୨୦ ବର୍ଷରେ ଓଡ଼ିଶା ବିକାଶକୁ ଦେଖ

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ବିଗତ ୨୦ ବର୍ଷରେ ଓଡ଼ିଶାରେ ବିକାଶର ବିଭିନ୍ନ କ୍ଷେତ୍ରରେ ଦ୍ରୁତ ପରିବର୍ତ୍ତନ ଘଟିଛି ବୋଲି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି। ମଙ୍ଗଳବାର ଲୋକସେବା ଭବନରେ ଆଇଏସ୍‌ ଶିକ୍ଷାନବିସମାନେ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଥିଲେ। ଏହି ଅବସରରେ ଗ୍ରାମୀଣ ଯୋଗାଯୋଗ, ଗ୍ରାମୀଣ ଆବାସ, ଇକୋ-ଟୁରିଜିମ୍‌ ପରିଚାଳନା, ଜଳସେଚନ ସମ୍ଭାବନା ସୃଷ୍ଟି, କୃଷିକ୍ଷେତ୍ରରେ ବିକାଶ ଏବଂ ସ୍ବାସ୍ଥ୍ୟସେବା ବିଶେଷକରି କୋଭିଡ୍‌-୧୯ ପରିଚାଳନା ଦେଖିବାକୁ ମୁଖ୍ୟ ଶାସନ ସଚିବ ଶିକ୍ଷାନବିସମାନଙ୍କୁ ପରାମର୍ଶ ଦେଇଥିଲେ।
ମୁଖ୍ୟ ସଚିବ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କୋଭିଡ୍‌-୧୯ ପରିଚାଳନା ବେଶ୍‌ ସଫଳ ହୋଇଛି। ସ୍ଥିତିର ବାସ୍ତବ ଆକଳନ, ଆଗୁଆ ପ୍ରସ୍ତୁତି, ତଳସ୍ତରରୁ ଉପରସ୍ତର ଯାଏ ଟିମ୍‌ ଗଠନ, ଏସ୍‌ଓପି, ଟେକ୍ନୋଲୋଜିର ଉପଯୋଗ ଏବଂ ତ୍ୱରିତ ରେସ୍‌ପନ୍ସ ସିଷ୍ଟମ ତଥା ସର୍ବୋପରି ବିଭିନ୍ନ ସ୍ତରରେ ଜନସାଧାରଣଙ୍କ ଅଂଶଗ୍ରହଣ ହେଉଛି ଏହି ସଫଳତାର ମୂଳମନ୍ତ୍ର। ଓଡ଼ିଶାର ବିପର୍ଯ୍ୟୟ ଏବଂ ମହାମାରୀ ପରିଚାଳନା ଆନ୍ତର୍ଜାତିକ ସ୍ତରରେ ଶ୍ରେଷ୍ଠ ବିବେଚିତ ହୋଇଛି। ଭବିଷ୍ୟତରେ ଯେକୌଣସି ଜନସ୍ବାସ୍ଥ୍ୟ ସଙ୍କଟର ମୁକାବିଲା ଲାଗି ପ୍ରଶାସନକୁ ପ୍ରସ୍ତୁତ ରଖିବାରେ ଏହା ଆପଣମାନଙ୍କ ପାଇଁ ସହାୟକ ହେବ ବୋଲି ସେ କହିଥିଲେ। ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କଳାହାଣ୍ଡି, ନୂଆପଡ଼ା ଏବଂ କୋରାପୁଟ ଭଳି ଜିଲାରେ ୨ରୁ ୩ ଦିନ ରହଣି କରିବାକୁ ଶିକ୍ଷାନବିସମାନଙ୍କୁ ପରାମର୍ଶ ଦେଇଥିଲେ। ଦାରିଦ୍ର୍ୟ ଏବଂ ଅନାହାର ପାଇଁ ଏକଦା ପରିଚିତ ଥିବା କଳାହାଣ୍ଡି ଆଜି ଖାଦ୍ୟ ଶସ୍ୟ ଏବଂ ପନିପରିବା ଉପତ୍ାଦନରେ ମୁଖ୍ୟ ଭୂମିକା ନେଉଛି। ସେହିପରି ୧୯୯୯ ମହାବାତ୍ୟାଠାରୁ ଆରମ୍ଭ କରି ୨୦୧୯ରେ ‘ଫନି’ ଏବଂ ୨୦୨୧ରେ ‘ଗୁଲାବ’ ବାତ୍ୟା ଯାଏ କିପରି ପରିର୍ବନ ହୋଇଛି, ସେ ବିଷୟରେ ଜାଣିବାକୁ ପ୍ରଦୀପ ପରାମର୍ଶ ଦେଇଥିଲେ। ଗୋପବନ୍ଧୁ ଏକାଡେମୀ ଅଫ୍‌ ଆଡ୍‌ମିନିଷ୍ଟ୍ରେଶନ୍‌ର ଅତିରିକ୍ତ କମିଶନର ହିମାଂଶୁ ପଣ୍ଡା କହିଛନ୍ତି, ୨୦୨୦ ବ୍ୟାଚ୍‌ର ୫ ଅଧିକାରୀଙ୍କୁ ନେଇ ଏହି ଶିକ୍ଷାନବିସ ଗ୍ରୁପ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri