Posted inଜାତୀୟ

ସତ ପଦାକୁ ଆସିବା ଜରୁରୀ

ନୂଆଦିଲ୍ଲୀ,୨୮।୧୦: ନିଜ ନାଗରିକଙ୍କ ବିରୋଧରେ ଗୁପ୍ତଚରଗିରି କରାଇବା ଲାଗି ଇସ୍ରାଏଲର ଟେକ୍ନୋଲୋଜି ଫାର୍ମ ଏନ୍‌ଏସ୍‌ଓ ଗ୍ରୁପ୍‌ଠାରୁ ପେଗାସସ୍‌ ସ୍ପାଏଓ୍ବେର ଆଣି କେନ୍ଦ୍ର ସରକାର ତାକୁ ବ୍ୟବହାର କରିଥିବା ବିଷୟକୁ ଖଣ୍ଡନ କରିନାହାନ୍ତି। ତେଣୁ ଏହାର ସତ ସାମ୍ନାକୁ ଆସିବା ଜରୁରୀ ବୋଲି ସିଜେଆଇ ରମନା କହିଛନ୍ତି। ଉକ୍ତ ସମ୍ବେଦନଶୀଳ ପ୍ରସଙ୍ଗର ତଦନ୍ତ କରାଇବା ପାଇଁ ସୁପ୍ରିମକୋର୍ଟ ଏକ ୩ ଜଣିଆ ବୈଷୟିକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଉକ୍ତ କମିଟି ୮ ସପ୍ତାହ ମଧ୍ୟରେ ତଦନ୍ତ କରି ସର୍ବୋଚ୍ଚ ଅଦାଲତରେ ରିପୋର୍ଟ ଦାଖଲ କରିବ। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଆର୍‌.ଭି. ରବୀନ୍ଦ୍ରନ୍‌ଙ୍କ ତତ୍ତ୍ୱାବଧାନରେ ଟେକ୍ନିକାଲ କମିଟି ପରିଚାଳିତ ହେବ। ତାଙ୍କୁ ପୂର୍ବତନ ଆଇଏଏସ୍‌ ଅଫିସର (୧୯୭୬ ବ୍ୟାଚ୍‌) ଆଲୋକ ଜୋଷୀ ଏବଂ ଇଣ୍ଟରନ୍ୟାଶନାଲ ଅର୍ଗାନାଇଜେଶନ ଅଫ୍‌ ଷ୍ଟାଣ୍ଡାର୍ଡାଇଜେଶନ/ଇଣ୍ଟରନ୍ୟାଶନାଲ ଇଲେକ୍ଟ୍ରୋ-ଟେକ୍ନିକାଲ କମିଶନ/ଜଏଣ୍ଟ ଟେକ୍ନିକାଲ କମିଟି ସମ୍ପର୍କିତ ସବ୍‌କମିଟି ଅଧ୍ୟକ୍ଷ ଡ. ସନ୍ଦୀପ ଓବେରଏ ସହାୟତା ଦେବେ। ସେହିପରି ଟେକ୍ନିକାଲ କମିଟିରେ ଗାନ୍ଧୀନଗରସ୍ଥିତ ସାଇବର ସୁରକ୍ଷା ଓ ଡିଜିଟାଲ ଫୋରେନ୍‌ସିକ୍‌ ସାଇନ୍ସ ୟୁନିଭର୍ସିଟିର ପ୍ରଫେସର ଡ. ନବୀନ କୁମାର ଚୌଧରୀଙ୍କୁ ମଧ୍ୟ ରଖାଯାଇଛି। କେରଳର ଅମ୍ରତପୁରୀସ୍ଥିତ ଅମ୍ରିତା ବିଶ୍ୱ ବିଦ୍ୟାପୀଠମ୍‌ (ସ୍କୁଲ ଅଫ୍‌ ଇଞ୍ଜିନିୟରିଂ) ପ୍ରଫେସର ଡ. ପ୍ରବହରନ ପି. ଏବଂ ଆଇଆଇଟି ବମ୍ବେର କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂରେ ସହକାରୀ ପ୍ରଫେସର ଭାବେ କାର୍ଯ୍ୟରତ ଡ. ଅଶ୍ୱିନ ଅନିଲ ଗୁମାସ୍ତେଙ୍କୁ ମଧ୍ୟ କମିଟିରେ ସ୍ଥାନ ମିଳିଛି। ଏହି ୩ ବିଶେଷଜ୍ଞଙ୍କର ସାଇବର ସୁରକ୍ଷା, ଡିଜିଟାଲ ଫୋରେନ୍‌ସିକ୍‌, ନେଟ୍‌ଓ୍ବର୍କ ଏବଂ ହାର୍ଡଓ୍ବେର ଉପରେ ଅନେକ ଅଭିଜ୍ଞତା ରହିଛି। ଟେକ୍ନିକାଲ ପ୍ୟାନେଲକୁ ସୁପ୍ରିମକୋର୍ଟ ବିସ୍ତୃତ କ୍ଷମତା ଦେଇଛନ୍ତି।

ପେଗାସସ୍‌ ଘଟଣାକ୍ରମ

ଜୁଲାଇ ୧୮: ଇସ୍ରାଏଲର ଏନ୍‌ଏସ୍‌ଓ ଗ୍ରୁପ୍‌ ପକ୍ଷରୁ ବିକଶିତ ସାମରିକ ବର୍ଗର ସ୍ପାଏଓ୍ବେର ପେଗାସସ୍‌କୁ ଭାରତ ସମେତ ବିଭିନ୍ନ ଦେଶର ଖବରଦାତା, ଆକ୍ଟିଭିଷ୍ଟ, ରାଜନେତାଙ୍କ ପଛରେ ଗୁପ୍ତଚରଗିରି ପାଇଁ ଲଗାଯାଇଥିବା ନେଇ ନ୍ୟୁଜ୍‌ ଆଉଟ୍‌ଲେଟଗୁଡ଼ିକ ପକ୍ଷରୁ ବିଶ୍ୱବ୍ୟାପୀ ରିପୋର୍ଟ କରାଯାଇଥିଲା।
ଜୁଲାଇ ୨୨: ଆଇନଜୀବୀ ଏମ୍‌.ଏଲ୍‌. ଶର୍ମା ସୁପ୍ରିମକୋର୍ଟରେ ଅଦାଲତଙ୍କ ତତ୍ତ୍ୱାବଧାନରେ ଏହାର ତଦନ୍ତ କରାଇବା ସକାଶେ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ ନିମନ୍ତେ ପିଟିଶନ ଦାଖଲ କରିଥିଲେ।
ଜୁଲାଇ ୨୭: ସାମ୍ବାଦିକ ଏନ୍‌. ରାମ ଏବଂ ଶଶୀ କୁମାର ଏହି ପ୍ରସଙ୍ଗରେ ନିରପେକ୍ଷ ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ଅଗଷ୍ଟ ୫: ସୁପ୍ରିମକୋର୍ଟରେ ପେଗାସସ୍‌ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା।
ଅଗଷ୍ଟ ୧୬: ମିଡିଆ ରିପୋର୍ଟରେ ଅଣାଯାଇଥିବା ଅଭିଯୋଗ ଭିତ୍ତିହୀନ ଓ ଅନୁମାନ ଆଧାରିତ ଦର୍ଶାଇ କେନ୍ଦ୍ର ସରକାର ଏକ ସଂକ୍ଷିପ୍ତ ସତ୍ୟପାଠ ଦାଖଲ କରିଥିଲେ।
ଅଗଷ୍ଟ ୧୭: ଆବେଦନଗୁଡ଼ିକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ କରିଥିଲେ।
ସେପ୍ଟେମ୍ବର ୧୩: ସୁପ୍ରିମକୋର୍ଟରେ ରାୟ ସଂରକ୍ଷିତ।
ସେପ୍ଟେମ୍ବର ୨୭: ସୁପ୍ରିମକୋର୍ଟ ୩ ଜଣିଆ ସାଇବାର ଏକ୍ପର୍ଟ କମିଟି ଗଠନ କଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri