Posted inଫୁରସତ

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ପୁନଲୁର

କେରଳର କୋଲାମ୍‌ ଜିଲାରେ ଅବସ୍ଥିତ ପୁନଲୁର ହେଉଛି ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ସ୍ଥାନରେ ରହିଛି ଅନେକ ଦର୍ଶନୀୟ ସ୍ଥାନ। କୋଳାହଳରୁ ଦୂରରେ ଥିବା ଏହି ସ୍ଥାନରେ ନିରୋଳାରେ ଟିକେ ସମୟ ବିତାଇବା ପାଇଁ ବର୍ଷସାରା ଏଠାରେ ପର୍ଯ୍ୟଟକଙ୍କର ଗହଳି ଲାଗି ରହିଥାଏ…

କେରଳର କୋଲାମ୍‌ ଜିଲାରେ ଥିବା ପୁନଲୁର୍‌ ହେଉଛି ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। କଲ୍ଲାଦା ନଦୀର ତଟଦେଶରେ ଥିବା ଏହି ଅଞ୍ଚଳରେ ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ରହିଛି ଅନେକ ଦର୍ଶନୀୟସ୍ଥାନ। ପାହାଡ଼, ଜଙ୍ଗଲ, ଝରଣାର ଆକର୍ଷଣରେ ଆକର୍ଷିତ ଏହି ସ୍ଥାନରେ ରହିଛି ପ୍ରସିଦ୍ଧ ପୁନଲୁର ପେପର୍‌ ମିଲ୍‌ ଓ ପୁନଲୁର ହ୍ୟାଙ୍ଗିଂ ବ୍ରିଜ୍‌; ଯାହା ହେଉଛି ସ୍ଥାନୀୟ ଅଞ୍ଚଳର ଦୁଇଟି ପ୍ରମୁଖ ପର୍ଯ୍ୟଟନସ୍ଥଳୀ। କେବଳ ଏତିକି ନୁହେଁ ଏଠାରେ ଅନେକ ପାର୍କ ତଥା ଆଧ୍ୟାତ୍ମିକ ପୀଠ ବି ପର୍ଯ୍ୟଟକ ବୁଲି ଦେଖିପାରିବେ।

କ’ଣ ସବୁ ରହିଛି ଏଠାରେ
ପୁନଲୁରରେ ବା ପୁନଲୁରର ନିକଟବର୍ତ୍ତୀ ଅଞ୍ଚଳରେ ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ରହିଛି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ଯେମିତିକି: ପୁନଲୁର ହ୍ୟାଙ୍ଗିଂ ବ୍ରିଜ୍‌, ଥେନମାଲା ଇକୋ ଟୁରିଜମ୍‌ ଓ ଡ୍ୟାମ୍‌, ଥେନମାଲା ହରିଣ ଉଦ୍ୟାନ, ଥେନମାଲା ପ୍ରଜାପତି ସଫାରି ଉଦ୍ୟାନ, ଥେନମାଲା ସ୍ଥାପତ୍ୟ ଉଦ୍ୟାନ, ଚେଙ୍କୁଲାମ୍‌ ଇକୋଟୁରିଜମ୍‌, ସେନ୍‌ନ୍ଦୁରୁନି ବନ୍ୟପ୍ରାଣୀ ଅଭୟାରଣ୍ୟ, ଜଙ୍କଲ୍‌ ପାର୍କ, ଜଟାୟୁପାରା ଇକୋ ଟୁରିଜମ୍‌, କୁଦୁକାଥୁପାରା ଇକୋ ଟୁରିଜମ୍‌, ପାଲାରୁଭି ଜଳପ୍ରପାତ, କୁମ୍ଭଭୁରୁଟ୍ଟି ଜଳପ୍ରପାତ, କାଞ୍ଜିରମାଳା ହିଲ୍‌, କୋନାମ୍‌କୁଝି ସୁଇସାଇଡ୍‌ ପଏଣ୍ଟ, କୋଟ୍ଟୁକାଲ୍‌ ଗୁମ୍ଫା ମନ୍ଦିର, ପିନକଲ୍‌ ଭ୍ୟୁ ପଏଣ୍ଟ, ୧୩ କନ୍ନାରା ବ୍ରିଜ୍‌, ଓଲାପରା ଜଳପ୍ରପାତ, କେଲାନ୍‌କାଭୁ ଜଳପ୍ରପାତ, ସିଏସ୍‌ଆଇ ଚର୍ଚ୍ଚ ଇତ୍ୟାଦି ହେଉଛି ସ୍ଥାନୀୟ କେତେକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ।

ଆଉ କ’ଣ ଖାସ୍‌ ରହିଛି ଏଠାରେ
କଳା ସଂସ୍କୃତିକୁ ଭଲ ପାଉଥିବା ପୁନଲୁରବାସୀ ବି ବେଶ୍‌ ନାଟକପ୍ରେମୀ ହୋଇଥାନ୍ତି। ସେଥିପାଇଁ ଏଠାରେ ଅନେକ ଥିଏଟର୍‌ ବି ରହିଛି। ପର୍ଯ୍ୟଟକ ଚାହିଁଲେ ଉକ୍ତ ଥିଏଟର୍‌ ଆଡ଼େ ବି ବୁଲି ଯାଇପାରିବେ। ସେହିପରି ବହୁ ଅଡିଟୋରିୟମ୍‌ ବି ଏଠାରେ ଅଛି। ଅନ୍ୟପକ୍ଷେ ଶପିଂ ପାଇଁ ବି ଏଠାରେ ଅନେକ ମଲ୍‌ ତଥା ମାର୍କେଟ୍‌ ବି ରହିଛି; ଯେଉଁଠାରୁ ପର୍ଯ୍ୟଟକ ନିଜ ପସନ୍ଦ ମୁତାବକ ଜିନିଷ ବେଶ୍‌ ସୁଲଭ ମୂଲ୍ୟରେ କିଣିପାରିବେ।

ପୁନଲୁରର ଅର୍ଥନୀତି
ପୁନଲୁରରେ ମୁଖ୍ୟତଃ ସପୁରି, ଗୋଲମରିଚ, ରବର ତଥା ପ୍ଲାଏଉଡ୍‌ର ଉତ୍ପାଦନ ପ୍ରଚୁର ପରିମାଣରେ ହୋଇଥାଏ। ଏପରିକି ଏହି ସବୁ ସାମଗ୍ରୀ ବାହାରକୁ ରପ୍ତାନି ମଧ୍ୟ ହୋଇଥାଏ। ଏପରିକି ପୁନଲୁର୍‌ ପେପର୍‌ ମିଲ୍‌ ନାମରେ ଏକ ଇଣ୍ଡଷ୍ଟ୍ରି ମଧ୍ୟ ଆଜକୁ ବହୁ ବର୍ଷ ତଳୁ ଏଠାରେ ଗଢ଼ିଉଠିଛି, ଯାହା ଆଗନ୍ତୁକଙ୍କୁ ଏଠାକାର ବ୍ୟବସାୟ ସମ୍ପର୍କରେ ଅନେକ କିଛି ସୂଚନା ପ୍ରଦାନ କରିଥାଏ। ସେହିପରି ଏଠାରେ ଥିବା ଶ୍ରୀରାମଭର୍ମାପୁରମ୍‌ ନାମକ ଏକ ମାର୍କେଟ୍‌ରେ ସବୁବେଳେ ବିଭିନ୍ନ ପ୍ରକାରର ସତେଜ ପନିପରିବା ମିଳିଥାଏ। କୁହାଯାଏ, ଏହା ହେଉଛି କେରଳର ଅନ୍ୟତମ ଏକ ବଡ଼ ପରିବା ମାର୍କେଟ୍‌ । ତା’ଛଡ଼ା ଏଠାକାର ଅନେକ ଲୋକ ଉଚ୍ଚ ଶିକ୍ଷା ଲାଭ କରି ଭଲ ପଦପଦବୀରେ ମଧ୍ୟ ଅବସ୍ଥାନ କରିଛନ୍ତି।

କେବେ ଓ କେମିତି ଯିବେ
ବର୍ଷର ସବୁ ସମୟରେ ଏଠାକୁ ବୁଲିଯିବା ପାଇଁ ସୁବିଧା ରହିଛି। ତେବେ ବର୍ଷାଦିନକୁ ଛାଡ଼ି ବାକି ଅନ୍ୟ ଯେ କୌଣସି ସମୟରେ ଏଠାକୁ ବୁଲିବାକୁ ଗଲେ ବେଶ୍‌ ଆରାମ ଲାଗିଥାଏ। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ବି ଭଲ ବ୍ୟବସ୍ଥା ରହିଛି। ଟ୍ରେନ୍‌ ହେଉ ଅବା ବସ୍‌ ଅଥବା ପ୍ଲେନ୍‌ ପର୍ଯ୍ୟଟକ ଯେଉଁଥିରେ ସୁବିଧା ସେଥିରେ ଯାଇ ଆରାମରେ ଏଠାରେ ପହଞ୍ଚତ୍ ବୁଲିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ମହଙ୍ଗା ଫଳ: ମୂଲ୍ୟ ଜାଣିଲେ ଉଡିଯିବ ହୋଶ୍‌

ସାଧାରଣତଃ ମହଙ୍ଗା ଜିନିଷ କିଣିବାକୁ ହେଲେ ଲୋକେ ବିଳାସପୂର୍ଣ୍ଣ କାର, ସୁନା ଏବଂ ହୀରା ବିଷୟରେ ଚିନ୍ତା କରନ୍ତି। କିନ୍ତୁ ଜାପାନରେ ଏକ ତରଭୁଜ ଅଛି,...

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

Post Officeର ଜବରଦସ୍ତ ସ୍କିମ୍‌: ମାସିକ ୫୫୫୦ ଟଙ୍କା ରୋଜଗାର ଗ୍ୟାରେଣ୍ଟି

ପୋଷ୍ଟ ଅଫିସ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସଞ୍ଚୟ ଯୋଜନା ପ୍ରଦାନ କରେ। ପୋଷ୍ଟ ଅଫିସ ଏକ ଉଲ୍ଲେଖନୀୟ ଯୋଜନା ହେଉଛି, ମାସିକ ଆୟ ଯୋଜନା...

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

ମାତ୍ର ୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ: ପ୍ରଥମ ଦିନରୁ ଲାଭ ହିଁ ଲାଭ…

ନୂଆଦିଲ୍ଲୀ,୧୨।୧୨: ଅନେକ ଲୋକ ଚାକିରି ଛାଡି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ତଥାପି, ଅନେକ ଲୋକ ପାଣ୍ଠି ଅଭାବରୁ ଏହା କରିପାରୁ ନାହାଁନ୍ତି।...

କିଏ ଅଧିକ ପଢିଛନ୍ତି ରାହୁଲ ନା ପ୍ରିୟଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୧୨: ଗାନ୍ଧୀ ପରିବାର ଭାରତୀୟ ରାଜନୀତିରେ ସବୁଠାରୁ ଚର୍ଚ୍ଚିତ ପରିବାର ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହି ପରିବାରର ଦୁଇ ପ୍ରମୁଖ ବ୍ୟକ୍ତି, ରାହୁଲ ଗାନ୍ଧୀ ଏବଂ...

ଫ୍ରିଜ୍‌ରେ ଅଣ୍ଡା ରଖିଲେ ପଚିଯାଏ ନା ସତେଜ ରହେ, ପ୍ରକୃତ ଉତ୍ତର ଜାଣିଲେ…

ଅଣ୍ଡା ପୁଷ୍ଟିସାରର ଏକ ବଡ଼ ଉତ୍ସ, ତେଣୁ ଏହାକୁ ଅଧିକାଂଶ ଘରେ ରଖାଯାଇଥାଏ। କିନ୍ତୁ ଏହାକୁ କେଉଁଠାରେ ରଖିବେ ସେନେଇ ଚିନ୍ତାରେ ଥାନ୍ତି ଗୃହିଣୀମାନେ। ଫ୍ରିଜ୍‌ରେ...

୨୦୨୬ଆରମ୍ଭରୁ ଯୁଦ୍ଧ ନୁହେଁ ହେବ ପ୍ରଳୟ! ସଙ୍କେତ ଦେଲାଣି ଗ୍ରହ ଚଳନ, ଭାରତରେ ପଡିବ ପଡ଼ ପ୍ରଭାବ

ନୂଆଦିଲ୍ଲୀ,୧୧।୧୨: ୨୦୨୬ ହେଉଛି ଏପରି ଏକ ବର୍ଷ ଯାହାକୁ ବିଶ୍ୱ ଅଣଦେଖା କରିପାରିବ ନାହିଁ। ଅନେକ ସୀମା ଏପରି ଏକ ସମୟରେ ଆସିବ ଯେଉଁଠାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri