ମୟୂରଭଞ୍ଜରେ ସର୍ବାଧିକ ମାମଲା

ବାରିପଦା ଅଫିସ,୧୮ା୧୦: ରାଜ୍ୟର ସର୍ବବୃହତ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାରେ ଦିନକୁ ଦିନ ବଢ଼ି ଚାଲିଛି ନାରୀ ନିର୍ଯାତନା ା ଗଣବଳାତ୍କାର, ନାବାଳିକା ବଳାତ୍କାର, ବଧୂ ନିର୍ଯାତନା ଭଳି ବହୁ ଲଜ୍ଜାଜନକ ଘଟଣା ଘଟୁଛି। ୩ବର୍ଷର ଶିଶୁଙ୍କଠାରୁ ଆରମ୍ଭ କରି ୫୦ବର୍ଷରୁ ଊର୍ଦ୍ଧ୍ୱ ମହିଳାମାନେ ଏହାର ଶିକାର ହେଉଥିବା ନଜିର ରହିଛି। ଫଳରେ ଜିଲାରେ ନାରୀ ସୁରକ୍ଷା ଉଦ୍‌ବେଗଜନକ ହୋଇପଡ଼ିଛି। ବିଗତ ୩ବର୍ଷ ମଧ୍ୟରେ ଜିଲାରେ ମହିଳାଙ୍କୁ ହତ୍ୟା ଓ ବଳାତ୍କାର ଘଟଣାରେ ରୁଜୁ ହୋଇଥିବା ମାମଲା ରାଜ୍ୟର ଅନ୍ୟ ଜିଲା ତୁଳନାରେ ସର୍ବାଧିକ। ସେହିପରି ବଧୂ ନିର୍ଯାତନା ମାମଲା ମଧ୍ୟ ଜିଲାରେ ଚିନ୍ତାଜନକ ହୋଇଛି। ସଚେତନତା ଅଭାବ ଏବଂ ଅନ୍ଧବିଶ୍ୱାସ କାରଣରୁ ଜିଲାରେ ନାରୀ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ା ଶୁକ୍ରବାର ବୈଶିଙ୍ଗା ଥାନା ଅଧୀନ କଳମା ଛକ ନିକଟ ଜଙ୍ଗଲରେ ଜଣେ ଛାତ୍ରୀଙ୍କୁ ଗଣବଳାତ୍କାର ଓ ରରୁଅଁା ଥାନା ଅଞ୍ଚଳରେ ଲିଫ୍ଟ ଦେବା ବାହାନାରେ ଜଣେ ମହିଳାଙ୍କୁ ୨ ଯୁବକ ଗଣ ବଳାତ୍କାର କରିବା ଘଟଣାରୁ ଜିଲାର ନାରୀ ସମାଜ କେତେ ସୁରକ୍ଷିତ ତାହା ସ୍ପଷ୍ଟ ଅନୁମେୟ।
ମୟୂରଭଞ୍ଜ ଜିଲାରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଅଧିକ। ୨୦୧୧ ଜନଗଣନା ଅନୁଯାୟୀ ଜିଲାରେ ମହିଳାଙ୍କ ସଂଖ୍ୟା ୧୨ଲକ୍ଷ ୬୩ହଜାର ୫୨୫ଥିବା ବେଳେ ପୁରୁଷଙ୍କ ସଂଖ୍ୟା ୧୨ଲକ୍ଷ ୫୬ହଜାର ୭୩୮ ରହିଛି ା ଜିଲାବାସୀଙ୍କ ନିମନ୍ତେ ୩୨ଟି ଥାନା ରହିଥିବା ବେଳେ ମହିଳାଙ୍କ ସୁରକ୍ଷା ପାଇଁ ପ୍ରତ୍ୟେକ ଥାନାରେ ଶିଶୁ ଓ ମହିଳା ଡେସ୍କ କାର୍ଯ୍ୟ କରୁଛି ା ଥାନାଗୁଡ଼ିକରେ ବହୁ ପଦବୀ ଫାଙ୍କା ପଡ଼ିଥିବାରୁ ଜିଲାରେ ନାରୀ ନିର୍ଯାତନା, ବଳାତ୍କାର ଓ ହତ୍ୟା ମାମଲାରେ ଅଙ୍କୁଶ ଲାଗି ପାରୁନି। ଗତ ସେପ୍ଟେମ୍ବର ୬ ବିଧାନସଭା ଅଧିବେଶନରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଅଣତାରକା ପ୍ରଶ୍ନ ୫୩୨ନଂ.ର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ର ପ୍ରଦାନ କରିଥିବା ତଥ୍ୟ ଅନୁଯାୟୀ ୨୦୧୯, ୨୦୨୦ ଓ ୨୦୨୧ର ଜୁନ ମାସ ପର୍ଯ୍ୟନ୍ତ ମୟୂରଭଞ୍ଜରେ ବଳାତ୍କାର ମାମଲା ଯଥାକ୍ରମେ ୨୦୩, ୨୫୮ ଓ ୧୪୫ଟି ଥିବା ବେଳେ ତନ୍ମଧ୍ୟରୁ ନାବାଳିକା ବଳାତ୍କାର ମାମଲା ଯଥାକ୍ରମେ ୧୧୭, ୧୦୨ ଓ ୭୩ଟି ରହିଛି ା ସେହିପରି ମହିଳାଙ୍କୁ ହତ୍ୟା ମାମଲା ଯଥାକ୍ରମେ ୮୬, ୧୦୪ ଓ ୫୭ଟି ଥିବା ବେଳେ ସେଥି ମଧ୍ୟରୁ ଯୌତୁକ ଜନିତ ହତ୍ୟା ମାମଲା ଯଥାକ୍ରମେ ୫, ୭ ଓ ୬ଟି ରହିଛି ା ଅନ୍ୟପକ୍ଷେ ଯୌତୁକ ଜନିତ ନାରୀ ନିର୍ଯାତନା ମାମଲା ଯଥାକ୍ରମେ ୧୬୭, ୧୯୭ ଓ ୧୪୯ଟି ଥିବା ବେଳେ ବିଭିନ୍ନ କାରଣରୁ ନାରୀ ନିର୍ଯାତନା ନେଇ ଯଥାକ୍ରମେ ୧୬୨, ୨୯୪ ଓ ୧୮୫ଟି ମାମଲା ରୁଜୁ ହୋଇଛି। ଗତ ୬ ମାସର ବଳାତ୍କାର ମାମଲା ହିସାବକୁ ନେଲେ ବର୍ଷ ଶେଷରେ ଏହା ବୃଦ୍ଧି ପାଇ ୩ଶହ ପାଖାପାଖି ପହଞ୍ଚିିବ ବୋଲି ଅନୁମାନ କରାଯାଉଛି। ଚଳିତ ବର୍ଷ ମହିଳା ଚାଲାଣ ନେଇ କୌଣସି ମାମଲା ରୁଜୁ ହୋଇ ନ ଥିବା ବେଳେ ୨୦୧୯ରେ ୪ଟି ଓ ୨୦୨୦ରେ ୫ଟି ମାମଲା ରୁଜୁ ହୋଇଥିଲା। ସରକାର ମହିଳାଙ୍କ ସୁରକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଥିଲେ ହେଁ ଦିନକୁ ଦିନ ନାରୀ ନିର୍ଯାତନା ବୃଦ୍ଧି ପାଇବା ବାସ୍ତବିକ ଚିନ୍ତାର ବିଷୟ ପାଲଟିଛି ା ପ୍ରତି ବର୍ଷ ଏହି ଘଟଣା ବୃଦ୍ଧି ପାଉଥିବା ବେଳେ ସରକାରୀ ସ୍ତରରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ା ବିଗତ ବର୍ଷରେ ‘ପରୀ’ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇ ଘଟଣାକୁ ପ୍ରଶମିତ କରାଯାଇଥିଲା ା
ଏ ନେଇ ବଡ଼ସାହି ବିଧାୟକ ସନାତନ ବିଜୁଳି ରାଜ୍ୟ ସରକାରଙ୍କ ଅପରଗତାକୁ ଦାୟୀ କରିଛନ୍ତି। ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ଆଦିବାସୀ ମହିଳାମାନେ ଏହାର ବେଶୀ ଶିକାର ହେଉଛନ୍ତି ା ଜିଲାରେ ମଦର ବନ୍ୟା ସୃଷ୍ଟି ହେଉଥିବା ବେଳେ ବେକାର ଯୁବକମାନେ ନିଶା ସେବନ କରି ଏଭଳି ଅପରାଧମାନ ଘଟାଉଛନ୍ତି ା
ମଦ କାରବାରକୁ ରୋକିବା ସହିତ ବେକାରୀ ସମସ୍ୟା ଦୂର କରିବାକୁ ସେ ଦାବି କରିଛନ୍ତି ା ସେହିପରି କଂଗ୍ରେସ ଜିଲା ସଭାପତି ହେମନ୍ତ ଦାସ କୁହନ୍ତି, ନାରୀ ସୁରକ୍ଷା ଦିଗରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ପ୍ରତିଦିନ ଜିଲାରେ ନାରୀଙ୍କ ପ୍ରତି ଅତ୍ୟାଚାର ବଢ଼ି ଚାଲିଛି। ଜିଲାର ରରୁଆଁ ଓ ବୈଶିଙ୍ଗା ଥାନା ଅଞ୍ଚଳରେ ଘଟିଥିବା ଗଣବଳାତ୍କାର ଘଟଣା ଏହାର ସଦ୍ୟତମ ଉଦାହରଣ ବୋଲି ସେ କହିଛନ୍ତି। ଥାନାଗୁଡ଼ିକରେ ଆବଶ୍ୟକ ପଦବୀ ଖାଲି ପଡ଼ିଥିବା ବେଳେ ଅପରାଧ ନିୟନ୍ତ୍ରଣ ପାଇଁ ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଅଧିକାରୀ ନିଯୁକ୍ତି ଓ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ସେ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ସବୁ ସମ୍ପର୍କ ଛିନ୍ନ କଲେ ପୂର୍ବତନ ବିଧାୟକ

ଠାକୁରମୁଣ୍ଡା,୩୦।୪(ତାରାକାନ୍ତ ପଟ୍ଟନାୟକ): ମୟୁରଭଞ୍ଜ ଜିଲା କରଞ୍ଜିଆ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଟିକେଟ ଆଶାୟୀ ଥିବା ପୂର୍ବତନ ବିଧାୟକ ବିଜୟ କୁମାର ନାଏକ ବିଜେଡିରୁ ଇସ୍ତଫା ଦେବା...

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

ମୋରଡ଼ା ନିର୍ବାଚନମଣ୍ଡଳୀରେ କଂଗ୍ରେସର ଘନଘନ ବୈଠକ, ମିଶ୍ରଣ ପର୍ବ

ମୋରଡ଼ା,୨୭ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାର ଏକମାତ୍ର ଅଣସଂରକ୍ଷିତ ନିର୍ବାଚନମଣ୍ଡଳୀ ମୋରଡ଼ା ନିର୍ବାଚନମଣ୍ଡଳୀ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସମସ୍ତ ରାଜନୈତିକ ଦଳ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri