ପାରାଦୀପରେ ଅଲ୍‌ ଓଡ଼ିଶା ଶ୍ରମିକ ସମାବେଶ


ପାରାଦୀପ,୮।୭(ସ୍ବ.ପ୍ର.): ପାରାଦୀପର ଜୟଦେବ ସଦନ ସମ୍ମୁଖ ପଡ଼ିଆରେ ରବିବାର ସନ୍ଧ୍ୟାରେ ଅଲ୍‌ ଓଡ଼ିଶା ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇଛି। ଏଫ୍‌ସିଆଇ (ଫୁଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ), ପାରାଦୀପ ପୋର୍ଟ ଆଣ୍ଡ ଡକ୍‌ ମଜଦୁର ୟୁନିୟନ, ଇଫ୍‌କୋ କର୍ମଚାରୀ ଆଣ୍ଡ୍‌ ଶ୍ରମିକ ୟୁନିୟନ, ଏସାର ଷ୍ଟିଲ ଇଣ୍ଡିଆ ଓ୍ବାର୍କର୍ସ ୟୁନିୟନର ମିଳିତ ଆନୁକୂଲ୍ୟରେ ଏହି ସମାବେଶ ହୋଇଥିଲା। ୟୁନିୟନର ପ୍ରତିଷ୍ଠାତା ତଥା ସର୍ବ ଭାରତୀୟ ଶ୍ରମିକ ନେତା ଘନଶ୍ୟାମ ଜେନା ଏଥିରେ ସଭାପତିତ୍ୱ କରିଥିଲେ। ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଏମ୍‌ପି ରାଜଶ୍ରୀ ମଲ୍ଲିକ, ସ୍ଥାନୀୟ ବିଧାୟକ ସମ୍ବିତ ରାଉତରାୟ, ପ୍ରଭାତ ରଞ୍ଜନ ମଲ୍ଲିକ, ୟୁନିୟନ ସମ୍ପାଦକ ତନ୍ମୟ ଜେନା ପ୍ରମୁଖ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ। ଜେନା ଏହି ଅବସରରେ ଓଡ଼ିଶାର ଏଫ୍‌ସିଆଇ ଶ୍ରମିକଙ୍କ ବହୁବିଧ ସମସ୍ୟା, ପାରାଦୀପ ବନ୍ଦରରେ କାର୍ଯ୍ୟରତ ପୁଲ୍‌ ଓ୍ବାର୍କର୍ସଙ୍କ ସମସ୍ୟା, ଇଫ୍‌କୋରେ ଶ୍ରମିକଙ୍କ ପ୍ରୋଭିଡେଣ୍ଟ ଫଣ୍ଡ, ଏସାର ଷ୍ଟିଲ କମ୍ପାନୀ ଓ ସ୍ଥାନୀୟ ପ୍ରଶାସନ କିପରି ଶ୍ରମିକଙ୍କୁ ଆନ୍ଦୋଳନ ପୂର୍ବରୁ ହଇରାଣ କରୁଛି ସେ ସମ୍ପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଓ ସରକାରଙ୍କ ନିୟମ ଉଲ୍ଲଂଘନ କରି ଠିକାଦାରମାନେ ଶ୍ରମିକଙ୍କ ଇପିଏଫ୍‌, ଇଏସଆଇ ପ୍ରଦାନରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଠିକାଦାର ବଦଳିଲେ ଶ୍ରମିକଙ୍କ ଇପିଏଫ୍‌ କୋଡ୍‌ ନମ୍ବର ବଦଳିଯାଉଛି। ସେତେବେଳେ ଶ୍ରମିକମାନେ ହଇରାଣ ହେଉଛନ୍ତି। ତେଣୁ ସାରା ଓଡ଼ିଶାରେ ପ୍ରଚଳିତ ଶ୍ରମିକଙ୍କ ପାଇଁ ଗୋଟିଏ ନମ୍ବର ପ୍ରଚଳନ କରିବାକୁ ସେ ଦାବି କରିଥିଲେ। ଏ ସମ୍ପର୍କରେ ମନ୍ତ୍ରୀ କହିଲେ ଯେ ଆସନ୍ତା ୨୧ ତାରିଖରେ ଶ୍ରମ ଓ ଯୋଗାଣ ବିଭାଗର ପ୍ରମୁଖ ଅଧିକାରୀମାନଙ୍କୁ ନେଇ ସମୀକ୍ଷା ବୈଠକ କରାଯିବ। ସେଥିରେ ଶ୍ରମିକଙ୍କ ପାଇଁ ଥିବା ଆଇନକୁ କଡ଼ାକଡି ପାଳନ କରିବାକୁ ପଦକ୍ଷେପ ନିଆଯିବ। ବିଧାୟକ ରାଉତରାୟ ଇଫ୍‌କୋ କମ୍ପାନୀର ମନମାନିକୁ ଏଥିରେ ବିରୋଧ କରିଥିଲେ। ୟୁନିୟନର ସ୍ଥାନୀୟ ସମ୍ପାଦକ ସନାତନ ବେହେରା ଧନ୍ୟବାଦ ଦେଇଥିଲେ। ସଭା ପୂର୍ବରୁ ନିମନ୍ତ୍ରିତ ଅତିଥିଙ୍କୁ ଅଠରବାଙ୍କୀଠାରୁ ସଭାସ୍ଥଳ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ପାଛୋଟି ନିଆଯାଇଥିଲା। ଭଦ୍ରକ, ବାଲେଶ୍ୱର, ପୁରୀ, ଖୋର୍ଦ୍ଧା, ଟିଟିଲାଗଡ଼, କଟକ, ମୟୂରଭଞ୍ଜ ଆଦି ଜିଲାର ବହୁ ଶ୍ରମିକ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri