ବିରି ଫସଲରେ କାଳିମୁଣ୍ଡି ପୋକ, ଚିନ୍ତାରେ ଚାଷୀ

ପଟ୍ଟାମୁଣ୍ଡାଇ,୬।୧୧(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଅଞ୍ଚଳର ବିରି ଅମାର କୁହାଯାଉଥିବା ଧୋୟାଞ୍ଚଳର ସିଂହଗାଁ, ପେଣ୍ଠପାଳ, ତରଡିପାଳ, ଅଳପୁଆ, ବଲୁରିଆ, ଅଣ୍ଢରା, ଅମୃତମଣୋହି ପଞ୍ଚାୟତରେ ବ୍ୟାପକ ଭାବେ ଚାଷ ହୋଇଛି। ହେଲେ ବିରି ଫସଲରେ କାଳିମୁଣ୍ଡି ପୋକ ପ୍ରାଦୃଭାବ ଦେଖିବାକୁ ମିଳିଛି। କାଳିମୁଣ୍ଡି ପୋକ ଦେଖି ଧୋୟାଞ୍ଚଳର ଚାଷୀମାନେ ଆତଙ୍କିତ ହୋଇପଡିଛନ୍ତି। ଦୁର୍ଗା ପୂଜା ପରେ ଧୋୟାଞ୍ଚଳରେ ଚାଷ ଜମିରେ ବିରି ବୁଣା ଯାଇଥିଲା। ବିରି ଗଛ ୮ରୁ ୧୦ ପତରର ହୋଇଥିବାବେଳେ କାଳିମୁଣ୍ଡି ପୋକ ଆକ୍ରମଣ ଚାଷୀମାନଙ୍କୁ ବିବ୍ରତ କରିଦେଇଛି। ଚଳିତବର୍ଷ ବନ୍ୟାରେ ଧୋୟାଞ୍ଚଳରେ ପନିପରିବା ଫସଲ ଉଜୁଡି ଯାଇଥିଲା। ବନ୍ୟା ପ୍ରକୋପ କମିଲା ପରେ ଅର୍ଥକରୀ ବିରି ଫସଲ ଉପରେ ଚାଷୀମାନେ ଭରସା ରଖିଥିଲେ। ଗୋଟିଏ ରାତିରେ ଶତାଧିକ ଏକର ବିରି ଫସଲ ପୋକ ଉଜୁଡି ଦେଉଥିବା ଦେଖିବାକୁ ମିଳୁଛି। ବନ୍ୟାରେ ସର୍ବସ୍ବ ହରାଇଥିବା ଧୋୟାଞ୍ଚଳ ଚାଷୀଙ୍କ ଆର୍ଥତ୍କ ମେରୁଦଣ୍ଡ ଭାଙ୍ଗିଯାଇଥିବା ବେଳେ ବିରି ଫସଲକୁ ପୋକ ଦାଉରୁ ରକ୍ଷା କରିବାକୁ ଚାଷୀଙ୍କ ନିକଟରେ ସମ୍ବଳ ନାହିଁ। କୃଷି ବିଭାଗ ଏ ସମ୍ପର୍କରେ ଜାଣି କୌଣସି ପଦକ୍ଷେପ ନେଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କୃଷି ବିଭାଗ ପକ୍ଷରୁ ତୁରନ୍ତ କୀଟନାଶକ ଔଷଧ ଯୋଗାଇ ଦେବାକୁ ଚାଷୀମାନେ ଦାବି କରିଛନ୍ତି।
ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ଅଣ୍ଢରା, ଅଳପୁଆ, ଦାଣ୍ଡିସାହି, ସିଂହଗାଁ, କୃଷ୍ଣଦାସପୁର, କୋଳଥିଆ, ପେଣ୍ଠପାଳ, ତରଡିପାଳ, ତୁଳସିଡିଆ, ଅମୃତମଣୋହି, ବଲୁରିଆ, ସିଦ୍ଧବାଲି, ତରାଇପାଟଣା ଆଦି ଗାଁରେ ଥିବା ଚାଷଜମି ବିରି ଫସଲରେ ସର୍ବାଧିକ କାଳିମୁଣ୍ଡି ପୋକଙ୍କ ଦେଖିବାକୁ ମିଳିଛି। ସେହିପରି ଶ୍ରୀରାମପୁର, କଦମ୍ବଦାଣ୍ଡି, ପାଳପାଟଣା, ଡାମରପୁର, ବଳଭଦ୍ରପୁର, ଶାସନ, ବାଛରା, ମଣ୍ଡପଡା, ବାଲିପାଟଣା, ନୀଳକଣ୍ଠପୁର ଆଦି ଅଞ୍ଚଳରେ ପୋକ ଦେଖିବାକୁ ମିଳଛନ୍ତି। ଏହାଛଡା ପଟ୍ଟାମୁଣ୍ଡାଇ ପୌରାଞ୍ଚଳର କଷଣଅଣ୍ଟା, ବାଲିପଡା, ତଳବାଲିପଡା, ବଳଦେବନଗର, ସିଦ୍ଧପାଟଣା, ତନୁପୁର, ନନ୍ଦିନୀନଗର, ଅଳଭା, ନୂଆଗାଁ, କାକୁଡିପଲ୍ଲୀ, ଷଣ୍ଢପଲ୍ଲୀ ଗାଁର ଚାଷ ଜମିରେ ବିରି ଫସଲରେ କାଳିମୁଣ୍ଡି ପୋକଙ୍କ ବୃଦ୍ଧି ପାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। କୃଷି ଓ କୃଷକର ବିକାଶ ପାଇଁ ସରକାର ଯୋଜନା ପରେ ଯୋଜନା ପ୍ରସ୍ତୁତ କରି ଚାଲିଥିଲେ ମଧ୍ୟ କୃଷି ବିଭାଗର ଅପାରଗତାକୁ ଚାଷୀମାନେ ନିର୍ଯାତିତ ହେବା ସାର ହେଉଛି। କାଳିମୁଣ୍ଡି ପୋକ ଦାଉରୁ ବିରି ଫସଲକୁ ରକ୍ଷା କରା ନ ଗଲେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କହିଛନ୍ତି। ରାଜ୍ୟ କୃଷିମନ୍ତ୍ରୀ, ବିଧାୟକ ଓ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ପଟ୍ଟାମୁଣ୍ଡାଇ ସଂଗ୍ରାମ ସମିତି ସଭାପତି ନୃସିଂହ ଚରଣ ଆଚାର୍ଯ୍ୟ, ଅଣ୍ଢରା ଗାଁର କୃଷକ ନେତା ଚିତ୍ତରଞ୍ଜନ ମଲ୍ଲିକ, ବୃନ୍ଦାବନ ମଲ୍ଲିକ, ପୂର୍ବତନ ସରପଞ୍ଚ କୈଳାସ ସେଠୀ, କୃଷକନେତା ପାରେଶ୍ୱର ବିଶ୍ୱାଳ, ଉଲ୍ଲାସ ମଲ୍ଲିକ, ପ୍ରଭାକର ପ୍ରଧାନ, ପୂର୍ଣ୍ଣ ଚନ୍ଦ୍ର ନାୟକ, ଲଲାଟେନ୍ଦୁ ସ୍ବାଇଁ, ପାର୍ଥସାରଥି ଦାସ, ଅଶୋକ ପରିଡା, ବାବୁଲି ସେଠୀ ପ୍ରମୁଖ ବହୁ ଲୋକ ପ୍ରତିନିଧି ଓ କୃଷକ ନେତା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri