ଜଳଭଣ୍ଡାର ୧୪% ଶୁଖିଛି

ଭୁବନେଶ୍ୱର,୬।୧୧(ବ୍ୟୁରୋ): ଗତ ସପ୍ତାହରେ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି) ଦ୍ୱାରା କରାଯାଇଥିବା ସର୍ଭେ ଅନୁଯାୟୀ ଦେଶର ୧୩୦ ଜଳଭଣ୍ଡାରରେ ଜଳ ଧାରଣ କ୍ଷମତା ୨୫୭.୮୧୨ ବିଲିୟନ କ୍ୟୁବିକ୍‌ ମିଟର (ବିସିଏମ୍‌) ଥିବା ବେଳେ ଗତ ୧୦ ବର୍ଷ ମଧ୍ୟରେ ଏହା ୩୩.୩% ହ୍ରାସ ପାଇ ୧୭୧.୯୫୮ ବିଲିୟନ କ୍ୟୁବିକ୍‌ ମିଟରକୁ ଖସିଆସିଛି। ବିଶେଷକରି ଓଡ଼ିଶା ସମେତ ପଞ୍ଜାବ, ହିମାଚଳ ପ୍ରଦେଶ, ନାଗାଲାଣ୍ଡ ଏବଂ ମଧ୍ୟପ୍ରଦେଶର ଜଳଭଣ୍ଡାରଗୁଡ଼ିକ ସ୍ବଳ୍ପ ବୃଷ୍ଟି ଯୋଗୁ ଜଳଧାରଣ କ୍ଷମତାଠାରୁ କମ୍‌ ରହୁଛି। ଅକ୍ଟୋବର ୨୧ ସୁଦ୍ଧା ଓଡ଼ିଶାର ଜଳଭଣ୍ଡାରଗୁଡ଼ିକରେ ୧୪% କମ୍‌ ଜଳ ରହିଥିବା ବେଳେ ପଞ୍ଜାବରେ ୩୧%, ହିମାଚଳ ପ୍ରଦେଶରେ ୨୭%, ନାଗାଲାଣ୍ଡରେ ୬% ଏବଂ ମଧ୍ୟପ୍ରଦେଶରେ ୨% କମ୍‌ ଜଳ ରହିଛି। ୨୦୨୦ ସେପ୍ଟେମ୍ବରରେ ୧୩୦ ଜଳଭଣ୍ଡାରଗୁଡ଼ିକରେ ୧୫୦.୭୮୯ ବିସିଏମ୍‌ ଜଳ ରହିଥିବାବେଳେ ଚଳିତବର୍ଷ ସେପ୍ଟେମ୍ବରରେ ସେଗୁଡ଼ିକରେ ୧୪୧.୯୨୭ ବିସିଏମ୍‌ ଜଳ ରହିଥିଲା। ସେପ୍ଟେମ୍ବରରେ ଅଧିକ ବର୍ଷା ଯୋଗୁ ଅକ୍ଟୋବରରେ ଜଳଭଣ୍ଡାରଗୁଡ଼ିକର ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲା।
ସ୍ବଳ୍ପ ବୃଷ୍ଟି ଯୋଗୁ ଓଡ଼ିଶାର ବିଭିନ୍ନ ଜଳଭଣ୍ଡାରରେ ଏହାର ପ୍ରତିକୂଳ ପ୍ରଭାବ ଦେଖିବାକୁ ମିଳିଛି। ଜୁନ୍‌ ପହିଲାରୁ ଅଗଷ୍ଟ ୩୧ ମଧ୍ୟରେ ଓଡ଼ିଶାର ୨୭ ଜିଲାରେ ହାରାହାରି ୪୦ରୁ ୪୫% କମ୍‌ ବର୍ଷା ହୋଇଛି। ସେପ୍ଟେମ୍ବରର ଅଧିକ ବର୍ଷା ସ୍ଥିତିରେ କିଛିଟା ଉନ୍ନତି ଆଣିଥିଲା। ମିଳିଥିବା ସୂଚନା ଅନୁଯାୟୀ ହୀରାକୁଦ ଜଳଭଣ୍ଡାର ଜଳଧାରଣ କ୍ଷମତା ଗତବର୍ଷ ୬୨୯.୮୭ ଫୁଟ ଥିବାବେଳେ ଚଳିତବର୍ଷ ଅକ୍ଟୋବର ଶେଷ ସୁଦ୍ଧା ଏହା ୬୨୯.୭୦ ଫୁଟରେ ରହିଥିଲା। ସେହିପରି ବାଲିମେଳା ଜଳଭଣ୍ଡାରରେ ଗତବର୍ଷ ୧୫୦୩.୮୦ ଫୁଟ ଥିବାବେଳେ ଚଳିତବର୍ଷ ଏହା ୧୪୮୩.୪୦ ଫୁଟକୁ ଖସି ଆସିଛି। ସେହିପରି ରେଙ୍ଗାଲିରେ ଗତବର୍ଷ ୧୨୨.୬୯ ଫୁଟ ଥିବା ବେଳେ ଚଳିତବର୍ଷ ୧୨୨.୭୫, ଅପରକୋଲାବରେ ଗତବର୍ଷ ୮୫୨.୬୮ ଫୁଟ ଥିବା ବେଳେ ଚଳିତବର୍ଷ ୮୫୧.୬୬ ଫୁଟ, ଅପର ଇନ୍ଦ୍ର ଜଳଭଣ୍ଡାରରେ ଗତବର୍ଷ ୬୩୮.୩୮ ଫୁଟ ଥିବାବେଳେ ଚଳିତବର୍ଷ ୬୩୨.୦୯ ଫୁଟ ଏବଂ ମାଛକୁଣ୍ଡ ଜଳଭଣ୍ଡାରରେ ଗତବର୍ଷ ୨୭୪୯.୬୦ ଫୁଟ ଥିବାବେଳେ ଚଳିତବର୍ଷ ଏହା ୨୭୪୯.୫୦ ଫୁଟକୁ କମି ଆସିଛି। ଏହି ଜଳଭଣ୍ଡାରଗୁଡ଼ିକରୁ ରାଜ୍ୟ ପାଇଁ ୪୮୦ ମେଗାଓ୍ବାଟ ବିଦ୍ୟୁତ୍‌ ଉତ୍ପାଦନ କରାଯାଉଛି। ପିକ୍‌ ଆଓ୍ବାରରେ ଜଳ ଭଣ୍ଡାରଗୁଡ଼ିକ ରାଜ୍ୟର ବିଦ୍ୟୁତ୍‌ ଚାହିଦା ମେଣ୍ଟାଇ ଥାଆନ୍ତି। ଅକ୍ଟୋବରରୁ ଯଦି ଜଳଭଣ୍ଡାରଗୁଡ଼ିକରେ ଶୁଖିବା ଆରମ୍ଭ କଲାଣି ତେବେ ମାର୍ଚ୍ଚରୁ ଏପ୍ରିଲ ମଧ୍ୟରେ ପରିସ୍ଥିତି ଆହୁରି ଉଦ୍‌ବେଗଜନକ ହେବ। ଏହାର ପ୍ରଭାବ ସିଧା ବିଦ୍ୟୁତ୍‌ ଉତ୍ପାଦନ, ଜଳସେଚନ ଏବଂ ଶିଳ୍ପ ଉପରେ ପଡ଼ିବା ନେଇ ପରିବେଶବିତ୍‌ ଆଶଙ୍କା କଲେଣି। ଷ୍ଟେଟ୍‌ ଲୋଡ ଡେସ୍‌ପାଚ ସେଣ୍ଟରର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଜଳଭଣ୍ଡାରଗୁଡ଼ିକରେ ଆବଶ୍ୟକ ଜଳ ନ ଥିବାରୁ ବ୍ୟବହୃତ ଜଳକୁ ପୁନଃ ବ୍ୟବହାର ପାଇଁ ବ୍ୟବସ୍ଥା କରିବାକୁ ହେବ। ନଚେତ୍‌ ଜଳ ବିଦ୍ୟୁତ୍‌ ଉତ୍ପାଦନ ପ୍ରଭାବିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri