣା କାଳୀପୂଜା ଉତ୍ସବରେ ତାଙ୍କୁ ‘ପ୍ରତିଭା ପୂଜନ ସମ୍ବର୍ଦ୍ଧନା’ରେ ସମ୍ବର୍ଦ୍ଧିତ କରାଯାଇଥିଲା ା
ପୂର୍ବ ଓ ବର୍ତ୍ତମାନର ପ୍ରତିରକ୍ଷା ବିଭାଗର ସ୍ଥିତି ସମ୍ପର୍କରେ ସେ କୁହନ୍ତି ପୂର୍ବରୁ ସେନା ନିକଟରେ କେବଳ କାଠ ବନ୍ଧୁକ ଥିଲା ା ଗୋଟିଏ ଗୁଳିକୁ ପୂରାଇ ଫୁଟାଇବା ପାଇଁ ଦୁଇ ମିନିଟ୍‌ ସମୟ ଲାଗୁଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ୍‌ ବାହାଦୂର ଶାସ୍ତ୍ରୀ ସୈନିକମାନଙ୍କ ପରିସ୍ଥିତି ଦେଖି କାନ୍ଦି ପକାଇଥିଲେ ା ପରେ ଲୁହା ଓଜନରେ ସୁନା ଦିଆଯାଇ ଆମେରିକା ନିକଟରୁ ଅତ୍ୟାଧୁନିକ ବନ୍ଧୁକ କିଣାଯାଇଥିଲା। ତେବେ ବର୍ତ୍ତମାନ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ବହୁତ ଆଗରେ ବୋଲି ଖଗେନ୍ଦ୍ର କୁହନ୍ତି । ତାଙ୍କର ୩ ପୁଅ ଓ ଜଣେ ଝିଅଙ୍କ ମଧ୍ୟରୁ ସାନପୁଅ ସଞ୍ଜୟ ମଧ୍ୟ ଭାରତୀୟ ସେନାରେ ଯୋଗଦେଇ ଅବସର ନେଲେଣି ା ଖଗେନ୍ଦ୍ରଙ୍କ ଜନ୍ମର ମାସେ ପରେ ତାଙ୍କ ବାପା କୃଷ୍ଣଚନ୍ଦ୍ର ଆରପାରିକୁ ଚାଲିଯାଇଥିଲେ। ତାଙ୍କ ମା’ ସୁଭଦ୍ରା ଦେବୀଙ୍କର ୧୦୨ବର୍ଷ ବୟସରେ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଶାରଦାଙ୍କର ଗତ ୬ବର୍ଷ ପୂର୍ବେ ମୃତ୍ୟୁ ଘଟିଛି ା


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ଲୁହା ଜଞ୍ଜିରରେ ଛାତ୍ରଙ୍କ ଗୋଡ଼କୁ ବାନ୍ଧିବା ଘଟଣାରେ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ-ସହକାରୀ ଶିକ୍ଷକ

ନୀଳଗିରି, ୫।୧୨ (ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଳକ ବେଗୁନିଆ ପଞ୍ଚାୟତ ବେଗୁନିଆ ୟୁପି ବିଦ୍ୟାଳୟ ଛାତ୍ରାବାସରେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରଙ୍କ...

ଜାଲରେ ପଡ଼ିଲା ୭ ଟନର ସାର୍କ: ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼

ଭୋଗରାଇ, ୫ା୧୨(ପ୍ରଦୀପ ଦାସ):ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ସମୁଦ୍ର କୂଳ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଲା ବିଶାଳକାୟ ସାର୍କ ମାଛ। ଏହି ମାଛକୁ ନିକଟସ୍ଥ ଗ୍ରାମର...

ଶୁକଦେବଙ୍କୁ ମୃତ ଭାବି ନେଇଥିଲେ ଘର ଲୋକେ: ୨୫ ବର୍ଷ ପରେ ଘଟିଲା…

ସିମୁଳିଆ,୧l୧୨(ସନ୍ତୋଷ କୁମାର ନାୟକ): ମୃତ ଘୋଷିତ ବ୍ୟକ୍ତି ଘରକୁ ଫେରନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ବଙ୍ଗାଳପୁର ପଞ୍ଚାୟତ...

ଭାଇରାଲ ହେଉଛି ସେଜଲଙ୍କ ମା’ଙ୍କ ହାତଲେଖା ଚିଠି, ଏଥିରେ ଲେଖିଛନ୍ତି ସବୁଠୁ ବଡ଼ ଦୁଃଖ ସମୟରେ ମୁଁ ତୁମ…

ବାଲେଶ୍ୱର,୧ା୧୨: ସାମ୍ନାକୁ ଆସିଛି ସେଜଲଙ୍କ ପାଳିତ ମା’ଙ୍କ ଆବେଗଭରା ଚିଠି। ଏଥିରେ ସେ ଲେଖିଛନ୍ତି, ତୁମେ ଚାଲିଯାଉଥିବାରୁ ମୋ ହୃଦୟ କଷ୍ଟ ଓ ଯନ୍ତ୍ରଣାରେ ଭରିଯାଉଛି।...

ମହିଳା ଜନଶୁଣାଣି କାର୍ଯ୍ୟକ୍ରମ: ଶୁଣାଣି କଲେ ରାଷ୍ଟ୍ରୀୟ ମହିଳା ଆୟୋଗ ସଦସ୍ୟା

ବାଲେଶ୍ୱର, ୨୭।୧୧( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାପାଳଙ୍କ ଅଡିଟରିୟମ ହଲରେ ଗୁରୁବାରଏକ ଦିବସୀୟ ମହିଳା ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ମହିଳା...

ଜାଲ୍‌ ଟିପ ଦେଇ ଭତ୍ତା ଟଙ୍କା ହଡ଼ପ କରୁଥିଲେ ପିଇଓ, ଧରିଲେ ଏମପି ପ୍ରତାପ ଷଡ଼ଙ୍ଗୀ, ତା’ପରେ…

ବାଲେଶର, ୨୭।୧୧( ବାଞ୍ଛାନିଧି ଦେ): ଜାଲ୍‌ ଟିପ ଚିହ୍ନ ଦେଇ ଭତ୍ତା ଟଙ୍କା ହଡ଼ପ କରୁଥିଲେ ପିଇଓ। ଅଭିଯୋଗ ପାଇ ଏମପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ...

ମୃତ୍ୟୁ ଉପତ୍ୟକା ହାତୀ କରିଡର

ବାଲେଶ୍ୱର ଜିଲା ଦେଇ ଯାଇଛି ଶିମିଳିପାଳ-କୁଲଡ଼ିହା-ହଦଗଡ଼ ହାତୀ କରିଡର। ଝାଡ଼ଖଣ୍ଡ ଅଭୟାରଣ୍ୟରୁ ଭାୟା ତପୋବନ (ପଶ୍ଚିମବଙ୍ଗ) ଦେଇ ହାତୀପଲ କୁଲଡ଼ିହା ଅଭୟାରଣ୍ୟକୁ ଆସନ୍ତି। ସାଧାରଣତଃ ନଭେମ୍ବରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri