ଦ୍ୱନ୍ଦ୍ୱ ଦୂର କରିପାରୁନି ତଦନ୍ତ

ବଲାଙ୍ଗୀର ଅଫିସ, ୯।୧୧: କଳାହାଣ୍ଡି ଜିଲା କେଗଁା ଥାନା ମହାଲିଙ୍ଗସ୍ଥିତ ଏକ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ଅପହରଣ ଓ ହତ୍ୟା ଘଟଣାକୁ ମାସେ ପୂରିଛି। ଏହି ହତ୍ୟାକାଣ୍ଡକୁ ନେଇ ରାଜ୍ୟ ରାଜନୀତି ଏବେବି ସରଗରମ ରହିଥିଲେ ମଧ୍ୟ ତଦନ୍ତ ଦିଗରେ ବିଶେଷ କିଛି ନୂଆ ଦେଖିବାକୁ ମିଳିନାହିଁ। ଏହି ବହୁଚର୍ଚ୍ଚିତ ଯୋଜନାବଦ୍ଧ ହତ୍ୟା ଘଟଣାରେ ମହାଲିଙ୍ଗ ଘରୋଇ ସ୍କୁଲ ପରିଚାଳନା କମିଟି ସଭାପତି ତଥା ମାଲିକ ଗୋବିନ୍ଦ ସାହୁ ଏବଂ ତାଙ୍କ ସହଯୋଗୀ ରାଧେଶ୍ୟାମ ଚଣ୍ଡୀ ଓରଫ୍‌ ରାଧେଙ୍କୁ ହିଁ ପୋଲିସ ଅଭିଯୁକ୍ତ ଦର୍ଶାଇଛି। ଏହି ଘଟଣାରେ ଅନ୍ୟମାନଙ୍କ ସମ୍ପୃକ୍ତି ନାହିଁ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଏଭଳିକି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦଙ୍କ ସହ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଘନିଷ୍ଠ ସମ୍ପର୍କକୁ ନେଇ ବିରୋଧୀ ଦଳ ଅନେକ ପ୍ରଶ୍ନ ଉଠାଉଥିଲେ ମଧ୍ୟ ପୋଲିସ ସେ ଦିଗରେ କୌଣସି ତଦନ୍ତ କରୁ ନ ଥିବା ଚର୍ଚ୍ଚାର ବିଷୟ ହୋଇଛି। ପୋଲିସ ଯଥାସମ୍ଭବ ଏହି ହତ୍ୟାକାଣ୍ଡ ଘଟଣାରେ ରାଧେ, ଗୋବିନ୍ଦଙ୍କୁ ହିଁ ଅଭିଯୁକ୍ତ ଦର୍ଶାଇ ତଦନ୍ତକୁ ଏ ପର୍ଯ୍ୟନ୍ତ ସୀମିତ ରଖିଛି।
ପୋଲିସକୁ ହତ୍ୟାକାଣ୍ଡରେ ଏଯାବତ୍‌ ୭୦ଟି ପ୍ରମାଣ ମିଳିଥିବା କୁହାଯାଉଛି। ତେବେ ଏହି ହତ୍ୟାକାଣ୍ଡ ପଛର ଗୁମର ଖୋଲିବାରେ ଏ ପର୍ଯ୍ୟନ୍ତ ସଫଳ ହୋଇନାହିଁ। କେଉଁ ନିର୍ଦ୍ଦିଷ୍ଟ କାରଣକୁ ନେଇ ଗୋବିନ୍ଦ ମମିତାଙ୍କୁ ଅପହରଣ କରି ହତ୍ୟା କଲେ ସେ ସମ୍ପର୍କରେ ପୋଲିସ ବିଶେଷ କିଛି କହୁନାହିଁ। ଗୋବିନ୍ଦଙ୍କ ପରକୀୟା ପ୍ରୀତି ପ୍ରଘଟ ହେବା ଭୟରୁ ଏଭଳି ହତ୍ୟାକାଣ୍ଡ କରାଯାଇଥିବା ପୋଲିସ କହୁଥିଲେ ମଧ୍ୟ ସେ ପରକୀୟା ପ୍ରୀତି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଦିଆଯାଉନାହିଁ। ଗୋବିନ୍ଦଙ୍କ ପରକୀୟା ପ୍ରୀତିର କେଉଁ ତଥ୍ୟ ମମିତା ଜାଣିଥିଲେ ଏବଂ ତାହା ପ୍ରଘଟ ହେଲେ ତାଙ୍କର କ’ଣ ଅସୁବିଧା ହୋଇଥାନ୍ତା ତାହାକୁ ନେଇ ପୋଲିସ ଅଧିକ କିଛି କହୁନାହିଁ। ଉକ୍ତ ପରକୀୟା ପ୍ରୀତି ସହ ଅନ୍ୟ କୌଣସି ବ୍ୟକ୍ତିଙ୍କର ସମ୍ପର୍କ ରହିଥିଲା କି ନାହିଁ ତାହା ରହସ୍ୟ ଘେରରେ। ଇତିମଧ୍ୟରେ ଏକମାସ ବିତିଯାଇଥିଲେ ମଧ୍ୟ ମମିତା ହତ୍ୟାକାଣ୍ଡ ଉପରୁ ସମ୍ପୂର୍ଣ୍ଣ ପର୍ଦ୍ଦା ହଟାଇବାରେ ପୋଲିସ ସଫଳ ହୋଇ ନାହିଁ। ଘଟଣାର ନିରପେକ୍ଷ ତଦନ୍ତ ପାଇଁ ବିରୋଧୀ ଦଳମାନେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଏବଂ ବହିଷ୍କାର ଦାବି କରି ଆନ୍ଦୋଳନ ଜାରି ରଖିଛନ୍ତି। ବିରୋଧୀ ଦଳଗୁଡିକ ଘଟଣାର ସିବିଆଇ ଏବଂ ହାଇକୋର୍ଟ ମନିଟରିଂରେ ଏସ୍‌ଆଇଟି ତଦନ୍ତ ଦାବି କରୁଥିଲେ ମଧ୍ୟ ରାଜ୍ୟ ସରକାର ଏଦିଗରେ ବିଶେଷ ଆଗ୍ରହ ଦେଖାଇ ନାହାନ୍ତି। ଅନ୍ୟପକ୍ଷେ ମମିତାଙ୍କ ବାପା ସୁଚନ୍ଦ୍ର ମେହେର ଏବଂ ବଡବାପା କୌଶିକ ମେହେର ଏକ ଭିଡିଓ ବର୍ତ୍ତାରେ ପୋଲିସ ତଦନ୍ତରେ ସେମାନେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ଅଛନ୍ତି ବୋଲି କହିବା ସହ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ମିଳୁ ବୋଲି ଦାବି କରିଛନ୍ତି। ଏଭଳିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ସେମାନଙ୍କ ଭରସା ଥିବା କହିଛନ୍ତି।
ଦ୍ୱନ୍ଦ୍ୱ ଦୂର…
ଅଭିଯୁକ୍ତ ଗୋବିନ୍ଦଙ୍କ ସହ ମମିତା କେବେ ରାୟପୁର ଯାଇନାହାନ୍ତି। ଏଣୁ ତାଙ୍କ ଝିଅର ଚରିତ୍ର ସଂହାର କରା ନ ଯାଉ କି ଏହି ଘଟଣାକୁ ନେଇ ରାଜନୀତି କରା ନ ଯାଉ ବୋଲି ଭିଡିଓ ବାର୍ତ୍ତାରେ ସୁଚନ୍ଦ୍ର କହିଛନ୍ତି। ଅନ୍ୟପକ୍ଷରେ ମମିତାଙ୍କ ପରିବାର ଉପରେ ସରକାରଙ୍କ ତରଫରୁ ଚାପ ରହିଥିବା ସୁନ୍ଦରଗଡ ଏମ୍‌ପି ତଥା ବରିଷ୍ଠ ଭାଜପା ନେତା ଜୁଏଲ ଓରାମ ଅଭିଯୋଗ କରିଛନ୍ତି।
ଏକ ମାସ ପରେ ମଧ୍ୟ ମମିତା ହତ୍ୟା ଘଟଣାକୁ ନେଇ ସ୍ପଷ୍ଟ ଚିତ୍ର ମିଳୁନାହିଁ। ଅଭିଯୁକ୍ତ ଗୋବିନ୍ଦ ଟିଟିଲାଗଡ ବାରାକ୍‌ରୁ ଫେରାର ହେବା, ୪୦ ଘଣ୍ଟା ପରେ ଧରାପଡିବା, ୫ ଦିନିଆ ରିମାଣ୍ଡରେ ଗୋବିନ୍ଦ ସବୁ ସତ ଓଗାଳିବା, ରାଧେଶ୍ୟାମଙ୍କ ଘରୁ ଏକ ବ୍ୟାଗ, ଲୁଗା ଓ ମୋବାଇଲ ମିଳିବା, ମମିତାଙ୍କ ପେନ୍‌ ଡ୍ରାଇଭ, ମୋବାଇଲ ଫୋନ୍‌ ନ ମିଳିବା ଘଟଣା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ପ୍ରଶ୍ନ ଗୁଡିକର ଉତ୍ତରରେ ପୋଲିସ ଯାହା ସବୁ କହୁଛି ତାହା ଜନସାଧାରଣଙ୍କ ଦ୍ୱନ୍ଦ୍ୱ ଦୂର କରିବାରେ ଯଥେଷ୍ଟ ହେଉନାହିଁ। ଏକ ମାସ ପରେ ମଧ୍ୟ ଅନେକ ଅସମାହିତ ପ୍ରଶ୍ନ ରହିଛି ଓ ଏହା ପୋଲିସର ନିରପେକ୍ଷ ତଦନ୍ତକୁ ନେଇ ପ୍ରଶ୍ନ ସହ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri