ଆଜିଠୁ ଆରମ୍ଭ ଏକାଦଶ ଶ୍ରେଣୀର ପାଠପଢା

ଭୁବନେଶ୍ବର,୨୧।୧୦(ବ୍ୟୁରୋ): ଏକାଦଶ ଶ୍ରେଣୀର ପାଠପଢା ଗୁରୁବାର ଅଫଲାଇନରେ ଆରମ୍ଭ ହେବ। କୋଭିଡ୍‌ କଟକଣା ମାନି ଶ୍ରେଣୀ ଗୃହରେ ପାଠପଢିବେ ଛାତ୍ରୀଛାତ୍ର। ଏ ନେଇ ସମସ୍ତ ଶିକ୍ଷାନୁଷ୍ଠାନରେ ପ୍ରସ୍ତୁତି ଶେଷ ହୋଇଛି। ଦିନ ୧୦ଟାରୁ ୧ଟା ୩୦ ଯାଏଁ ଅଫଲାଇନରେ ପାଠପଢା ଚାଲିବ। ଏହା ସହ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଅନଲାଇନ ମାଧ୍ୟମରେ ଛାତ୍ରୀଛାତ୍ର ପଢିପାରିବେ। ଛାତ୍ରୀଛାତ୍ରମାନେ ସେମାନଙ୍କର ଅଭିଭାବକଙ୍କ ପରାମର୍ଶ ନେଇ ଅଫଲାଇନ କ୍ଲାସରେ ଯୋଗ ଦେବେ।
କୋଭିଡ୍‌ର ସମସ୍ତ ନିୟାମବଳୀ ମାନି ଏବଂ ସାମାଜିକ ଦୂରତା ଅବଲମ୍ବନ କରି ଶିକ୍ଷାନୁଷ୍ଠାନ ସହ ହଷ୍ଟେଲଗୁଡ଼ିକ ମଧ୍ୟ ଖୋଲାଯିବ। ଏବଂ ଯେଉଁ ଛାତ୍ରୀଛାତ୍ରମାନେ ହଷ୍ଟେଲରେ ରହିବାକୁ ଚାହୁଁଥିବେ ସେମାନେ ଅଭିଭାବକଙ୍କ ପରାମର୍ଶ ଆଣିବା ବାଧ୍ୟତାମୂଳକ କରାଯାଇଛି। ଅନ୍ୟପଟେ ନଭେମ୍ବର ୧ରୁ ସ୍କୁଲ ପୋଷାକ ଓ ପରିଚୟ ପତ୍ର ବାଧ୍ୟତାମୂଳକ ରହିଛି। ଦୂରରୁ ଆସୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ପ୍ରଥମ ଦିନରେ ଇଣ୍ଡକ୍ସନ ସେସନ ହେବ। ଏକାଦଶ ଶ୍ରେଣୀରେ ଦଶମ ଶ୍ରେଣୀର ପାଠର ସଂପୃକ୍ତ ଅଂଶ ଆଲୋଚନା ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ଏଆଇରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର

ନ୍ୟୁୟର୍କ,୧୫।୧୨: କୃତ୍ରିମ ବୁଦ୍ଧମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ବିବେଚିତ ହୋଇଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟଳୟ ପକ୍ଷରୁ...

କଂଗ୍ରେସରୁ ବିଦା ହେଲେ ମୋକିମ

ଭୁବନେଶ୍ୱର,୧୫ା୧୨: ପୂର୍ବତନ ବିଧାୟକ ମହମ୍ମଦ ମୋକିମ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋକିମ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହୋଇଛନ୍ତି।...

‘ଭାଜପା ଡିଏନ୍‌ଏରେ ଭୋଟ୍‌ ଚୋରି’

ନୂଆଦିଲ୍ଲୀ,୧୫ା୧୨(ପି.ଟି.); ଭାଜପାର ଡିଏନ୍‌ଏରେ ‘ଭୋଟ ଚୋରି’ ପ୍ରବୃତ୍ତି ରହିଛି। କଂଗ୍ରେସ ସତ୍ୟ ସହ ଛିଡ଼ା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri