ଧାରଟଙ୍କାକୁ ନେଇ ବନ୍ଧୁଙ୍କୁ ହତ୍ୟା

ଖୋର୍ଦ୍ଧା ଅଫିସ,୨୦।୧୦: ଧାରଟଙ୍କା ପାଇଁ ବନ୍ଧୁ ନେଲେ ବନ୍ଧୁଙ୍କ ଜୀବନ।  ମଙ୍ଗଳବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଉପକଣ୍ଠ ମୁକୁନ୍ଦପ୍ରସାଦ ଜଟଣୀ ବାଇପାସ ରାସ୍ତାରେ ଏହି ଅଭାବନୀୟ ଘଟଣା ଘଟିଛି। ଧାରୁଆ ଛୁରିରେ ଛାତି, ପେଟକୁ ଭୁଷି ହତ୍ୟା କରାଯାଇଛି। ମୃତକ ଜଣଙ୍କ ହେଲେ ମୁକୁନ୍ଦପ୍ରସାଦ ସ୍କିନିଙ୍ଗ ମିଲ ଲେବର କଲୋନୀର ରଶ୍ମିରଞ୍ଜନ ପାଟ୍ଟଯୋଶୀ(୧୯)।

ସୂଚନାନୁଯାୟୀ, ପୂର୍ବରୁ ମୁନା ଶିଳ୍ପାଞ୍ଚଳ ସ୍ଥିତ ଏକ ଘରୋଇ କମ୍ପାନୀରେ ଡ୍ରାଇଭର ଭାବେ କାମ କରୁଥିଲେ। ସେହି କମ୍ପାନୀରେ ରଶ୍ମିରଞ୍ଜନ ମଧ୍ୟ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ଏଣୁ ଉଭୟଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁତା ରହିଥିଲା। ମୁନା ରଶ୍ମିରଞ୍ଜନଠାରୁ ଟଙ୍କା ଧାର ନେଇଥିଲେ। ଧାର ଟଙ୍କା ମାଗିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ମୁନା ଉତ୍ତକ୍ଷିପ୍ତ ହୋଇ ରଶ୍ମିକୁ ରାସ୍ତାରୁ ହଟାଇବା ପାଇଁ ମନସ୍ଥ କରି ବଜାରରୁ ଛୁରି କିଣି ଆଣିଥିଲେ। ରାତିରେ ଚାଚେରା ସାହି ଆଗରେ ଉଭୟଙ୍କ ମଧ୍ୟରେ ପୁଣି ଥରେ ଧାରଟଙ୍କାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ମୁନା ଧରିଥିବା ଧାରୁଆ ଛୁରିରେ ରଶ୍ମିଙ୍କ ଛାତି ପରେ ପେଟକୁ ଭୁଷି ଦେଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ରଶ୍ମି ଘଟଣାସ୍ଥଳରେ ଟଳି ପଡିଥିଲେ। ଟାଉନ୍‌ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।
ବୁଧବାର ଭୋର ସମୟରେ ପୋଲିସ ଯାଳାଁ ଛକରୁ ଅଭିଯୁକ୍ତ ମହେଶ୍ବର ଦାସ(୨୯) ଓରଫ ମୁନାଙ୍କୁ ଧରି ଥାନାରେ ପଚରାଉଚରା ବେଳେ ମୁନା ହତ୍ୟାକରିଥିବାର ସ୍ବୀକାର କରିଛନ୍ତି ବୋଲି ଏସ୍‌ପି ରାଜକିଶୋର ଦୋରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ନବକୁମାର, ସରୋଜ

ବୌଦ୍ଧ,୨ା୫(ଅଜିତ କୁମାର ବାରିକ): ବୌଦ୍ଧ କଂଗ୍ରେସ ପକ୍ଷରୁ ଗୁରୁବାର ନାମାଙ୍କନପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ସରୋଜ ପ୍ରଧାନ ଏବଂ ବୌଦ୍ଧ କଂଗ୍ରେସ ପ୍ରାର୍ଥୀ ନବକୁମାର...

ହଠାତ ଢେଙ୍କାନାଳ ସହରରେ ଅବତରଣ କଲା ହେଲିକପ୍ଟର, ତଦନ୍ତ କରୁଛି ପୋଲିସ

ଢେଙ୍କାନାଳ,୨।୫: ଗୁରୁବାର କୌଣସି ପୂର୍ବ ସୂଚନା ନଦେଇ ଏକ ହେଲିକପ୍ଟର ଢେଙ୍କାନାଳ ସହରରେ ଅବତରଣ କରିଛି। ଏହା କେଉଁଠୁ ଆସିଛି ଓ କାହିଁକି ଆସିଛି ସେ...

ସ୍ବାମୀଙ୍କ ଆଗରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ

କଟକ,୨।୫(କାର୍ତ୍ତିକ ସାହୁ): ଚାଉଳିଆଗଞ୍ଜ ଦୁର୍ଗାମଣ୍ଡପ ନିକଟରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି,...

ଟ୍ରକକୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌: ଅଳ୍ପକେ ବର୍ତ୍ତିଲେ ୬୦ରୁ ଉଦ୍ଧର୍‌ବ ଯାତ୍ରୀ

ଜଳେଶ୍ୱର,୨।୫: ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର କୁଣ୍ଡାପୁର ଛକ ନିକଟରେ ହୋଇଛି ଏକ ବଡ଼ ଦୁର୍ଘଟଣା ହୋଇଛି। ଭାରସାମ୍ୟ ହରାଇ...

ତାଣ୍ଡବ ରଚିଲା କାଳ ବୈଶାଖୀ: ଉପୁଡିଲା ଗଛ, ଘର କାନ୍ଥ ପଡି ୩ ଗୁରୁତର

ପାଟଣା,୨।୫(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଏବଂ ଏହାର ଆଖପାଖ ଅଞ୍ଚଳରେ କାଳ ବୈଶାଖୀ ତାଣ୍ଡବ ରଚିଛି। କାଳ ବୈଶାଖୀ ପ୍ରଭାବରେ ପ୍ରବଳ...

ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ, ଅନେକେ ଆହତ

ଜଳେଶ୍ୱର,୨।୫: ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବସ୍ତା ଥାନା ଅନ୍ତର୍ଗତ ବରୁଣଗଡିଆ ନିକଟରେ ଗୁରୁବାର ଏକ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି।...

ଗାଁ ମୁହାଁ ନିଆଁକୁ ଆୟତ୍ତ କଲେ କୁନିକୁନି ପିଲା

ପାଟଣା,୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ସେହି ଅନୁପାତରେ ପାଟଣା ରେଞ୍ଜରେ ପ୍ରତି ଦିନ ଜଙ୍ଗଲ ନିଆଁ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri