Posted inଜାତୀୟ

ମନ୍ଦିର ସୁନା ତରଳାଇବା ଉପରେ ରୋକ ଲଗାଇଲେ ହାଇକୋର୍ଟ…

ଚେନ୍ନାଇ,୩୧।୧୦: ମାଡ୍ରାସ ହାଇକୋର୍ଟ ତାମିଲନାଡୁର ବିଭିନ୍ନ ମନ୍ଦିରର ସୁନା ତରଳାଇବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ନିଷ୍ପତ୍ତିି ଉପରେ ରୋକ ଲଗାଇଛନ୍ତି। କୋର୍ଟ କହିଛନ୍ତି, କେବଳ ମନ୍ଦିରର ଟ୍ରଷ୍ଟିମାନେ ଏଭଳି ନିଷ୍ପତ୍ତି ନେଇପାରିବେ, ସରକାର ନୁହେଁ। ରାଜ୍ୟର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ସରକାର ପ୍ରାୟ ୨,୧୩୮ କିଲୋଗ୍ରାମ ସୁନା ତରଳାଇବା ପ୍ରକ୍ରିୟା ଆରମ୍ଭ କରିଥିଲେ।

ରାଜ୍ୟ ସରକାରଙ୍କ ଆଦେଶକୁ ହାଇକୋର୍ଟରେ କିଛି ଆବେଦନକାରୀ ଚ୍ୟାଲେଞ୍ଜ କରିଥିଲେ। ଆବେଦନକାରୀମାନେ ଏହାକୁ ବେଆଇନ ବୋଲି କହିଥିଲେ। ମନ୍ଦିରରେ ଭକ୍ତଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସୁନାର ସଠିକ ଅଡିଟ ନ କରି ଶୀଘ୍ର ପଦକ୍ଷେପ ନେଉଥିବାରୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ଉପରେ ମଧ୍ୟ ପ୍ରଶ୍ନ ଉଠିଥିଲା।

ଆବେଦନକାରୀମାନେ ସରକାରଙ୍କ ଏଭଳି ଆଦେଶକୁ ବିରୋଧ କରିଥିଲେ ମୁଖ୍ୟ ବିଚାରପତି ସଞ୍ଜୀବ ବାନାର୍ଜୀ ଏବଂ ବିଚାରପତି ପି.ଡି ଆଡିକେସାଓ୍ବାଲୁଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କ ସମ୍ମୁଖରେ ପୂର୍ବରୁ ରାଜ୍ୟ ସରକାର ଯୁକ୍ତି ବା ଢ଼ିଥିଲେ ଯେ, ମନ୍ଦିରରେ ସଂରକ୍ଷିତ ସୁନାକୁ ସୁନା ଦଣ୍ଡରେ ପରିଣତ କରିବାର ଅଧିକାର ରହିଛି। ବ୍ୟାଙ୍କରେ ୨୪-କ୍ୟାରେଟ ସୁନା ବାର୍‌ ରଖିବା ଦ୍ୱାରା ମିଳିବାକୁ ଥିବା ସୁଧ ଟଙ୍କା ମନ୍ଦିରର ବିକାଶ ପାଇଁ ବ୍ୟବହୃତ ହେବ। ଏହିପରି ପ୍ରକ୍ରିୟା ୫୦ ବର୍ଷ ଧରି ଚାଲିଆସୁଛି।

ଅପରପକ୍ଷରେ ଇଣ୍ଡିକ କଲେକ୍ଟିଭ, ଏ.ଭି.ଗୋପାଳ କୃଷ୍ଣନ ଏବଂ ଏମ.କେ. ସର୍ବାନନ ପ୍ରମୁଖ ଆବେଦନକାରୀମାନେ ଏହାକୁ ବିରୋଧ କରିଥିଲେ। ସେମାନେ ହାଇକୋର୍ଟଙ୍କୁ କହିଥିଲେ ଯେ ସେପ୍ଟେମ୍ବର ୯ରେ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଆଦେଶ ହିନ୍ଦୁ ଧାର୍ମିକ ତଥା ଚାରିଟେବୁଲ ଏଣ୍ଡୋମେଣ୍ଟମେଣ୍ଟ ଆକ୍ଟ, ପ୍ରାଚୀନ ସ୍ମାରକୀ ଆଇନ, ଜୁଏଲ ନିୟମ ଆଦିର ଉଲ୍ଲଂଘନ କରିବା ସହିତ ହାଇକୋର୍ଟଙ୍କ ଆଦେଶକୁ ମଧ୍ୟ ବିରୋଧ କରୁଛି।

ଚଳିତ ବର୍ଷ ଜୁନ ୭ରେ ମନ୍ଦିରଗୁଡିକର ସମ୍ପତ୍ତିର ମୂଲ୍ୟ ନିର୍ଦ୍ଧାରଣ ଏବଂ ଏହାର ରେକର୍ଡ ରେକର୍ଡିଂ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଗତ ୬୦ ବର୍ଷ ଧରି ରାଜ୍ୟରେ ଏହା କରାଯାଉ ନାହିଁ ବୋଲି କୋର୍ଟ କହିଥିଲେ। ଉପଯୁକ୍ତ ଅଡିଟ କରିବା ପରିବର୍ତ୍ତେ ରାଜ୍ୟ ସରକାର ଘୋଷଣା କରିଛନ୍ତି ଯେ ଦେବତାମାନଙ୍କୁ ଶୋଭା ଦେବା ପାଇଁ ବ୍ୟବହୃତ ଅଳଙ୍କାର ସହିତ ଅନ୍ୟ ସୁନା ଅଳଙ୍କାର ଏବଂ ଅନ୍ୟାନ୍ୟ ଜିନିଷକୁ ତରଳାଇବା ଲାଗି ନିର୍ଦ୍ଦେଶ ଦେଇଥିଲେ। ସୁନା ଅଳଙ୍କାର ଓଜନ ୨,୧୩୮ କିଲୋଗ୍ରାମ ବୋଲି ମଧ୍ୟ ଘୋଷଣା କରିଥିଲେ।

ତାମିଲନାଡୁର ଅଧିକାଂଶ ମନ୍ଦିରରେ ୧୦ ବର୍ଷରୁ ଅଧିକ ସମୟ ଧରି ଟ୍ରଷ୍ଟି ନିଯୁକ୍ତ କରାଯାଇ ନାହିଁ। ବର୍ତ୍ତମାନ କୋର୍ଟ ମଧ୍ୟ ଏହି ଯୁକ୍ତି ଗ୍ରହଣ କରିଛନ୍ତି। କୋର୍ଟଙ୍କ କଠୋର ଆଦେଶ ପରେ ରାଜ୍ୟ ସରକାର ପଛଘୁଞ୍ଚା ଦେଇଛନ୍ତି। ପ୍ରଥମେ ମନ୍ଦିରରେ ଟ୍ରଷ୍ଟି ନିଯୁକ୍ତ କରାଯିବ ବୋଲି ସେ କୋର୍ଟଙ୍କୁ ଏକ ଲିଖିତ ଆଶ୍ୱାସନା ଦେଇଛନ୍ତି। ପରବର୍ତ୍ତୀ ନିଷ୍ପତ୍ତି କେବଳ ସେମାନଙ୍କ ସହମତିରେ ନିଆଯିବ ବୋଲି ସରକାର କହିଛନ୍ତି।

ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ ମନ୍ଦିରର ସୁନା ଏବଂ ଅନ୍ୟାନ୍ୟ ସମ୍ପତ୍ତିର ମୂଲ୍ୟାଙ୍କନ କରୁଥିବା ତିନିଜଣ ପୂର୍ବତନ ବିଚାରପତିଙ୍କ କମିଟିକୁ କାର୍ଯ୍ୟ ଜାରି ରଖିବାକୁ ଅନୁମତି ଦେଇଛନ୍ତି। ଏହି କମିଟି ନିଜେ ରାଜ୍ୟ ସରକାର ନିଯୁକ୍ତ କରିଛନ୍ତି। ଅଦାଲତ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ମନ୍ଦିରର ସୁନା ତରଳାଇବା ଉପରେ ପ୍ରତିବନ୍ଧକ ଲଗାଯିବ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୫ ରେ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାହାଘର ଭାଙ୍ଗିବା ପରେ ପ୍ରଥମଥର କ୍ୟାମେରା ଆଗରେ ମୁହଁ ଖୋଲିଲେ ସ୍ମୃତି ମନ୍ଧନା

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟର୍ ସ୍ମୃତି ମନ୍ଧନା ବ୍ୟକ୍ତିଗତ ଜୀବନର ଝଡ଼ ପରେ ପୁଣି ଥରେ ନିଜ ପ୍ରିୟ ଖେଳ କ୍ରିକେଟକୁ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri