ସ୍କୁଲ ଅଧୀନକୁ ଆସିବ ଜମି

ଭୁବନେଶ୍ୱର,୧।୧୧(ବ୍ୟୁରୋ): ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ପରିଚାଳିତ କେତେକ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ ପରିସରରେ ଥିବା ଜମିଗୁଡ଼ିକର ମାଲିକାନା ସ୍କୁଲ ହୋଇ ନାହିଁ। ସେହି ସ୍କୁଲଗୁଡ଼ିକର ଅବ୍ୟବସ୍ଥିତ ଜମିଗୁଡ଼ିକର ରେକର୍ଡ ଅଫ ରାଇଟ(ଆର୍‌ଓଆର୍‌) ସଂଶୋଧନ କରିବାକୁ ଗଣଶିକ୍ଷା ବିଭାଗ ଓ ରାଜସ୍ବ ବିଭାଗ ସଚିବ ଜିଲାପାଳଙ୍କୁ ମିଳିତ ଭାବେ ଚିଠି ଲେଖିଛନ୍ତି। ୨୦୨୨ ମାର୍ଚ୍ଚ ୫ ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଚିଠିରେ ଉଲ୍ଲେଖ କରାଯାଇଛି ଯେ ରାଜ୍ୟରେ ଏବେ ପ୍ରାୟ ୫୨ ହଜାର ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ, ମାଧ୍ୟମିକ ଏବଂ ପ୍ରାୟ ୧୨ଶହ ଉଚ୍ଚ ମାଧ୍ୟମିକ ସ୍କୁଲ ରହିଛି। ତେବେ ଏହି ସବୁ ସ୍କୁଲର ଥିବା ବହୁ ଜମିର ମାଲିକାନା ଦାନ କରିଥିବା ବ୍ୟକ୍ତିଙ୍କ ନାମରେ ରହିଛି। ବିଭିନ୍ନ କାରଣରୁ ସ୍କୁଲ ନାମରେ ଦାଖଲ ଖାରଜ (ମ୍ୟୁଟେଶନ) ହୋଇନାହିଁ। ଏବେ ମାଲିକାନାସ୍ବତ୍ୱକୁ ପରିବର୍ତ୍ତନ କରିବା ସକାଶେ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଏବଂ ରାଜସ୍ବ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି।
ଅନେକ ଲୋକ ସ୍କୁଲ୍‌କୁ ଜମି ଦାନ କରିଛନ୍ତି। ଅଦ୍ୟାବଧି ସେହି ଜମି ରେକର୍ଡ ଦାନ କରିଥିବା ବ୍ୟକ୍ତିଙ୍କ ନାମରେ ରହିଛି। ଏବେ ସ୍କୁଲ ଅଧୀନକୁ ଆଣିବା ପାଇଁ ଜିଲା ଶିକ୍ଷାଧିକାରୀ(ଡିଇଓ) ଓ ବ୍ଲକ ଶିକ୍ଷାଧିକାରୀ (ବିଇଓ) ଉକ୍ତ ଦାନପତ୍ର କିମ୍ବା ବିକ୍ରି ପତ୍ର ନେଇ ତହସିଲଦାରଙ୍କ କୋର୍ଟରେ ମ୍ୟୁଟେଶନ କେସ୍‌ ଫାଇଲ କରିବେ। ସମସ୍ତ କୋର୍ଟ ଫି’ ବା ଅମିନ ଫି’ ଖର୍ଚ୍ଚ ସରକାର ବହନ କରିବେ। ସେହିପରି ଯଦି ଜମି ସାବକ ରେକର୍ଡରେ ରହିଛି, ତେବେ ଡିଇଓ କିମ୍ବା ବିଇଓ ଏକ ରିଭିଜନ୍‌ କେସ୍‌ ରାଜସ୍ବ ବୋର୍ଡର ସଦସ୍ୟଙ୍କ ନିକଟରେ ଦାଖଲ କରିବେ। ସେହିଭଳି ଅଧିକାଂଶ ସ୍କୁଲ ଅନାବାଦୀ ଜମିରେ ନିର୍ମାଣ ହୋଇଛି। କିନ୍ତୁ ଉକ୍ତ ଜମି ସ୍କୁଲ ନାମରେ ହୋଇନାହିଁ। ଏଥିପାଇଁ ନୋଡାଲ ଓ ସେକେଣ୍ଡାରୀ ସ୍କୁଲ କ୍ଷେତ୍ରରେ ଡିଇଓ ଏବଂ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ କ୍ଷେତ୍ରରେ ବିଇଓମାନେ ରିକ୍ୟୁଜିଶନ ଫାଇଲ କରିବେ। ସେହିଭଳି ଅନେକ ସ୍କୁଲ ଗୋଚର ଜମିରେ ରହିଛି। ଆଇନ ଅନୁଯାୟୀ ସେହି ଜମିର କିସମ ପରିବର୍ତ୍ତନ କରିବା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି। କିନ୍ତୁ ଯଦି କୌଣସି ସ୍କୁଲ ଜଙ୍ଗଲ କିସମ ଜମିରେ ହୋଇଛି, ତେବେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ବିନା ଅନୁମତିରେ ତାହାର କିସମ ପରିବର୍ତ୍ତନ କରାଯାଇ ପାରିବ ନାହିଁ ବୋଲି ଚିଠିରେ ଦର୍ଶାଯାଇଛି। ସେହିପରି ‘ବେ-ବନ୍ଦୋବସ୍ତ’ ଜମିରେ ସ୍କୁଲ ଚାଲୁଥିବ, ସେଗୁଡ଼ିକୁ ମଧ୍ୟ ପରିବର୍ତ୍ତନ କରାଯିବ। ତେବେ କେତେକ ସ୍କୁଲର ଜମିକୁ ମାଫିଆମାନେ ଜବରଦଖଲରେ ରଖିଛନ୍ତି। ସେହି କ୍ଷେତ୍ରରେ ତହସିଲଦାରମାନେ ଆଇନଗତ ପଦକ୍ଷେପ ନେଇ ଉଚ୍ଛେଦ କରିବେ।
ରାଜ୍ୟ ସରକାର ଏବେ ‘ମୋ ସ୍କୁଲ ଅଭିଯାନ’ ଏବଂ ୫-ଟି ସ୍କୁଲ ରୂପାନ୍ତରୀଣ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଉଛନ୍ତି। ତେଣୁ ସ୍କୁଲ ଜମି ସମସ୍ୟାର ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲା ରାଜସ୍ବ ବୈଠକରେ ପର୍ଯ୍ୟାୟକ୍ରମେ ଏସବୁ କାର୍ଯ୍ୟର ସମୀକ୍ଷା କରାଯିବ। ଯଦି କୌଣସି କ୍ଷେତ୍ରରେ ସରକାରଙ୍କ ହସ୍ତକ୍ଷେପ ଆବଶ୍ୟକ ପଡ଼େ, ତେବେ ରାଜସ୍ବ ବିଭାଗ ନିକଟରେ ଏ ନେଇ ପ୍ରସ୍ତାବ ଦାଖଲ କରିବା ପାଇଁ ଚିଠିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲକୁ ଧକ୍କା ଦେଇ ଓଲଟିଲା ଟୁରିଷ୍ଟ ଗାଡ଼ି, ୭ଜଣ ଆହତ

ସମ୍ବଲପୁର: ରେଢ଼ାଖୋଲ ରାସ୍ତାରେ ସଡ଼କ ଦୁର୍ଘଟଣା । ଭୁବନେଶ୍ୱରରୁ ସମ୍ବଲପୁର ଯିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ପୋଲକୁ ଧକ୍କା ଦେଇ ଓଲଟିପଡିଲା...

ବ୍ରେକ୍ ଫେଲ୍ ଯୋଗୁଁ ମର୍ମନ୍ତୁଦ ଦୁର୍ଘଟଣା, ୨ ଡ୍ରାଇଭରଙ୍କ ମୃତ୍ୟୁ

ସୁନ୍ଦରଗଡ଼: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି...

ବାଂଲାଦେଶରେ କଳାକାରଙ୍କ ଉପରେ ଆକ୍ରମଣ, ପଥର ଫିଙ୍ଗିବା ପରେ ଗାୟକଙ୍କ…

ନୂଆଦିଲ୍ଲୀ,୨୭ା୧୨: ବାଂଲାଦେଶରେ କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ଉପରେ ଆକ୍ରମଣର ଧାରାବାହିକ ଅହରହ ଜାରି ରହିଛି । ସଦ୍ୟତମ ଘଟଣାଟି ଢାକାରୁ ପ୍ରାୟ ୧୨୦ କିଲୋମିଟର...

କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

କେନ୍ଦ୍ରର କଣ୍ଟ ଜାନୁଆରୀ ୩୧: ସମ୍ପତ୍ତି ତାଲିକା ଦାଖଲ ନ କଲେ….

ନୂଆଦିଲ୍ଲୀ,୨୭ା୧୨ (ପି.ଟି.):ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀମାନେ ଉପଯୁକ୍ତ ସମୟ ମଧ୍ୟରେ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ। ଏଥିରେ ବିଫଳ ହେଲେ ବାବୁମାନଙ୍କ ବିରୋଧରେ...

ଆଜି ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ କମିଶନର, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ

ଭୁବନେଶ୍ୱର, ୨୭|୧୨(ସୁନିତ୍‌ ମିଶ୍ର):  ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଶନିବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶନିବାର ସେ ପୁରୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri